Odisha Elections 2024
Posted inଜାତୀୟ

ଭାରତୀୟ ସେନା ହେବେ ଆତ୍ମନିର୍ଭରଶୀଳ, ଦେଶରେ ତିଆରି ହେବ ୩୦୦ରୁ ଅଧିକ ଅସ୍ତ୍ରଶସ୍ତ୍ର: ମୋଦି

ନୂଆଦିଲ୍ଲୀ,୧୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ୭୧,୦୦୦କର୍ମଚାରୀଙ୍କୁ ନୂଆ ନିଯୁକ୍ତ ଆଧାରରେ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ଭିଡିଓ କନଫରେନସିଂ ଜରିଆରେ ନବ ନିଯୁକ୍ତ କର୍ମଚାରୀଙ୍କୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନରେ କହିଛନ୍ତି, ଏକ ବିକଶିତ ଭାରତର ଦୂରଦୃଷ୍ଟି ହାସଲ କରିବା ପାଇଁ ଯୁବପିଢିଙ୍କ ପ୍ରତିଭା ତଥା ଶକ୍ତିକୁ ସଠିକ ସୁଯୋଗ ଦେବାକୁ ଆମ ସରକାର ପ୍ରତିବଦ୍ଧ।

ମୋଦି ଆହୁରି ମଧ୍ୟ କହିଛନ୍ତି, ଆଜି ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଗତିରେ ଆଗକୁ ବଢୁଥିବା ଅର୍ଥବ୍ୟବସ୍ଥା ପାଲଟି ଯାଇଛି। ମୋଦି କହିଛନ୍ତି ସାରା ବିଶ୍ୱ କୋଭିଡ ମହାମାରୀ ପରେ ଆଥିକ ସଙ୍କଟ ଦେଇ ଗତି କରୁଛି। ଅଧିକାଂଶ ଦେଶର ଅର୍ଥବ୍ୟବସ୍ଥା ଲଗାତାର ଭାବେ ହ୍ରାସ ପାଇବାରେ ଲାଗିଛି, ଏହାପରେ ବି ବିଶ୍ୱ ଭାରତକୁ ଏକ ଉଜ୍ୱଳ ତାରକା ଭାବେ ଦେଖୁଛି।
ଏହି ଅବସରରେ ମୋଦି କହିଛନ୍ତି, ଦେଶରେ ସେନାଙ୍କୁ ଏବେ ଆତ୍ମନିର୍ଭରଶୀଳ ହେବାକୁ ପ୍ରସ୍ତୁତ କରାଯିବ। ଆମ ସରକାର ସେନାଙ୍କ ସହ ୩୦୦ରୁ ଅଧିକ ଏପରି ସାଜ-ସରଞ୍ଜାମ ଓ ଅସ୍ତ୍ରଶସ୍ତ୍ରର ତାଲିକା ପ୍ରସ୍ତୁତ କରିଛି, ଯାହା ଏବେ ଭାରତରେ ତିଆରି ହେବ ଓ ଦେଶର ଇଣ୍ଡଷ୍ଟ୍ରିରୁ କ୍ରୟ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭ୍ରଷ୍ଟାଚାରୀଙ୍କୁ ବାହାରେ ରହିବାକୁ ଦେବି ନାହିଁ: ମୋଦି

କୋଲକାତା,୧୯।୫: ଲୋକ ସଭା ନିର୍ବାଚନ ୨୦୨୪ର ପଞ୍ଚମ ପର୍ଯ୍ୟାୟ ପାଇଁ ପ୍ରଚାର କରିବାକୁ ପ୍ରଧାନମନ୍ତ୍ରୀ ମୋଦି ପୁରୂଲିଆରେ ପହଞ୍ଚିଥିଲେ। ଜନସାଧାରଣଙ୍କୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ ମୋଦି...

ପ୍ରଜ୍ଜ୍ୱଳ ରେଭନ୍ନାଙ୍କ ବିରୋଧରେ ଜାରି ହେଲା ଓ୍ବାରେଣ୍ଟ୍‌, ଫେରାର ଅଛନ୍ତି ଅଭିଯୁକ୍ତ ଏମ୍‌ପି

ନୂଆଦିଲ୍ଲୀ, ୧୯।୫: ଲୋକ ସଭା ଏମ୍‌ପି ପ୍ରଜ୍ଜ୍ୱଳ ରେଭନ୍ନା ଯୌନ ଉତ୍ପୀଡ଼ନ ସହ ଜଡ଼ିତ ଭିଡିଓ ଭାଇରାଲ ହେବା ପରେ ଫେରାର ହୋଇଛନ୍ତି। ଏବେ ଏକ...

ନିର୍ବାଚନ ମଧ୍ୟରେ ରଶ୍ମିକାଙ୍କ ଉପରେ କାହିଁକି ରାଗିଲା କଂଗ୍ରେସ?

ନୂଆଦିଲ୍ଲୀ,୧୯।୫: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ‘ଅଟଳ ବିହାରୀ ବାଜପେୟୀ ସେୱ୍ରି-ନଭା ଶେଭା ଅଟଳ ସେଟୁ’ର ଏକ ପ୍ରମୋସନାଲ ଭିଡିଓ ପୋଷ୍ଟ କରିଥିବାରୁ ଅଭିନେତ୍ରୀ ରଶ୍ମିିକା...

ଆଇସକ୍ରିମ ମ୍ୟାନ ରଘୁନନ୍ଦନ କମାଥଙ୍କ ପରଲୋକ

ନୂଆଦିଲ୍ଲୀ,୧୯।୫: ଦେଶକୁ ଆଇସକ୍ରିମ ଖୁଆଉଥିବା ରଘୁନନ୍ଦନ କମାଥ ଆଉ ଆମ ମଧ୍ୟରେ ନାହାଁନ୍ତି। ପ୍ରାକୃତିକ ଆଇସକ୍ରିମର ପ୍ରତିଷ୍ଠାତା ରଘୁନନ୍ଦନ କମାଥ ଶନିବାର ୭୫ ବର୍ଷ ବୟସରେ...

କେଜରିଓ୍ବାଲଙ୍କ ଘରୁ ସିଲ ବନ୍ଦ ବାକ୍ସ ଧରି ବାହାରିଲା ପୋଲିସ

ନୂଆଦିଲ୍ଲୀ,୧୯।୫: ଏଏପି ଏମପି ଶ୍ୱାତି ମାଲିୱାଲଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାର ତଦନ୍ତ ସଂପର୍କରେ ଦିଲ୍ଲୀ ପୋଲିସ ମୁଖ୍ୟମନ୍ତ୍ରୀ କଜେରିଓ୍ବାଲଙ୍କ ବାସଭବନରେ ପହଞ୍ଚିଥିଲା। ପୋଲିସ ଘଟଣାସ୍ଥଳରୁ...

ଅଖିଳେଶ-ରାହୁଲଙ୍କ ଜନସଭାରେ ହଙ୍ଗାମା: ଭାଷଣ ନ ଦେଇ ଫେରିଲେ ଦୁଇ ନେତା

ପ୍ର୍ରୟାଗରାଜ,୧୯।୫: ଉତ୍ତରପ୍ରଦେଶର ପ୍ରୟାଗରାଜରୁ ବଡ଼ ଖବର ସାମ୍ନାକୁ ଆସିଛି। ଫୁଲପୁର ଲୋକ ସଭା ଆସନରେ ଆୟୋଜିତ କଂଗ୍ରେସ ଏବଂ ସମାଜବାଦୀ ପାର୍ଟୀର ମିଳିତ ଜନସଭାରେ ହଠାତ...

ହାଇଭୋଲ୍‌ଟେଜ୍‌ ଡ୍ରାମାର ନୀରବତା ଭାଙ୍ଗିଲେ କେଜ୍‌ରିଓ୍ବାଲ, କହିଲେ…

ନୂଆଦିଲ୍ଲୀ,୧୯ା୫: ଲୋକ ସଭା ନିର୍ବାଚନ ବର୍ତ୍ତମାନ ଏହାର ଶେଷ ପର୍ଯ୍ୟାୟ ଆଡ଼କୁ ଗତି କରୁଛି, ରାଜନୈତିକ କାର୍ଯ୍ୟକଳାପ ଚରମସୀମାରେ ରହିଛି। କିନ୍ତୁ ଗତ ୩-୪ ଦିନ...

ପ୍ରେମ ପାଇଁ କାଙ୍ଗାଳ ହେଲେ କୋଟିପତିଙ୍କ ପୁଅ, ହରାଇଲେ ୭୦ କୋଟି ଟଙ୍କାର ସମ୍ପତ୍ତି

ଜୟପୁର,୧୯ା୫: ରାଜସ୍ଥାନର ଏଆର୍‌ଏଲ ଗ୍ରୁପ ଏବଂ ଅକ୍ଷତ ବିଲଡର୍ସଙ୍କ ବିରୋଧରେ ଆୟକର ବିଭାଗ ଦ୍ୱାରା କରାଯାଇଥିବା ଚଢ଼ାଉରେ ପ୍ରିୟଜନଙ୍କ ପ୍ରତି ବିଶ୍ୱାସଘାତକତା କରାଯାଇଥିବା ଘଟଣା ମଧ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri