Posted inଜାତୀୟ

ବିଳମ୍ବରେ ପହଞ୍ଚିବାରୁ ଆଣ୍ଠୁମାଡି ପ୍ରଣାମ କରିବା ସହ କ୍ଷମା ମାଗିଲେ ମୋଦି, ବିନା ଲାଉଡ ସ୍ପିକରରେ ଜନସଭାକୁ କଲେ ସମ୍ବୋଧିତ

ଜୟପୁର,୧ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ରାଜସ୍ଥାନର ଆବୁ ରୋଡରେ ଆୟୋଜିତ କାର୍ଯ୍ୟକ୍ରମରେ ସାମାନ୍ୟ ବିଳମ୍ବରେ ପହଞ୍ଚିଥିଲେ । ଏହି ସମୟରେ ସେଠାରେ ମୋଦିଙ୍କୁ ଦେଖିବାକୁ ଓ ଶୁଣିବାକୁ ବହୁ ସଂଖ୍ୟାରେ ଜନତା ଉପସ୍ଥିତ ଥିଲେ । ସେଠାରେ ମୋଦି ଜନତାଙ୍କୁ ଅଭିବାଦନ ଜଣାଇବା ସହ ବିନା ଲାଉଡ ସ୍ପିକରରେ ବିଶାଳ ଜନସଭାକୁ ସମ୍ବୋଧିତ କରିଥିଲେ । ଏହାର କାରଣ ଦର୍ଶାଇ ମୋଦି କହିଥିଲେ, ରାତି ୧୦ଟା ପରେ ମୁଁ ଲାଉଡ ସ୍ପିକର ବ୍ୟବହାର କରି ନିୟମ ଭାଙ୍ଗିବାକୁ ଚାହୁଁନି ।
ମୋଦି କହିଥିଲେ ଏଠାରେ ପହଞ୍ଚିବାକୁ ମୋର ବିଳମ୍ବ ହୋଇଯାଇଛି । ତେଣୁ ମୋର ଆତ୍ମା କହୁଛି ମୁଁ ନିୟମ ଭାଙ୍ଗିବା ଅନୁଚିତ । ଅର୍ଥାତ୍ ରାତି ୧୦ଟା ପରେ ଲାଉଡ ସ୍ପିକର ବ୍ୟବହାର କରିବା ଅନୁଚିତ । ହେଲେ ଆପଣମାନଙ୍କ ଭଲ ପାଇବାକୁ ଦେଖି ମୁଁ କଥା ଦେଉଛି ପୁଣିଥରେ ଏଠାକୁ ଆସିବ ଓ ଆପଣଙ୍କ ଭଲପାଇବାର ଋଣ ସୁଧମୂଳ ସହ ସୁଝିବି ।
ସୂଚନାଯୋଗ୍ୟ, ୨ ବର୍ଷପରେ ରଜସ୍ଥାନ ଯାଇଥିବା ମୋଦିଙ୍କର ଆବୁ ରୋଡରେ ମାତ୍ର ୭ ମିନିଟ ବିଳମ୍ବ ହୋଇଥିଲା । ବିଳମ୍ବରେ ପହଞ୍ଚିବା କାରଣରୁ ବିନା ମାଇକରେ ଜନସଭାକୁ ସମ୍ବୋଧିତ କରିଥିଲେ । ଏହାସହ ମଞ୍ଚଉପରେ ଆଣ୍ଠୁମାଡି ୩ ଥର ପ୍ରଣାମ କରିଥିଲେ । ଏହାପରେ ମଞ୍ଚରୁ ଓହ୍ଲାଇ ଜନତାଙ୍କ ନିକଟକୁ ଆସିଥିଲେ ଓ ଅଭିବାଦନ ଜଣାଇଥିଲେ । ପ୍ରାୟ ୧୦ଟା ୨୫ରେ ସେ ସେଠାରୁ ବାହାରି ଯାଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?