ଗ୍ଲାସଗୋରେ ମୋଦି

ଏଡିନବର୍ଗ,୧ ।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସ୍କଟଲ୍ୟାଣ୍ଡର ସହର ଗ୍ଲାସଗୋରେ ପହଞ୍ଚିଛନ୍ତି । ରବିବାର ସେଠାରେ ଆରମ୍ଭ ହୋଇଥିବା ଜାତିସଂଘ ଜଳବାୟୁ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ସେ ପହଞ୍ଚିଛନ୍ତି । ଏହି ସମ୍ମିଳନୀରେ ଗ୍ଲୋବାଲ ୱାର୍ମିଂଠାରୁ ଦୂରେଇ ରହିବାକୁ ସର୍ବୋତ୍ତମ ଉପାୟ ଉପରେ ଆଲାଚନା ହେବ । ଯେଉଁଥିରେ ପାଖାପାଖି ୨୦୦ ଦେଶର ପ୍ରତିନିଧି ଭାଗ ନେବେ । ଏହି ସମ୍ମିଳନୀକୁ ସିଓପି ୨୬ ମଧ୍ୟ କୁହାଯାଉଛି । ଏହା ୧୩ ନଭେମ୍ବର ପର୍ଯ୍ୟନ୍ତ ଚାଲିବ । ବିଶ୍ୱର ୧୦୦ରୁ ଊର୍ଦ୍ଧ୍ୱ ନେତା ସୋମବାର ଓ ମଙ୍ଗଳବାର ଏହି ଶିଖର ସମ୍ମିଳନୀର ଆରମ୍ଭରେ ଯୋଗଦେବ । ଯାହାକୁ ହାଇ ଲେବଲ ସେଗମେଣ୍ଡ ଭାବେ ଗଣାଯାଉଛି । ସୂଚନାଯୋଗ୍ୟ, ମୋଦିଙ୍କ ୫ ଦିନିଆ ଇଟାଲି ଗସ୍ତ କାର୍ଯ୍ୟକ୍ରମରେ ସେ ଶନିବାର ରୋମ ସ୍ଥିତ ରୋମା କନଭେନଶନ ସେଣ୍ଟରରେ ଜି୨୦ ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ । ରବିବାର ଜି୨୦ର ସଦସ୍ୟ ଦେଶ ନେତାଙ୍କ ଦୁଇ ଦିବସୀୟ ବୈଠକ ଶେଷ ହେଲା । ପ୍ରଧାନମନ୍ତ୍ରୀ ସେଠାରେ ଆୟୋଜିତ ଜି୨୦ ଶିଖର ସମ୍ମିଳନୀକୁ ସାର୍ଥକ ବୋଲି କହିବା ସହ ସାରା ବିଶ୍ୱର ନେତାଙ୍କ ହ ମହାମାରୀର ମୁକାବିଲା କରିବା, ସ୍ୱାସ୍ଥ୍ୟ କ୍ଷେତ୍ରରେ ସୁଧାର ଆଣିବା, ଆର୍ଥିକ ସଯୋଗକୁ ପ୍ରୋତ୍ସାହିତ କରିବା ଭଳି ବିଷୟକୁ ନେଇ ବିସ୍ତାର ଭାବେ ଚର୍ଚ୍ଚା ହୋଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଇମ୍ରାନଙ୍କୁ କଡ଼ା ସମାଲୋଚନା କଲେ ମରିୟମ

ଇସଲାମାବାଦ,୨ା୫: ପିଏମ୍‌ଏନ୍‌-ଏଲ୍‌ ନେତା ତଥା ଜାତୀୟ ସଭାର ସଦସ୍ୟ ମରିୟମ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନୀତିକୁ କଡ଼ା ସମାଲୋଚନା କରିଛନ୍ତି। ସେ ଅଭିଯୋଗ କରିଛନ୍ତି,...

ପ୍ରବାସୀ କେନ୍ଦ୍ରରେ ଅଗ୍ନିକାଣ୍ଡ: ୪୦ ମୃତ, ୩୦ ଆହତ…

ମେକ୍ସିକୋ ସିଟି,୨୮।୩ : ଆମେରିକା ସୀମା ନିକଟ ଉତ୍ତର ମେକ୍ସିକୋର ଏକ ପ୍ରବାସୀ କେନ୍ଦ୍ରରେ ଅଗ୍ନିକାଣ୍ଡ ଘଟିଛି। ସୋମବାର ବିଳମ୍ବିତ ରାତିରେ ଟେକ୍ସାସର ଏଲ ପାସୋ...

ରୁଷିଆ ଉପରେ ୟୁଟ୍ୟୁବର ଆଉ ଏକ ଆକ୍ରମଣ

ୱାଶିଂଟନ,୧୨ ।୩: ୟୁଟ୍ୟୁବ ରୁଷିଆକୁ ନେଇ ତା’ର ପ୍ରତିବନ୍ଧକକୁ ଆହୁରି କଡା କରିଦେଇଛି । ଏବେ କମ୍ପାନୀ ତତ୍କାଳ ପ୍ରଭାବ ମାଧ୍ୟମରେ ସେହି ସମସ୍ତ ଚ୍ୟାନେଲକୁ...

ପ୍ରବଳ ବର୍ଷାରେ ଅସ୍ତବ୍ୟସ୍ତ ଦକ୍ଷିଣ କୋରିଆ…

ସିଓଲ,୧୬।୭ : ଗତ ଏକ ସପ୍ତାହ ଧରି ଦକ୍ଷିଣ କୋରିଆରେ ପ୍ରବଳ ବର୍ଷା ଅନେକ ଅଘଟଣ ଘଟାଇଛି । ଦେଶରେ ମୃତ୍ୟୁ ସଂଖ୍ୟା ଦ୍ରୁତ ଗତିରେ...

ବିନା ମାସ୍କରେ ରିପୋର୍ଟିଂ କରୁଥିଲେ ଖବରଦାତା, ଆଉ ତା’ପରେ

ଇସଲାମାବାଦ,୨୦।୭: ପାକିସ୍ତାନରେ କରୋନା କାୟା ବିସ୍ତାର କରିଛି। ଏହି ସମୟରେ ଜଣେ ଖବରଦାତା ବିନା ମାସ୍କରେ ରିପୋଟିଂ କରିବା ମହଙ୍ଗା ପଡିଛି। ଏକ ଘରୋଇ ଚ୍ୟାନେଲ...

କର୍ମଚାରୀ ଆନ୍ଦୋଳନରୁ ନ ଓହରିଲେ ସେନା ନିୟୋଜିତ କରିପାରେ ବ୍ରିଟେନ

ଲଣ୍ଡନ,୫।୧୨ : ବ୍ରିଟେନରେ କର୍ମଚାରୀମାନେ ଅନ୍ଦୋଳନରେ ସାମିଲ ହୋଇଥିବାବେଳେ ସେମାନଙ୍କୁ ବେତନ ବୃଦ୍ଧି ଏବଂ ସର୍ତ୍ତାବଳୀକୁ ନେଇ ଇଂଲଣ୍ଡ ଏବଂ ଓ୍ବେଲ୍ସର ହଜାର ହଜାର ନର୍ସ...

ବସ୍‌-କାର୍‌ ମୁହାଁମୁହିଁ ଧକ୍କା: ୩୦ ମୃତ,୧୫ ଆହତ

ପେଶାଓ୍ବାର,୮।୨: ପାକିସ୍ତାନର ଖାଇବର ପାଖ୍ଟନଖୱାଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମଙ୍ଗଳବାର ଏକ ଯାତ୍ରୀବାହୀ ବସ୍‌-କାର୍‌ ମୁହାଁମୁହିଁ ଧକ୍କା ହେବା ଯୋଗୁ ଗଭୀର ଉପତ୍ୟକାକୁ...

ମରୁଭୂମିରେ ୯୫ ହଜାର କୋଟିରେ ନିର୍ମିତ ହେଉଛି ସୋଲାର ପାର୍କ: ୧୩ ଲକ୍ଷ ଘରକୁ କରିବ ଆଲୋକିତ

ଆବୁଧାବି,୨୯।୪: ଦୁବାଇର ମରୁଭୂମିରେ ୟୁଏଇ ପ୍ରଧାନମନ୍ତ୍ରୀ ମହମ୍ମଦ୍‌ ବିନ୍‌ ଶହିଦ୍‌ ଅଲ୍‌ ମକତୁମ୍‌ଙ୍କ ନାମରେ ଏକ ସୋଲାର ପାର୍କ ନିର୍ମାଣ କରାଯାଉଛି। ଏଥିରେ ୯୫ ହଜାର...

Advertisement
Archives

Model This Week