Posted inଜାତୀୟ

ଅତ୍ୟଧିକ ସମ୍ବେଦନଶୀଳ ଅଞ୍ଚଳରେ ଫସି ଯାଇଥିଲେ ମୋଦି, ପାକ୍ ସୀମା ଥିଲା ମାତ୍ର ୩୦ କିଲୋମିଟର ଦୂର!

ନୂଆଦିଲ୍ଲୀ,୬ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ପଞ୍ଜାବ ଗସ୍ତ ସମୟରେ ଏକ ସମ୍ବେଦନଶୀଳ ଅଞ୍ଚଳରେ ଫସି ଯାଇଥିବା ଜଣାପଡିଛି । କେତେଜଣ ବିରୋଧ ପ୍ରଦର୍ଶନକାରୀ ହଠାତ୍ ଚାଲି ଆସିବାରୁ ପ୍ରଧାନମନ୍ତ୍ରୀଙ୍କ ଗାଡି ଅଧା ରାସ୍ତାରେ ଅଟକି ଯାଇଥିଲା । ପାଖାପାଖି ୨୦ ମିନିଟ କାଳ ମୋଦି ରାସ୍ତାରେ ଅଟକି ରହି ଶେଷକୁ ଦିଲ୍ଲୀ ଫେରି ଆସିଥିଲେ । ଏବେ ଏହାକୁ ନେଇ ରାଜନୀତି ହୋଇଛି ସରଗରମ । ପଞ୍ଜାବ ସରକାରଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ଏବେ ଜଣାପଡିଛି କି ମୋଦି ଯେଉଁଠି ଫସି ରହିଥିଲେ ତାହା ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ । ପୂର୍ବରୁ ଏହି ଅଞ୍ଚଳରେ ଆତଙ୍କବାଦୀମାନେ ବିସ୍ଫୋରଣ କରି ସାରିଛନ୍ତି । ଏହାସହ ସେହି ଅଞ୍ଚଳ ହେରୋଇନ ଚୋରା କାରବାରର ପେଣ୍ଠସ୍ଥଳ ବୋଲି କୁହାଯାଏ । ଏମିତି ଅଞ୍ଚଳରେ ମୋଦି ଅଟକି ରହିଥିବାରୁ ତାଙ୍କ ସୁରକ୍ଷାକର୍ମୀ ଓ ଅଧିକାରୀଙ୍କ ଝାଳ ବାହାରି ଯାଇଥିଲା । ତଲୱାଇ ଭାଇଠାରୁ କିଛି ଦୂର ଅର୍ଥାତ୍ ଏହା ଭାରତ-ପାକ୍ ସୀମାଠାରୁ ପ୍ରାୟ ୩୦ କିଲୋମିଟର ଦୂର ବୋଲି ଜଣାପଡିଛି । ଏଠାରେ ପୂର୍ବରୁ ଟିଫିନ୍ ବୋମା ବିସ୍ଫୋରଣ ହୋଇଥିବା ସୂଚନା ରହିଛି । ତେଣୁ ଏପରି ସ୍ଥାନରେ ମୋଦିଙ୍କ ଗାଡି ଫସି ରହିବା ଚିନ୍ତାର କାରଣ ପାଲଟି ଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା: ଏଣିକି ୩ୟ ସନ୍ତାନ ହେଲେ ମିଳିବ ୩୦ ହଜାର, ୪ର୍ଥରେ ୪୦ ହଜାର ଟଙ୍କା

ଅମରାବତି,୧୬।୫: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଉଥିବା ଜନସଂଖ୍ୟାକୁ ରୋକିବା ପାଇଁ ସରକାର…

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

‘ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ’

ନୂଆଦିଲ୍ଲୀ,୧୬।୫: ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ନିଟ (NEET) ପେପର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ…

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଚତୁର୍ଥ ସନ୍ତାନ ପାଇଁ ୪୦ ହଜାର

ବିଜୟଓ୍ବାଡ଼ା,୧୬ା୫: ଆନ୍ଧ୍ରପ୍ରଦେଶରେ ତୃତୀୟ ସନ୍ତାନ ଜନ୍ମ ପାଇଁ ୩୦ ହଜାର ଟଙ୍କା ଆର୍ଥତ୍କ ପ୍ରୋତ୍ସାହନ ମିଳିବାକୁ ଥିବାବେଳେ ଚତୁର୍ଥ ସନ୍ତାନ ଜନ୍ମ ହେଲେ ୪୦ ହଜାର ଟଙ୍କା…

ସୁନା ପରେ ଏବେ ରୁପା! ସରକାର ଲଗାଇଲେ ବଡ଼ କଟକଣା, ଏଣିକି ଆଉ…

ନୂଆଦିଲ୍ଲୀ,୧୬।୫: ରୁପା ଆମଦାନୀକୁ ନେଇ କେନ୍ଦ୍ର ସରକାର ଲଗାଇଛନ୍ତି କଟକଣା। ସରକାର ଏହାର ଅନେକ ଶ୍ରେଣୀ କୁ ମୁକ୍ତ ତାଲିକା (Free List)ରୁ ହଟାଇ ପ୍ରତିବନ୍ଧିତ ତାଲିକା…

ସିବିଏସ୍‌ଇ କଲା ବଡ଼ ପରିବର୍ତ୍ତନ: ୩ ଭାଷା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୬ା୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପକ୍ଷରୁ ନବମ ଏବଂ ଦଶମ ଶ୍ରେଣୀ ପାଇଁ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ଜାରି ହୋଇଥିବା ସର୍କୁଲାର ଅନୁଯାୟୀ…

ବଡ଼ ଭାଇଙ୍କ ସହ ଘରକୁ ଫେରୁଥିଲେ, ହଠାତ ହେଲା ବଜ୍ରପାତ; ଚାଲିଗଲା…

ଥୁଆମୂଳ ରାମପୁର, ୧୬ା୫ (ଦୁର୍ଗା କୀର୍ତ୍ତି): ଭାଇକୁ ଖୋଜି ବଡ଼ ଭାଇଙ୍କ ସହ ଘରକୁ ଫେରିବା ସାଜିଲା କାଳ। କାଳବୈଶାଖୀ ଜନିତ ପ୍ରବଳ ପବନ ଓ ବର୍ଷା…

ଭବାନୀପାଟଣାରେ କାଳବୈଶାଖୀ କୁଆପଥର ବର୍ଷା,କାର ଉପରେ ପଡ଼ିଲା ଗଛ

ଭବାନୀପାଟଣା,୧୬।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଶନିବାର ଅପରାହ୍ନରେ କାଳବୈଶାଖୀ ହୋଇଥିଲା। ଏହାର ପ୍ରଭାବରେ ଜୋରରେ ପବନ ବୋହିବା ସହ କୁଆପଥର ବର୍ଷା ହୋଇଥିଲା। ପଵନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri