Posted inଜାତୀୟ

‘ଜନସାଧାରଣଙ୍କଠାରୁ ଲୁଟ୍ ହୋଇଥିବା ପ୍ରତ୍ୟେକ ଟଙ୍କା ଫେରସ୍ତ କରିବାକୁ ପଡିବ …’, ଆଉ ଏକ ଗ୍ୟାରେଣ୍ଟି ଦେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ, ,୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଜନତାଙ୍କୁ ଆଉ ଏକ ଗ୍ୟାରେଣ୍ଟି ଦେଇଛନ୍ତି। ଶୁକ୍ରବାର ପ୍ରଧାନମନ୍ତ୍ରୀ ସୋସିଆଲ ମିଡ଼ିଆ ପ୍ଲାର୍ଟଫର୍ମ ଏକ୍ସ’ରେ ଏକ ପୋଷ୍ଟ କରି କହିଛନ୍ତି, ”ଜନସାଧାରଣଙ୍କଠାରୁ ଯାହା ଲୁଟ୍ ହୋଇଛି, ଗୋଟିଏ ଗୋଟିଏ ଟଙ୍କା ଫେରସ୍ତ କରିବାକୁ ପଡ଼ିବ, ଏହା ହେଉଛି ମୋଦିର ଗ୍ୟାରେଣ୍ଟି।” ଝାଡ଼ଖଣ୍ଡର ପୂର୍ବତନ କଂଗ୍ରେସ ରାଜ୍ୟ ସଭା ଏମପି ଧୀରଜ ସାହୁଙ୍କ ବିଭିନ୍ନ ଘରେ ଆୟକର ବିଭାଗ ଚଢ଼ାଉ ସମ୍ପର୍କିତ ସୋସିଆଲ ମିଡିଆରେ ଏହି ଖବର ସେୟାର କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି।

ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ”ଦେଶବାସୀ ଏହି ଟଙ୍କାର ପାହାଡ଼କୁ ଦେଖିବା ଉଚିତ ଏବଂ ତା’ପରେ ସେମାନଙ୍କ ନେତାଙ୍କ ସଚ୍ଚୋଟ ‘ବକ୍ତବ୍ୟ’ ଶୁଣିବା ଉଚିତ୍ …. ଜନସାଧାରଣଙ୍କଠାରୁ ଲୁଟ୍ ହୋଇଥିବା ପ୍ରତ୍ୟେକ ଟଙ୍କା ଫେରାଇବାକୁ ପଡ଼ିବ ଏହା ହେଉଛି ମୋଦିର ଗ୍ୟାରେଣ୍ଟି।”

https://twitter.com/narendramodi/status/1733040901457322300

ସୂଚନାଯୋଗ୍ୟ, ଝାଡ଼ଖଣ୍ଡରୁ କଂଗ୍ରେସ ରାଜ୍ୟ ସଭା ଏମପି ଥିବା ଧୀରଜ ସାହୁଙ୍କର ବିଭିନ୍ନ ସ୍ଥାନରେ ଥିବା ଘରେ ଏବଂ ବ୍ୟବସାୟ ପ୍ରତିଷ୍ଠାନରେ ଆୟକର ଚଢ଼ାଉ ଜାରି ରହିଛି। ଏହି ଚଢ଼ାଉରେ ଏପର୍ଯ୍ୟନ୍ତ ୨୦୦ କୋଟି ଟଙ୍କା ନଗଦ ନୋଟ ଆକାରରେ ମିଳିଥିବା କୁହାଯାଉଛି। ଏହି ସମୟରେ ବିପୁଳ ପରିମାଣର ଟଙ୍କା ଜବତ ହେଉଥିବାରୁ ଆୟକର ବିଭାଗ ବଡ଼ ବଡ଼ ମେସିନ ବ୍ୟବହାର କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହିନ୍ଦୁ ସାଧୁଙ୍କ ପାଦ ସ୍ପର୍ଶ କଲେ ଇରାନର ରାଷ୍ଟ୍ରପତି ପେଜେଶକିଆନ! ଭିଡିଓ ଭାଇରାଲ

ନୂଆଦିଲ୍ଲୀ/ତେହରାନ,୧୩।୯: ଦିଲ୍ଲୀର ଭାରତ ମଣ୍ଡପମରେ ଚାଲିଥିବା ବ୍ରିକ୍ସ (BRICS) ସମ୍ମିଳନୀର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଇରାନର ରାଷ୍ଟ୍ରପତି…

ସୋସିଆଲ ମିଡିଆରେ ଚର୍ଚ୍ଚା; କିଶୋର କୁମାରଙ୍କ ଗୀତ ଗାଇଲେ ପ୍ରଧାନମନ୍ତ୍ରୀ, ସବୁ କହିଲେ….

ନୂଆଦିଲ୍ଲୀ,୧୩।୯: ଭାରତରେ ଆୟୋଜିତ ବ୍ରିକ୍ସ ଶିଖର ସମ୍ମିଳନୀର ଗାଲା ଡିନରରେ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମଙ୍କ ଏକ ଭିନ୍ନ ରୂପ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ପୁଣି ଲଣ୍ଡନରେ କ୍ୱାଲିଟି ଟାଇମ ସ୍ପେଣ୍ଡ କରୁଥିବାର ନଜର ଆସିଲେ ତ୍ରିଶା-ବିଜୟ; ଭିଡିଓ ଭାଇରାଲ, ପ୍ରଶଂସକ କହିଲେ…

ଚେନ୍ନାଇ,୧୩।୯: ସୁପରଷ୍ଟାର ଥାଲାପତି ବିଜୟ ଏବଂ ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନଙ୍କ ଯୋଡ଼ିକୁ ପ୍ରଶଂସକମାନେ ଦୀର୍ଘ ଦିନ ଧରି ପସନ୍ଦ କରିଆସୁଛନ୍ତି। ଏହି ପସନ୍ଦ ସହିତ, ଉଭୟଙ୍କ ମଧ୍ୟରେ…

ଛୋଲେ-ଭଟୁରେ ତିଆରି କଲେ ପ୍ରିୟଙ୍କା ଗାନ୍ଧୀ, ସୋସିଆଲ ମିଡିଆରେ ଫଟୋ ସେୟାର କରି ରାହୁଲ କହିଲେ…

ନୂଆଦିଲ୍ଲୀ,୧୩।୯: କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ରବିବାର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଛୋଲେ-ଭଟୁରେର ଏକ ଫଟୋ ସେୟାର କରିଛନ୍ତି…

ଭୋପାଳ-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ, ଟଳିଲା ବଡ଼ ବିପଦ

ଭୋପାଳ/ନୂଆଦିଲ୍ଲୀ: ଭୋପାଳରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର ବିମାନ (AI-୧୮୮୬) ଜୟପୁର ବିମାନବନ୍ଦରରେ ଜରୁରୀକାଳିନ ଅବତରଣ କରିଛି। ଉଡ଼ାଣ ସମୟରେ ବିମାନଟିକୁ ଜୟପୁରକୁ ଡାଇଭର୍ଟ କରାଯାଇ ସୁରକ୍ଷିତ…

ଆକାଶ ଆନନ୍ଦଙ୍କ ଉପରେ ପୁଣି ବର୍ଷିଲେ ମାୟାବତୀ, ମୁଁ ଅସୁସ୍ଥ…..

ଲକ୍ଷ୍ନୌ,୧୩।୯: ବହୁଜନ ସମାଜ ପାର୍ଟି (ବିଏସ୍‌ପି) ସୁପ୍ରିମୋ ମାୟାବତୀ ରବିବାର ଗଣମାଧ୍ୟମ ସହ ଆଲୋଚନା କରି ଆକାଶ ଆନନ୍ଦଙ୍କୁ ନେଇ ପୁଣି ବଡ଼ ଅଭିଯୋଗ ଆଣିଛନ୍ତି ।…

ଗୋବିନ୍ଦାଙ୍କ ସହ ସମ୍ପର୍କରେ ତିକ୍ତତା ମଧ୍ୟରେ, ସୁନିତା ଆହୁଜା କରିବାକୁ ଯାଉଛନ୍ତି ଏମିତି କାମ ଯାହାକୁ ନେଇ ଉଠିପାରେ ବିରାଟ ଝଡ଼! କହିଲେ ଗଣେଶ ପୂଜା ସୁଦ୍ଧା…

ମୁମ୍ବାଇ,୧୩।୯: ବଲିଉଡ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ମଧ୍ୟରେ ଚାଲିଥିବା ମନୋମାଳିନ୍ୟ ସମ୍ପ୍ରତି ସୋସିଆଲ ମିଡିଆ ଏବଂ ଚଳଚ୍ଚିତ୍ର ଜଗତରେ ଚର୍ଚ୍ଚାର ବିଷୟ…

କେନ୍ଦ୍ର ସରକାରଙ୍କ ବଡ଼ ସୂଚନା, ୧୫ ସେପ୍ଟେମ୍ୱରରୁ ଏମାନଙ୍କୁ ଆଉ ମିଳିବନି LPG ସିଲିଣ୍ଡର!

ନୂଆଦିଲ୍ଲୀ,୧୩।୯: ସରକାର ଏବଂ ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ ବୃଦ୍ଧି କରାଯାଇଥିବା ସମୟସୀମା ଅନୁଯାୟୀ, ବର୍ତ୍ତମାନ ୧୪ ସେପ୍ଟେମ୍ୱର ୨୦୨୬ ସୁଦ୍ଧା ଇ-କେୱାଇସି (eKYC) କରିବାକୁ ପଡ଼ିବ। ର୍ନିଦ୍ଧାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?