ଡିସେମ୍ବର ୧ରୁ ବଦଳିବ SBI କ୍ରେଡିଟ କାର୍ଡ ନିୟମ, ଏହି ସବୁ ପେମେଣ୍ଟରେ ଲାଗିବ ଅତିରିକ୍ତ ଶୁଳ୍କ

ନୂଆଦିଲ୍ଲୀ, ୨୯।୧୦: ଯଦି ଆପଣ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI)ର କ୍ରେଡିଟ କାର୍ଡ ବ୍ୟବହାର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରୀ। ୧ ଡିସେମ୍ବର ୨୦୨୬ରୁ କିଛି ନିର୍ଦ୍ଦିଷ୍ଟ ଇନ୍ଧନ ଓ ପରିବହନ ସମ୍ବନ୍ଧୀୟ କାରବାର ଉପରେ ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ। ଏସବିଆଇ କାର୍ଡ ପକ୍ଷରୁ ୨୭ ଅକ୍ଟୋବର ୨୦୨୬ରେ ଜାରି ଏକ ବିଜ୍ଞପ୍ତିରେ ଏହି ପରିବର୍ତ୍ତନ ବିଷୟରେ ସୂଚନା ଦିଆଯାଇଛି।

ନୂଆ ନିୟମର ପ୍ରଭାବ ବିଶେଷ କରି ସେହି ଗ୍ରାହକଙ୍କ ଉପରେ ପଡ଼ିବ, ଯେଉଁମାନେ କ୍ରେଡିଟ କାର୍ଡ ମାଧ୍ୟମରେ ଅଧିକ ଟଙ୍କାର ପରିବହନ ବିଲ ପୈଠ କରନ୍ତି କିମ୍ବା ଗୋଟିଏ ବିଲିଂ ସାଇକେଲରେ ପେଟ୍ରୋଲ ଓ ଡିଜେଲ ପାଇଁ ଅଧିକ ଖର୍ଚ୍ଚ କରନ୍ତି।

ଏସ୍‌ବିଆଇ କାର୍ଡର ନୂଆ ନିୟମ ଅନୁଯାୟୀ, ଡିସେମ୍ବର ୧ରୁ ୩୦,୦୦୦ ଟଙ୍କାରୁ ଅଧିକ ମୂଲ୍ୟର ପ୍ରତ୍ୟେକ ଯୋଗ୍ୟ ପରିବହନ କାରବାର ଉପରେ ୧ ପ୍ରତିଶତ ଶୁଳ୍କ ଲାଗିବ। ଏଥିରେ MCC ୪୧୧୧, ୪୭୮୪ ଓ ୪୧୩୧ ଅଧୀନରେ ଚିହ୍ନଟ ହେଉଥିବା କାରବାରଗୁଡ଼ିକ ସାମିଲ ରହିଛି।

ଉଦାହରଣ ସ୍ବରୂପ, ଯଦି କୌଣସି ଗ୍ରାହକ ନିଜ ଏସ୍‌ବିଆଇ କ୍ରେଡିଟ କାର୍ଡ ମାଧ୍ୟମରେ ୩୫,୦୦୦ ଟଙ୍କାର ଏକ ଯୋଗ୍ୟ ପରିବହନ ପେମେଣ୍ଟ କରନ୍ତି, ତେବେ ତାଙ୍କୁ ଅତିରିକ୍ତ ୩୫୦ ଟଙ୍କା ଶୁଳ୍କ ଦେବାକୁ ପଡ଼ିବ। ଅର୍ଥାତ୍‌ ମୂଳ ପେମେଣ୍ଟ ରାଶି ସହ ଏହି ଅତିରିକ୍ତ ଶୁଳ୍କ ମଧ୍ୟ ଆପଣଙ୍କ କ୍ରେଡିଟ କାର୍ଡ ବିଲରେ ଯୋଡ଼ି ହୋଇପାରେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାରତ ଉପରେ ‘ଏଲ ନିନୋ’ (El Ni୦o) ର ଗମ୍ଭୀର ପ୍ରଭାବ; ଦେଶରେ ୬ ମାସ ମଧ୍ୟରେ ୫୫ହଜାର ଲୋକଙ୍କର ହୋଇପାରେ ମୃତ୍ୟୁ!

ନୂଆଦିଲ୍ଲୀ,୨୯।୧୦: ‘ସୁପର’ ଏଲ ନିନୋ ଯୋଗୁ, ବିଶ୍ୱ ବୃଷ୍ଟିପାତ ଢାଞ୍ଚା ପରିବର୍ତ୍ତନ ହେଉଛି ଏବଂ 2026 ରେ ତାପମାତ୍ରା ବୃଦ୍ଧି ପାଉଛି। ପ୍ରତିକ୍ରିୟା ସ୍ବରୂପ, ‘କ୍ଲାଇମେଟ ଇମ୍ପାକ୍ଟ…

ଖବର ପ୍ରସାରଣ ପରେ ସନ୍ତୋଷୀଙ୍କ ନିକଟରେ ପହଞ୍ଚିଲା ପ୍ରଶାସନ

ଗଞ୍ଜାମ,୨୯ା୧୦(ବିଦ୍ୟାଧର ସାହୁ): ସାମୁଦ୍ରିକ ଝଡ଼ ଅର୍ଣ୍ଣବ ପ୍ରଭାବରେ ଲଗାଣ ବର୍ଷା ଓ ପବନ ଯୋଗୁ ଗଞ୍ଜାମ ସହର ସାନ ବଜାରସ୍ଥିତ ଓ୍ବାର୍ଡ ନଂ ୭ ବାଲିସାହି ସନ୍ତୋଷୀ…

ନିର୍ଜନ ଜଙ୍ଗଲ ଭିତରକୁ ଆଲିଆଙ୍କୁ ନେଇଗଲେ ରଣବୀର, ହଠାତ୍‌ ଗାଡ଼ି ରଖି କହିଲେ…

ବଲିଉଡ୍‌ର ଲୋକପ୍ରିୟ ଯୋଡ଼ି ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ପ୍ରେମ କାହାଣୀକୁ ନେଇ ପୁଣି ଚର୍ଚ୍ଚା। ୧୪ ଏପ୍ରିଲ ୨୦୨୨ରେ ବିବାହ କରିଥିବା ଏହି ଯୋଡ଼ିଙ୍କ…

ଏହି ବ୍ୟାଙ୍କ୍‌ ଖାତାରେ ଟଙ୍କା ଅଛି କି? ଡିସେମ୍ୱର ୧ରୁ ବଦଳିବ ନିୟମ, ଜାଣନ୍ତୁ ନଚେତ୍‌ ପସ୍ତେଇବେ

ନୂଆଦିଲ୍ଲୀ,୨୯।୧୦: ଆକ୍ସିସ ବ୍ୟାଙ୍କ (Axis Bank) ନିଜର କୋଟି କୋଟି ଖାତାଧାରୀଙ୍କ ପାଇଁ ନିୟମରେ ପରିବର୍ତ୍ତନ କରିବାକୁ ଯାଉଛି। ଏବେ ଆକାଉଣ୍ଟରେ କମ ଟଙ୍କା ରଖିବା, ନଗଦ…

ଧସିଲା ପାହାଡ଼: ମା’ ସିଦ୍ଧ ବାଙ୍କେଶ୍ୱରୀଙ୍କ ପୀଠକୁ ଯୋଗାଯୋଗ ବିଚ୍ଛିନ୍ନ

ଦିଗପହଣ୍ଡି,୨୯ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡି ଗ୍ରାମ ନିକଟସ୍ଥ କେରାଣ୍ଡିମାଳ ପର୍ବତ ଶୀର୍ଷରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ…

ଚତୁର୍ଥ ଟି-୨୦ରୁ ବୈଭବଙ୍କୁ ବାହାର କରିବାକୁ ପଡିବ? କାହିଁକି ଏପରି କହିଲେ ଅଶ୍ୱିନ, ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୨୯।୧୦: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ସିରିଜର ପରବର୍ତ୍ତୀ ମୁକାବିଲା ଏବେ ଅକଲାଣ୍ଡରେ ଖେଳାଯିବ। ଶୁକ୍ରବାର, ଅକ୍ଟୋବର ୩୦ ତାରିଖରେ ଉଭୟ ଦଳ ଚତୁର୍ଥ…

ପ୍ରଥମ ଥର କରୱା ଚୌଥ ବ୍ରତ ପାଳନ କଲେ ଶିଖର ଧୱନଙ୍କ ପତ୍ନୀ; କହିଲେ, ‘ମୁଁ ବହୁତ ଭାଗ୍ୟଶାଳୀ’

ନୂଆଦିଲ୍ଲୀ,୨୯।୧୦: ଆଜି ହେଉଛି କରୱା ଚୌଥ ପର୍ବ, ଯେଉଁ ଦିନ ପତ୍ନୀମାନେ ନିଜ ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ଉପବାସ ରଖିଥାନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ…

ଏହି ଜିଲାରେ ୩୧ ପର୍ଯ୍ୟନ୍ତ ସବୁ ଶିକ୍ଷାନୁଷ୍ଠାନ ବନ୍ଦ

ଛତ୍ରପୁର,୨୯ା୧୦(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲଗାଣ ବର୍ଷା ସାଙ୍ଗକୁ ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ଜାରି ରହିଥିବାରୁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ଅଙ୍ଗନଓ୍ବାଡ଼ି କେନ୍ଦ୍ର, ସ୍କୁଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?