ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା: ଏଭଳି ଭାବେ ଆପ୍‌ରେ ରେଜିଷ୍ଟ୍ରେଶନ କରି ଲାଭ ଉଠାନ୍ତୁ…

ନୂଆଦିଲ୍ଲୀ,୧୦।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ଦେଶର କୋଟି କୋଟି କୃଷକ ବାର୍ଷିକ ୬୦୦୦ ଟଙ୍କା ଲାଭ କରୁଛନ୍ତି। ଏହି ଯୋଜନାର ହିତାଧିକାରୀଙ୍କ ସଂଖ୍ୟା ୧୪ କୋଟି ଅତିକ୍ରମ କରିଛି। ଫେବୃଆରୀ ୨୦୧୯ରେ ଆରମ୍ଭ ହୋଇଥିବା ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି କ୍ଷୁଦ୍ର ଏବଂ ମଧ୍ୟବିତ୍ତ ଚାଷୀଙ୍କ ଆୟ ବୃଦ୍ଧିରେ ସାହାଯ୍ୟ କରିବା। ଗତ ମାସରେ ଅଗଷ୍ଟ ୯ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନାର ନବମ କିସ୍ତି ପ୍ରଦାନ କରିଥିଲେ।

ଏବେ ଆପଣ ଏହାର ଆପ୍‌ ଡାଉନଲୋଡ କରିବେ:
ଯୋଜନାର ଲାଭ ଉଠାଇବାକୁ ହେଲେ ନିକଟସ୍ଥ ଡାକଘରକୁ ଯାଇ ସିଏସ୍‌ସି କାଉଣ୍ଟରରେ ପଞ୍ଜୀକୃତ କରାଇପାରିବେ। ଏହା ବ୍ୟତୀତ ଆପଣ ପିଏମ୍‌ କିଷାନ ନିଧିର ୱେବସାଇଟ୍‌କୁ ଯାଇ ପଞ୍ଜିକରଣ କରିପାରିବେ। ଯଦି ଆପଣ ଆଣ୍ଡ୍ରଏଡ ଫୋନ ବ୍ୟବହାର କରନ୍ତି ତେବେ ଗୁଗୁଲ ପ୍ଲେ ଷ୍ଟୋରକୁ ଯାଇ ଆପଣ PM Kisan GoI ମୋବାଇଲ ଆପ ଡାଉନଲୋଡ କରିପାରିବେ।

କିପରି ପଞ୍ଜିକରଣ କରିବେ:
-ସର୍ବପ୍ରଥମେ ନୂତନ ପଞ୍ଜୀକରଣର ଲିଙ୍କରେ କ୍ଲିକ କରନ୍ତୁ।
-ଏହା ପରେ ଆଧାର ନମ୍ବର ପୁରଣ କରନ୍ତୁ ଏବଂ ଆପଣଙ୍କର ରାଜ୍ୟ ଚୟନ କରନ୍ତୁ।
-ଏହା ପରେ ଇମେଜ କୋଡ (କ୍ୟାପ୍‌ଚା କୋଡ) ଦିଅନ୍ତୁ। ସୂଚନା ଦେବା ପରେ ଆପଣଙ୍କୁ ନାମ, ଠିକଣା, ବ୍ୟାଙ୍କ ଆକାଉଣ୍ଟ ବିବରଣୀ, IFSC କୋର୍ଡ ପୂରଣ କରିବାକୁ ପଡିବ।
ଏହା ପରେ ଆପଣଙ୍କୁ ଜମିର ସବିଶେଷ ତଥ୍ୟ ପୂରଣ କରିବାକୁ ପଡିବ।
-ସମସ୍ତ ବିବରଣୀ ପୂରଣ କରିବା ପରେ ଦାଖଲ ବଟନ ଉପରେ କ୍ଲିକ କରିବାକୁ ହେବ। ଏହାପରେ ତୁମର ମୋବାଇଲ ପଞ୍ଜିକରଣ ସମାପ୍ତ ହେବ।

କହିରଖୁସୁଛୁ ଯେ, ଏହି ଯୋଜନା ପାଇଁ କୃଷକମାନଙ୍କୁ ପଞ୍ଜୀକରଣ କରିବାକୁ ସାଧାରଣ ସେବା କେନ୍ଦ୍ର (CSC) କୁ ମଧ୍ୟ ଅନୁମତି ଦିଆଯାଇଛି। ଉପରୋକ୍ତ ସୁବିଧା ମଧ୍ୟ CSC ମାଧ୍ୟମରେ ଉପଲବ୍ଧ ହେଉଛି। କୃଷି ଜନଗଣନା ୨୦୧୫-୧୬ ଉପରେ ଆଧାର କରି, ଏହି ଯୋଜନା ଅଧୀନରେ ଉପକୃତ ହେବାକୁ ଥିବା ମୋଟ ହିତାଧିକାରୀଙ୍କ ସଂଖ୍ୟା ହେଉଛି ୧୪ କୋଟି।ରାଜ୍ୟ ନୋଡାଲ ଅଫିସର (SNO) ଦ୍ୱାରା PM-Kisan ପୋର୍ଟାଲରେ ପ ପଞ୍ଜିକୃତ ହିତାଧିକାରୀମାନେ ୪ ମାସ ଅବଧି ମଧ୍ୟରେ ସେମାନଙ୍କ ସୁବିଧା ପାଇପାରିବେ ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?