ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା: ଏଭଳି ଭାବେ ଆପ୍‌ରେ ରେଜିଷ୍ଟ୍ରେଶନ କରି ଲାଭ ଉଠାନ୍ତୁ…

ନୂଆଦିଲ୍ଲୀ,୧୦।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ଦେଶର କୋଟି କୋଟି କୃଷକ ବାର୍ଷିକ ୬୦୦୦ ଟଙ୍କା ଲାଭ କରୁଛନ୍ତି। ଏହି ଯୋଜନାର ହିତାଧିକାରୀଙ୍କ ସଂଖ୍ୟା ୧୪ କୋଟି ଅତିକ୍ରମ କରିଛି। ଫେବୃଆରୀ ୨୦୧୯ରେ ଆରମ୍ଭ ହୋଇଥିବା ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି କ୍ଷୁଦ୍ର ଏବଂ ମଧ୍ୟବିତ୍ତ ଚାଷୀଙ୍କ ଆୟ ବୃଦ୍ଧିରେ ସାହାଯ୍ୟ କରିବା। ଗତ ମାସରେ ଅଗଷ୍ଟ ୯ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନାର ନବମ କିସ୍ତି ପ୍ରଦାନ କରିଥିଲେ।

ଏବେ ଆପଣ ଏହାର ଆପ୍‌ ଡାଉନଲୋଡ କରିବେ:
ଯୋଜନାର ଲାଭ ଉଠାଇବାକୁ ହେଲେ ନିକଟସ୍ଥ ଡାକଘରକୁ ଯାଇ ସିଏସ୍‌ସି କାଉଣ୍ଟରରେ ପଞ୍ଜୀକୃତ କରାଇପାରିବେ। ଏହା ବ୍ୟତୀତ ଆପଣ ପିଏମ୍‌ କିଷାନ ନିଧିର ୱେବସାଇଟ୍‌କୁ ଯାଇ ପଞ୍ଜିକରଣ କରିପାରିବେ। ଯଦି ଆପଣ ଆଣ୍ଡ୍ରଏଡ ଫୋନ ବ୍ୟବହାର କରନ୍ତି ତେବେ ଗୁଗୁଲ ପ୍ଲେ ଷ୍ଟୋରକୁ ଯାଇ ଆପଣ PM Kisan GoI ମୋବାଇଲ ଆପ ଡାଉନଲୋଡ କରିପାରିବେ।

କିପରି ପଞ୍ଜିକରଣ କରିବେ:
-ସର୍ବପ୍ରଥମେ ନୂତନ ପଞ୍ଜୀକରଣର ଲିଙ୍କରେ କ୍ଲିକ କରନ୍ତୁ।
-ଏହା ପରେ ଆଧାର ନମ୍ବର ପୁରଣ କରନ୍ତୁ ଏବଂ ଆପଣଙ୍କର ରାଜ୍ୟ ଚୟନ କରନ୍ତୁ।
-ଏହା ପରେ ଇମେଜ କୋଡ (କ୍ୟାପ୍‌ଚା କୋଡ) ଦିଅନ୍ତୁ। ସୂଚନା ଦେବା ପରେ ଆପଣଙ୍କୁ ନାମ, ଠିକଣା, ବ୍ୟାଙ୍କ ଆକାଉଣ୍ଟ ବିବରଣୀ, IFSC କୋର୍ଡ ପୂରଣ କରିବାକୁ ପଡିବ।
ଏହା ପରେ ଆପଣଙ୍କୁ ଜମିର ସବିଶେଷ ତଥ୍ୟ ପୂରଣ କରିବାକୁ ପଡିବ।
-ସମସ୍ତ ବିବରଣୀ ପୂରଣ କରିବା ପରେ ଦାଖଲ ବଟନ ଉପରେ କ୍ଲିକ କରିବାକୁ ହେବ। ଏହାପରେ ତୁମର ମୋବାଇଲ ପଞ୍ଜିକରଣ ସମାପ୍ତ ହେବ।

କହିରଖୁସୁଛୁ ଯେ, ଏହି ଯୋଜନା ପାଇଁ କୃଷକମାନଙ୍କୁ ପଞ୍ଜୀକରଣ କରିବାକୁ ସାଧାରଣ ସେବା କେନ୍ଦ୍ର (CSC) କୁ ମଧ୍ୟ ଅନୁମତି ଦିଆଯାଇଛି। ଉପରୋକ୍ତ ସୁବିଧା ମଧ୍ୟ CSC ମାଧ୍ୟମରେ ଉପଲବ୍ଧ ହେଉଛି। କୃଷି ଜନଗଣନା ୨୦୧୫-୧୬ ଉପରେ ଆଧାର କରି, ଏହି ଯୋଜନା ଅଧୀନରେ ଉପକୃତ ହେବାକୁ ଥିବା ମୋଟ ହିତାଧିକାରୀଙ୍କ ସଂଖ୍ୟା ହେଉଛି ୧୪ କୋଟି।ରାଜ୍ୟ ନୋଡାଲ ଅଫିସର (SNO) ଦ୍ୱାରା PM-Kisan ପୋର୍ଟାଲରେ ପ ପଞ୍ଜିକୃତ ହିତାଧିକାରୀମାନେ ୪ ମାସ ଅବଧି ମଧ୍ୟରେ ସେମାନଙ୍କ ସୁବିଧା ପାଇପାରିବେ ।


Enter your email to get our daily news in your inbox.

All Right Reserved By Dharitri.Com

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

ଅମ୍ବାନୀ ଆଣିଲେ ୧ ଟଙ୍କାରେ ଓଟିଟିର ଜବରଦସ୍ତ ପ୍ଲାନ୍‌: ଆମାଜନ, ନେଟଫ୍ଲିକ୍ସକୁ ମିଳିବ ଟକ୍କର

ନୂଆଦିଲ୍ଲୀ,୨୫।୪: ମୁକେଶ ଅମ୍ବାନୀଙ୍କ ଜିଓସିନେମା ପ୍ଲାଟଫର୍ମରେ ଏବେ ଦୈନିକ ୧ ଟଙ୍କାରୁ କମ୍‌ ଖର୍ଚ୍ଚ କରି ହଲିଉଡ୍‌ ଫିଲ୍ମ ଏବଂ ଟିଭି ଶୋ’ର ମଜା ନେଇପାରିବେ।...

ଶେୟାର ବଜାରର ଉତ୍ସାହ, ମାର୍କେଟ କ୍ୟାପ୍ ୪୦୪ ଲକ୍ଷ କୋଟି ପାର

ମୁମ୍ବାଇ,୨୫।୪: ଗୁରୁବାର ଦ୍ୱିପ୍ରହରରେ ଶେୟାର ବଜାରରେ କିଣାବିକା ବଢିବା ସହିତ ଭାରତୀୟ ଶେୟାର ବଜାର ଉତ୍ସାହ ସହିତ ବନ୍ଦ ହୋଇଛି। ସେନସେକ୍ସ ୭୪,୦୦୦ ପଏଣ୍ଟ ପାର...

୫୨୭ ଟି ଭାରତୀୟ ପଦାର୍ଥରେ କ୍ୟାନ୍ସର ସୃଷ୍ଟିକାରୀ ରାସାୟନିକ ପଦାର୍ଥ ପାଇଲା ୟୁରୋପୀୟ ୟୁନିଅନ: ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ,୨୫।୪: ୟୁରୋପୀୟ ୟୁନିଅନର ଖାଦ୍ୟ ନିରାପତ୍ତା କର୍ତ୍ତୃପକ୍ଷ ଇଥାଇଲନ୍ ଅକ୍ସାଇଡ୍, କର୍କଟ ସୃଷ୍ଟି କରୁଥିବା ରାସାୟନିକ ପଦାର୍ଥ ଭାରତ ସହିତ ସଂଯୁକ୍ତ ୫୨୭ ଉତ୍ପାଦରେ ଚିହ୍ନଟ...

ହର୍ଲିକ୍ସରୁ ‘ସ୍ୱାସ୍ଥ୍ୟ’ ଲେବଲ୍ ପ୍ରତ୍ୟାହାର କଲା ଏଚୟୁଏଲ, ‘ପୁଷ୍ଟିକର ପାନୀୟ’ ଭାବରେ କଲା ରିବ୍ରାଣ୍ଡିଂ

ନୂଆଦିଲ୍ଲୀ,୨୫।୪: ସ୍ୱାସ୍ଥ୍ୟ ପାନୀୟ ବର୍ଗରେ ସାମ୍ପ୍ରତିକ ନିୟାମକ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ହିନ୍ଦୁସ୍ତାନ ୟୁନିଲିଭର (ଏଚୟୁଏଲ) ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ରିବ୍ରାଣ୍ଡିଂ ପଦକ୍ଷେପ ନେଇଛି। କମ୍ପାନୀ...

ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ସହ କାବିଲର ବୁଝାମଣା

ଭୁବନେଶ୍ୱର,୨୫।୪: କାଉନସିଲ ଅଫ୍‌ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସ୍‌ଆଇଆର୍‌)ର ପ୍ରମୁଖ ପ୍ରତିଷ୍ଠାନ ନ୍ୟାଶନାଲ ଜିଓଫିଜିକାଲ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ବା ଏନ୍‌ଜିଆର୍‌ଆଇ ଅଥବା ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ଏବଂ...

ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ

ଭୁବନେଶ୍ୱର,୨୫।୪: ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ ‘ବିନ୍ଧ୍ୟ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଚଳିତ ବର୍ଷର ଅକ୍ଷୟ ତୃତୀୟା ଉପଲକ୍ଷେ ରିଲାଏନ୍ସ ଜୁଏଲ୍ସ ବିନ୍ଧ୍ୟ...

୫୦୦୦ ଟଙ୍କା କମିଲା ରୁପା, ୧୬୦୦ଟଙ୍କା କମିଲା ସୁନା

ଭୁବନେଶ୍ୱର,୨୫।୪ (ଅଭୟ ଦାଶ): କ୍ରମାଗତ ଭାବେ ସୁନା ଓ ରୁପା ଦରରେ ହ୍ରାସ ଘଟିବାରୁ ଅଳଙ୍କାର ବଜାରରେ ସୁଧାର ଆସିଛି। ଏପରିକି ଦରବୃଦ୍ଧିକୁ ନେଇ ଆଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri