ଟ୍ରମ୍ପଙ୍କୁ Sorry ମାଗିଲେ ପ୍ରଧାନମନ୍ତ୍ରୀ: ଜାଣନ୍ତୁ ଏହା ପଛର କାରଣ

ଓ୍ବାଶିଂଟନ୍‌,୧।୧୧: କାନାଡା ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଇଛି। କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଆମେରିକା ରାଷ୍ଟ୍ରପତିଙ୍କୁ କ୍ଷମା ମାଗିଛନ୍ତି। ଏହା କାର୍ନି ନିଜେ ସ୍ବୀକାର କରିଛନ୍ତି। ପୂର୍ବତନ ଆମେରିକା ରାଷ୍ଟ୍ରପତି ରୋନାଲ୍ଡ ରେଗାନଙ୍କ ସ୍ବର ବ୍ୟବହାର କରିଥିବା ଏକ ବିବାଦୀୟ ବିଜ୍ଞାପନ ଯୋଗୁ ଏହି କ୍ଷମା ମାଗିଛନ୍ତି। କାର୍ନି କହିଛନ୍ତି, ରାଷ୍ଟ୍ରପତି ଟ୍ରମ୍ପ ବିରକ୍ତ ହେବାରୁ ମୁଁ ତାଙ୍କ ନିକଟରେ କ୍ଷମା ମାଗିଛି। ଯେତେବେଳେ ଆମେରିକା ପ୍ରସ୍ତୁତ ହେବ, ଆଲୋଚନା ପୁଣି ଆରମ୍ଭ ହେବ।
ଅଣ୍ଟାରିଆ ପ୍ରିମିୟର ଡଗ ଫୋର୍ଡ ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ଏକ ରାଜନୈତିକ ବିଜ୍ଞାପନ ଶେୟାର କରିଥିଲେ। ବିଜ୍ଞାପନରେ ରୋନାଲ୍ଡ ରେଗାନଙ୍କ ଏକ ପୁରୁଣା ରେଡିଓ ଭାଷଣର ଏକ କ୍ଲିପ ଥିଲା। ଏଥିରେ ସେ ଶୁଳ୍କର ବିପଦ ବିଷୟରେ କହିଥିଲେ। ରେଗାନଙ୍କ ସ୍ବରରେ କୁହାଯାଇଛି ଯେ, ଶୁଳ୍କ ପ୍ରଥମ ନଜରରେ ଦେଶପ୍ରେମୀ ମନେହୁଏ, କିନ୍ତୁ ଦୀର୍ଘକାଳୀନ ଭାବରେ ଏହା ପ୍ରତ୍ୟେକ ଆମେରିକୀୟ ଶ୍ରମିକ ଏବଂ ଗ୍ରାହକଙ୍କୁ କ୍ଷତି ପହଞ୍ଚାଏ। ଏକ କ୍ରିକେଟ ମ୍ୟାଚ ସମୟରେ ଫକ୍ସ ସ୍ପୋର୍ଟସରେ ପ୍ରସାରିତ ବିଜ୍ଞାପନକୁ ୯ ନିୟୁତରୁ ଅଧିକ ଲୋକ ଏହାକୁ ଦେଖିଥିଲେ।

ରେଗାନ ପ୍ରେସିଡେନ୍ସିଆଲ ଫାଉଣ୍ଡେସନ ବିଜ୍ଞାପନ ପ୍ରତି ଅସନ୍ତୋଷ ପ୍ରକାଶ କରିଛି। ଫାଉଣ୍ଡେସନ କହିଛି ଯେ, କ୍ଲିପକୁ କାନାଡା କିମ୍ବା ଓଣ୍ଟାରିଆ ସରକାର ଅନୁମତି ଦେଇ ନ ଥିଲେ ଏବଂ ଏହାକୁ ଭୁଲ୍‌ ଉପାୟରେ ସମ୍ପାଦିତ କରାଯାଇଥିଲା। ଫାଉଣ୍ଡେସନ ଏବେ ଏହି ମାମଲାରେ ଆଇନଗତ ବିକଳ୍ପଗୁଡ଼ିକ ବିଚାର କରୁଛି।

ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ, ଟ୍ରୁଥ ସୋସିଆଲରେ ଲେଖିଛନ୍ତି ଯେ, କାନାଡା ରେଗାନଙ୍କୁ ଶୁଳ୍କ ବିରୋଧୀ ଭାବରେ ଚିତ୍ରଣ କରି ଏକ ନକଲି ବିଜ୍ଞାପନ ଚଲାଇଛି। ଏହା ଏକ ପ୍ରତାରଣାମୂଳକ ପଦକ୍ଷେପ। କାନାଡାର ଆଚରଣ ‘ଆମେରିକୀୟ ସ୍ବାର୍ଥ ଉପରେ ଆକ୍ରମଣ’ ଏବଂ ଏହା ଦୁଇ ଦେଶ ମଧ୍ୟରେ ବିଶ୍ୱାସକୁ ଗୁରୁତର ଭାବରେ କ୍ଷତି ପହଞ୍ଚାଇଛି।

ବିବାଦ ବୃଦ୍ଧି ପାଇବା ପରେ, ହ୍ବାଇଟ ହାଉସ ଘୋଷଣା କରିଛି ଯେ, କାନାଡା ଉତ୍ପାଦ ଉପରେ ୧୦% ଅତିରିକ୍ତ ଶୁଳ୍କ ଲାଗୁ କରାଯିବ। ଏହି ଶୁଳ୍କ ବିଶେଷ ଭାବରେ ଆଲୁମିନିୟମ ଏବଂ କୃଷି ଉତ୍ପାଦ ଉପରେ ପ୍ରଯୁଜ୍ୟ ହେବ। ଯେପର୍ଯ୍ୟନ୍ତ କାନାଡା ଏହାର ଭୁଲ ସୂଚନା ନୀତି ବନ୍ଦ ନ କରେ ସେପର୍ଯ୍ୟନ୍ତ କୌଣସି ବାଣିଜ୍ୟ ସମ୍ବନ୍ଧୀୟ ଆଲୋଚନା ହେବ ନାହିଁ।

କାନାଡା ପ୍ରଧାନମନ୍ତ୍ରୀ କହିଛନ୍ତି, ତାଙ୍କ ସରକାରଙ୍କ ଉଦ୍ଦେଶ୍ୟ ଆମେରିକା ସହିତ ମୁକାବିଲା ନୁହେଁ, ବରଂ ଆଲୋଚନା ଏବଂ ସହଯୋଗ। ଆମେ ଆମେରିକା ସହିତ ଏକ ସ୍ଥାୟୀ ସମ୍ପର୍କ ଚାହୁଁଛୁ। ଯେତେବେଳେ ସେମାନେ ପ୍ରସ୍ତୁତ ହେବେ ଆମେ ଆଲୋଚନା ପାଇଁ ପ୍ରସ୍ତୁତ। କାନାଡା ନିରପେକ୍ଷ ବାଣିଜ୍ୟରେ ବିଶ୍ୱାସ କରେ ଏବଂ ଆମେରିକା ନୀତିକୁ ଚ୍ୟାଲେଞ୍ଜ କରିବାକୁ ଇଚ୍ଛୁକ ନୁହେଁ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌ଇଇଟି-ୟୁଜି ପୁନଃ ପରୀକ୍ଷା, ନାଗପୁର ଛାତ୍ରଙ୍କୁ ଆବୁଧାବି ପରୀକ୍ଷା କେନ୍ଦ୍ର

ନାଗପୁର,୨୦ା୬: ଏନ୍‌ଇଇଟି-ୟୁଜି ପୁନଃ ପରୀକ୍ଷା ରବିବାର ହେବାକୁ ଥିବାବେଳେ ନାଗପୁରର ଜଣେ ଛାତ୍ରଙ୍କୁ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ର ଆବୁଧାବିରେ ପରୀକ୍ଷା କେନ୍ଦ୍ର ଦିଆଯାଇଥିବା ପରିବାର ଲୋକେ…

କୋହଲି ଦେବେ ଫିଟ୍‌ନେସ୍‌ ପରୀକ୍ଷା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୦ା୬: ଷ୍ଟାର ବ୍ୟାଟର ବିରାଟ କୋହଲି ସୁସ୍ଥ ହେବାରେ ଲାଗିଛନ୍ତି। ଇଂଲଣ୍ଡ ବିପକ୍ଷ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜ ପୂର୍ବରୁ ଜୁନ୍‌ ୨୨ରେ ତାଙ୍କ ଫିଟ୍‌ନେସ ଟେଷ୍ଟ…

୪୯ ପ୍ଲଟ, କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ: ଗିରଫ ହେଲେ ଯନ୍ତ୍ରୀ ସତ୍ୟନାରାୟଣ ସେଠୀ

କୋରାପୁଟ, ୨୦।୬ (ଅମିତାଭ ବେହେରା): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀଙ୍କୁ ଓଡ଼ିଶା ଭିଜିଲାନ୍ସ…

୩-୦ରେ ଭାରତର କ୍ଲିନ ସୁଇପ

ଚେନ୍ନାଇ,୨୦ା୬: ପ୍ରସିଦ୍ଧ କ୍ରିଷ୍ଣାଙ୍କ ୫ ଉଇକେଟ ସଫଳତା ଏବଂ ଯଶସ୍ବୀ ଜୟସ୍ବାଲଙ୍କ ଅପରାଜିତ ଶତକ ବଳରେ ତୃତୀୟ ଦିନିକିଆ ମ୍ୟାଚ୍‌ରେ ଭାରତ ୯ ଉଇକେଟରେ ଆଫଗାନିସ୍ତାନକୁ ପରାସ୍ତ…

ଗାଁକୁ ପଶି ଆସିଲା ଭାଲୁ, ଲୋକେ ଆତଙ୍କିତ

କୋକସରା,୨୦।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଜଙ୍ଗଲକ୍ଷୟ ହେବା ଯୋଗୁ ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହେଉଛନ୍ତି ବନ୍ୟଜନ୍ତୁ। ଏହି ପରିପ୍ରେକ୍ଷୀରେ ଏକ ଭାଲୁ କୋକସରା ଫରେଷ୍ଟ ସେକ୍ସନ ଚିକିଲି…

ଚାମେଲି ଓଝାଙ୍କୁ ନ୍ୟାୟ ପ୍ରଦାନ ଦାବି ତେଜିଲା

ଭବାନୀପାଟଣା,୨୦।୬(ଉତ୍ତମ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ତିଖିରି ପଞ୍ଚାୟତ ସରପଞ୍ଚ ଚାମେଲି ଓଝାଙ୍କୁ ନ୍ୟାୟ ପ୍ରଦାନ ଦାବି କରିଛି କଳାହାଣ୍ଡି ସରପଞ୍ଚ ସଂଘ। ଶନିବାର ରାଜ୍ୟ ସରପଞ୍ଚ…

ବ୍ଲଡ୍‌ ବ୍ୟାଙ୍କ ବନ୍ଦ ଯୋଗୁ ଶିଶୁଙ୍କୁ ମିଳିଲାନି ରକ୍ତ, ହସ୍ପିଟାଲରେ ଚାଲିଗଲା ଜୀବନ

ଧର୍ମଗଡ଼,୨୦।୬(ଘାସିରାମ ଜଗତ): କଳାହାଣ୍ଡି ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ରକ୍ତ ନ ମିଳିବାରୁ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଥିବା ପରିବାର…

ଲେବାନନରେ ଇସ୍ରାଏଲର ଆକ୍ରମଣ ପରେ ରାଗିଗଲା ଇରାନ; ବନ୍ଦ କରିଦେଲା ହର୍ମୁଜ, ପୁଣି ହେବ ଯୁଦ୍ଧ!

ତେହରାନ,୨୦।୬: ବିଶ୍ୱ ଅର୍ଥନୀତି ପାଇଁ ଶାନ୍ତି ଚୁକ୍ତିନାମା ଏବଂ ମଧ୍ୟପ୍ରାଚ୍ୟରେ ସ୍ୱାଭାବିକତା ଫେରିବାର ଆଶା ପୁଣି ଥରେ ମଳିନ ହେଉଥିବା ପରି ମନେ ହେଉଛି। ଲେବାନନରେ ଇସ୍ରାଏଲ ଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri