ଏଣିକି ନୂଆ ପଦ୍ଧତିରେ ଯୁକ୍ତ୨ ପରୀକ୍ଷା

ଭୁବନେଶ୍ୱର, ୪।୧୦(ବ୍ୟୁରୋ): କୋଭିଡ୍‌ ସ୍ଥିତିକୁ ଦୃଷ୍ଟିରେ ରଖି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଯୁକ୍ତ୨ ପରୀକ୍ଷାକୁ ନୂଆ ପଦ୍ଧତିରେ କରିବାକୁ ନିଷ୍ପତ୍ତି ନେଇଛି। ଦୁଇବର୍ଷ ମଧ୍ୟରେ ୬ଟି ଇଣ୍ଟରନାଲ ଓ ୨ଟି ଆନୁଆଲ ପରୀକ୍ଷା ହେବ। ତିନି ମାସକୁ ଥରେ ହେବାକୁ ଥିବା ୨୦ ମାର୍କ ବିଶିଷ୍ଟ ଇଣ୍ଟରନାଲ୍‌ ପରୀକ୍ଷାଗୁଡ଼ିକରେ ପ୍ରଶ୍ନ କିପରି ଆସିବ ତାହା ବି ସ୍ପଷ୍ଟ କରାଯାଇଛି। ୬ଟି ୧ ମାର୍କ ବିଶିଷ୍ଟ ଅତି ସଂକ୍ଷିପ୍ତ ପ୍ରଶ୍ନ ଆସିବ। ସେହିପରି ୨ ମାର୍କ ବିଶିଷ୍ଟ ସଂକ୍ଷିପ୍ତ ପ୍ରଶ୍ନ ୪ଟି ରହିବ, ଯେଉଁଥିରୁ ପରୀକ୍ଷାର୍ଥୀ ତିନୋଟିର ଉତ୍ତର ଦେବେ। ୪ ମାର୍କ ବିଶିଷ୍ଟ ୩ଟି ପ୍ରଶ୍ନରୁ ପରୀକ୍ଷାର୍ଥୀ ୨ଟିର ଉତ୍ତର ଦେବେ। ମୋଟ୍‌ ୪୫ ମିନିଟ୍‌ରେ ଏହି ପରୀକ୍ଷା ହେବ। ତେବେ ପ୍ରଶ୍ନ ପଢ଼ି ବୁଝିବା ପାଇଁ ଅତିରିକ୍ତ ୫ ମିନିଟ୍‌ ସମୟ ଦିଆଯିବ। ଏହି ପଦ୍ଧତିରେ ପରୀକ୍ଷା କରାଇବାକୁ କଲେଜଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।
ଅନ୍ୟପକ୍ଷରେ ଯୁକ୍ତ୨ ପ୍ରଥମ ବର୍ଷ ପରୀକ୍ଷା କଲେଜ ସ୍ତରରେ ହେବ। ସିଏଚ୍‌ଏସ୍‌ଇ କେବଳ ଯୁକ୍ତ୨ ବୋର୍ଡ ପରୀକ୍ଷା ପରିଚାଳନା କରିବ। କଲେଜ ସ୍ତରରେ ଯେଉଁ ପରୀକ୍ଷା ହେବ ତା’ର ଫଳକୁ ଅନ୍‌ଲାଇନ୍‌ ଜରିଆରେ ସିଏଚ୍‌ଏସ୍‌ଇକୁ ପଠାଯିବ। ଭବିଷ୍ୟତରେ ମହାମାରୀ ଯୋଗୁ ପରୀକ୍ଷା ବାତିଲ ହେଲେ ଏସବୁ ପରୀକ୍ଷା ଆଧାରରେ ମାର୍କ ଦିଆଯିବ। ପ୍ରଥମ ବର୍ଷର କୋର୍ସ ଦ୍ୱିତୀୟ ବର୍ଷରେ ଆସିବ ନାହିଁ। ସେହିପରି ଗତବର୍ଷ ଭଳି ଏବର୍ଷ ବି ୩୦ ପ୍ରତିଶତ କମ୍‌ ସିଲାବସ୍‌ରେ ଶିକ୍ଷାଦାନ ହେବ ବୋଲି ସିଏଚ୍‌ଏସ୍‌ଇ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେବୀ ନଦୀରେ ବନ୍ୟାଜଳ ବୃଦ୍ଧି, ଉପକୂଳବର୍ତ୍ତୀ ଗ୍ରାମବାସୀ ଆତଙ୍କିତ

କାକଟପୁର,୧୧।୯(ଡି.ଏନ୍‌.ଏ.): ଲଗାଣ ବର୍ଷା ଏବଂ ହୀରାକୁଦ ଡ୍ୟାମ୍‌ରୁ ବନ୍ୟାଜଳ ନିଷ୍କାସନ ହେବା ପରେ ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି କ୍ରମରେ କାକଟପୁର...

ଲିଜ୍‌ଧାରୀ ପୈଠ କରିବେ ୧କୋଟି

ବାଲେଶ୍ୱର ଅଫିସ, ୧୫।୧୦: ବାଲେଶ୍ୱର ଜିଲା ବସ୍ତା ତହସିଲ ଅଧୀନ ସୁବର୍ଣ୍ଣରେଖା ନଦୀର ବେଣାପୁର(କ)ବାଲିଖାଦାନ ଲିଜ୍‌ରୁ ବେଆଇନ ଭାବେ ଅଧିକ ବାଲି ଉତ୍ତୋଳନ ମାମଲାର ଏନଜିଟି...

କଟକରେ ହେବ ଆଣ୍ଟିଜେନ୍‌ ଟେଷ୍ଟ

କଟକ ଅଫିସ,୫।୭-କଟକ ସହରର ହସ୍ପିଟାଲଗୁଡ଼ିକରେ କରୋନା କାୟା ବିସ୍ତାର କରି ଚାଲିଛି। ବିଶେଷ କରି ଏସ୍‌ସିବି ଓ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନରେ...

ବିବନଙ୍କୁ ଚିହ୍ନିଲେ ଅଞ୍ଜନା

ଭୁବନେଶ୍ୱର,୪।୩ (ବ୍ୟୁରୋ): ଦୀର୍ଘ ୨୨ବର୍ଷ ପରେ ଅଞ୍ଜନା ମିଶ୍ର ଗଣବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବିବନ ବିଶ୍ୱାଳଙ୍କ ବୁଧବାର ଟେଷ୍ଟ ଆଇଡେଣ୍ଟିଫିକେଶନ(ଟିଆଇ) ପରେଡ୍‌ ବା...

ଗୁଳିବିଦ୍ଧ ଦନ୍ତାକୁ ଧରିପାରୁନି ବନ ବିଭାଗ

ଭୁବନେଶ୍ୱର(ବ୍ୟୁରୋ)/ ନରସିଂହପୁର(ସ୍ବ.ପ୍ର.), ୨୭।୭: ଆଠଗଡ଼ ବନଖଣ୍ଡରେ ହାତୀ ଶିକାର ରୋକିବାର ନାଁ ଧରୁନି। ଗତ ମାସରେ ମାଟିତଳୁ ୪ଟି ହାତୀ କଙ୍କାଳ ମିଳିବା ଏବଂ ଗୋଟିଏ...

ବିଶ୍ରାରେ ପୁଣି ୪୮ ଘଣ୍ଟା ପାଇଁ ବଢ଼ିଲା କଣ୍ଟେନ୍‌ମେଣ୍ଟ ଅବଧି

ସୁନ୍ଦରଗଡ଼,୧୬।୪(ଡିଏନଏ): ସୁନ୍ଦରଗଡ଼ ଜିଲା ବିଶ୍ରାରେ କଣ୍ଟେନମେଣ୍ଟ ଅବଧିକୁ ପୁଣି ୪୮ ଘଣ୍ଟା ପାଇଁ ବୃଦ୍ଧି କରାଯାଇଛି। ରାଜ୍ୟରେ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ...

ପ୍ରକାଶ ପାଇଲା ଓଟିଇଟି ପରୀକ୍ଷା ଫଳ

କଟକ ଅଫିସ,୧୦ା୧: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ଫଳ ସୋମବାର ପ୍ରକାଶ ପାଇଛି। ଏହି ପରୀକ୍ଷାରେ...

ରାଜଧାନୀରେ ଥମୁନି ଡେଙ୍ଗୁ

ଭୁବନେଶ୍ୱର,୩୦।୭(ବ୍ୟୁରୋ): କରୋନା ପରେ ଏବେ ଡେଙ୍ଗୁ ସଂକ୍ରମଣରେ ଅତିଷ୍ଠ ହେଲେଣି ରାଜଧାନୀବାସୀ। ଜ୍ୱର ହେବାମାତ୍ରେ ଭୟ ଘାରୁଛି। କେଉଁ ଜ୍ୱର ଡେଙ୍ଗୁର ଲକ୍ଷଣ ତାହାକୁ ନେଇ...

Advertisement
Archives

Model This Week