ଜୁଲାଇ ପ୍ରଥମ ସପ୍ତାହରେ ଯୁକ୍ତ୨ ଫଳ

ଭୁବନେଶ୍ୱର,୧୬।୫(ବ୍ୟୁରୋ): ଯୁକ୍ତ୨ ପରୀକ୍ଷାର ପ୍ରଥମ ପର୍ଯ୍ୟାୟ ସରିଥିବାବେଳେ ୨ୟ ପର୍ଯ୍ୟାୟ ଗତ ୧୧ ତାରିଖରୁ ଆରମ୍ଭ ହୋଇଛି। ଏହା ୩୧ ତାରିଖ ଯାଏ ଚାଲିବ। ତେବେ ଏହା ପୂର୍ବରୁ ପ୍ରଥମ ପର୍ଯ୍ୟାୟ ପରୀକ୍ଷାର ମୂଲ୍ୟାୟନ ପ୍ରକ୍ରିୟା ଆସନ୍ତା ୨୨ ତାରିଖ ପରିବର୍ତ୍ତେ ୨୫ ତାରିଖରୁ ଆରମ୍ଭ ହେବ। ଖାତାଦେଖା ପ୍ରାୟ ୨୪ରୁ ୨୬ ଦିନ ଲାଗିବ। ଅନ୍ୟାନ୍ୟ ପ୍ରକ୍ରିୟା ଶେଷ ହେବା ପରେ ଜୁଲାଇ ପ୍ରଥମ ସପ୍ତାହରେ ଫଳ ପ୍ରକାଶ କରାଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷରୁ ସୂଚନା ଦିଆଯାଇଛି। ଖାତାଦେଖା ଲାଗି ଏଥର ୬୪ଟି ଅଫ୍‌ଲାଇନ ଓ ୩୭ଟି ଇ-ମୂଲ୍ୟାୟନ କେନ୍ଦ୍ର ପ୍ରସ୍ତୁତ ହୋଇଛି। ବିଜ୍ଞାନ ଓ ବାଣିଜ୍ୟର
ସମସ୍ତ ଉତ୍ତର ଖାତା ଇ-ମୂଲ୍ୟାୟନ ପଦ୍ଧତିରେ କରାଯିବ। ୪ଟି ଜୋନ୍‌ ଯଥା ବ୍ରହ୍ମପୁର,
ସମ୍ବଲପୁର, ବାରିପଦା ଏବଂ ସେଣ୍ଟ୍ରାଲ ଜୋନରେ ମୋଟ ୩୭ଟି ଇ-ମୂଲ୍ୟାୟନ କେନ୍ଦ୍ରର ବ୍ୟବସ୍ଥା ହୋଇଛି। ସେହିପରି କଳା ଓ ଧନ୍ଦାମୂଳକ ଶିକ୍ଷାର ମୂଲ୍ୟାୟନ ୬୪ଟି କେନ୍ଦ୍ରରେ କରାଯିବ। ଏଥିପାଇଁ ୧୦ହଜାର ଅଧ୍ୟାପକଙ୍କୁ ନିୟୋଜିତ କରାଯିବ। ଅଫ୍‌ଲାଇନ କେନ୍ଦ୍ରରେ ଖାତାଦେଖା ଲାଗି ପ୍ରତ୍ୟେକ ଟେବୁଲରେ ୩ଜଣ ଅଧ୍ୟାପକ ରହିବେ। ସେମାନଙ୍କ ମଧ୍ୟରୁ ୨ଜଣ ଖାତା ଦେଖିବେ ଏବଂ ଜଣେ ପୁନଃଯାଞ୍ଚ କରିବେ। ମୂଲ୍ୟାୟନରେ ସ୍ବଚ୍ଛତା ଓ ନିର୍ଭୁଲ ଲାଗି ଅଧିକ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ରସାୟନ ବିଜ୍ଞାନରେ ସିଲାବସ୍‌ ବାହାରୁ ପ୍ରଶ୍ନ ଆସିଥିବା ନେଇ ହୋଇଥିବା ଅଭିଯୋଗ ଓ ଉକ୍ତ ପ୍ରଶ୍ନ ବାବଦକୁ ଗ୍ରେସ୍‌ମାର୍କ ପ୍ରସଙ୍ଗରେ ମଧ୍ୟ ପରିଷଦ ପକ୍ଷରୁ ଯାଞ୍ଚ କରାଯାଇଛି। ପ୍ରଶ୍ନପତ୍ରରେ ଗୋଟିଏ ପ୍ରଶ୍ନ ଜଟିଳ ରହିଛି। ତେବେ ଆଉଟ୍‌ ଅଫ୍‌ ସିଲାବସ୍‌ରୁ କୌଣସି ପ୍ରଶ୍ନ ଆସି ନ ଥିବା ପରିଷଦ ପକ୍ଷରୁ ସ୍ପଷ୍ଟ କରାଯାଇଛି। ତେବେ ମୂଲ୍ୟାଙ୍କନ ସମୟରେ ବିଶେଷଜ୍ଞଙ୍କ ନିଷ୍ପତ୍ତି ଅନୁସାରେ ଗ୍ରେସ୍‌ମାର୍କ ଦିଆଯିବ କି ନାହିଁ ତାହା ପରେ ସ୍ପଷ୍ଟ ହେବ ବୋଲି ପରିଷଦ କହିଛି।
ସୂଚନାଯୋଗ୍ୟ, ଚଳିତବର୍ଷ ରାଜ୍ୟର ୧,୧୩୩ଟି ପରୀକ୍ଷା କେନ୍ଦ୍ରରେ ମୋଟ୍‌ ୩ଲକ୍ଷ ୨୧ହଜାର ୫୦୮ ଛାତ୍ରୀଛାତ୍ର ପରୀକ୍ଷା ଦେଉଛନ୍ତି। କଳାରେ ୨ଲକ୍ଷ ୧୩ହଜାର ୪୩୨ଜଣ ଥିବାବେଳେ ବିଜ୍ଞାନରେ ୭୮ହଜାର ୭୭, ବାଣିଜ୍ୟରେ ୨୪ହଜାର ୧୩୬ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫ହଜାର ୮୬୩ଜଣ ଛାତ୍ରୀଛାତ୍ର ରହିଛନ୍ତି। ପ୍ରଶ୍ନପତ୍ରରେ ୫୦% ମଲ୍ଟିପୁଲ ଚଏସ୍‌ ପ୍ରଶ୍ନ, ୨ ଓ ୩ମାର୍କର ପ୍ରଶ୍ନ ୩୦% ଏବଂ ୬ମାର୍କ ବିଶିଷ୍ଟ ପ୍ରଶ୍ନ ୨୦% ରହିଛି। ଅପରପକ୍ଷେ ମୂଲ୍ୟାୟନ ପାଇଁ ଦୁଇ ପ୍ରକାରର ପଦ୍ଧତି ଗ୍ରହଣ କରାଯିବ। ଦୁଇଟି ପଦ୍ଧତି ମଧ୍ୟରୁ ଯେଉଁଥିରେ ଅଧିକ ମାର୍କ ରହିବ ତାହାକୁ ସମ୍ପୃକ୍ତ ବିଷୟରେ ମାର୍କ ଭାବେ ବିଚାର କରାଯିବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?