ଯୁକ୍ତ ୨ମୂଲ୍ୟାୟନ: ଦଶମ ମାର୍କ ପାଖାପାଖି ନ ହେଲେ ତା’ଠୁ ଅଧିକ ମିଳିବ

ଭୁବନେଶ୍ୱର,୨୦।୬(ବ୍ୟୁରୋ): ଯୁକ୍ତ ୨ ପରୀକ୍ଷା ବାତିଲ ପରେ ମୂଲ୍ୟାୟନକୁ ନେଇ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ଚିନ୍ତା ବଢ଼ିଥିଲା। ଏକ ପ୍ରକାର ସମସ୍ତେ ସସ୍ପେନ୍ସରେ ଥିଲେ, କିପରି ମୂଲ୍ୟାୟନ ହେବ, ଏହି ମାର୍କ ଭବିଷ୍ୟତ କ୍ୟାରିଅର ପାଇଁ ସହାୟକ ହେବ ନା ନାହିଁ ତାକୁ ନେଇ ସମସ୍ତେ ଚିନ୍ତାରେ ରହିଥିଲେ। ଶେଷରେ ରାଜ୍ୟ ସରକାର ଏଥିରେ ପୂର୍ଣ୍ଣଛେଦ ପକାଇଛନ୍ତି l
ଛାତ୍ରୀଛାତ୍ରଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଯୁକ୍ତ ୨ ବିକଳ୍ପ ମୂଲ୍ୟାୟନ ପ୍ରକ୍ରିୟା ଚୟନ କରାଯାଇଥିବା ଘୋଷଣା କରାଯାଇଛି l ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଯୁକ୍ତ ୨ରେ ମୋଟ ପାସ ହାର ୯୦ ପ୍ରତିଶତରୁ ଅଧିକ ରହିବ l ମୂଲ୍ୟାୟନ ପ୍ରକ୍ରିୟା ଉପରେ ସୂଚନା ଦେଇ ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ବିଜୟ ସାହୁ ଏହା କହିଛନ୍ତି l

ସେ କହିଛନ୍ତି, ମାଟ୍ରିକ ପରୀକ୍ଷାରେ ଛାତ୍ରୀଛାତ୍ର ଯେତିକି ମାର୍କ ରଖିଥାନ୍ତି, ସାଧାରଣତଃ ଯୁକ୍ତ ୨ରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ପିଲାଙ୍କର ମାର୍କ କମିଯାଇଥାଏ l ତେବେ ଏଥର ଯେଉଁ ବିକଳ୍ପ ପଦ୍ଧତିରେ ମୂଲ୍ୟାୟନ କରାଯାଉଛି, ସେଥିରେ ଛାତ୍ରୀଛାତ୍ରଙ୍କ ମାର୍କ ଦଶମ ଶ୍ରେଣୀ ମାର୍କ ପାଖାପାଖି କିମ୍ବା ତାଠାରୁ ଅଧିକ ରହିବ l ସେହିପରି ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ପାସ ହାର ମଧ୍ୟ ଗତବର୍ଷ ତୁଳନାରେ ଅଧିକ ରହିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

ଗରିବଙ୍କୁ ଲୁଟୁଛନ୍ତି ଅଧିକାରୀ

ଭୁବନେଶ୍ୱର,୧୭।୭(ବ୍ୟୁରୋ): ଗତ ୨୦ବର୍ଷ ହେବ ବିଜେଡି ହାତରେ ରହିଛି ରାଜ୍ୟ ଶାସନ ଭାର। ଲୋକମାନଙ୍କୁ ସ୍ବଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ ଦେଉଥିବା ସରକାର ଦାବି କରୁଛନ୍ତି।...

ବିକ୍ରି ହୋଇପାରୁନି ମିଠାମକା, ଚିନ୍ତାରେ ଚାଷୀ

ବୁଗୁଡ଼ା,୨୮ା୭(ଡି.ଏନ.ଏ.)-ଓଡ଼ିଶାରେ ମିଠାମକା ଚାଷରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ତାକରଡ଼ା ଗ୍ରାମର ଚାଷୀ ଏବେ ହତାଶ ହୋଇ ପଡ଼ିଛନ୍ତି।...

ଏଓଆର୍‌ ନିଯୁକ୍ତ, ଦିଲ୍ଲୀ ଗଲା ରାଜସ୍ବ ଟିମ୍‌

ଭୁବନେଶ୍ୱର, ୧୦ା୨(ବ୍ୟୁରୋ): ଆନ୍ଧ୍ରପ୍ରଦେଶ ସରକାର କୋଟିଆରେ ପଞ୍ଚାୟତ ନିର୍ବାଚନ କରାଇବା ପ୍ରସଙ୍ଗରେ ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ରିଟ୍‌ ପିଟିଶନ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ରାଜ୍ୟ ଆଇନ...

ରାଜଧାନୀ ଭୁବନେଶ୍ୱର ବିଶ୍ୱରେ ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର,୧।୪(ବ୍ୟୁରୋ): ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ବୁଧବାର ରେକର୍ଡ ଭାଙ୍ଗିଥିଲା ଭୁବନେଶ୍ୱର। ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜଧାନୀ ଭୁବନେଶ୍ୱରକୁ ବିଶ୍ୱର...

ଭୁବନେଶ୍ୱରକୁ ୫୦ ଇ-ବସ୍‌ ଦେବ କେନ୍ଦ୍ର

ଭୁବନେଶ୍ୱର,୯।୮(ବ୍ୟୁରୋ) : କେନ୍ଦ୍ର ସରକାରଙ୍କ ଭାରୀ ଉଦ୍ୟୋଗ ବିଭାଗ ପକ୍ଷରୁ ‘ଫେମ୍‌ ଇଣ୍ଡିଆ ଯୋଜନା’ର ଦ୍ୱିତୀୟ ପର୍ଯ୍ୟାୟରେ ଦେଶରେ ୫୫୯୫ ବିଦ୍ୟୁତ୍‌ ଚାଳିତ ବସ୍‌ (ଇ-ବସ୍‌)...

ସୀମାନ୍ତ ପଞ୍ଚାୟତରେ ବୁଲୁଛନ୍ତି ଆନ୍ଧ୍ର ଏଜେଣ୍ଟ

ପଟ୍ଟାଙ୍ଗୀ, ୨୪।୧୦(ଡି.ଏନ୍‌.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅଧୀନରେ ଥିବା ୧୪ରୁ ୮ଟି ପଞ୍ଚାୟତ ଆନ୍ଧ୍ର ରାଜ୍ୟ ସୀମାନ୍ତକୁ ଲାଗି ରହିଛି। କୋଟିଆ ପଞ୍ଚାୟତରେ ଆନ୍ଧ୍ର...

ଏମ୍‌ପିଙ୍କ ଚାଳଘରେ ଖାଇଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ସଜନାଗଡ଼,୭।୧(ଡି.ଏନ.ଏ.): ବାଲେଶ୍ୱର ଗସ୍ତରେ ଆସିଥିବା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବାଲେଶ୍ୱର ଷ୍ଟେଶନରେ ମେମୁ ଟ୍ରେନ ଚଳାଚଳ ଶୁଭାରମ୍ଭ ଓ ନୀଳଗିରି ଗୋପୀନାଥପୁରରେ ଷ୍ଟେଶନ ଶିଳାନ୍ୟାସ କରିବା...

ନିଯୁକ୍ତି ବ୍ୟବସ୍ଥାରେ ସ୍ବଚ୍ଛତା ପ୍ରୟାସ: ଓପିଏସ୍‌ସି ଆରମ୍ଭ କଲା ୱେବ୍‌ପୋର୍ଟାଲ

କଟକ ଅଫିସ୍‌, ୬ା୨: ସରକାରୀ ପଦ ପଦବୀ ଲାଗି ନିଯୁକ୍ତି ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବା ଦିଗରେ ପଦକ୍ଷେପ ନେଇଛି ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି)। ବୁଧବାର...

Advertisement
Archives

Model This Week