ଯୁକ୍ତ୨: ମାର୍କ ଅପ୍‌ଲୋଡ୍‌ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର, ୯ା୨(ବ୍ୟୁରୋ):ଦ୍ୱାଦଶ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ତ୍ରୈମାସିକ ଶେଷ ପରୀକ୍ଷା ମାର୍କକୁ ଷ୍ଟୁଡେଣ୍ଟ ଏକାଡେମିକ୍‌ ମ୍ୟାନେଜମେଣ୍ଟ ସିଷ୍ଟମ (ସାମ୍ସ)ରେ ଅପ୍‌ଲୋଡ୍‌ କରିବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ନିର୍ଦ୍ଦେଶ ଦେଇଛି। ଏ ନେଇ ପରିଷଦ ପକ୍ଷରୁ ମଙ୍ଗଳବାର ସମସ୍ତ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷ ଏବଂ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି। ଆସନ୍ତା ୧୬ ତାରିଖ ମଧ୍ୟରାତ୍ରୀ ସୁଦ୍ଧା ଦ୍ୱାଦଶ ଶ୍ରେଣୀ ପିଲାଙ୍କ ମାର୍କ ଅପ୍‌ଲୋଡ୍‌ କରିବା ପାଇଁ କୁହାଯାଇଛି। ମାର୍କ ଅପ୍‌ଲୋଡ୍‌ କରିବା ପାଇଁ ସାମ୍ସ ଓ୍ବେବ୍‌ସାଇଟ୍‌ରେ ଏକ ଲିଙ୍କ୍‌ ଦିଆଯାଇଛି। ମାର୍କ ଟାବୁଲେଶନ୍‌ ରେଜିଷ୍ଟରର ହାର୍ଡ କପି ପଠାଇବା ପାଇଁ କୁହାଯାଇଛି, ଯେଉଁଥିରେ ଶିକ୍ଷକ, ଡାଟା ଏଣ୍ଟ୍ରି ଅପରେଟର, ପରୀକ୍ଷା ଇନ୍‌ଚାର୍ଜ ଏବଂ ଅଧ୍ୟକ୍ଷଙ୍କ ଦ୍ୱାରା ଦସ୍ତଖତ ହୋଇଥିବ।କେଉଁ ଆଧାରରେ ମାର୍କ ଦିଆଯାଇଛି ଜାଣିବା ପାଇଁ ଉତ୍ତର ପୁସ୍ତକ (ଆନ୍‌ସର ବୁକ୍‌) ମଧ୍ୟ ପଠାଇବା ପାଇଁ ପରିଷଦ କହିଛି। ବାର୍ଷିକ ପରୀକ୍ଷା ପାଇଁ ପ୍ରସ୍ତୁତ ରହିବାକୁ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯାହାର କାର୍ଯ୍ୟସୂଚୀ ଠିକ୍‌ ସମୟରେ ଘୋଷଣା କରାଯିବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏବର୍ଷ ବିଦେଶରେ ଗଡ଼ିବନି ରଥ

ଭୁବନେଶ୍ୱର,୨।୬(ବ୍ୟୁରୋ): କରୋନା ଲାଗି ପୁରୀରେ ଏଥର ଭକ୍ତଙ୍କ ବିନା ରଥଯାତ୍ରା ହେବ। ଶ୍ରୀଜୀଉଙ୍କ ପହଣ୍ଡିରୁ ଆରମ୍ଭକରି ରଥଟଣା ପର୍ଯ୍ୟନ୍ତ ସବୁକିଛି ସେବାୟତ ଓ ପୋଲିସ ଦ୍ୱାରା...

ପୁରୁଣା ବାରିପଦା କଲେଜରେ ଉତ୍ତେଜନା

କୁଆମରା ୪।୨(ଡିଏନଏ)- ଗୋପବନ୍ଧୁ ନଗର ବ୍ଲକ ଅନ୍ତର୍ଗତ ପୁରୁଣା ବାରିପଦା ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ମନୋଜ କୁମାର ସାହୁଙ୍କୁ ନେଇ କଲେଜର ସୋମବାର...

ପ୍ରସିଦ୍ଧ କିଶୋର ଭାଇନାଙ୍କ ମଟନ ହୋଟେଲର ଫୁଡ୍‌ ରେଜିଷ୍ଟ୍ରେଶନ ରଦ୍ଦ

ଭୁବନେଶ୍ୱର,୧୫।୯(ବ୍ୟୁରୋ): ରାଜଧାନୀରେ ପ୍ରସିଦ୍ଧ କିଶୋର ଭାଇନାଙ୍କ ମଟନ୍‌ ହୋଟେଲରେ ବୁଧବାର ବିଏମ୍‌ସି ପକ୍ଷରୁ ଚଢ଼ାଉ କରାଯାଇଛି। ବିଏମ୍‌ସି ଅଧିକାରୀଙ୍କ ସହ ଫୁଡ୍‌ ସେଫ୍ଟି ସ୍କ୍ବାଡ୍‌ ପହଞ୍ଚତ୍...

ଖଣ୍ଡଗିରିରୁ ବିଶ୍ୱଶାନ୍ତିର ବାର୍ତ୍ତା

ଭୁବନେଶ୍ୱର, ୯।୨(ବ୍ୟୁରୋ):  ମନ୍ତ୍ରଧ୍ୱନି, ଘଣ୍ଟଘଣ୍ଟା ତାଳେ ତାଳେ ଗୁଞ୍ଜରିତ ହେଉଛି ଐତିହ୍ୟସ୍ଥଳୀ ଖଣ୍ଡଗିରି-ଉଦୟଗିରି। ଏଠାରେ କାଶୀ, ହରିଦ୍ୱାର, ବନାରସ, ନାସିକ ପ୍ରଭୃତି ସ୍ଥାନରୁ ଶତାଧିକ ସାଧୁ...

ବେଆଇନ ଚିଙ୍ଗୁଡ଼ିଘେରି ଉଚ୍ଛେଦ

କୁଜଙ୍ଗ, ୬।୧୧(ଡି.ଏନ୍‌.ଏ): କୁଜଙ୍ଗ ବନ ବିଭାଗ ପକ୍ଷରୁ ଶୁକ୍ରବାର ନୂଆଗାଁ ସେକ୍ସନ ଅଧୀନ ବରକୁଦାସ୍ଥିତ ଜଙ୍ଗଲ ଜମିରୁ ବେଆଇନ ଚିଙ୍ଗୁଡି ଘେରିଗୁଡ଼ିକୁ ଉଚ୍ଛେଦ କରାଯାଇଛି। ଏହି...

ସମସ୍ତଙ୍କ ନଜରରେ ବରୀ, ବଡ଼ଚଣା

ଯାଜପୁର ଅଫିସ,୨୧ା୧: ସାଧାରଣ ନିର୍ବାଚନ କଥା ଦେଖିଲେ ୨୦୧୪ ଅପେକ୍ଷା ୨୦୧୯ରେ ଯାଜପୁର ଜିଲାରେ ୧୩.୨୧% ଭୋଟର ସଂଖ୍ୟା ବୃଦ୍ଧି ପାଇଥିଲା। ତଥାପି ବିଜେଡିକୁ ଏକ...

ଘଣ୍ଟାକୁ ୪ କି.ମି. ବେଗରେ ବଢୁଛି ଅମ୍ଫନ: ୨୦ରେ ଲ୍ୟାଣ୍ଡଫଲ

ଭୁବନେଶ୍ୱର,୧୮।୫(ବ୍ୟୁରୋ)-ପାରାଦୀପଠାରୁ ୭୭୦ କିମିଦୂରରେ ରହିଛି ବାତ୍ୟା ଅମ୍ଫନ। ଏହା ଘଣ୍ଟାକୁ ୪ କି.ମି. ବେଗରେ ବଢୁଛି। ୨୦ ତାରିଖ ଅପରାହ୍ନରେ ଏହା ଦୀଘା-ହାତିଆ ମଝିରେ ସୁନ୍ଦରବନରେ...

ଅଗଷ୍ଟ ୮ରେ ପ୍ରକାଶ ପାଇବ ଯୁକ୍ତ ୨ କଳା, ଧନ୍ଦାମୂଳକ ଶିକ୍ଷାର ପରୀକ୍ଷାଫଳ

ଭୁବନେଶ୍ୱର,୬।୮(ବ୍ୟୁରୋ): ପୂର୍ବରୁ ଯୁକ୍ତ ୨ ବିଜ୍ଞାନ ଏବଂ ବାଣିଜ୍ୟ ପରୀକ୍ଷାଫଳ ପ୍ରକାଶ ପାଇଥିବା ବେଳେ ଅଗଷ୍ଟ ୮ ତାରିଖରେ ଯୁକ୍ତ ଦୁଇ କଳା ରେଜଲ୍ଟ ପ୍ରକାଶ...

Advertisement
Archives

Model This Week