ଆଜିଠୁ ଯୁକ୍ତ୨ ପରୀକ୍ଷା, ସକାଳ ୯ଟାରୁ ଆରମ୍ଭ

ଭୁବନେଶ୍ୱର, ୨୮।୪(ବ୍ୟୁରୋ):ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ଗୁରୁବାରଠାରୁ ଆରମ୍ଭ ହେବ। ମେ’ ୩୧ ପର୍ଯ୍ୟନ୍ତ ହେବାକୁ ଥିବା ଏହି ପରୀକ୍ଷା ପାଇଁ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଦୁଇବର୍ଷ ପରେ ଛାତ୍ରୀଛାତ୍ର ପରୀକ୍ଷା ଦେବେ। ଗତ ଦୁଇବର୍ଷ କାରୋନା ପାଇଁ ପରୀକ୍ଷା କରା ନ ଯାଇ ବିକଳ୍ପ ପଦ୍ଧତିରେ ମୂଲ୍ୟାୟନ ହୋଇଥିଲା। ଏବେ କରୋନା ସ୍ଥିତିରେ ସୁଧାର ଆସିଯାଇଥିବାରୁ ଅଫ୍‌ଲାଇନ ପରୀକ୍ଷା କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଚଳିତବର୍ଷ ୩ ଲକ୍ଷ ୨୧ ହଜାର ୫୦୮ଜଣ ଛାତ୍ରୀଛାତ୍ର ଏହି ପରୀକ୍ଷା ଦେବେ। ଏମାନଙ୍କ ମଧ୍ୟରୁ ୨,୧୩,୪୩୨ଜଣ କଳା, ୭୮,୦୭୭ଜଣ ବିଜ୍ଞାନ, ୨୪,୧୩୬ଜଣ ବାଣିଜ୍ୟ ଏବଂ ୫,୮୬୩ଜଣ ଧନ୍ଦାମୂଳକ ଶିକ୍ଷାର ଛାତ୍ରୀଛାତ୍ର ଅଛନ୍ତି। ଏଥିପାଇଁ ମୋଟ ୧,୧୩୩ ପରୀକ୍ଷା କେନ୍ଦ୍ର ଏବଂ ୨୦୨ ପରୀକ୍ଷା ପରିଚାଳନା ହବ୍‌ (ନୋଡାଲ୍‌ ସେଣ୍ଟର) କରାଯାଇଛି। ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି। କଳା ଓ ବାଣିଜ୍ୟ ବିଭାଗର ପ୍ରଥମ ଦିନ ସାହିତ୍ୟ ବିଷୟରେ ପରୀକ୍ଷା ରହିଛି। ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ଅପରାହ୍ନ ୧୨ଟାରେ ଶେଷ ହେବ। ତେବେ ପରୀକ୍ଷା ପାଇଁ ଛାତ୍ରୀଛାତ୍ରଙ୍କୁ ଅଧଘଣ୍ଟା ପୂର୍ବରୁ ଅର୍ଥାତ୍‌ ସାଢ଼େ ୮ଟା ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପହଞ୍ଚତ୍ବାକୁ କୁହାଯାଇଛି। ସେହିପରି ୮ଟା ୪୫ ସୁଦ୍ଧା ପରୀକ୍ଷା ହଲ୍‌ରେ ବସିବାକୁ ପଡ଼ିବ। ଛାତ୍ରୀଛାତ୍ରଙ୍କୁ ୮ଟା ୫୦ରେ ଉତ୍ତର ଖାତା ଏବଂ ୮ଟା ୫୫ରେ ପ୍ରଶ୍ନପତ୍ର ଦିଆଯିବ। ଆସନ୍ତା ୯ ତାରିଖରୁ ବିଜ୍ଞାନ ଓ ଧନ୍ଦାମୂଳକ ବିଭାଗର ପରୀକ୍ଷା ଆରମ୍ଭ ହେବ ଏବଂ ପ୍ରଥମଦିନ ଇଂଲିଶ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାର୍ଚ୍ଚ ସୁଦ୍ଧା ୧୦୦୦ କୋଟି ରାଜସ୍ବ ଆଦାୟ ଲକ୍ଷ୍ୟ

ଭୁବନେଶ୍ୱର, ୧୧ା୩(ବ୍ୟୁରୋ): ଓଡ଼ିଶାର ଲଘୁ ଖଣିଜ ସମ୍ପଦର ସୁପରିଚାଳନା ନିମନ୍ତେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ...

୩ ହଜାର ହିତାଧିକାରୀଙ୍କୁ ମିଳିଲା ୪ ମାସର ଭତ୍ତା

ଭୁବନେଶ୍ୱର,୧ା୪(ବ୍ୟୁରୋ): କରୋନା ଭୂତାଣୁ (କୋଭିଡ୍‌-୧୯)ର ସଂକ୍ରମଣକୁ ଏଡ଼ାଇବା ପାଇଁ ସରକାର ଲକଡାଉନ ଘୋଷଣା କରିଛନ୍ତି। ଏଥିଯୋଗୁ ସବୁ ବନ୍ଦ ହେବା ଯୋଗୁ ଲୋକେ ଖାଦ୍ୟପେୟର ଅଭାବ...

ଶଟ୍‌ଡାଉନ୍‌ରେ ବିକ୍ରି ହେବ ଓମଫେଡ୍‌ ସାମଗ୍ରୀ: ରିଟେଲରଙ୍କ ଠିକଣା ସହ ମୋବାଇଲ ନଂ. ଜାରି

ଭୁବନେଶ୍ୱର,୬।୬(ବ୍ୟୁରୋ): ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ୧୧ ଜିଲାରେ ପ୍ରତି ଶନିବାର ଓ ରବିବାର ଶଟ୍‌ଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର। ତେବେ ଏହି ୨...

ପାନ ଦୋକାନୀରୁ ଓଏଏସ୍‌: ନାରାୟଣଙ୍କୁ ପୁରୁଷୋତ୍ତମପୁରରେ ସମ୍ବର୍ଦ୍ଧନା

ପୁରୁଷୋତ୍ତମପୁର, ୧୦।୧(ଡି.ଏନ୍‌.ଏ.) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରର ନାରାୟଣ ବେହେରା(୨୫) ଓଡିଶା ପ୍ରଶାସନିକ ସେବା(ଓଏଏସ୍‌) ପରୀକ୍ଷାରେ ୫୧ ନଂ ର଼୍ୟାଙ୍କରେ ରହି ପୁରୁଷୋତ୍ତମପୁର ଲାଗି ଗୌରବ...

ରାତି ୧୦ରୁ ସକାଳ ୫ ଯାଏ ନାଇଟ୍‌ କର୍ଫ୍ୟୁ

ଭୁବନେଶ୍ୱର,୩।୪(ବ୍ୟୁରୋ): ବଢ଼ିବାରେ ଲାଗିଛି କରୋନାର ଲେଉଟାଣି ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ଶନିବାର ରାଜ୍ୟ ସରକାର ୧୦ଟି ଜିଲାରେ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ...

ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ସଂଯୁକ୍ତ କିଷାନ ମୋର୍ଚ୍ଚା

ଭୁବନେଶ୍ୱର,୫।୧(ବ୍ୟୁରୋ): ଜିନ୍ଦଲ କମ୍ପାନୀର ସ୍ବାର୍ଥ ପାଇଁ ପୋଲିସ ଜନସାଧାରଣଙ୍କ ଉପରେ ଅତ୍ୟାଚାର କରୁଛି। ଜଗତ୍‌ସିଂହପୁର ଜିଲାର ଢ଼ିଙ୍କିଆ ଅଞ୍ଚଳରେ ପୋଲିସ ଗ୍ରାମକୁ ଘେରାବନ୍ଦୀ କରି ପାନବରଜ...

ବିଜେପୁର ଉପନିର୍ବାଚନ: ପ୍ରକାଶ ପାଇଲା ଷ୍ଟାର ପ୍ରଚାରକ ତାଲିକା; ବିଜେଡିର ମଙ୍ଗ ଧରିବେ ନବୀନ,କଂଗ୍ରେସର ସୋନିଆ

ଭୁବନେଶ୍ୱର,୩।୧୦(ବ୍ୟୁରୋ): ଆସନ୍ତା ଅକ୍ଟୋବର ୨୧ରେ ବିଜେପୁର ଉପନିର୍ବାଚନ। ଏନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଗୁରୁବାର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି। ବିଜେଡି ଏବଂ...

ଶୁଆ ପାଇଁ କାନ୍ଦୁଛି ସ୍ବାଇଁ ପରିବାର

ନବରଙ୍ଗପୁର,୨୮।୧୦(ବି.ପ୍ର.): ୩୦ ବର୍ଷ କାଳ ଏକ ପରିବାରରେ ରହି ରୁବି ହୋଇଯାଇଥିଲା ଘରର ଜଣେ ସଦସ୍ୟ। ବର୍ତ୍ତମାନ ତା’ର ମୃତ୍ୟୁ ପରେ ଦୁଃଖରେ ଭାଙ୍ଗିପଡ଼ିଛି ସ୍ବାଇଁ...

Advertisement
Archives

Model This Week