ମହିଳାଙ୍କ ବାଥ୍‌ରୁମ୍‌ରେ ଗୁପ୍ତ କ୍ୟାମେରା ଲଗାଇଥିଲେ ପ୍ଲମ୍ବର ମ୍ୟାନ୍‌, ଆଉ ତା’ ପରେ…

ଲଣ୍ଡନ,୩ା୧୧: ବ୍ରିଟେନର ଜଣେ ମହିଳାଙ୍କ ବାଥ୍‌ରୁମ୍‌ରେ ଜଣେ ୫୭ ବର୍ଷୀୟ ପ୍ଲମ୍ବର ଗୁପ୍ତ କ୍ୟାମେରା ଲଗାଇଥିଲେ। ଏହା ଦ୍ୱାରା ମହିଳାଙ୍କ ସମସ୍ତ ବାଥ୍‌ରୁମ୍‌ ଦୃଶ୍ୟ ଏହି କ୍ୟାମେରାରେ ରେକର୍ଡ କରିଥିଲେ। ଦିନେ ମହିଳାଙ୍କ ନଜର ଏହି କ୍ୟାମେରା ଉପରେ ପଡ଼ିଥିଲା। ଏହା ପରେ ସେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ଲମ୍ବରଙ୍କୁ ଗିରଫ କରିଛି।

ଏହି ଘଟଣା ବ୍ରିଟେନର ନଟିଘମରେ ଘଟିଛି। ଏଠାକାର ୫୭ ବର୍ଷୀୟ ଜେମ୍‌ସ ହୁଲ୍‌ମେ ୨୦୧୮ରେ ମହିଳାଙ୍କ ଘରର ପ୍ଲମ୍ବିଂ କାମ କରୁଥିଲେ। ଏହି ସମୟରେ ସେ ମହିଳାଙ୍କ ବାଥ୍‌ରୁମ୍‌ରେ ଏକ କ୍ୟାମେରା ଲଗାଇଥିଲେ। ଯାହା ମହିଳା ଜଣକ ଜାଣି ପାରି ନ ଥିଲେ। ଦିନେ ମହିଳା ଜଣକଙ୍କ ନଜର ଏହି କ୍ୟାମେରା ଉପରେ ପଡ଼ିଥିଲା। ସେ ସଙ୍ଗେ ସଙ୍ଗେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିଥିଲା। ପରେ ସେ ଜେମ୍‌ସ୍‌ଙ୍କ ଘରେ ପହଞ୍ଚିଥିଲେ। ଏଥିରେ ପୋଲିସ ଯାହା ଜାଣିଲା ଆଶ୍ଚର୍ଯ୍ୟ ହୋଇଗଲା। ତାଙ୍କ ଘରେ ଥିବା କମ୍ପ୍ୟୁଟରରୁ ୩୦୨ ଅଶ୍ଳୀଳ ଫଟୋ ମିଳିଥିଲା। ଆଉ କିଛି ମହିଳାଙ୍କ ବାଥ୍‌ରୁମ୍‌ର ଅଶ୍ଳୀଳ ଫଟୋ ବି ମିଳିଥିଲା। ପୋଲିସ ଜେମ୍‌ସଙ୍କୁ ପଚାରିବାରୁ ସେ ସବୁ ସତକଥା ମାନିଥିଲେ। ସେ କହିଥିଲେ, ତାଙ୍କୁ ମହିଳାଙ୍କ ଅଶ୍ଳୀଳ ଫଟୋ ଦେଖିବାକୁ ଭଲ ଲାଗେ। ତେଣୁ ସେ ଏମିତି ଚୋରାରେ କ୍ୟାମେରା ଲଗାଇଥାନ୍ତି, ଯାହା ଅନ୍ୟମାନେ ଜାଣି ପାରି ନ ଥାନ୍ତି। ଅନ୍ୟପକ୍ଷରେ ଜେମ୍‌ସଙ୍କୁ ୧୨ ମାସ ଜେଲ ଦଣ୍ଡ ଶୁଣାଇଛନ୍ତି କୋର୍ଟ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀକୁ ହତ୍ୟାକରି ସିଝାଇଲେ

ଇସ୍‌ଲାମାବାଦ,୧୬ା୭: ପାକିସ୍ତାନର ସିନ୍ଧରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀ ନର୍ଗିସଙ୍କୁ ଅନୈତିକ ସମ୍ପର୍କରେ ଲିପ୍ତ ରହିବା ପାଇଁ ସ୍ବାମୀ ଆଶିକ ବାଧ୍ୟ କରୁଥିଲେ। ନର୍ଗିସ୍‌...

ପିପିଇ କିଟ୍‌ ପିନ୍ଧି କରୋନା ପଜିଟିଭ୍‌ ସ୍ତ୍ରୀଙ୍କୁ ଭେଟିବାକୁ ହସ୍ପିଟାଲ ଗଲେ ସ୍ବାମୀ: ଘଟିଲା ଏମିତି କିଛି….

ଓ୍ବାସିଂଟନ୍‌, ୧୦।୮: ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ସ୍ତ୍ରୀଙ୍କୁ ଭେଟିବା ପାଇଁ ଯାଇଥିଲେଳ ୯୦ ବର୍ଷୀୟ ସ୍ବାମୀ। ଏହାର କିଛି ସମୟ...

ପ୍ରତିଶୋଧ ମନୋଭାବ ରଖି ନିରୀହ ଲୋକଙ୍କୁ ଆତଙ୍କବାଦୀ କହିବା ଦୁର୍ଭାଗ୍ୟପୂର୍ଣ୍ଣ: ଭାରତ

ଜେନେଭା, ୮।୧୦: ଜାତିସଂଘ ସୁରକ୍ଷା ପରିଷଦର ଅପବ୍ୟବହାର କରି ପ୍ରତିଶୋଧ ମନୋଭାବ ରଖି କୌଣସି ଦେଶର ନିରୀହ ଲୋକଙ୍କୁ ଆତଙ୍କବାଦୀ କହିବା ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ଭାରତ...

ଆମେରିକା ଏୟାର ବେସ୍‌ ଉପରେ ଆକ୍ରମଣ କଲା ଇରାନ

ଓ୍ବାଶିଂଟନ, ୮।୧: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଇରାନ ଇରାକରେ ଥିବା ଆମେରିକା ଏୟାର ବେସ୍‌ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି।...

କାନାଡା ହିନ୍ଦୁ ମନ୍ଦିରରେ ଭାରତ ବିରୋଧୀ ପୋଷ୍ଟର, ଅସନ୍ତୋଷ ବ୍ୟକ୍ତ କଲେ ଭାରତ ସରକାର…

ଟରଣ୍ଟୋ,୩୧।୧ : କାନାଡାର ବ୍ରେମ୍ପଟନ ସହରରେ ଥିବା ହିନ୍ଦୁ ମନ୍ଦିରରେ ଭାରତ ବିରୋଧୀ ଲେଖାଥିବା ପୋଷ୍ଟର ଲଗାଯାଇଛି। ଏହାକୁ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ଇମ୍ରାନଙ୍କ ଉପରେ ପୁଣିଥରେ ହୋଇପାରେ ମରଣାନ୍ତକ ଆକ୍ରମଣ, ଗୁଇନ୍ଦା ରିପୋର୍ଟ ଅନୁଯାୟୀ ସୂଚନା ଦେଲେ ବିଚାରପତି

ଇସଲାମାବାଦ,୧୯ ।୧୧: ପାକିସ୍ତାନ ଇସଲାମାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ଶୁକ୍ରବାର କହିଛନ୍ତି, ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଉପରେ ପୁଣିଥରେ ମରଣାନ୍ତକ ଆକ୍ରମଣ ହୋଇପାରେ...

ସତର୍କତା ପରେ ବି ପାକିସ୍ତାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଲା ୯୪ରେ

ଇସ୍‌ଲାମାବାଦ,୧୬।୩: ପାକିସ୍ତାନରେ ସୋମବାର ୪୧ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ସେଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୪ରେ ପହଞ୍ଚିଥିବା କୁହାଯାଉଛି।...

ଇଟାଲୀରେ ହିମସ୍ଖଳନ: ୬ ମୃତ

ରୋମ୍‌,୫।୭: ଇଟାଲୀ ଆଲପ୍ସ ପର୍ବତ କ୍ଷେତ୍ରର ମାରମୋଲାଡା ପାର୍ବତ୍ୟାଞ୍ଚଳରେ ରବିବାର ହିମସ୍ଖଳନରେ ୬ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଉକ୍ତ ଘଟଣାରେ ୮ ଜଣ ଆହତ ହୋଇଥିବା...

Advertisement
Archives

Model This Week