Posted inଭଦ୍ରକ

ସମାଧି ଉପରେ ଖେଳପଡ଼ିଆ

ଧାମନଗର,୩୧ା୫ (ସ୍ବ.ପ୍ର.) ଭଦ୍ରକ ଜିଲା ଧାମନଗର ବ୍ଲକ ରାଧାବଲ୍ଲଭପୁର ପଞ୍ଚାୟତ ଛତ୍ରପଦା ଶ୍ମଶାନରେ ଖେଳପଡ଼ିଆ ତିଆରି ହେଉଛି। ସମାଧି ଉପରେ ଖେଳପଡ଼ିଆର ଉନ୍ନତୀକରଣ ସହ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଖାତା ନଂ. ୩୬୨ (ରକ୍ଷିତ)ରେ ପ୍ଲଟ ନଂ. ୪୧୬ ସର୍ବସାଧାରଣ ଯୋଗ୍ୟ (ଶ୍ମଶାନ)ରେ ଲାଗିଥିବା ଫଳକରୁ ଜଣାଯାଏ ଯେ, ଏହି କାର୍ଯ୍ୟ ପାଇଁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ (ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା)ରେ ପଞ୍ଚାୟତ ସମିତି ପକ୍ଷରୁ ୯ ଲକ୍ଷ ଟଙ୍କା ଅଟକଳ ମୂଲ୍ୟ ରଖାଯାଇଛି। କିନ୍ତୁ ପ୍ଲଟ ନଂ. ୨୪୧ ପତିତ କିସମ ଥାଇ ୬୧ ଡିସିମିଲ ଖେଳପଡ଼ିଆ ପାଇଁ ଉଦ୍ଦିଷ୍ଟ ଅଛି। ମାତ୍ର ପଞ୍ଚାୟତ ସମିତି ପକ୍ଷରୁ ମଶାଣିକୁ ଖେଳପଡ଼ିଆ କରାଯାଉଥିବାରୁ ଶବଦାହ କରିବାକୁ ସମସ୍ୟା ସୃଷ୍ଟି ହୋଇଛି।
ପ୍ରକାଶ ଯେ, ନିକଟରେ ଛତ୍ରପଦା ଗଁାର ଉର୍ମିଳା ନାୟକଙ୍କ ଦେହାନ୍ତ ପରେ ଅନ୍ତିମ ସଂସ୍କାର ପାଇଁ ଗଁା ମଶାଣି ନାହିଁ ଜାଣିବା ପରେ ନିଜ ଘର ବାଡ଼ିରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଉର୍ମିଳାଙ୍କ ଶେଷ ଇଚ୍ଛା ଥିଲା ସ୍ବାମୀଙ୍କ ସମାଧି ନିକଟରେ ତାଙ୍କର ସମାଧି ହେବ। ଏକଥା ମୃତ୍ୟୁ ପୂର୍ବରୁ ସେ ତାଙ୍କ ପୁଅ ଓ ନାତିଙ୍କୁ କହିଥିଲେ। କିନ୍ତୁ ତାଙ୍କର ଶେଷ ଇଚ୍ଛା କେବଳ ଇଚ୍ଛାରେ ହିଁ ରହିଗଲା। ପଞ୍ଚାୟତ ସମିତି ପକ୍ଷରୁ ବହୁ ବର୍ଷର ଶହ ଶହ ସମାଧି ଭାଙ୍ଗି ଡ୍ରୋଜ଼ର ଓ ଟ୍ରାକ୍ଟର ସାହାଯ୍ୟରେ ଠିକାଦାରଙ୍କ ଦ୍ୱାରା ମାଟି ପକାଯାଇ ଖେଳପଡ଼ିଆ ଉନ୍ନତୀକରଣ କାମ କରାଯାଉଛି। କିଛିଦିନ ତଳେ ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ଅଶୋକ ନାୟକ, ଜିଲା ପରିଷଦ ଉପାଧ୍ୟକ୍ଷା ଟୁନିବାଳା ବିଶ୍ୱାଳ ଓ ସ୍ଥାନୀୟ ସମିତିସଭ୍ୟ ସୂର୍ଯ୍ୟ ନାୟକ ପ୍ରମୁଖ ଉପସ୍ଥିତ ରହି ଉକ୍ତ ଶ୍ମଶାନରେ ଖେଳପଡ଼ିଆ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଶ୍ମଶାନ ଯଦି ଖେଳପଡ଼ିଆ ହେବ ତେବେ ଶବଦାହ କେଉଁଠି ହେବ ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି। ଏ ସମ୍ପର୍କରେ ବିଡିଓ ଦୁର୍ଗା ମୁର୍ମୁ କହିଛନ୍ତି, କାର୍ଯ୍ୟ ହେଉଥିବା ସ୍ଥାନଟି କେଉଁ କିସମର ଜଣାନାହିଁ। ତହସିଲଦାରଙ୍କ ନିର୍ଦ୍ଦେଶ ଆସିଲେ ତଦନ୍ତ କରି କାର୍ଯାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିପଦ ସଙ୍କେତ ଟପିଲା ବୈତରଣୀ, ସାଳନ୍ଦୀ ନଦୀ: ଭଦ୍ରକରେ ପୁଣି ବନ୍ୟା

ଭଦ୍ରକ,୨୫।୯(ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ବୁଡାଉ ଥିବା ୨ ପ୍ରମୁଖ ନଦୀରେ ଶୁକ୍ରବାର ପୁଣି ବନ୍ୟା ଆସିଛି l ବୁଧବାର ରାତିରୁ କ୍ରମାଗତ ବର୍ଷା ଲାଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?