୭୦୦ରୁ ଊର୍ଦ୍ଧ୍ୱ ଚାରା ରୋପଣ

ଢେଙ୍କାନାଳ ଅଫିସ,୭।୬ ଢେଙ୍କାନାଳ ନରେନ୍ଦ୍ରପୁରସ୍ଥିତ ଟାଟାଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ସୋମବାର ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି। ଏହି ଅବସରରେ ସପ୍ତାହ ବ୍ୟାପୀ ଅଭିଯାନ ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ କାରଖାନା ମଧ୍ୟରେ ୭୦୦ରୁ ଊର୍ଦ୍ଧ୍ୱ ଚାରା ରୋପଣ କରାଯାଇଥିଲା। କର୍ମଚାରୀ ଓ ବ୍ୟବସାୟିକ ସହଯୋଗୀମାନଙ୍କ ମଧ୍ୟରେ ସ୍ଲୋଗାନ, କବିତା ଓ ପୋଷ୍ଟର ପ୍ରତିଯୋଗିତା, ମେରାମଣ୍ଡଳୀସ୍ଥିତ ଆବାସିକ କଲୋନୀରେ ରହୁଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ କାରଖାନା ମଧ୍ୟରେ ସୀମିତ ନ ରଖି ନିକଟସ୍ଥ ସ୍ଥାନୀୟ ବାସିନ୍ଦାଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଥିଲା। କାରଖାନା ପାର୍ଶ୍ୱବର୍ତ୍ତୀ କୁରୁଣ୍ଟି ଓ ଖଲିବେରେଣା ଗ୍ରାମର ଛାତ୍ରୀଛାତ୍ରଙ୍କ ମଧ୍ୟରେ ପୋଷ୍ଟର ପ୍ରତିଯୋଗିତା କରାଯାଇଥିଲା। ମେରାମଣ୍ଡଳୀ ଆବାସିକ କଲୋନୀରେ ରହୁଥିବା କର୍ମଚାରୀମାନଙ୍କ ପରିବାର ସଦସ୍ୟଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଗତ ୩ ତାରିଖରେ ଗ୍ରୀନାଥନ୍‌ ୱାକର ଆୟୋଜିତ ହୋଇଥିଲା। ଟାଟାଷ୍ଟିଲ ମେରାମଣ୍ଡଳୀ ଆଇରନ ମେକିଂ ବିଭାଗ ମୁଖ୍ୟ ଅମିତ କୁମାର ସିଂହ, ଟାଟାଷ୍ଟିଲ ସହଯୋଗୀ ସଂସ୍ଥା ଅନୁଗୋଳ ଏନର୍ଜି ଲିମିଟେଡ ନିର୍ଦ୍ଦେଶକ ଶୈଳେଶ ବର୍ମା ମିଳିତ ଭାବେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଗୋଳ ଆଞ୍ଚଳିକ କାର୍ଯ୍ୟାଳୟ ସହଭାଗିତାରେ କଲୋନୀରେ ଏକ ପରିବେଶ ସଚେତନତା ଅଧିବେଶନ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ ଅଧିକାରୀ ଡ. ଅନୁପ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ଲାଷ୍ଟିକ ପରିଚାଳନା ଉପରେ ତଥ୍ୟ ଉପସ୍ଥାପନ କରିଥିଲେ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସହକାରୀ ଯନ୍ତ୍ରୀ ଚନ୍ଦ୍ରଶେଖର ଚୌହ୍ବାନ ପରିଚାଳନା ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ। ଟାଟାଷ୍ଟିଲ ମେରାମଣ୍ଡଳୀର ସେୟାର୍ଡ ସର୍ଭିସେସ୍‌ ବିଭାଗ ମୁଖ୍ୟ ବେଦପ୍ରକାଶ ଠାକୁର, କୋକ୍‌ଓଭେନ-୨ ବିଭାଗୀୟ ଚିଫ୍‌ ଅମର ବଉନ୍ତ୍ରା ଏବଂ କୋକ୍‌ ଓଭେନ-୧ ମୁଖ୍ୟ ବୀରେନ୍ଦ୍ର ସିଂଙ୍କ ସମେତ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ। ଏହି ଅବସରରେ କାରଖାନା ପରିସରରେ ସାମୂହିକ ଚାରାରୋପଣ ଆୟୋଜିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଛୁଆଁ ହେଉଛନ୍ତି କୁଷ୍ଠ ଆକ୍ରାନ୍ତ

ଢେଙ୍କାନାଳ ଅଫିସ, ୧୫।୧: ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା କୁଷ୍ଠ ଆକ୍ରାନ୍ତ ଛୁଆଁ ଅଛୁଆଁ ଭେଦଭାବର ଶିକାର ହେଉଛନ୍ତି। ଖାଦ୍ୟ ଟେଣ୍ଡରଧାରୀ ସଂସ୍ଥାର କର୍ମଚାରୀମାନେ ସେମାନଙ୍କୁ ହୀନମନ୍ୟତା ଦୃଷ୍ଟିରେ...

ଗାଁ ଦାଣ୍ଡରେ ଶାଶୁଙ୍କୁ ଘୋଷାଡ଼ି ପିଟିଲେ ବୋହୂ

ପରଜଙ୍ଗ, ୯।୮(ଡି.ଏନ.ଏ.)-ଢେଙ୍କାନାଳ ପରଜଙ୍ଗ ଥାନା ମୁଣ୍ଡେଇଲୋ ପଞ୍ଚାୟତ ଗେହ୍ଲେଇକାଟେଣୀ ଗ୍ରାମର ଜଣେ ମହିଳା ତାଙ୍କ ବୃଦ୍ଧା ଶାଶୁଙ୍କୁ ଗଁା ଦାଣ୍ଡରେ ଘୋଷାଡ଼ି ନିସ୍ତୁକ ମାଡ଼ ମାରୁଥିବା...

୨୮ରେ ସକାଳ ୮ରୁ ଦିନ ୧ଟା ପର୍ଯ୍ୟଟକଙ୍କୁ ଧଉଳି ମନା

ଭୁବନେଶ୍ୱର,୨୭।୧୦(ବ୍ୟୁରୋ): ଶାନ୍ତିସ୍ତୂପ ଧଉଳିର ୫୦ବର୍ଷ ପୂର୍ତ୍ତି ଉପଲକ୍ଷେ ଆସନ୍ତା ୨୮ତାରିଖରେ ସୁବର୍ଣ୍ଣ ଜୟନ୍ତୀ ପାଳନ କରାଯିବ। ଏହି ଅବସରରେ ଦେଶ ବିଦେଶରୁ ବହୁ ବୌଦ୍ଧ ଭିକ୍ଷୁ,...

ବିଦ୍ୟାଳୟ ସମ୍ମୁଖରେ ମୁକୁଳା କୂଅ

ତେଲକୋଇ, ୨୭।୨(ଡି.ଏନ.ଏ.): କେନ୍ଦୁଝର ଜିଲା ତେଲକୋଇ ବ୍ଲକ ଅଧୀନରେ ପିଟାନାଳୀ ଠାରେ ଆଦର୍ଶ ବିଦ୍ୟାଳୟ ରହିଛି। ଏହି ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ଠାରୁ ଦ୍ବାଦଶ ଶ୍ରେଣୀ...

କୁମାରପୂର୍ଣ୍ଣିମାରେ ଶ୍ରୀମନ୍ଦିର ଯାଇପାରିବେ ଶ୍ରଦ୍ଧାଳୁ

ପୁରୀ ଅଫିସ,୧୧।୧୦: ଦଶହରା, ଦୀପାବଳି, ବଡ଼ ଏକାଦଶୀ ଓ କାର୍ତ୍ତିକପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏଥିସହ ପୂର୍ବଭଳି ସବୁ ରବିବାର ମଧ୍ୟ ଦର୍ଶନ...

ବୋଲଗଡ଼ ମାଟିରେ ଥାଇଲାଣ୍ଡ ବରକୋଳି

ଖୋର୍ଦ୍ଧା ଅଫିସ, ୧୦ା୧୨: ଦେଶୀ ମାଟିରେ ଫଳୁଛି ବିଦେଶୀ ମାଟିର ବରକୋଳି। ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଅଧୀନ ସାନକୁମ୍ଭାରୀ ଗାଁରେ ଥାଇଲାଣ୍ଡର ମିଠା ବରକୋଳି...

ଚନ୍ଦକା ଥାନା ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ: ୪ଶହ ଲିଟର ରନ୍ଧାମଦ ଜବତ, ୨ ଗିରଫ

କଟକ ରୋଡ, ୧୫।୧୧(ଡି.ଏନ୍‌.ଏ.): ଭୁବନେଶ୍ୱର ଅବକାରୀ ଓ ମୋବାଇଲ ସ୍କ୍ବାର୍ଡ ଶୁକ୍ରବାର ରାଜଧାନୀର ଚନ୍ଦକା ଥାନା ଅଞ୍ଚଳରେ ଚଢ଼ାଉ କରି ଜଣେ ମହିଳାଙ୍କ ସମେତ ୨...

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ୪ ଦିନ ଯାଏ ପ୍ରବଳ ବର୍ଷିବ

ଭୁବନେଶ୍ୱର,୨ା୭(ବ୍ୟୁରୋ): ବାଂଲାଦେଶ ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ଏହାର ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଉତ୍ତର ଓ ଏହାର ପାର୍ଶ୍ୱବର୍ତ୍ତୀ...

Advertisement
Archives

Model This Week