ଚୋରି ସାମଗ୍ରୀ ବିକ୍ରି ପାଇଁ ଚାଲିଥିଲା ଯୋଜନା, ଧରିଲେ ଲୋକେ.

ଧାମନଗର, ୧୧।୭ (ଡି.ଏନ.ଏ.): ଭଦ୍ରକ ଜିଲା ଧାମନଗର ଅଞ୍ଚଳରେ ବେଆଇନ କବାଡ଼ିଆ ଦୋକାନ ବୃଦ୍ଧି ପାଉଛି। କବାଡ଼ିଆ ଦୋକାନ ବୃଦ୍ଧି ଯୋଗୁ ଚୋରି ମଧ୍ୟ ବଢ଼ିବାରେ ଲାଗିଛି। ବିଭିନ୍ନ ସମୟରେ ଚୋରମାନେ ବିଭିନ୍ନ ଛୋଟ ବଡ଼ ଦୋକାନ ଓ ଅଫିସରୁ ଚୋରି କରି ସାମଗ୍ରୀ କବାଡ଼ିଆ ଦୋକାନରେ କମ୍‌ ମୂଲ୍ୟରେ ବିକୁଛନ୍ତି। କବାଡ଼ିଆ ଦୋକାନୀ ଚୋରି ସାମଗ୍ରୀ କିଣି ମାଲେମାଲ ହେଉଛନ୍ତି। ଫଳରେ ଦିନକୁ ଦିନ ଏହି ଦୋକାନ ଛତୁ ଫୁଟିଲା ପରି ବିଭିନ୍ନ ସ୍ଥାନରେ ଖୋଲି ଚାଲିଛି। ଶନିବାର ରାତିରେ କବାଡ଼ିଆ ଦୋକାନରେ ଚୋରି ସାମଗ୍ରୀ ବିକ୍ରି ପାଇଁ ଯୋଜନା କରୁଥିବା ବେଳେ ଦୁଇ ଚୋରଙ୍କୁ ଧରି ଲୋକେ ପୋଲିସ ଜିମା ଦେଇଛନ୍ତି। ଧାମନଗର ଥାନା ପୋଲିସ ଦୁଇଜଣଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଧାମନଗର ହବିବିନଗରର ସେକ୍‌ ଟିପୁ ଓ ମୁନସୀପାଟଣାର ସେକ୍‌ ସାହା ସାଜୁ। ଚୋରି ହୋଇଥିବା ୧୫ଟି ସିଲିଂ ଫ୍ୟାନ ସେମାନଙ୍କଠାରୁ ପୋଲିସ ଜବତ କରିଛି। ଏନେଇ ମାମଲା (ନଂ.୨୮୦/୨୨) ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ, ମୁଲଣାସାହି ଛକ ନିକଟରେ ଏକ କବାଡ଼ିଆ ଦୋକାନରେ ଚୋରି ସାମଗ୍ରୀ ବିକ୍ରି ପାଇଁ ଦୁଇଜଣ କଥା ହେଉଥିବା ବେଳେ ସ୍ଥାନୀୟ ଲୋକେ ଖବର ପାଇ ସେମାନଙ୍କୁ ଧରିଥିଲେ। ଖବରପାଇ ପୋଲିସ ପହଞ୍ଚି ଦୁଇଜଣଙ୍କୁ ଗିରଫ କରିଥିଲା। ହବିବନଗରସ୍ଥିତ ସର୍ପରାଜ କାଦରି ତାଙ୍କ ଦୋକାନରେ ଫ୍ୟାନ୍‌ ମରାମତି କରି ରଖିଥିବା ବେଳେ ଗତ ୨ ତାରିଖରେ ଏହି ଚୋରମାନେ ଚୋରି କରିନେଇଥିଲେ। ଏନେଇ ସର୍ପରାଜ ଥାନାରେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶିବସେନା(ୟୁବିଟି) ୨ ଫାଳ: ଶିନ୍ଦେଙ୍କ ଦଳରେ ଯୋଗଦେଲେ ୬ ବିଦ୍ରୋହୀ ଏମ୍‌ପି

ମୁମ୍ବାଇ,୨୨ା୬:ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା (ୟୁବିଟି) ୨ ଭାଗ ହୋଇଯାଇଛି। ଏହାର ୯ ଜଣ ଲୋକ ସଭା ସଦସ୍ୟଙ୍କ ମଧ୍ୟରୁ ୬ ଜଣ…

ବଜ୍ରାଘାତରେ ଜଳିଗଲା ମାଉସୀ ମା’ ମନ୍ଦିରର ପତାକା: ଚିନ୍ତାରେ ଭକ୍ତ

ବରଗଡ଼,୨୨।୬(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ ବଜ୍ରପାତ ସହିତ ବର୍ଷା ହୋଇଥିଲା। ତେବେ ଅପରାହ୍ନ ପ୍ରାୟ ୩ଟା ସମୟରେ ହୋଇଥିବା ବଜ୍ରପାତରେ ଜିଲାର ଭଟଲିସ୍ଥିତ…

ଜଙ୍ଗଲରୁ ମିଳିଲା ଯୁବତୀଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର,ଆତ୍ମହତ୍ୟା ନା ହତ୍ୟା ବଢିଲା ସସ୍‌ପେନ୍ସ

ପଟ୍ଟାଙ୍ଗି,୨୨।୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ପେଟୁରୁ ପଞ୍ଚାୟତ ଅନ୍ତର୍ଗତ କପାଟିଗୁଡା ଜଙ୍ଗଲରୁ ସନ୍ଦେହଜନକ ଭାବେ ଯୁବତୀଯୁବକଙ୍କ ମୃତଦେହ ସୁଙ୍କି ପୋଲିସ ଉଦ୍ଧାର…

ଟ୍ରାକ୍ଟର ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ : ମୃତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି

ଲାଞ୍ଜିଗଡ଼,୨୨।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ଘଟଣା ଘଟିଛି। ନିଜେ ଚଳାଉଥିବା ଟ୍ରାକ୍ଟର ଚକରେ ଚାପିହୋଇ ଡ୍ରାଇଭରଙ୍କ…

ନାବାଳିକାଙ୍କୁ ବ୍ଲାକମେଲ କରି ଦୀର୍ଘଦିନ ଧରି ଶୋଷଣ କରୁଥିଲେ ନାବାଳକ, ଅଭିଯୋଗ ପରେ ନାବାଳକଙ୍କୁ …

ପାରଳାଖେମୁଣ୍ଡି, ୨୨।୬(ଗିରିଧାରୀ ପରିଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଜଣେ ନାବାଳିକାଙ୍କ ଅଭିଯୋଗକୁ ଆଧାର କରି ପୋକ୍ସୋ ଆଇନ ଅନୁଯାୟୀ ଏକ ମାମଲା ରୁଜୁ…

ଅତର ବ୍ୟବସାୟୀଙ୍କୁ ଠକେଇ, ଅସଲି ନେଇ ନକଲି ଦେଇଦେଲେ, ଠକିନେଲେ ଏତେ କୋଟି ଟଙ୍କା

ଛତ୍ରପୁର, ୨୨।୬( ଦିଲ୍ଲୀପ ସାମଲ): ଅତି ଚତୁରତା ସହ ବ୍ଲୁ ପ୍ରିଣ୍ଟ କରି ଫିଲ୍ମ ଷ୍ଟାଇଲରେ ହୋଇଛି କିଆ ଅତର ଠକେଇ । ଲକ୍ଷ କି ଦୁଇ…

ମହିଳା ଆଇନଜୀବୀଙ୍କ ଆକସ୍ମିକ ବିୟୋଗ: ଚାରିଆଡ଼େ ଖେଳିଗଲା ଶୋକର ଛାୟା

ଦିଗପହଣ୍ଡି, ୨୨।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଓକିଲ ସଂଘର ବରିଷ୍ଠ ସଦସ୍ୟା ଆଇନଜୀବି ରମା ସୁବୁଦ୍ଧିଙ୍କ ସୋମବାର ଆକସ୍ମିକ ପରଲୋକ ହୋଇଯାଇଛି। ଗତ ୧୯୫୨…

ଲଭ,ସେକ୍ସ, ଧୋକ୍କା: ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ, ଜେଲଗଲେ ଅଭିଯୁକ୍ତ ଡାକ୍ତର

ଦିଗପହଣ୍ଡି,୨୨।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗ୍ରାମ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ଡେଙ୍ଗାଓସ୍ତା ଗ୍ରାମ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଅବିନାଶ ମହାନ୍ତିଙ୍କୁ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri