ଚୋରି ସାମଗ୍ରୀ ବିକ୍ରି ପାଇଁ ଚାଲିଥିଲା ଯୋଜନା, ଧରିଲେ ଲୋକେ.

ଧାମନଗର, ୧୧।୭ (ଡି.ଏନ.ଏ.): ଭଦ୍ରକ ଜିଲା ଧାମନଗର ଅଞ୍ଚଳରେ ବେଆଇନ କବାଡ଼ିଆ ଦୋକାନ ବୃଦ୍ଧି ପାଉଛି। କବାଡ଼ିଆ ଦୋକାନ ବୃଦ୍ଧି ଯୋଗୁ ଚୋରି ମଧ୍ୟ ବଢ଼ିବାରେ ଲାଗିଛି। ବିଭିନ୍ନ ସମୟରେ ଚୋରମାନେ ବିଭିନ୍ନ ଛୋଟ ବଡ଼ ଦୋକାନ ଓ ଅଫିସରୁ ଚୋରି କରି ସାମଗ୍ରୀ କବାଡ଼ିଆ ଦୋକାନରେ କମ୍‌ ମୂଲ୍ୟରେ ବିକୁଛନ୍ତି। କବାଡ଼ିଆ ଦୋକାନୀ ଚୋରି ସାମଗ୍ରୀ କିଣି ମାଲେମାଲ ହେଉଛନ୍ତି। ଫଳରେ ଦିନକୁ ଦିନ ଏହି ଦୋକାନ ଛତୁ ଫୁଟିଲା ପରି ବିଭିନ୍ନ ସ୍ଥାନରେ ଖୋଲି ଚାଲିଛି। ଶନିବାର ରାତିରେ କବାଡ଼ିଆ ଦୋକାନରେ ଚୋରି ସାମଗ୍ରୀ ବିକ୍ରି ପାଇଁ ଯୋଜନା କରୁଥିବା ବେଳେ ଦୁଇ ଚୋରଙ୍କୁ ଧରି ଲୋକେ ପୋଲିସ ଜିମା ଦେଇଛନ୍ତି। ଧାମନଗର ଥାନା ପୋଲିସ ଦୁଇଜଣଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଧାମନଗର ହବିବିନଗରର ସେକ୍‌ ଟିପୁ ଓ ମୁନସୀପାଟଣାର ସେକ୍‌ ସାହା ସାଜୁ। ଚୋରି ହୋଇଥିବା ୧୫ଟି ସିଲିଂ ଫ୍ୟାନ ସେମାନଙ୍କଠାରୁ ପୋଲିସ ଜବତ କରିଛି। ଏନେଇ ମାମଲା (ନଂ.୨୮୦/୨୨) ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ, ମୁଲଣାସାହି ଛକ ନିକଟରେ ଏକ କବାଡ଼ିଆ ଦୋକାନରେ ଚୋରି ସାମଗ୍ରୀ ବିକ୍ରି ପାଇଁ ଦୁଇଜଣ କଥା ହେଉଥିବା ବେଳେ ସ୍ଥାନୀୟ ଲୋକେ ଖବର ପାଇ ସେମାନଙ୍କୁ ଧରିଥିଲେ। ଖବରପାଇ ପୋଲିସ ପହଞ୍ଚି ଦୁଇଜଣଙ୍କୁ ଗିରଫ କରିଥିଲା। ହବିବନଗରସ୍ଥିତ ସର୍ପରାଜ କାଦରି ତାଙ୍କ ଦୋକାନରେ ଫ୍ୟାନ୍‌ ମରାମତି କରି ରଖିଥିବା ବେଳେ ଗତ ୨ ତାରିଖରେ ଏହି ଚୋରମାନେ ଚୋରି କରିନେଇଥିଲେ। ଏନେଇ ସର୍ପରାଜ ଥାନାରେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri