Posted inଜାତୀୟ

ଉଡ଼ୁଥିବା ଅବସ୍ଥାରେ ୬୫ ଥର ବିମାନ ଇଞ୍ଜିନ୍‌ ଶଟ୍‌ଡାଉନ୍‌: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୧୬ା୭:ଭାରତରେ ୨୦୨୦ରୁ ୨୦୨୫ ବର୍ତ୍ତମାନ ସୁଦ୍ଧା ଅର୍ଥାତ୍‌ ୫ ବର୍ଷ ମଧ୍ୟରେ ଉଡ଼ୁଥିବା ଅବସ୍ଥାରେ ୬୫ ଥର ବିମାନ ଇଞ୍ଜିନ୍‌ ଶଟ୍‌ଡାଉନ୍‌ ହୋଇଛି। ତଥ୍ୟ ଜାଣିବା ଅଧିକାର (ଆର୍‌ଟିଆଇ) ଆବେଦନ ବଳରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଏକ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି। ଅର୍ଥାତ୍‌ ପ୍ରତି ମାସରେ ପାଖାପାଖି ଗୋଟିଏ ଇଞ୍ଜିନ୍‌ ଅଚଳ ଘଟଣା ଘଟୁଛି। ତେବେ ଉକ୍ତ ସମସ୍ତ ଘଟଣାରେ ପାଇଲଟ୍‌ ନିରାପଦର ସହ ଗୋଟିଏ ଇଞ୍ଜିନରେ ବିମାନକୁ ସୁରକ୍ଷିତ ଅବତରଣ କରାଇପାରିଛନ୍ତି। ଏଥିସହିତ ଗତ ୧୭ ମାସ ମଧ୍ୟରେ ବିଭିନ୍ନ ବିମାନର କକ୍‌ପିଟ୍‌ରୁ ୧୧ ଥର ‘ମେଡେ’ ସଙ୍କଟକାଳୀନ କଲ୍‌ କରାଯାଇଛି। ଉପରୋକ୍ତ ତଥ୍ୟରୁ ଭାରତରେ ବିମାନ ସେବା ଯୋଗାଉଥିବା ଏୟାରଲାଇନ୍ସଗୁଡ଼ିକ ଯାତ୍ରୀଙ୍କ ସୁରକ୍ଷା ପ୍ରତି କେତେ ସଚେତନ ତାହା ପରିଲକ୍ଷିତ ହେଉଛି।
ଡିଜିସିଏ ତଥ୍ୟ ଅନୁଯାୟୀ, ୨୦୨୪ ଜାନୁଆରୀ ୧ରୁ ୨୦୨୫ ମେ’ ୩୧ ମଧ୍ୟରେ ୧୧ଟି ବିମାନରୁ ସଙ୍କଟକାଳୀନ କଲ୍‌ ହୋଇଛି। ପାଇଲଟ୍‌ମାନେ ବିଭିନ୍ନ ପ୍ରଯୁକ୍ତିଗତ ତ୍ରୁଟି ଦର୍ଶାଇ ଜରୁରୀ ଅବତରଣ ଚାହିଁଛନ୍ତି। ତେବେ ଉକ୍ତ ତଥ୍ୟରେ ଜୁନ୍‌ ୧୨ ଅହମଦାବାଦ ବିମାନ ଦୁର୍ଘଟଣା ଏବଂ ଜୁନ୍‌ ୧୯ରେ ଇଣ୍ଡିଗୋ ବିମାନର ରୁଟ୍‌ ପରିବର୍ତ୍ତନ ବିଷୟ ଉଲ୍ଲେଖ ନାହିଁ। ସୂଚନା ଅନୁଯାୟୀ, ୧୧ଟି ବିମାନ ମଧ୍ୟରୁ ୪ଟି ବୈଷୟିକ ତ୍ରୁଟି ଦର୍ଶାଇ ମେଡେ କଲ୍‌ କରିଥିଲେ ଏବଂ ହାଇଦ୍ରାବାଦରେ ଜରୁରୀ ଅବତରଣ କରିଥିଲେ। ବିମାନରେ ନିଆଁ ଲାଗିବା, ଇଞ୍ଜିନ ଅଚଳ ହେବା କିମ୍ବା ବିପଦ ନିଶ୍ଚିତ ଭଳି ପରିସ୍ଥିତି ଉପୁଜିଲେ ଉଡ଼ାଣ ଜାରି ରଖିବା ସୁରକ୍ଷିତ ନୁହେଁ ଦର୍ଶାଇ ତୁରନ୍ତ ଅବତରଣ ପାଇଁ କ୍ରିଉ ସଦସ୍ୟ ମେଡେ କଲ୍‌ କରିଥାନ୍ତି ବୋଲି ଏୟାରଲାଇନ୍ସ ପାଇଲଟ୍ସ ଆସୋସିଏଶନ ଅଫ୍‌ ଇଣ୍ଡିଆର ସମ୍ପାଦକ ଅନିଲ ରାଓ କହିଛନ୍ତି।
ଜୁନ୍‌ ୧୨ରେ ଏୟାର ଇଣ୍ଡିଆର ଏଆଇ ୭୮୭୦୮ ଡ୍ରିମ୍‌ଲାଇନର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ନିକଟରେ ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନ୍‌ଭେଷ୍ଟିଗେଶନ ବ୍ୟୁରୋ (ଏଏଆଇବି) ପ୍ରକାଶ କରିଥିବା ପ୍ରାରମ୍ଭିକ ରିପୋର୍ଟରେ କହିଛି, ଇଞ୍ଜିନକୁ ଇନ୍ଧନ ବନ୍ଦ ହୋଇଯିବାରୁ ୨ଟି ଯାକ ଇଞ୍ଜିନ୍‌ ଅଚଳ ହୋଇ ଦୁର୍ଘଟଣା ଘଟିଥିଲା। ଏହି ରିପୋର୍ଟ ଆସିବାର ୨ ଦିନ ପରେ ଡିଜିସିଏ ସମସ୍ତ ବୋଇଂ ୭୮୭ ଏବଂ ୭୩୭ ବିମାନର ଫୁଏଲ୍‌ ସୁଇଚ୍‌ ଲକିଂ ସିଷ୍ଟମ୍‌ର ଯାଞ୍ଚ କରାଇବାକୁ ସୋମବାର ଏୟାରଲାଇନ୍ସଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। ଭାରତୀୟ ଏୟାରଲାଇନ୍ସ ୧୫୦ରୁ ଊର୍ଦ୍ଧ୍ୱ ବୋଇଂ ୭୩୭ ଏବଂ ୭୮୭ ବିମାନ ଚଳାଉଛନ୍ତି। ଏୟାର ଇଣ୍ଡିଆ, ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌, ଆକାଶ ଏୟାର, ସ୍ପାଇସ୍‌ଜେଟ୍‌ ଏବଂ ଇଣ୍ଡିଗୋ ପାଖରେ ଏହି ବିମାନ ରହିଛି। ଇଣ୍ଡିଗୋ ପାଖରେ ୭ଟି ବି୭୩୭ ଏବଂ ଗୋଟିଏ ବି୭୮୭-୯ ବିମାନ ରହିଛି। ଏଗୁଡ଼ିକୁ ଉକ୍ତ ଏୟାରଲାଇନ୍ସ ଲିଜ୍‌ରେ ଆଣି ଚଳାଉଥିବାରୁ ଭାରତରେ ପଞ୍ଜୀକୃତ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଚାଉଳ ବଣ୍ଟନ ସମସ୍ୟା ନେଇ ବଡ଼ କଥା କହିଲେ ମନ୍ତ୍ରୀ, ଏଣିକି….

ଭୁବନେଶ୍ୱର, ୧।୮: ରାଜ୍ୟରେ ସରକାରୀ ଚାଉଳ ବଣ୍ଟନକୁ ନେଇ କୌଣସି ସମସ୍ୟା ନଥିବା ସ୍ପଷ୍ଟ କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ଚାଉଳ ବଣ୍ଟନକୁ…

ଆଇନରେ ପରିଣତ ହେଲା ପରୀକ୍ଷା ସଂଶୋଧନ ବିଲ; ରାଷ୍ଟ୍ରପତି ଦେଲେ ଅନୁମୋଦନ

ନୂଆଦିଲ୍ଲୀ,୧।୮: କେନ୍ଦ୍ର ସରକାର ଦେଶବ୍ୟାପୀ ପ୍ରତିଯୋଗିତାମୂଳକ ପରୀକ୍ଷାଗୁଡ଼ିକୁ ପେପର ଲିକ, ଠକେଇ ଏବଂ ଅନ୍ୟାନ୍ୟ ଅନିୟମିତତା ମୁକ୍ତ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ‘ସାର୍ବଜନୀନ…

ଜାରକା ପୋଲିସ ବିଟ୍‌ ହାଉସ୍‌ ଛାତରୁ ଗଳୁଛି ପାଣି, ଭାଙ୍ଗିପଡ଼ିଛି ନାମଫଳକ

ଧର୍ମଶାଳା,୧ା୮(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅଧିନସ୍ଥ ଜାରକା ପୋଲିସ ବିଟ୍‌ ହାଉସ୍‌ (ଫାଣ୍ଡି) ବର୍ତ୍ତମାନ ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ଘେରି ରହିଛି। ବର୍ଷା ହେଲେ…

କୁଲଗାମ ଆତଙ୍କବାଦୀ ଆକ୍ରମଣ: ପ୍ରଥମେ ନାମ ପଚାରିଲେ, ତା’ପରେ ଦୁଇ ହିନ୍ଦୁଙ୍କୁ ଗୁଳି କଲେ!

ନୂଆଦିଲ୍ଲୀ,୧।୮: ଜମ୍ମୁ ଓ କଶ୍ମୀରର କୁଲଗାମରେ ଅଣ-ସ୍ଥାନୀୟ ଶ୍ରମିକମାନଙ୍କୁ ଟାର୍ଗେଟ କରି ଆତଙ୍କବାଦୀମାନେ ପୁଣି ଥରେ ଆତଙ୍କ ବିସ୍ତାର କରିବାକୁ ଚେଷ୍ଟା କରିଛନ୍ତି। ଆତଙ୍କବାଦୀମାନେ ଛତିଶଗଡ଼ର ଦୁଇଜଣ…

୪ ଦିନ ହେଲା ଏକ୍ସ-ରେ ମେଶିନ ଅଚଳ, ହନ୍ତସନ୍ତ ହେଉଛନ୍ତି ରୋଗୀ

ଦାରିଙ୍ଗବାଡ଼ି,୧ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରହିଥିବା ଏକ ମାତ୍ର ଏକ୍ସ-ରେ ମେଶିନ ଗତ ୪ ଦିନ ହେଲା ଅଚଳ ହୋଇପଡ଼ିଛି। ଫଳରେ ଉକ୍ତ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡ଼ିଓକୁ ନେଇ ବିରୋଧି ଦେଲେଣି ପ୍ରତିକ୍ରିୟା, ସଞ୍ଜୟ ସିଂହଙ୍କ ପ୍ରଶ୍ନ କଲେ-‘ମୋ ମାଆ… ମାଆ ନୁହଁନ୍ତି’

ନୂଆଦିଲ୍ଲ,୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର (ଜୁଲାଇ ୩୧) ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ସେ କହିଛନ୍ତି ଯେ NEET ପେପର ଲିକ ବିରୋଧରେ…

ଘରେ ଚପଲ ପିନ୍ଧି ଚାଲିବା ଉଚିତ୍‌ କି ଅନୁଚିତ୍‌ ଜାଣନ୍ତୁ…

ଘରେ ଚପଲ ପିନ୍ଧି ଚାଲିବା ଉଚିତ୍‌ ନା ଖାଲି ପାଦରେ ରହିବା ଭଲ ଏମିତି ପ୍ରଶ୍ନ ଅନେକଙ୍କ ମନରେ ଉଠିଥାଏ। କେତେକ ଲୋକ ବିଶ୍ୱାସ କରନ୍ତି, ଖାଲି…

ପ୍ରଧାନମନ୍ତ୍ରୀଙ୍କୁ ସନ୍ଦେହ କରିବାର କାରଣ ନାହିଁ: ସିଇସି ନିଯୁକ୍ତି ପ୍ରକ୍ରିୟାକୁ ନେଇ କେନ୍ଦ୍ରର ସଫେଇ

ନୂଆଦିଲ୍ଲୀ,୧ା୮:ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଓ ଅନ୍ୟ ନିର୍ବାଚନ କମିଶନରମାନଙ୍କ ନିଯୁକ୍ତି ପାଇଁ ଏକ ସ୍ବାଧୀନ ଓ ନିରପେକ୍ଷ ପ୍ରକ୍ରିୟା ଜରୁରୀ ବୋଲି ସୁପ୍ରିମକୋର୍ଟ ଗୁରୁବାର କହିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri