Posted inଜାତୀୟ

ଓକିଲ ଧର୍ମଘଟ ରୋକିବାକୁ ଯୋଜନା କର

ନୂଆଦିଲ୍ଲୀ,୨୫ା୧: ଓଡ଼ିଶାର ବିଭିନ୍ନ ଭାଗରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟ ମଙ୍ଗଳବାର କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି। ଏହି ପ୍ରସଙ୍ଗରେ ରାଜ୍ୟ ବାର୍‌ ଆସୋସିଏଶନ୍‌ଗୁଡ଼ିକୁ ଧର୍ମଘଟରୁ କ୍ଷାନ୍ତ ରହିବା ପାଇଁ ବାର୍‌ କାଉନ୍‌ସିଲ ଅଫ୍‌ ଇଣ୍ଡିଆ (ବିସିଆଇ) କୌଣସି ବାସ୍ତବ ଯୋଜନା କରୁ ନ ଥିବାରୁ ସର୍ବୋଚ୍ଚ ଅଦାଲତ କଡ଼ା ଭର୍ତ୍ସନା କରିଛନ୍ତି।
ଓକିଲମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବିରୋଧରେ ଏନ୍‌ଜିଓ ‘କମନ୍‌ କଜ୍‌’ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ଅବମାନନା ଆବେଦନ ଦାଖଲ କରାଯାଇଛି। ଜଷ୍ଟିସ୍‌ ଦୀନେଶ ମାହେଶ୍ୱରୀ ଏବଂ ବେଲା ତ୍ରିବେଦୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଉକ୍ତ ପିଟିଶନ୍‌ର ଶୁଣାଣି କରି ବିସିଆଇର ଖାମଖିଆଲି ମନୋଭାବକୁ ନିନ୍ଦା କରିଛନ୍ତି। ଖଣ୍ଡପୀଠ କହିଛନ୍ତି, ବାର୍‌ ସଦସ୍ୟଙ୍କ ବିରୋଧରେ ଯଦି ବିସିଆଇ ଯାହା କରିବା କଥା ସେଦିଗରେ ତ୍ୱରିତ ପଦକ୍ଷେପ ନ ନେବ ତେବେ ଆଉ କିଏ କାର୍ଯ୍ୟାନୁଷ୍ଠାନ ନେବ? ଆମେ ନିର୍ଦ୍ଦିଷ୍ଟ ଭାବେ ପ୍ରତିକାରମୂଳକ ଉପାୟ ଚାହୁଁଛୁ। ଆପଣ ନିଜ ସୁବିଧା ଅନୁସାରେ ଯୋଜନା କରିବେ, ତାକୁ ଆମେ ଅନୁମତି ଦେଇପାରିବୁ ନାହିଁ ବୋଲି ବିସିଆଇ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଅର୍ଦ୍ଧେନ୍ଦୁ ମଉଲି କୁମାର ପ୍ରସାଦଙ୍କୁ ଖଣ୍ଡପୀଠ କହିଛନ୍ତି। ଏହା ପୂର୍ବରୁ ଶୁଣାଣି ବେଳେ ପ୍ରସାଦ ଯୁକ୍ତି ବାଢ଼ିଥିଲେ ଯେ କାର୍ଯ୍ୟାନୁଷ୍ଠାନ ଲାଗି ରାଜ୍ୟ ବାର୍‌ କାଉନ୍‌ସିଲଗୁଡ଼ିକରେ ଅନୁଧ୍ୟାନ କରାଯାଉଛି। ଖଣ୍ଡପୀଠ କହିଥିଲେ, ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଅନୁଧ୍ୟାନ କରାଯାଇପାରିବ ନାହିଁ। ରାଜ୍ୟ ବାର୍‌ କାଉନ୍‌ସିଲଗୁଡ଼ିକ ମଧ୍ୟ ବିସିଆଇର ଅଂଶବିଶେଷ। ଆପଣଙ୍କ ସଦସ୍ୟମାନେ କେବଳ ରାଜ୍ୟ ବାର୍‌ କାଉନ୍‌ସିଲଗୁଡ଼ିକରେ ସାମିଲ ଅଛନ୍ତି। ତେଣୁ ବିସିଆଇ ଭିନ୍ନ ବୋଲି କୁହନ୍ତୁ ନାହିଁ। ପ୍ରସାଦ କହିଥିଲେ, ସଦସ୍ୟମାନେ ବାର୍‌ କାଉନ୍‌ସିଲରୁ ଆସୁଥିଲେ ମଧ୍ୟ ସେମାନଙ୍କ କ୍ଷମତା ଓ କାର୍ଯ୍ୟକାରିତା ଭିନ୍ନ। ଆସୋସିଏଶନ୍‌ଗୁଡ଼ିକୁ ସମ୍ବେଦନଶୀଳ କରାଇବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଏନେଇ ଜଷ୍ଟିସ୍‌ ତ୍ରିବେଦୀ କହିଥିଲେ, ସେମାନେ ସମସ୍ତେ ପ୍ରସଙ୍ଗର ସମ୍ବେଦନଶୀଳତାକୁ ବୁଝିସାରିଛନ୍ତି, କିନ୍ତୁ ସେସବୁକୁ ଅନୁସରଣ କରୁନାହାନ୍ତି। ଏହା ଉପରେ ଆଇନଜୀବୀ ପ୍ରସାଦ କହିଥିଲେ, ଓଡ଼ିଶା ଏବଂ କାଲ୍‌କାଟାରେ ବାର୍‌ ଆସୋସିଏଶନ ପଦାଧିକାରୀମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କେତେଜଣଙ୍କୁ ନିଲମ୍ବନ ମଧ୍ୟ କରାଯାଇଛି। ଗତ ନଭେମ୍ବରରେ ସୁପ୍ରିମକୋର୍ଟଙ୍କ ଏକ ଅନ୍ୟ ଖଣ୍ଡପୀଠ କହିଥିଲେ, ପଶ୍ଚିମ ଓଡ଼ିଶାରେ ରାଜ୍ୟ ହାଇକୋର୍ଟଙ୍କ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ସମ୍ବଲପୁରରେ ଆନ୍ଦୋଳନରତ ଆଇନଜୀବୀମାନଙ୍କ ଲାଇସେନ୍ସଗୁଡ଼ିକୁ ବିସିଆଇ ରଦ୍ଦ କରିବା ନେଇ ତ୍ୱରିତ ପଦକ୍ଷେପ ନେବା ଆବଶ୍ୟକ। ଆପଣ କିଛି ବାସ୍ତବ କାର୍ଯ୍ୟଯୋଜନା ନେଇ ଆସିବେ ବୋଲି ଆମେ ମନେକରୁଥିଲୁ। ପରବର୍ତ୍ତୀ ଶୁଣାଣି ପାଇଁ ସମ୍ପୂର୍ଣ୍ଣ ବିବରଣୀ ନେଇ ଆସନ୍ତୁ ବୋଲି ଖଣ୍ଡପୀଠ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହା ଉପରେ ପରବର୍ତ୍ତୀ ଶୁଣାଣି ପୂର୍ବରୁ ସତ୍ୟପାଠ ଦାଖଲ କରିବେ ବୋଲି ପ୍ରସାଦ ଖଣ୍ଡପୀଠଙ୍କୁ ଅବଗତ କରାଇଛନ୍ତି। ଖଣ୍ଡପୀଠ ଆହୁରି କହିଥିଲେ, ବିସିଆଇ ପକ୍ଷରୁ କରାଯାଉଥିବା ଅବହେଳାରୁ ଆମକୁ କୌଣସି ସୁଫଳ ମିଳୁନାହିଁ। ଆଚରଣ ଓ ବୃତ୍ତିଗତ ଶିଷ୍ଟାଚାର ଉପରେ ପୂର୍ବରୁ ନିୟମ ରହିଆସିଛି, ଯାହାର ଅନୁପାଳନ ହେଉନାହିଁ ବୋଲି ଖଣ୍ଡପୀଠ ଅସନ୍ତୋଷ ବ୍ୟକ୍ତ କରିଥିଲେ।
ଏହି ପ୍ରସଙ୍ଗରେ ଆବେଦନକାରୀ ଏନ୍‌ଜିଓ ‘କମନ୍‌ କଜ୍‌’ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଓକିଲ ଭାରତୀୟ ସେନାର ପୂର୍ବତନ ଅଧିକାରୀ ହରିଶ ଉପ୍ପଲ ବନାମ କେନ୍ଦ୍ର ସରକାର ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟର ଅବତାରଣା କରିଛନ୍ତି। ପିଟିଶନ୍‌ରେ ସେ ଉଲ୍ଲେଖ କରିଛନ୍ତି ଯେ, ଆନ୍ଦୋଳନକୁ ଓହ୍ଲାଉଥିବା ଆଇନଜୀବୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ନିମନ୍ତେ ଶୀର୍ଷ ଅଦାଲତ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏପରି ଅନେକ ରାୟ ରହିଛି। କିନ୍ତୁ ସେଗୁଡ଼ିକର ଅନୁପାଳନ ହେବା ଦରକାର। ବିସିଆଇ କଠୋର ହୋଇଥିଲେ ଆଇନଜୀବୀମାନେ ପରିଣାମ ସମ୍ପର୍କରେ ସଚେତନ ହୋଇଥାଆନ୍ତେ। ଏହାକୁ ନେଇ ଖଣ୍ଡପୀଠ କହିଥିଲେ, ବିସିଆଇର ଅନେକ ଅଧିକାର ଓ କର୍ତ୍ତବ୍ୟ ରହିଛି। ତେଣୁ ବିସିଆଇ ଦାୟିତ୍ୱବାନ୍‌ ଆଚରଣ କରିବା ଉଚିତ। ଏହାର ସମ୍ବେଦନଶୀଳତା ଦେଖାଯିବା ଜରୁରୀ। ଏନେଇ ଆମେ ଦ୍ୱିତୀୟ ଥର ପାଇଁ ସତର୍କ କରାଉଛୁ ବୋଲି ଶୁଣାଣି ବେଳେ ଜଷ୍ଟିସ୍‌ ମାହେଶ୍ୱରୀ ବିସିଆଇକୁ ତାଗିଦ କରିଥିଲେ। ଆସନ୍ତା ମାର୍ଚ୍ଚ ୧୬ରେ ଏହି ପ୍ରସଙ୍ଗରେ ପରବର୍ତ୍ତୀ ଶୁଣାଣି କରାଯିବ। ସେତେବେଳେ ଆମେ ବିସିଆଇଠାରୁ ଆଉ ଥରେ ‘ସରି’ ଶୁଣିବାକୁ ଚାହୁଁନାହୁଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri