ୟୁକ୍ରେନ୍‌ର ୧୫ ପ୍ରତିଶତ ଅଞ୍ଚଳ ଦଖଲ କରିବା ଯୋଜନା, ସଂସଦରେ ପୁଟିନ କରିବେ ବଡ଼ ଘୋଷଣା…

ମସ୍କୋ, ୨୮।୯ : ରୁଷିଆ ୟୁକ୍ରେନର ଦଖଲ କରିଥିବା ଅଞ୍ଚଳରେ ଏକ ଜନମତ ସଂଗ୍ରହ କରିଛି। ଚାରି ଦିନିଆ ଜନମତ ସଂଗ୍ରହ ମଙ୍ଗଳବାର ଶେଷ ହୋଇଛି। ବାସ୍ତବରେ, ଏହି ଜନମତ ସଂଗ୍ରହ ମାଧ୍ୟମରେ ରୁଷିଆ ଏହି ଅଞ୍ଚଳଗୁଡ଼ିକୁ ନିଜ ସହିତ ମିଶ୍ରଣ କରିବାର ଭୂମିକା ଗ୍ରହଣ କରୁଛି। ଖବର ଅନୁଯାୟୀ, ଯେଉଁ ଅଞ୍ଚଳରେ ଜନମତ ସଂଗ୍ରହ ଅନୁଷ୍ଠିତ ହୋଇଛି, ତାହା ୟୁକ୍ରେନର ୧୫ ପ୍ରତିଶତ ଅଟେ। ୟୁକ୍ରେନର ଲୁହାନସ୍କ, ଜାପୋରିଜିଆ, ଖେରସନ ଏବଂ ଡୋନେଟସ୍କରେ ଏହା ସମ୍ପନ୍ନ ହୋଇଛି। ମତଦାନ ପାଇଁ ରୁଷିଆର ସୈନିକମାନେ ଲୋକଙ୍କ ଉପରେ ଚାପ ପକାଇବା ସହିତ ସେମାନଙ୍କ ଘରେ ଅସ୍ତ୍ରଶସ୍ତ୍ର ନେଇ ପହଞ୍ଚିଥିଲେ। ମତଦାନ କେନ୍ଦ୍ରରେ ରୁଷିଆର ସୈନ୍ୟ ମଧ୍ୟ ମୁତୟନ ଥିଲେ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଭ୍ଲାଦିମିର ପୁଟିନ ଚଳିତ ସପ୍ତାହରେ ସଂସଦର ମିଳିତ ଅଧିବେଶନରେ ଜନମତ ସଂଗ୍ରହର ଫଳାଫଳ ଘୋଷଣା କରିପାରିବେ। ରୁଷିଆ ସହିତ ୟୁକ୍ରେନର ୧୫ ପ୍ରତିଶତ ମିଶ୍ରଣ ବିଷୟରେ ସେ ଘୋଷଣା କରି ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଯଦି ପୁଟିନ ଏଭଳି ପଦକ୍ଷେପ ନିଅନ୍ତି ତେବେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆହୁରି ବିପଜ୍ଜନକ ହେବାର ଆଶଙ୍କା ରହିଛି ବୋଲି ବିଶେଷଜ୍ଞମାାନେ ମତପୋଷଣ କରିଛନ୍ତି। ଏଥି ସହିତ,ରୁଷିଆର ଗଣମାଧ୍ୟମ ମଧ୍ୟ ଅନୁମାନ କରୁଛି ଯେ ପୁଟିନ ମାର୍ଶାଲ ଆଇନ ପ୍ରଣୟନ କରି ଯୁଦ୍ଧରେ ଭାଗ ନେବାକୁ ଯୋଗ୍ୟ ଥିବା ସମସ୍ତଙ୍କ ପାଇଁ ସୀମା ବନ୍ଦ କରିବେ।

ଲୁହାନସ୍କ ପ୍ରଶାସନ କହିଛି ଯେ ୯୮.୫ ପ୍ରତିଶତ ଲୋକ ରୁଷିଆରେ ଯୋଗଦେବାକୁ ସପକ୍ଷରେ ମତ ଦେଇଛନ୍ତି। ୬୯ ପ୍ରତିଶତ ବାଲାଟ ଗଣନା ଆଧାରରେ ଏହା କୁହାଯାଇଛି। ଜାପୋରିଜିଆରେ ମୁତୟନ ଥିବା ରୁଷିଆର ଜଣେ ଅଧିକାରୀ କହିଛନ୍ତି ଯେ ୯୩ ପ୍ରତିଶତ ଭୋଟ ଗଣନା କରାଯାଇଛି। ଭୋଟ କମିଟି ଅନୁଯାୟୀ, ଖେରସନର ୮୭ ପ୍ରତିଶତ ଲୋକ କ୍ରେମଲିନ ସପକ୍ଷରେ ମତ ଦେଇଛନ୍ତି। ଏଥିରୁ ସ୍ପଷ୍ଟ ଯେ ରୁଷିଆ ନିଜର ସପକ୍ଷରେ ଫଳାଫଳ ଘୋଷଣା କରିବ।

ଅନ୍ତର୍ଜାତୀୟ ସ୍ତରରେ ଏହି ଜନମତ ସଂଗ୍ରହକୁ ନିନ୍ଦା କରାଯାଉଛି ଏବଂ ଏହାକୁ ଗ୍ରହଣ କରାଯିବ ନାହିଁ ବୋଲି କୁହାଯାଇଛି। କୁହାଯାଉଛି ଯେ ରୁଷିଆର ସୈନିକମାନେ ଲୋକଙ୍କୁ ଘର ଦ୍ୱାର ଖୋଲିବାକୁ ବାଧ୍ୟ କରିଥିଲେ ଏବଂ ପରେ ବନ୍ଧୁକ ମୁନରେ ରୁଷିଆ ସପକ୍ଷରେ ଭୋଟ ଦେବାକୁ ଚାପ ପକାଇଥିଲେ। ମେଲିଟୋପୋଲ ମେୟର ଡିମିତ୍ରୋ ଅଲେରୋଭ କହିଛନ୍ତି ଯେ ଜନମତ ସଂଗ୍ରହର ଫଳାଫଳ ନିରର୍ଥକ। ଏହାର ଉଦ୍ଦେଶ୍ୟ କେବଳ ଆଂଶିକ ଅଧିକୃତ ଅଞ୍ଚଳ ଦାବି କରିବା କାରଣ ରୁଷିଆ ମୁହାଁମୁହିଁ ଯୁଦ୍ଧ କରି ଏହା କରିବାକୁ ସକ୍ଷମ ନୁହେଁ।

ରାଷ୍ଟ୍ରପତି ପୁଟିନ କହିଛନ୍ତି ଯେ ସେ ଯେକୌଣସି ମୂଲ୍ୟରେ ଏହି କ୍ଷେତ୍ରଗୁଡିକୁ ରକ୍ଷା କରିବେ। ରୁଷର ସୁରକ୍ଷା ପରିଷଦର ଅଧ୍ୟକ୍ଷ ଡିମିତ୍ରି ମେଡଭେଡେଭ ମଧ୍ୟ କହିଛନ୍ତି ଯେ ପରମାଣୁ ଆକ୍ରମଣ କରିବାର ମସ୍କୋର ଅଧିକାର ଅଛି ଏବଂ ଏହା ହାସ୍ୟାସ୍ପଦ ନୁହେଁ। ଏଥି ସହିତ, ୟୁକ୍ରେନ କହିଛି ଯେ ଏହି କାର୍ଯ୍ୟ କରିବା ଦ୍ୱାରା ରୁଷିଆ ୟୁକ୍ରେନବାସୀଙ୍କୁ ଅସ୍ତ୍ରଶସ୍ତ୍ର ଉଠାଇବାକୁ ବାଧ୍ୟ କରିବ। ଏହା ପରେ ନିଜ ଦେଶର ଲୋକଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

କାନ୍ଦୁଲ ଜଙ୍ଗଲକୁ ଯାଇଥିଲେ ବେତେସା: ହଠାତ୍‌ ଆକ୍ରମଣ କଲା ମହୁମାଛି, ଆଉ ତା’ପରେ…

ମୋହନା,୧୩।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଅଞ୍ଚଳରେ ମହୁମାଛି ଆକ୍ରମଣରେ ଜଣେ ୫୨ ବର୍ଷୀୟ ବ୍ୟକ୍ତି ଗୁରୁତର ହୋଇପଡ଼ିଛନ୍ତି। ଗୁରୁତର ବ୍ୟକ୍ତି ହେଉଛନ୍ତି କଟାମା ପଞ୍ଚାୟତ ଅନ୍ତର୍ଗତ…

ଭିଜିଲାନ୍ସ ଜାଲରେ ସଇଁତଳା RI: ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ

ବଲାଙ୍ଗୀର, ୧୩।୧୦(ସୁନିଲ କୁମାର ମହାନ୍ତି): ଲାଞ୍ଚ ନେବା ଅଭିଯୋଗରେ ବଲାଙ୍ଗୀର ଜିଲା ସଇଁତଳା ରାଜସ୍ବ ସର୍କଲର ରାଜସୱ ନିରୀକ୍ଷକ (RI) ଆଲନ ବେହେରାଙ୍କୁ ଓଡ଼ିଶା ଭିଜିଲାନ୍ସ ମାଡ଼ିବସିଛି।…

୪୨ କଲେଜକୁ ସ୍ବୟଂଶାସିତ ମାନ୍ୟତା ପ୍ରସ୍ତାବ: ତାଲିକାରେ ଗଞ୍ଜାମର ୧୧ କଲେଜ

ଭଞ୍ଜନଗର,୧୩।୧୦(ବାବୁଲା ପ୍ରଧାନ): ରାଜ୍ୟର ୪୨ଟି ମହାବିଦ୍ୟାଳୟକୁ ସ୍ବୟଂଶାସିତ ମାନ୍ୟତା ପ୍ରଦାନ ନେଇ ରାଜ୍ୟ ସରକାର ଯୋଜନା ରଖିଥିବା ଜଣାପଡ଼ିଛି। ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ…

ସାନଖେମୁଣ୍ଡିରେ ଅଙ୍ଗନୱାଡି କର୍ମୀ ସଂଘ ପକ୍ଷରୁ ପ୍ରତିବାଦ ସଭା: ୧୪ ଦଫା ଦାବି ସମ୍ବଳିତ…

ଦିଗପହଣ୍ଡି,୧୩|୧୦(ଅଶେଷ ନାଥ ମିଶ୍ର: )ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କର ଆସୋସିଏସନ୍ ବ୍ଲକ ଶାଖା କମିଟି ପକ୍ଷରୁ ପାଟପୁର ଠାରେ ସଭା…

ବଡ଼ ନିଷ୍ପତ୍ତି; ଅକ୍ଟୋବର ୧୫ରୁ UPI ଉପରେ ଲାଗୁ ହେବନି MDR ଚାର୍ଜ, ଜାଣନ୍ତୁ କେବେଠୁ…

ନୂଆଦିଲ୍ଲୀ,୧୩।୧୦: ଡିଜିଟାଲ୍‌ ପେମେଣ୍ଟକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । UPI ପେମେଣ୍ଟ୍‌ ଉପରେ ନୂଆ ଚାର୍ଜ ଲାଗୁ କରିବା ନିଷ୍ପତ୍ତିକୁ ଦୀପାବଳି ପର୍ଯ୍ୟନ୍ତ ସ୍ଥଗିତ…

ଆଇପିଏଲ୍‌ ୨୦୨୭ରେ ଖେଳିବେ କି ଧୋନି? ବଡ଼ ଖୁଲାସା କଲେ….

ନୂଆଦିଲ୍ଲୀ,୧୩।୧୦: ଆଇପିଏଲ୍‌ର ସଫଳତମ ଫ୍ରାଞ୍ଚାଇଜି ମଧ୍ୟରୁ ଅନ୍ୟତମ ଚେନ୍ନାଇ ସୁପର କିଙ୍ଗ୍ସ (CSK)ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଭବିଷ୍ୟତକୁ ନେଇ ପୁଣି ଚର୍ଚ୍ଚା ଜୋର…

ବେଆଇନ ଇଟାଭାଟି ଉଚ୍ଛେଦ ଆରମ୍ଭ: ଶ୍ରମିକଙ୍କ ଥଇଥାନକୁ ନେଇ ଉଠିଲା ପ୍ରଶ୍ନ

ନୀଳଗିରି, ୧୩।୧୦(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅନ୍ତର୍ଗତ କୁଳଡ଼ିହା ଅଭୟାରଣ୍ୟର ଇକୋ ସେନ୍ସିଟିଭ ଜୋନ୍‌ରେ ଥିବା ୧୩ଟି ବେଆଇନ ଇଟାଭାଟି ଉଚ୍ଛେଦ ପ୍ରକ୍ରିୟା…

ନଣଦେଇଙ୍କୁ ଭଲ ପାଉଥିଲେ ସ୍ତ୍ରୀ, ସ୍ବାମୀ ଜାଣିଲା ପରେ ଯାହା ଘଟିଲା, ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ଗାଜିଆବାଦ,୧୩।୧୦: ଉତ୍ତରପ୍ରଦେଶର ଗାଜିଆବାଦ ଜିଲାରେ ସ୍ବାମୀଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗରେ ପୋଲିସ ମୃତକଙ୍କ ସ୍ତ୍ରୀ ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି। ଖୋଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?