Posted inଜାତୀୟ

ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରିବା, ରାଜ୍ୟକୁ ଭାଜପାକୁ ହସ୍ତାନ୍ତର କରିବା ସହ ସମାନ: ଗେହଲଟ ଗୋଷ୍ଠୀ

ଜୟପୁର,୨୮।୯: ରାଜସ୍ଥାନରେ କଂଗ୍ରେସରେ ଏବେ ରାଜନୈତିକ ସଙ୍କଟ ଦେଖାଦେଇଛି। କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନାମ ସାମ୍ନାକୁ ଆସିବା ପରେ ଦଳରେ କନ୍ଦଳ ସୃଷ୍ଟି ହୋଇଥିଲା। ଗେହଲଟଙ୍କ ସମର୍ଥକ ବିଧାୟକମାନେ ବିଦ୍ରୋହ କରିଥିବା ଦେଖିବାକୁ ମିଳିଛି। ଇତିମଧ୍ୟରେ ରାଜସ୍ଥାନ ମନ୍ତ୍ରୀ ତଥା ଅଶୋକ ଗେହଲଟଙ୍କ ବିଶ୍ୱସ୍ତ ପ୍ରତାପ ସିଂ ଖଚରାରିଓ୍ବାସଙ୍କ ଏକ ବଡ଼ ମନ୍ତବ୍ୟ ସାମ୍ନାକୁ ଆସିଛି। ସେ କହିଛନ୍ତି, ସଚିନ ପାଇଲଟଙ୍କୁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ କରିବା ଅର୍ଥ ରାଜ୍ୟକୁ ଭାଜପାକୁ ହସ୍ତାନ୍ତର କରିବା। ଏନେଇ ପ୍ରତାପ ସିଂହ ଏକ ଖବରଦାତା ସମ୍ମିଳନୀରେ ପ୍ରତିକ୍ରିୟା ରଖିଛନ୍ତି। ଗେହଲଟ ଦିଲ୍ଲୀ ଯିବା ପରେ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରିବା ଅର୍ଥ ରାଜ୍ୟକୁ ଭାଜପାକୁ ହସ୍ତାନ୍ତର କରିବା ଭଳି ହେବ। କାରଣ ରାଜ୍ୟରେ ସିବିଆଇ, ଇଡି ଓ ଆୟକର ବିଭାଗର ଅଧିକାରୀମାନେ କୁଣ୍ଡଳୀ ମାରି ବସିଛନ୍ତି। ଅନ୍ୟପଟେ ଭାଜପା ରାଜସ୍ଥାନ ସରକାରଙ୍କୁ ହଟାଇବା ପାଇଁ ଷଡ଼ଯନ୍ତ୍ର କରୁଛି। ଏଭଳି ପରିସ୍ଥିତିରେ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରିବା ବିପଦଜ୍ଜନକ ରହିବ ବୋଲି ସେ କହିଛନ୍ତି। ଅନ୍ୟପଟେ ଗାନ୍ଧୀ ପରିବାର ତାଙ୍କ ବିଶ୍ୱସ୍ତଙ୍କ ବିଦ୍ରୋହକୁ ନେଇ ଗେହଲଟଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି। କଂଗ୍ରେସ ବିଧାୟକ ଦଳର ବୈଠକକୁ ବହିଷ୍କାର କରିବା ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ହାଇକମାଣ୍ଡ ଗେହଲଟ ଗୋଷ୍ଠୀର ୩ଜଣ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟିକାକରଣରେ ରେକର୍ଡ ପରେ ଲାଲକିଲାରେ ଉଡିବ ତ୍ରିରଙ୍ଗା

ନୂଆଦିଲ୍ଲୀ,୨୧ ।୧୦: କରୋନା ଟିକାକରଣରେ ସରକାର କେର୍ଡ କରିବାକୁ ଯାଉଛନ୍ତି । ଗୁରୁବାର ଦେଶରେ ୧୦୦କୋଟି ଟିକାକରଣ ପୂରଣ ହେବା ପରେ ମୋଦି ସରକାର ବିଭିନ୍ନ...

ମୋଦୀଙ୍କ ନୂଆ ମନ୍ତ୍ରିମଣ୍ଡଳରେ ଓଡ଼ିଶାରୁ ୨

ନୂଆଦିଲ୍ଲୀ,୭।୭: ମୋଦୀ କ୍ୟାବିନେଟର ବୁଧବାର ସମ୍ପ୍ରସାରଣ ହୋଇଛି। ଓଡ଼ିଶାର ୨ ଭାଜପା ନେତା କେନ୍ଦ୍ର ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେମାନେ ହେଲେ ମୟୂରଭଞ୍ଜ ଏମ୍‌ପି...

‘ନିଭାର’ର ପ୍ରଭାବ: ୪ ଘଣ୍ଟାରେ ଅଧିକାଂଶ ଅଞ୍ଚଳ ଜଳାର୍ଣ୍ଣବ

ନୂଆଦିଲ୍ଲୀ,୨୬ ।୧୧: ବଙ୍ଗୋପସାଗର ଉପକୂଳରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ନିଭାର’ ଗତ ରାତିରେ ତାମିଲନାଡୁ ଓ ପୁଡୁଚେରୀରେ ସ୍ଥଳଭାଗ ଛୁଇଁଛି । ଏହାର ପ୍ରଭାବରେ...

ଓମାର ଅବଦୁଲ୍ଲାଙ୍କ ପ୍ରଶ୍ନ, ଇଡି-ସିବିଆଇ କଂଗ୍ରେସ ପାଇଁ ଭାଜପା ଏଜେଣ୍ଟ,ଏଏପି କ୍ଷେତ୍ରରେ ବିଶ୍ୱସନୀୟ…

ଶ୍ରୀନଗର, ୨୨।୮ : ନ୍ୟାଶନାଲ କନଫରେନ୍ସ ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା ସିବିଆଇ, ଇଡି ଏବଂ ଏନଆଇଏ ଭଳି କେନ୍ଦ୍ରୀୟ ଏଜେନ୍ସିର ଭୂମିକା ଉପରେ କଂଗ୍ରେସର ଦୋମୁହାଁ...

ପଶ୍ଚିମବଙ୍ଗରେ ହାରିବ ଭାଜପା: ମମତା

କୋଲକାତା,୨୭ ।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାଜୀ ବୁଧବାର ପୁଣିଥରେ ଭାରତୀୟ ଜନତା ପାର୍ଟି(ଭାଜପା) ଉପରେ ଖୁବ୍ ବର୍ଷିଛନ୍ତି । ମମତା କହିଛନ୍ତି ଏହା ନିଶ୍ଚିତ...

ମ୍ୟାଜିକ୍‌ ନମ୍ବର ପାଇଁ ଛିଡୁନି ଅଙ୍କକଷା: ମହାରାଷ୍ଟ୍ରରେ ସଙ୍କଟମୋଚନ ସାଜିବ କିଏ ?

ମୁମ୍ବାଇ,୩।୧୧: ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଜାରି ରହିଛି। ସରକାର ଗଠନ ପାଇଁ ଭାଜପା-ଶିବସେନା ମଧ୍ୟରେ ଅଙ୍କକଷା ଛିଡୁ ନ ଥିବାରୁ କଂଗ୍ରେସ, ଏନସିପି ସହିତ ଅନ୍ୟ...

ଅଶାନ୍ତ ରାଜସ୍ଥାନ, ୮ ବର୍ଷରେ ୩୩୦୦ରୁ ଅଧିକ ହିଂସା, ୮୧ ସାମ୍ପ୍ରଦାୟିକ…

ଜୟପୁର, ୨୮।୬ : ରାଜସ୍ଥାନର ଉଦୟପୁରରେ ଘଟିଥିବା ବର୍ବର ହତ୍ୟା ଯୋଗୁ ଉତ୍ତେଜନା ସୃଷ୍ଟି ହୋଇଛି। ଜିଲା ପ୍ରଶାସନ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍‌ ସେବାକୁ...

ପିଏମ୍‌ କେୟାର୍ସ ଫଣ୍ଡ ଯାଞ୍ଚ ହେବ ନାହିଁ

ନୂଆଦିଲ୍ଲୀ,୧୨ା୭: ପାର୍ଲାମେଣ୍ଟର ଗୁରୁତ୍ୱପୂର୍ଣ୍ଣ ପ୍ୟାନେଲ ପବ୍ଲିକ୍‌ ଆକାଉଣ୍ଟସ କମିଟି (ପିଏସି) କୋଭିଡ୍‌-୧୯ ପରିଚାଳନା କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଓ ଏହି ସଙ୍କଟର ମୁକାବିଲା...

Advertisement
Archives

Model This Week