Posted inରାଜ୍ୟ

ସରକାରୀ ବୈଠକ-ସମ୍ମିଳନୀରେ ମାଣ୍ଡିଆ ସ୍ନାକ୍ସ ସାମିଲ ଯୋଜନା: ସବୁ ବିଭାଗକୁ କୃଷି ସଚିବଙ୍କ ଚିଠି

ଭୁବନେଶ୍ୱର,୨୨ା୯(ବ୍ୟୁରୋ): ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଦ୍ୱାରା ଆୟୋଜିତ ବୈଠକ ଏବଂ ସମ୍ମିଳନୀରେ ମାଣ୍ଡିଆରୁ ପ୍ରସ୍ତୁତ ସ୍ନାକ୍ସ ପରିବେଷଣ କରିବା ଦିଗରେ ବିଚାର କରିବା ପାଇଁ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ ବୁଧବାର ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବ ଏବଂ ସଚିବଙ୍କୁ ଚିଠି ଲେଖିଛନ୍ତି। ପୁଷ୍ଟିରେ ଭରପୂର ମାଣ୍ଡିଆରୁ ପ୍ରସ୍ତୁତ ବିସ୍କୁଟ, ମିକ୍ସଚର, ଖୁରୁମା,ନିମିିକି, ସେଉ, ପିଠା ଆଦି ଅତ୍ୟନ୍ତ ସ୍ବାଦିଷ୍ଟ ଏବଂ ଗ୍ରାହକଙ୍କ ମଧ୍ୟରେ ଏହା ବହୁଳ ଭାବରେ ଆଦୃତ ହେଉଛି। ଓଡ଼ିଶା ମିଲେଟ୍‌ ମିଶନ ଦ୍ୱାରା ପ୍ରଶିକ୍ଷିତ ମିଶନ ଶକ୍ତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ମାଣ୍ଡିଆ ପ୍ରସ୍ତୁତ ସ୍ନାକ୍ସ ବିଭିନ୍ନ ବିଭାଗକୁ ଯୋଗାଣ ଏକ ବଡ଼ ଆର୍ଥିକ ସୁଯୋଗ ସୃଷ୍ଟି କରିବ ବୋଲି ପାଢ଼ୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ଏହା ଲଘୁ ଶସ୍ୟର ଉପକାରିତା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ସହିତ ମାଣ୍ଡିଆରୁ ସ୍ନାକ୍ସ ପ୍ରସ୍ତୁତିରେ ଅନେକଙ୍କୁ ଜୀବିକା ଯୋଗାଇଦେବ ବୋଲି ସେ ଚିଠିରେ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କ ଫ୍ଲାଗ୍‌ଶିପ୍‌ ଯୋଜନା ଓଡ଼ିଶା ମିଲେଟ୍‌ ମିଶନକୁ ରାଜ୍ୟର ୧୯ଟି ଜିଲାରେ କାର୍ଯ୍ୟକାରୀ କରାଯାଇଛି। ସମ୍ବେଦନଶୀଳ କୃଷକମାନଙ୍କ ଜୀବିକାର ଉନ୍ନତି ନିମନ୍ତେ ଓଡ଼ିଶା ମିଲେଟ୍‌ ମିଶନ ମାଣ୍ଡିଆକୁ ଚାଷରେ ଏବଂ ଜନସାଧାରଣଙ୍କ ଖାଦ୍ୟଥାଳିରେ ପୁନଃପ୍ରଚଳନ କରିବାକୁ ଲକ୍ଷ୍ୟ ରଖିଛି। ମିଲେଟ୍‌ ଚାଷକୁ ପ୍ରୋତ୍ସାହିତ କରିବା ଦିଗରେ ଓଡ଼ିଶା ମିଲେଟ୍‌ ମିଶନ ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ସର୍ବୋତ୍ତମ ମଡେଲ ମଧ୍ୟରୁ ଗୋଟିଏ ବୋଲି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସ୍ବୀକୃତି ମିଳିଛି । ଭାରତ ସରକାର ମିଲେଟ୍‌ର ପ୍ରୋତ୍ସାହନ ପାଇଁ ଓଡ଼ିଶା ମଡେଲକୁ ଆପଣେଇବା ପାଇଁ ଅନ୍ୟ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି।

ଜାତିସଂଘ ଦ୍ୱାରା ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷ ଭାବରେ ଘୋଷଣା କରାଯାଇଛି। ଏହି ଆଉଟ୍‌ଲେଟ୍‌କୁ ଇଣ୍ଡିଆନ କାଉନ୍‌ସିଲ ଅଫ୍‌ ଏଗ୍ରିକଲଚରାଲ୍‌ ରିସର୍ଚ୍ଚ ଏବଂ ଭାରତ ସରକାରଙ୍କ ଦ୍ୱାରା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମିଲେଟ୍‌କୁ ମୂଲ୍ୟଯୁକ୍ତ କରିବା ଦିଗରେ ସର୍ବୋତ୍ତମ ସ୍ବୀକୃତି ମିଳିଛି। ଏଥିସହିତ କୃଷି ଭବନରେ ଆୟୋଜିତ ସମସ୍ତ ବୈଠକରେ ମିଲେଟ୍‌ରୁ ପ୍ରସ୍ତୁତ ସ୍ନାକ୍ସ ପରିବେଷଣ ଆରମ୍ଭ ହୋଇସାରିଛି ବୋଲି ପାଢ଼ୀ ଚିଠିରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଙ୍କ ନକ୍ଷତ୍ରରେ ସୂର୍ଯ୍ୟଙ୍କ ପ୍ରବେଶ: ମେଷ ସମେତ ୩ ରାଶିର ବଢ଼ିବ ଚିନ୍ତା, ପଳାଇବ ଚାକିରି! ସମ୍ପର୍କରେ ପଡିବ ଭଟ୍ଟା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟ ଓ ରାହୁଙ୍କ ଯୁତିକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ। ସେହିପରି ସୂର୍ଯ୍ୟଙ୍କ ରାହୁଙ୍କ ନକ୍ଷତ୍ରରେ ପ୍ରବେଶକୁ ମଧ୍ୟ ଜ୍ୟୋତିଷ ଦୃଷ୍ଟିରୁ…

୪୨ କଲେଜକୁ ସ୍ବୟଂଶାସିତ ମାନ୍ୟତା ପ୍ରସ୍ତାବ: ତାଲିକାରେ ଗଞ୍ଜାମର ୧୧ କଲେଜ

ଭଞ୍ଜନଗର,୧୩।୧୦(ବାବୁଲା ପ୍ରଧାନ): ରାଜ୍ୟର ୪୨ଟି ମହାବିଦ୍ୟାଳୟକୁ ସ୍ବୟଂଶାସିତ ମାନ୍ୟତା ପ୍ରଦାନ ନେଇ ରାଜ୍ୟ ସରକାର ଯୋଜନା ରଖିଥିବା ଜଣାପଡ଼ିଛି। ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ…

୫ ଥର ଟାଇଟଲ ଜିତି ଇତିହାସ ରଚିଲେ ଗିଲ, ଏହି ତାଲିକାରେ କୋହଲିଙ୍କ ସ୍ଥାନ କେଉଁଠି? ଲିଷ୍ଟ ଦେଖିଲେ ଚମକିଯିବେ

ନୂଆଦିଲ୍ଲୀ,୧୩।୧୦: ଶୁଭମନ ଗିଲ ସର୍ବାଧିକ ଥର ‘ପ୍ଲେୟର ଅଫ ଦ ମନ୍ଥ’ ଟାଇଟଲ ଜିତିଥିବା ଭାରତୀୟ ଖେଳାଳି। ମଙ୍ଗଳବାର (ଅକ୍ଟୋବର ୧୩) ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC)…

ଗର୍ଭବତୀ ମହିଳା ସାମ୍ବାଦିକାଙ୍କୁ ଧକ୍କା ଦେଲେ ରାହୁଲ! ଭାଜପା ନେତାଙ୍କ ସାଂଘାତିକ ଅଭିଯୋଗ, କହିଲେ- ତାଙ୍କ ଗର୍ଭ…

ନୂଆଦିଲ୍ଲୀ,୧୩।୧୦: କଂଗ୍ରେସ ସାଂସଦ ତଥା ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋମବାର ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଏକ ମାର୍ଚ୍ଚ କରିଥିଲେ। ଏହି ମାର୍ଚ୍ଚରେ ଇଣ୍ଡିଆ…

ବନ୍ଧୁକ ଦେଖାଇ ମାଗୁଥିଲେ ସୁନା ଗହଣା: ପନିକି ଫୋପାଡିଲେ ମହିଳା, ପରେ…

ପାଟଣା, ୧୩/୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ମୁରୁସୁଆଁ ଗ୍ରାମରେ ମଙ୍ଗଳବାର ମଧ୍ୟାହ୍ନରେ ବନ୍ଧୁକ ଦେଖାଇ ଲୁଟ୍‌ ଉଦ୍ୟମ ହୋଇଛି। ଘରେ…

ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା, ଆଳି କଲେଜରେ ସାଇନ୍‌ ଡାଏ ଘୋଷଣା

କେନ୍ଦ୍ରାପଡ଼ା/ଆଳି, ୧୩।୧୦(ଜଗନ୍ନାଥ ଧଳ/ବନମାଳୀ ସେନାପତି) କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ୍‌ ଅନ୍ତର୍ଗତ ଆୟତପୁରସ୍ଥିତ ଲକ୍ଷ୍ମୀବରାହ ଜୀଉ ଡିଗ୍ରୀ କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା ଦେଖାଦେଇଛି।…

ଝୁଲିପଡ଼ିଲେ +୨ ଛାତ୍ର, କାରଣ ଜାଣିଲେ…

ଡେରାବିଶ,୧୩ା୧୦(ବେବର୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଡେରାବିଶ ବ୍ଳକ ବାରିମୂଳ ପଞ୍ଚାୟତ ରାୟପୁର ଗ୍ରାମର ବିରକିଶୋର ମଳିକଙ୍କ ପୁଅ ଚନ୍ଦନ(୧୭) ବେକରେ ରଶି ଲଗାଇ…

ଗେଟ୍‌ରେ ତାଲା, ବାହାରେ ଘଣ୍ଟା ଘଣ୍ଟା ଅପେକ୍ଷା କଲେ ଛାତ୍ରୀଛାତ୍ର: ଅଧ୍ୟକ୍ଷଙ୍କ ନିରବତାକୁ ନେଇ ଅସନ୍ତୋଷ

ମୋହନା, ୧୩।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ୍‌ରେ ଥିବା ଏକମାତ୍ର ଶିଳ୍ପ ତାଲିମ କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କୁ ଗେଟ୍‌ ବାହାରେ ଅପେକ୍ଷା କରିବାକୁ ପଡ଼ୁଥିବା ଘଟଣାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?