ଉପାସନା ସ୍ଥଳ ବିବାଦ

ଦେଶରେ ଉପାସନା ସ୍ଥଳକୁ ନେଇ ବିବାଦ ଚର୍ଚ୍ଚାର ବିଷୟ ପାଲଟିଛି। କିଛି ବର୍ଷ ତଳେ ବାରାଣସୀସ୍ଥିତ ଜ୍ଞାନବାପି ମସ୍‌ଜିଦକୁ ନେଇ ଆରମ୍ଭ ହୋଇଥିବା ଏହି ବିବାଦ ଏବେ ମଥୁରା, ସମ୍ଭଲ, ବାଦାୟୁଁ ଓ ଉତ୍ତରାଖଣ୍ଡର ଉତ୍ତର କାଶୀ ଦେଇ ରାଜସ୍ଥାନର ଆଜମେରରେ ପହଞ୍ଚତ୍ଛି। ୨୪ ନଭେମ୍ବରରେ ଉତ୍ତର ପ୍ରଦେଶର ସମ୍ଭଲଠାରେ ୧୬ଶ ଶତାବ୍ଦୀରେ ନିର୍ମିତ୍ତ ଶାହି ଜାମା ମସ୍‌ଜିଦରେ ସର୍ଭେକୁ ନେଇ ହିଂସା ଘଟି ପୋଲିସ ଗୁଳିରେ ପାଞ୍ଚ ଜଣ ଯୁବକ ପ୍ରାଣ ହରାଇଛନ୍ତି। ସମ୍ଭଲର ନିଆଁ ନ ଲିଭୁଣୁ ଆଜମେରର ୮୦୦ ବଷର୍ର୍ରୁ ଊର୍ଦ୍ଧ୍ୱ ସୁଫି ଦରଘା ତଳେ ମନ୍ଦିର ଅଛି ବୋଲି କହି ତା’ର ପତ୍ନତାତ୍ତ୍ୱିକ ସର୍ଭେ କରିବାକୁ ସ୍ଥାନୀୟ କୋର୍ଟରେ ପିଟିଶନ ଦାଏର କରାଯାଇଛି। ବାରାଣସୀ(କାଶୀ),ମଥୁରା କିମ୍ବା ଆଜମେର ଧର୍ମସ୍ଥଳକୁ ନେଇ ଆରମ୍ଭ ହୋଇଥିବା ବିବାଦ ସମାଜରେ ଧାର୍ମିକ ଧୃବୀକରଣ ସୃଷ୍ଟି କରିବା ତଥା ସଂଖ୍ୟାଲଘୁମାନଙ୍କୁ ଆତଙ୍କିତ କରି ରଖିବାକୁ ଉଦ୍ଦିଷ୍ଟ ସାମ୍ପ୍ରଦାୟିକ ରାଜନୀତିର ଏହା ଅଂଶବିଶେଷ ମାତ୍ର।
ଉପାସନା ସ୍ଥଳକୁ ନେଇ ବିବାଦ ଆଜିର ଦିନରେ ଅନାବଶ୍ୟକ । କାରଣ ଦେଶରେ ଏନେଇ ଉପାସନା ସ୍ଥଳ(ସ୍ବତନ୍ତ୍ର ବ୍ୟବସ୍ଥା) ଆଇନ – ୧୯୯୧ ରହିଛି। ୧୯୪୭ ଅଗଷ୍ଟ ୧୫ ଦିନ ଦେଶର ଉପାସନା ସ୍ଥଳମାନଙ୍କର ଧାର୍ମିକ ଚରିତ୍ର ଯାହା ଥିଲା, ସେଥିରେ କୌଣସି ପରିବର୍ତ୍ତନ ହୋଇପାରିବ ନାହିଁ ଏହି ଆଇନରେ ସ୍ପଷ୍ଟ ଭାବେ କୁହାଯାଇଛି। ଏପରି କି ଅଯୋଧ୍ୟା ମାମଲାରେ ମଧ୍ୟ ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ଆଇନର ବୈଧତାକୁ ସ୍ବୀକୃତି ଦେବା ସହ ଏହା ସମ୍ବିଧାନର ମୌଳିକ ଢାଞ୍ଚାର ଅବିଚ୍ଛେଦ୍ୟ ଅଙ୍ଗ ହୋଇସାରିଛି ବୋଲି କହିଥିଲେ। କେବଳ ବିବାଦୀୟ ବାବ୍ରୀ ମସ୍‌ଜିଦକୁ ଛାଡ଼ିଦେଲେ ଅନ୍ୟ କୌଣସି ଉପାସନା ସ୍ଥଳର ଧାର୍ମିକ ଚରିତ୍ରକୁ କୌଣସି ପରିସ୍ଥିତିରେ ବଦଳା ଯାଇପାରିବ ନାହିଁ ବୋଲି ସ୍ପଷ୍ଟ ରାୟ ଦେଇଛନ୍ତି। ଏତେ ସବୁ ପରେ ମଧ୍ୟ କିଛି ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ବାରମ୍ବାର ଏଭଳି ବିବାଦ ସୃଷ୍ଟି କରିବା ଏବଂ ତାକୁ ତଳ କୋର୍ଟଗୁଡ଼ିକ ତତ୍‌କ୍ଷଣାତ୍‌ ପତ୍ନତାତ୍ତ୍ୱିକ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେବା ଘଟଣା କେବଳ ଦୁର୍ଭାଗ୍ୟଜନକ ହିଁ ନୁହେଁ ବରଂ ଉଭୟ ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଓ ଦେଶର ସମ୍ବିଧାନର ଖୋଲା ଉଲ୍ଲଂଘନ ବୋଲି କୁହାଯାଇପାରେ। କୋର୍ଟ ଏଭଳି ଆଦେଶ ଦେବା ପୂର୍ବରୁ ସମାଜ ଉପରେ ତା’ର କି ପ୍ରକାର ପ୍ରଭାବ ପଡ଼ିବ ସେ ସମ୍ପର୍କରେ ଚିନ୍ତା କରିବା କଥା। କାରଣ ବର୍ତ୍ତମାନର ଆଇନ ଅନୁଯାୟୀ ଦେଶର କୌଣସି ଉପାସନା ପୀଠର ଧାର୍ମିକ ଚରିତ୍ର ବଦଳିବା ସମ୍ଭବ ନ ଥିବା ବେଳେ ତଳ କୋର୍ଟର ଏଭଳି ପଦକ୍ଷେପ ଅନାବଶ୍ୟକ ଭାବେ ସମାଜରେ ସାମ୍ପ୍ରଦାୟିକ ଉତ୍ତେଜନାକୁ ବଢ଼ାଇବା ସହ ଦେଶର ଶାନ୍ତି ଓ ସୌହାର୍ଦ୍ଦ୍ୟକୁ ନଷ୍ଟ କରୁଛି।
ଧାର୍ମିକ ବା ଉପାସନା ସ୍ଥଳକୁ ନେଇ ସୃଷ୍ଟି ହେଉଥିବା ବିବାଦର ସ୍ଥାୟୀ ସମାଧାନ ଲକ୍ଷ୍ୟରେ ହିଁ ୧୯୯ରେ ତତ୍କାଳୀନ ସରକାର ଉପାସନା ସ୍ଥଳ (ସ୍ବତନ୍ତ୍ର ବ୍ୟବସ୍ଥା) ଆଇନ – ୧୯୯୧ ପ୍ରଣୟନ କରିଥିଲେ। ଏହି ଆଇନର ଧାରା-୨ ପ୍ରକାରେ ୧୫ ଅଗଷ୍ଟ ୧୯୪୭ର ସ୍ଥିତିର ଆଧାରରେ ଧାର୍ମିକ ସ୍ଥଳ ସଂରକ୍ଷିତ ରହିବ। ଯଦି ଏହି ତାରିଖରେ ଧାର୍ମିକ ସ୍ଥଳର ଚରିତ୍ର ବଦଳାଇବା ସମ୍ପର୍କିତ କୌଣସି ଆବେଦନ କୋର୍ଟରେ ବିଚାରାଧୀନ ରହିଛି, ତା’ହେଲେ ତା’କୁ ଅବିଳମ୍ବେ ବନ୍ଦ କରି ଦିଆଯିବ। ଆଇନର ଧାରା – ୩ ପ୍ରକାରେ ଗୋଟିଏ ଧର୍ମର ପୂଜାସ୍ଥଳକୁ ଆଉ ଗୋଟିଏ ଧର୍ମର ପୂଜାସ୍ଥଳରେ ପରିବର୍ତ୍ତନ କରାଯିବା ବେଆଇନ । ଅନ୍ୟ ଧର୍ମ କଥା ଛାଡ଼ନ୍ତୁ, ସେହି ଧର୍ମର ହିଁ କୌଣସି ଅନ୍ୟ ଗୋଷ୍ଠୀକୁ ବି ତାହା ଦିଆଯାଇ ପାରିବନି। ଆଇନର ଧାରା- ୪(୧) ଅନୁଯାୟୀ ଦେଶର ସବୁ ଉପାସନା ପୀଠର ଧାର୍ମିକ ଚରିତ୍ର ୧୯୪୭ ଅଗଷ୍ଟ ୧୫ ରେ ଯାହା ଥିଲା, ତାହା ହିଁ ବଜାୟ ରହିବା ଅନିବାର୍ଯ୍ୟ ଅଟେ। ଧାରା-୪(୨) ପ୍ରକାରେ ଧାର୍ମିକ ସ୍ଥଳର ଚରିତ୍ରକୁ ନେଇ କୌଣସି ବି ନୂଆ ବିବାଦ ବା ମକଦ୍ଦମାବାଜିକୁ ଅନୁମତି ଦିଆଯାଇପାରିବନି। ଧାରା – ୫ ଅନୁଯାୟୀ ରାମ ଜନ୍ମଭୂମି ଓ ବାବ୍ରୀ ମସ୍‌ଜିଦ ବିବାଦ ଏହି ଆଇନରୁ ବାହାରେ ରହିବ। ଉଲ୍ଲେଖଯୋଗ୍ୟ ଯେ ୧୯୪୭ ବେଳକୁ ବାବ୍ରୀ ମସ୍‌ଜିଦ ମାମଲା କୋର୍ଟରେ ବିଚାରାଧୀନ ଥିବାରୁ କେବଳ ତା’କୁ ହିଁ ବ୍ୟତିକ୍ରମ ଭାବେ ଏହି ଆଇନର ପରିସରରୁ ବାଦ୍‌ ଦିଆଯାଇଛି। ଆଇନର ଧାରା-୬ ପ୍ରକାରେ ଏହାର ଉଲ୍ଲଂଘନ କଲେ ସମ୍ପୃକ୍ତ ବ୍ୟକ୍ତିକୁ ତିନି ବର୍ଷ ଜେଲ ଓ ଜରିମାନା ଉଭୟ ଲାଗୁହେବ ବୋଲି କୁହାଯାଇଛି।
୧୫ ଅଗଷ୍ଟ ୧୯୪୭ ପରଠାରୁ ଦେଶର କୌଣସି ବି ଉପାସନା ପୀଠର ଧାର୍ମିକ ସ୍ଥିତିରେ କୌଣସି ପ୍ରକାର ପରିବର୍ତ୍ତନକୁ ୧୯୯୧ର ଉପାସନା ପୀଠ ଆଇନ ଏବଂ ଅଯୋଧ୍ୟା ମାମଲାରେ ଖୋଦ୍‌ ସୁପ୍ରିମକୋର୍ଟ ଖଣ୍ଡପୀଠ ନିଷିଦ୍ଧ କରି ଧାର୍ମିକ ସ୍ଥଳକୁ ନେଇ ଭବିଷ୍ୟତରେ କୌଣସି ମକଦ୍ଦମାକୁ ଅନୁମତି ଦିଆଯାଇ ପାରିବନି ବୋଲି ସ୍ପଷ୍ଟ କହିଥିବା ସତ୍ତ୍ୱେ ଏଭଳି ବିବାଦ ବଢ଼ିବା ପଛରେ ଖୋଦ୍‌ ସୁପ୍ରିମକୋର୍ଟଙ୍କ ଆଉ ଏକ ବିବାଦୀୟ ନିଷ୍ପତ୍ତି ରହିଛି। ୨୦ ମେ’ ୨୦୨୨ରେ ତତ୍କାଳୀନ ମୁଖ୍ୟ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ବାରାଣସୀର ଜ୍ଞାନବାପି ମସ୍‌ଜିଦରେ ସର୍ଭେ କରିବାକୁ ତଳ କୋର୍ଟର ନିର୍ଦ୍ଦେଶକୁ ଖାରଜ ନ କରି ତାକୁ ବୈଧ ବୋଲି କହି ଅନୁମତି ଦେଇଥିଲେ। ସେଥିରେ ସେ କହିଥିଲେ, ଯଦିଓ ୧୯୯୧ର ଉପାସନା ସ୍ଥଳ ଆଇନ ଯୋଗୁ କୌଣସି ଉପାସନା ସ୍ଥଳକୁ ଅନ୍ୟ ଧର୍ମର ଉପାସନା ସ୍ଥଳରେ ପରିଣତ କରାଯାଇପାରିବନି କିନ୍ତୁ ଏହା କୌଣସି ଧର୍ମସ୍ଥଳର ମୂଳ ଚରିତ୍ରକୁ ଜାଣିବାକୁ ମନାକରୁନି ବୋଲି ଯୁକ୍ତି ଦର୍ଶାଇ ସର୍ଭେ ପାଇଁ ଅନୁମତି ଦେଇଥିଲେ। ବିଚାରପତି ଚନ୍ଦ୍ରଚୂଡ଼ଙ୍କ ଉପରୋକ୍ତ ନିଷ୍ପତ୍ତି ୧୯୯୧ର ଉପାସନା ସ୍ଥଳ ଆଇନ ଓ ଦେଶର ସମ୍ବିଧାନର ମୂଳ ଭାବନାକୁ ଉଲ୍ଲଂଘନ କରିବା ସହ ଦେଶରେ ଧାର୍ମିକ ପୀଠକୁ ନେଇ ବିବାଦ ପାଇଁ ବାଟ ଖୋଲିଦେଇଛି। ସୁପ୍ରିମକୋର୍ଟର ଏହି ରାୟ ପରେ ହିଁ ଦେଶରେ ସାମ୍ପ୍ରଦାୟିକ ଶକ୍ତିମାନେ ଉତ୍ସାହିତ ହୋଇ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଗୋଟିଏ ପରେ ଗୋଟିଏ ଧର୍ମାନୁଷ୍ଠାନକୁ ବିବାଦୀୟ କରିବାକୁ କୋର୍ଟରେ ପିଟଶନ ପକାଇ ଏକ ବିପଜ୍ଜନକ ଧାରାକୁ ଆରମ୍ଭ କରିଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ଆଳରେ ତଳ କୋର୍ଟମାନେ ମଧ୍ୟ ଏଭଳି ପିଟିଶନ୍‌କୁ ତତ୍‌କ୍ଷଣାତ ଗ୍ରହଣ କରି ଉପାସନା ପୀଠଗୁଡ଼ିକର ପତ୍ନତାତ୍ତ୍ୱିକ ଯାଞ୍ଚ ପାଇଁ ଆଦେଶ ଦେବା ଦେଖାଯାଇଛି।
ଏଠାରେ ପ୍ରଶ୍ନ ଉଠେ, ସୁପ୍ରିମକୋର୍ଟ କହିବା ପ୍ରକାରେ ଯଦି ୧୯୯୧ର ଆଇନ ସମ୍ବିଧାନର ମୂଳ ଢାଞ୍ଚା ପାଲଟିଯାଇଛି ଏବଂ ତା’ ଆଧାରରେ ୧୯୪୭ ପରଠାରୁ ଦେଶର କୌଣସି ବି ଉପାସନା ପୀଠର ଧାର୍ମିକ ଚରିତ୍ର ପରିବର୍ତ୍ତନ କରାଯାଇ ପାରିବ ନାହିଁ, ତା’ହେଲେ କୋର୍ଟମାନେ ସର୍ଭେ ପାଇଁ ଅନୁମତି ଦେବାର ଆବଶ୍ୟକତା କ’ଣ? କାରଣ ଯଦି ବା ପତ୍ନତାତ୍ତ୍ୱିକ ସର୍ବେକ୍ଷଣରୁ କୌଣସି ମସ୍‌ଜିଦ ସ୍ଥଳରେ ପୂର୍ବରୁ ମନ୍ଦିର ଥିବା ଜଣାପଡ଼ିବ, ତା’ପରେ ବି ସରକାର କିମ୍ବା କୋର୍ଟ ୧୯୯୧ର ଆଇନ ଅନୁଯାୟୀ ତାକୁ ମନ୍ଦିର ବୋଲି ତ ଘୋଷଣା କରିପାରିବେ ନାହିଁ। ତା’ହେଲେ ଏଭଳି ସର୍ଭେର ଯଥାର୍ଥତା କ’ଣ ?
ମୋ: ୯୪୩୭୧୬୬୩୯୧


Enter your email to get our daily news in your inbox.

All Right Reserved By Dharitri.Com

ଶାହୀ ମସଜିଦକୁ ନେଇ ଉତ୍ତେଜନା, ପୋଲିସ ଉପରକୁ ପଥରମାଡ଼

ଭୋପାଳ,୨୮ା୯: ସିଂହସ୍ଥ-୨୦୨୮ ପ୍ରସ୍ତୁତି ମଧ୍ୟରେ ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଶାହୀ ମସଜିଦର କିଛି ଅଂଶ ହଟାଇବାକୁ ନେଇ ବିବାଦ ତୀବ୍ର ହୋଇଛି । ସୋମବାର ପ୍ରଶାସନ ପକ୍ଷରୁ ପ୍ରଭାବିତ…

ମହିଳା ସାମ୍ବାଦିକାଙ୍କ ପ୍ରଶ୍ନରେ ଅଜବ ଇଙ୍ଗିତ କଲେ ମନ୍ତ୍ରୀ, ଭିଡିଓ ଭାଇରାଲ ପରେ ହଇଚଇ

ନ୍ୟୁୟର୍କ,୨୮ା୯: ଜାତିସଂଘ ସାଧାରଣ ସଭା ଅବସରରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫଙ୍କ ଏକ ଭିଡିଓକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଭିଡିଓରେ…

କଳିଙ୍ଗା ଘାଟିରେ ଭୂସ୍ଖଳନ ପରେ ଆସୁନି ଗାଡ଼ିମୋଟର, ଦରଦାମ୍‌ ଉପରେ ପଡୁଛି ଘୋର ପ୍ରଭାବ

ରାଇକିଆ,୨୮ା୯(ପ୍ରଦୀପ ବେହେରା): କଳିଙ୍ଗା ଘାଟିରେ ଭୂସ୍ଖଳନର ପ୍ରଭାବ କନ୍ଧମାଳ ଜିଲାବାସୀଙ୍କ ଉପରେ ପଡ଼ିବା ଆରମ୍ଭ କରିଛି। ବିଶେଷ କରି ରାଇକିଆ, ଜି. ଉଦୟଗିରି ଅଞ୍ଚଳକୁ ନିୟମିତ ବସ…

ଷୋଡ଼ଶ ପର୍ବ ପାଇଁ ପ୍ରଶାସନ ତତ୍ପର: ଝଲସିବ ମା’ ତାରାତାରିଣୀ ପୀଠ

ପୁରୁଷୋତ୍ତମପୁର,୨୮ା୯(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପବିତ୍ର ଷୋଡ଼ଶ ପର୍ବକୁ ନେଇ ଚଳଚଞ୍ଚଳ ହୋଇଉଠିଛି। ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି…

ଆଫଗାନିସ୍ତାନ ସହ ମ୍ୟାଚ୍ ରଦ୍ଦ, ତଥାପି କିପରି ସେମିଫାଇନାଲରେ ପହଞ୍ଚିଲା ଭାରତ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୮ା୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ପୁରୁଷ କ୍ରିକେଟ୍‌ ଦଳ ବିନା ମଇଦାନକୁ ଓହ୍ଲାଇ ସେମିଫାଇନାଲ୍‌ରେ ପହଞ୍ଚିଛି । ସୋମବାର ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ…

ସୃଷ୍ଟି ହେଲା ଅବପାତ: ଆଗାମୀ ୧୨ ଘଣ୍ଟାରେ ଘନୀଭୂତ ହୋଇ…

ଭୁବନେଶ୍ୱର,୨୮ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ମ୍ୟାନ୍‌ମାର ଉପକୂଳରେ ଅବପାତ ସୃଷ୍ଟି ହୋଇଛି। ଲଘୁଚାପ କ୍ଷେତ୍ରଟି କ୍ରମଶଃ ଶକ୍ତିଶାଳୀ ହୋଇ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି…

ଟାଟା ଷ୍ଟିଲ ଖଣ୍ଡବନ୍ଧ ଖଣି ସମ୍ମାନିତ

ଯୋଡ଼ା,୨୮ା୯(ମାନସ ମହାନ୍ତି): ସୁରକ୍ଷା, ସ୍ବାସ୍ଥ୍ୟ ଏବଂ ପରିବେଶ (ଏସ୍‌ଏଚ୍‌ଇ) ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ଟାଟା ଷ୍ଟିଲ୍‌ର ଖଣ୍ଡବନ୍ଧ ଲୁହାପଥର ଖଣି ସମ୍ମାନିତ ହୋଇଛି। କୋଲକାତାଠାରେ…

କେଦାରନାଥରେ ଅଘଟଣ: ପାହାଡ଼ରୁ ପଥର ଖସି ଚାଲିଗଲା ୫ ବର୍ଷ ଶିଶୁର ଜୀବନ, ୧୧୦୦ ଲୋକଙ୍କୁ ଉଦ୍ଧାର କରାଯାଇ…

ଡେରାଡୁନ୍‌,୨୮ା୯: ରବିବାର ସନ୍ଧ୍ୟାରେ କେଦାରନାଥର ଚିରବାସା ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ପାହାଡ଼ରୁ ହଠାତ୍ ପଥର ଓ ମାଟି ଅସଡ଼ା ଧସିବା ଫଳରେ ଜଣେ ୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?