ନୂଆ ନେତୃତ୍ୱ

ସଞ୍ଜୟ ମାଲହୋତ୍ରାଙ୍କୁ ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ)ର ଗଭର୍ନର ଭାବେ ନିଯୁକ୍ତ କରାଯାଇଛି। ଏହା ପୂର୍ବରୁ ସେ ରାଜସ୍ବ ସଚିବ ଥିଲେ। ମାଲହୋତ୍ରା ୩ ବର୍ଷ ପାଇଁ ଏହି ପଦବୀରେ ରହିବେ। ପୂର୍ବତନ ଗଭର୍ନର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ମାଲହୋତ୍ରାଙ୍କୁ ଏହି ନିଯୁକ୍ତି ଦିଆଯାଇଛି। ଜଣେ ବରିଷ୍ଠ ବାବୁ ଭାବେ ଦାସଙ୍କର ବିବାଦୀୟ ପ୍ରଶ୍ନଗୁଡ଼ିକରୁ ଦୂରେଇ ରହିବାରେ ଅଦ୍ଭୁତ ସାମର୍ଥ୍ୟ ରହିଥିଲା। ଆର୍‌ବିଆଇରେ ଦାସଙ୍କ କାର୍ଯ୍ୟକାଳ ଗୁରୁତ୍ୱପୂର୍ଣ୍ଣ ରହି ଆସିଛି। ବିଶେଷକରି ଆର୍ଥିକ ଅସ୍ଥିରତା ସମୟରେ ସ୍ଥିରତା ଏବଂ ଅନୁଭବୀ କାର୍ଯ୍ୟ ତାଙ୍କ କାର୍ଯ୍ୟକାଳର ପ୍ରତୀକ ହୋଇପାରିଛି। ୨୦୧୮ରେ ଉର୍ଜିତ ପଟେଲଙ୍କ ଅପ୍ରତ୍ୟାଶିତ ପ୍ରସ୍ଥାନ ପରେ ଦାସଙ୍କୁ ଆର୍‌ବିଆଇ ଗଭର୍ନର ଭାବେ ନିଯୁକ୍ତ କରାଯାଇଥିଲା। ମହାମାରୀ ଦ୍ୱାରା କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥାକୁ ସୁଧାରିବା ପାଇଁ ସେ ଆର୍‌ବିଆଇକୁ ଠିକ୍‌ ଭାବେ ପରିଚାଳନା କରିଥିଲେ। ଏଥିପାଇଁ ତାଙ୍କ ପ୍ରଶାସନ ଦୃଢ଼ ପଦକ୍ଷେପ ନେଇଥିଲା। ତେବେ ଦାସଙ୍କ ପରେ ଏବେ ମାଲହୋତ୍ରାଙ୍କୁ ନିଯୁକ୍ତି ଦେବା ପଦକ୍ଷେପରୁ ସଙ୍କେତ ମିଳୁଛି ଯେ, କାର୍ଯ୍ୟଦକ୍ଷତା ମାନକ ଆଧାରରେ ମନୋନୀତ ପ୍ରାର୍ଥୀଙ୍କ ତୁଳନାରେ ଅଭିଜ୍ଞ ପ୍ରଶାସକ ପାଇଁ ସରକାରଙ୍କର ଅଧିକ ପସନ୍ଦ ରହିଛି। ଦାସଙ୍କ ନେତୃତ୍ୱ ନିରନ୍ତରତା ଏବଂ ନିୟନ୍ତ୍ରଣକୁ ସୂଚିତ କରିଛି। ଏହା ମଧ୍ୟ ସ୍ବାଧୀନ ଚିନ୍ତାଧାରାକୈନ୍ଦ୍ରିକ କେନ୍ଦ୍ରୀୟ ବ୍ୟାଙ୍କିଙ୍ଗ୍‌ରେ ଏକ ପରିବର୍ତ୍ତନ ଆଣିଛି। ତେବେ ମାଲହୋତ୍ରା ଗଭର୍ନର ଦାୟିତ୍ୱ ନେଇଥିବାବେଳେ ସରକାରଙ୍କ ଆଶା ଓ ଆର୍‌ବିଆଇର ସ୍ବାଧୀନତା ମଧ୍ୟରେ ସେ କିଭଳି ସମନ୍ବୟ ରକ୍ଷା କରିବେ, ତାହା ଉପରେ ଆର୍ଥିକ କ୍ଷେତ୍ର ସହ ଜଡ଼ିତ ବର୍ଗ ତୀକ୍ଷ୍ଣ ନଜର ରଖିବେ। ଦାୟିତ୍ୱ ହସ୍ତାନ୍ତର ସରିଛି, ହେଲେ ମୁଦ୍ରାସ୍ଫୀତି, ଅଭିବୃଦ୍ଧି ଏବଂ ବୈଶ୍ୱିକ ବିତ୍ତୀୟ ଜଟିଳତାର ଆହ୍ବାନଗୁଡ଼ିକର ଚାପ ପୂର୍ବଭଳି ରହିବ।
ସିବିଆଇର ପୁନର୍ଗଠନ
ସରକାର ଜାରି କରିଥିବା ନୂତନ ନିୟମକୁ ଭିତ୍ତିକରି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)ର ପୁନର୍ଗଠନ ହେଉଛି। ଏହି ନିୟମର ଲକ୍ଷ୍ୟ ହେଉଛି ପୋଲିସ ଅଧୀକ୍ଷକ (ଏସ୍‌ପି) ସ୍ତରୀୟ ପଦବୀ ଭାରତୀୟ ପୋଲିସ ସେବା (ଆଇପିଏସ୍‌) ବ୍ୟତୀତ ଅନ୍ୟ ପ୍ରଫେସନାଲମାନଙ୍କ ପାଇଁ ଉନ୍ମୁକ୍ତ ରଖିବା। ଏ ପର୍ଯ୍ୟନ୍ତ ୭୫ ଜଣ ଏସ୍‌ପି ସ୍ତରୀୟ ଡେପୁଟେଶନ ପୋଷ୍ଟ ମଧ୍ୟରୁ କେବଳ ୧୫ ଟି ଅଣପୋଲିସ ପୃଷ୍ଠଭୂମିରୁ ଆସିଥିବା ଅଧିକାରୀଙ୍କ ଦ୍ୱାରା ପୂରଣ ହୋଇପାରିବ ବୋଲି ନିୟମ ରହିଛି। କିନ୍ତୁ ଏବେ ଏହି ସଂଖ୍ୟା ୧୮କୁ ବଢ଼ାଯାଇଛି। ନୂତନ ନିୟମ ସିବିଆଇର ଅଧା ଏସ୍‌ପି ପୋଷ୍ଟକୁ ଡେପୁଟେଶନ ଏବଂ ବାକିସବୁ ପଦୋନ୍ନତି ମାଧ୍ୟମରେ ପୂରଣ କରିବାକୁ ଅନୁମତି ଦିଏ । ଆଇପିଏସ୍‌ ଅଧିକାରୀମାନଙ୍କ ସହ ଅଲ୍‌ ଇଣ୍ଡିଆ ସର୍ଭିସ୍‌, କେନ୍ଦ୍ରୀୟ ପୋଲିସ ସଂଗଠନ, କେନ୍ଦ୍ର ସରକାରଙ୍କ ସଂଗଠିତ ‘ ଗ୍ରୁପ୍‌ ଏ’ ସେବା, ଏପରିକି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ପୋଲିସ ସଂଗଠନର ସଦସ୍ୟଙ୍କ ପାଇଁ ଏହା ଖୋଲାରହିବ। ଜଟିଳ ଆର୍ଥିକ ଅପରାଧ ଏବଂ ବହୁମୁଖୀ ଅନୁସନ୍ଧାନକୁ ଭଲ ଭାବରେ ପରିଚାଳନା କରିବା ପାଇଁ ସିବିଆଇକୁ ପ୍ରସ୍ତୁତ କରିବା ଏହି ପରିବର୍ତ୍ତନର ଲକ୍ଷ୍ୟ । ଅନେକେ ଦାବି କରୁଛନ୍ତି ଯେ, ସିବିଆଇରେ ବିଶେଷକରି ଫରେନସିକ ଅଡିଟ, ଆର୍ଥିକ ବିଶ୍ଳେଷଣ ଏବଂ ସାଇବର କ୍ରାଇମ ଟ୍ରାକିଂ ସକାଶେ ବିଶେଷଜ୍ଞଙ୍କର ଆବଶ୍ୟକତା ରହିଛି। ସିବିଆଇରେ ଥିବା ଅଧିକାରୀଙ୍କ ସହ ଏହିପରି କୁଶଳୀ ଗୋଷ୍ଠୀ ତାହାକୁ ଠିକ୍‌ ବାଟରେ ପରିଚାଳିତ କରିବେ। ସେମାନେ କହନ୍ତି ଯେ, ଏକବିଂଶ ଶତାବ୍ଦୀରେ ଅପରାଧଗୁଡ଼ିକର ମୁକାବିଲା କରିବା ପାଇଁ ଭିନ୍ନ ବିଚାର ସମ୍ପନ୍ନ ବିଶେଷଜ୍ଞ ଦରକାର ଏବଂ ଏବେ ସିବିଆଇ ଏଭଳି ପରିବର୍ତ୍ତନକୁ ଗ୍ରହଣ କରିବ ବୋଲି ମନେ ହେଉଛି।
ସେବିରେ ଅସନ୍ତୋଷ
ସୁକ୍ୟୁରିଟିଜ୍‌ ଆଣ୍ଡ୍‌ ଏକ୍ସଚେଞ୍ଜ ବୋର୍ଡ ଅଫ୍‌ ଇଣ୍ଡିଆ(ସେବି)ର ଏବକାର ଏକ ଘଟଣା ଏହାର ର଼୍ୟାଙ୍କଗୁଡ଼ିକ ମଧ୍ୟରେ ବଡ଼ ବିଭେଦ ସୃଷ୍ଟି କରିପାରେ । ହିନ୍ଦୁସ୍ଥାନ ୟୁନିଲିଭର ଲିମିଟେଡ (ଏଚ୍‌ୟୁଏଲ୍‌)ର ପୂର୍ବତନ ଟିକସ ମୁଖ୍ୟ ଶିଖା ଗୁପ୍ତାଙ୍କୁ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ ନିଯୁକ୍ତି ଦିଆଯିବା ଯୋଗୁ ସେବିର କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ହିଣ୍ଡେନବର୍ଗ ରିପୋର୍ଟରେ ସେବି ଅଧ୍ୟକ୍ଷ ମାଧବୀ ପୁରୀ ବୁଚ୍‌ଙ୍କ ଉପରେ ଅଣାଯାଇଥିବା ଅଭିଯୋଗ ଉପରେ ତଦନ୍ତ ଚାଲିଥିବା ସମୟରେ ଏଭଳି ଅସନ୍ତୋଷ ପ୍ରକାଶ ପାଇଛି। ବୁଚ୍‌ଙ୍କ ସହ ଗୁପ୍ତାଙ୍କର ସମ୍ପର୍କ ରହିଥିବା ଗୁଜବ ସ୍ଥିତିକୁ ଆହୁରି ଜଟିଳ କରିଦେଇଛି। ଏଚ୍‌ୟୁଏଲ୍‌ ସହିତ ତାଙ୍କ ସ୍ବାମୀଙ୍କର ଦୀର୍ଘ ଦିନର ସମ୍ପର୍କ ରହିଥିବାରୁ ନିରପେକ୍ଷତା ଉପରେ ମଧ୍ୟ ପ୍ରଶ୍ନ ଉଠୁଛି। ସମାଲୋଚକମାନେ ଯୁକ୍ତି କରନ୍ତି ଯେ, ବାହ୍ୟ ନିଯୁକ୍ତି ଅସନ୍ତୋଷ ସୃଷ୍ଟି କଲେ ମଧ୍ୟ ତାହା ନୂତନ ଦୃଷ୍ଟିକୋଣ ଆଣିପାରେ। ଶିଖା ଗୁପ୍ତାଙ୍କ କର୍ପୋରେଟ ଅଭିଜ୍ଞତା ସମ୍ଭବତଃ ସେବିକୁ ବିଶେଷକରି ଟିକସ ଜଟିଳତା ଉପରେ ଅଭିନବ ଆଭିମୁଖ୍ୟ ନେବାକୁ ପ୍ରେରିତ କରିପାରେ। ହେଲେ ଗୁପ୍ତାଙ୍କ ନିଯୁକ୍ତିକୁ ଏହାର କର୍ମଚାରୀମାନେ ନିଜ ପ୍ରତିଭାକୁ ଅଣଦେଖା କରାଯିବା ଅନ୍ୟତମ ଉଦାହରଣ ଭାବେ ଦେଖୁଛନ୍ତି। ୨୦୨୨ରେ ଆଇସିଆଇସିଆଇ ବ୍ୟାଙ୍କରୁ ପ୍ରମୋଦ ରାଓଙ୍କୁ ଆଣି ନିଯୁକ୍ତି ଦିଆଯାଇଥିଲା,ଯାହା ଅସନ୍ତୋଷ ସୃଷ୍ଟି କରିଥିଲା। ଏଠାରେ ବଡ଼ ପ୍ରସଙ୍ଗ ହେଉଛି ସେବିର ସ୍ବାଧୀନତା କ୍ଷୁଣ୍ଣ ହେଉଥିବା ବିଚାର କରାଯାଉଛି। ଏଭଳି ସ୍ଥିତିରେ ସେବି ଏହାର ବିଶ୍ୱସନୀୟତା ବଜାୟ ରଖିବା ପାଇଁ ତା’ ପ୍ରତି ହ୍ରାସ ପାଇଥିବା ବିଶ୍ୱାସକୁ ଫେରାଇ ଆଣିବା ଦରକାର। ବାହ୍ୟ ନିଯୁକ୍ତି ପ୍ରକ୍ରିୟାରେ ସ୍ବଚ୍ଛତା ଏବଂ ଏହାର ଆଭ୍ୟନ୍ତରୀଣ କର୍ମଚାରୀଙ୍କ ସହିତ ଦୃଢ଼ ଯୋଗାଯୋଗ ରଖାଯାଇ ପାରିଲେ ଏଭଳି ଅସନ୍ତୋଷକୁ ଦୂର କରାଯାଇପାରିବ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଗୁଳିକାଣ୍ଡ ଘଟଣାରେ ଡିଆଇଜିଙ୍କ ରାୟଗଡ଼ା ଗସ୍ତ: ସ୍ଥିତି ଉପରେ ଅନୁଧ୍ୟାନ

ଗୁଣପୁର,୧୧।୫( ସୁଜାତା ପାଢ଼ୀ):ରାୟଗଡ଼ା ଗୁଳିକାଣ୍ଡ ଘଟଣା ପରେ ଦକ୍ଷିଣ ପଶ୍ଚିମlଞ୍ଚଳ ଡିଆଇଜି ଡ. କନୱର ବିଶାଲ ସିଂ ସୋମବାର ପହଞ୍ଚି ପରିସ୍ଥିତି ଉପରେ ଅନୁଧ୍ୟାନ କରିଛନ୍ତି। ଅପରାଧୀମାନଙ୍କୁ…

ଦିଗହରା ହେଉଛି ପ୍ଲାଷ୍ଟିକ ମୁକ୍ତ ଅଭିଯାନ: ପୁତ୍ତିମୟ ଗନ୍ଧରେ ଫାଟୁଛି ଡଷ୍ଟବିନ୍‌

ଦାରିଙ୍ଗବାଡି, ୧୧।୫ (ଅରୁଣ ସାହୁ):ଓଡିଶାର ପର୍ଯ୍ୟଟନ କ୍ଷେତ୍ର ଦାରିଙ୍ଗବାଡି ରାଜ୍ୟ ତଥା ରାଜ୍ୟ ବାହାରେ ପରିଚିତ ଏହାକୁ ବିଶ୍ବସ୍ତରୀୟ ପର୍ଯ୍ୟଟନ କ୍ଷେତ୍ର କରାଯିବାକୁ ଏବେ ରାଜ୍ୟ ସରକାର…

ପ୍ରତିଶ୍ରୁତି ପୂରଣ କରିଲାନି ପ୍ରଶାସନ, ଶତାଧିକ ମହିଳା, ପୁରୁଷ ଏକାଠି ହୋଇ…

ମୋହନା,୧୧।୫( ମନ୍ମଥ ମିଶ୍ର ) : ପ୍ରତିଶ୍ର୍ରୁତି ପୂରଣ କରିଲାନି ପ୍ରଶାସନ। ପ୍ରକଳ୍ପ କାମ ବନ୍ଦ କଲେ ବିସ୍ଥାପିତ ଅଞ୍ଚଳବାସୀ । ଦୀର୍ଘ ବର୍ଷଧରି ଚାଲୁ ରହିଥିବା…

ବ୍ଲକ ପ୍ରଶାସନର ନାକ ତଳେ ନିୟମକୁ ‘ଫୁ’: ଅଧପନ୍ତରିଆ ସଭାଗୃହ, ପଚାରିଲେ ଅଧିକାରୀ କହୁଛନ୍ତି ଏମିତି…

ଥୁଆମୂଳ ରାମପୁର, ୧୧ା୫ (ଦୁର୍ଗା କୀର୍ତ୍ତି) : ସରକାରୀ ନିୟମକୁ ଜଳାଞ୍ଜଳି ଦେଇ ଖୋଦ ବ୍ଲକ ପ୍ରଶାସନର ଆଖି ସାମ୍ନାରେ ଚାଲିଛି ମନମୁଖୀ କାର୍ଯ୍ୟ। କଳାହାଣ୍ଡି ଜିଲା…

ବାଘ ଭୟରେ ଘରୁ ବାହାରିବାକୁ ଡରୁଛନ୍ତି ଲୋକେ: ଧରିବାକୁ ଡ୍ରୋନ ଚଳାଇଛି ବନବିଭାଗ, ହେଲେ…

ଦିଗପହଣ୍ଡି,୧୧।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଫରେଷ୍ଟ ରେଞ୍ଜ ଅଧୀନ ରତନେଇ ରେଖାଙ୍କିତ ସଂରକ୍ଷିତ ଜଙ୍ଗଲ ଜକର ଫରେଷ୍ଟ ବିଟର ଜକର ଗ୍ରାମ ନିକଟ ମା…

ମୋକିମ- ମଧୁଙ୍କ ଉପରେ ବର୍ଷିଲେ ବିଧାୟକ ସାଗର, କହୁ କହୁ କହିଦେଲେ ଏତେ ବଡ଼ କଥା

ଭବାନୀପାଟଣା,୧୧।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଶ୍ରୀକୃଷ୍ଣ ନଗରଠାରେ ସୋମବାର ଓଡ଼ିଶା ଜନତା କଂଗ୍ରେସ (ଓଜେସି) ପକ୍ଷରୁ ଏକ ଜନ ସମାବେଶ ଅନୁଷ୍ଠିତ ହୋଇଥିଲା। ଏଥିରେ…

୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ଅପିଲ କଲେ ପ୍ରଧାନମନ୍ତ୍ରୀ, ଦେଶରେ ହଇଚଇ, କାହିିଁକି ବାରମ୍ବାର କହୁଛନ୍ତି ଏମିତି…

ନୂଆଦିଲ୍ଲୀ,୧୧।୫: ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଆମେରିକା ମଧ୍ୟରେ ବଢ଼ୁଥିବା ଉତ୍ତେଜନାର ପ୍ରଭାବ ଏବେ ବିଶ୍ୱ ଅର୍ଥନୀତି ଉପରେ ସ୍ପଷ୍ଟ ଭାବରେ ଦେଖାଯାଉଛି, ଏବଂ ଏହା ଭାରତ ଉପରେ…

ନାବାଳିକା ବଧୂଙ୍କୁ ମାରିଦେଲେ ଶାଶୁଘର ଲୋକେ! ସ୍ବାମୀ-ଶ୍ୱଶୁର ଅଟକ

ନନ୍ଦପୁର, ୧୧/୫(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଖିର୍ଜୀ ପଞ୍ଚାୟତର ନନ୍ଦୀଗାଁ ଗ୍ରାମରେ ଜଣେ ୧୭ ବର୍ଷୀୟା ନାବାଳିକା ବଧୂର ମୃତ୍ୟୁକୁ ନେଇ ଉତ୍ତେଜନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri