ମହାମନ୍ତ୍ର ଲେଖି ଇଣ୍ଡିଆ ବୁକ୍‌ ଅଫ୍‌ ରେର୍କଡ୍ସରେ ସ୍ଥାନ

ସିମୁଳିଆ, ୨୨।୨(ଡି.ଏନ.ଏ.):ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ପଣ୍ଡୁ ଅଞ୍ଚଳର ଅବସରପ୍ରାପ୍ତ ଶିକ୍ଷକ ପ୍ରଭାସଚନ୍ଦ୍ର ଗିରି (୬୭) ୩ହଜାର ଘଣ୍ଟାରେ ୬ହଜାର ପୃଷ୍ଠାରେ ୧ଲକ୍ଷ ୯୪ହଜାର ୫୨୪ ଥର ‘ଓଁ ନମୋ ଭଗବତେ ବାସୁଦେବାୟ’ ଲେଖି ‘ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସ-୨୦୨୨’ରେ ସ୍ଥାନ ପାଇଛନ୍ତି ା ଗତ ୨୦୧୩ରେ ଖଇରା ବ୍ଲକର କୁରୁଣ୍ଟା ହାଇସ୍କୁଲରୁ ଶିକ୍ଷକ ପ୍ରଭାସଚନ୍ଦ୍ର ଅବସର ନେଇଥିଲେ। ଗତ ୧ା୧ା୨୧ରୁ ୭ା୧୨ା୨୧ ପର୍ଯ୍ୟନ୍ତ ସେ ଏହି ମହାମନ୍ତ୍ର ଲେଖା ଆରମ୍ଭ କରିଥିଲେ। ପରେ ସେ ନିଜର ଲେଖାଗୁଡ଼ିକୁ ସ୍କାନିଂ କରି ରେକଡର୍‌ସକୁ ପଠାଇଥିଲେ। ପ୍ରତ୍ୟେକ ଦିନ ସେ ୭ରୁ ୧୧ଘଣ୍ଟା ଏହି ଲେଖା ପାଇଁ ସମୟ ଦେଇଥିବାରୁ ସେ ଏହି ସମ୍ମାନର ଅଧିକାରୀ ହୋଇପାରିଛନ୍ତି ା ଏଥିପାଇଁ ତାଙ୍କୁ ଏକ ମେଡାଲ ସହିତ ବ୍ୟାଜ୍‌, ବହି ଓ କଲମ ଉପହାର ମିଳିଛି ା
ଆଧ୍ୟାମତ୍ିକ ଦିଗରେ ସ୍ଥିର ଚିତ୍ତ ହେଲେ ଜଣେ ଭଲ ମଣିଷ ହୋଇପାରିବା ଲକ୍ଷ୍ୟ ନେଇ ତାଙ୍କ ବାପା ଏହି ମହାମନ୍ତ୍ର ଲେଖିବା ପାଇଁ ନିର୍ଦ୍ଦେଶ ଦେଇଥିବା ପ୍ରଭାସ କୁହନ୍ତି। ତେବେ ପୂର୍ବରୁ ମଧ୍ୟ ସେ ୭ଲକ୍ଷ ଥର ଏହି ମହାମନ୍ତ୍ର ଲେଖିଥିଲେ ହେଁ ଏହାକୁ ପଠାଇ ନ ଥିଲେ। ଶିକ୍ଷକତା ସହିତ ୫ଖଣ୍ଡ ନାଟକ, ୩ଖଣ୍ଡ କାବ୍ୟ, ୨ଖଣ୍ଡ କବିତା ସଂକଳନ, ୫ଖଣ୍ଡ ଶିଶୁ କବିତା ସଂକଳନ ସହିତ ଖଣ୍ଡିଏ ଉପନ୍ୟାସ ମଧ୍ୟ ସେ ଲେଖିଛନ୍ତି। ଏଥିପାଇଁ ତାଙ୍କୁ ୨୦୦୮ରେ ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ ପକ୍ଷରୁ ‘ଆଦର୍ଶ ଶିକ୍ଷକ’ ସମ୍ମାନ, ୨୦୦୯ରେ ଖୋର୍ଦ୍ଧାରେ ‘ମେଘ ମହ୍ଲାର’ ସମ୍ମାନ, ୨୦୧୨ରେ ଖଇରା ପ୍ରତିଭା ପରିବାର ପକ୍ଷରୁ ‘ଆଦର୍ଶ ଶିକ୍ଷକ’ ସମ୍ମାନ ଓ ପଦ୍ମଲୋଚନ ପାଠାଗାର-ପାଖର ପକ୍ଷରୁ ‘ସାରସ୍ବତ’ ସମ୍ମାନ, ୨୦୧୩ ତ୍ରୟୋଦଶ ରାଜ୍ୟସ୍ତରୀୟ ସାମାରୋହରେ ‘କୁଞ୍ଜକଳିକା ସାରସ୍ବତ’ ସମ୍ମାନ, ୨୦୧୪ରେ ଓଡ଼ିଶା ଅକ୍ଷୟ ମହାନ୍ତି ଫାଉଣ୍ଡେଶନ ପକ୍ଷରୁ ‘ବ୍ୟାସକବି ଫକୀରମୋହନ ବାଣୀ ଭୂଷଣ’ ସମ୍ମାନ, ୨୦୧୬ରେ ରାଷ୍ଟ୍ରୀୟ କିଷାନ ପରିବାର ପକ୍ଷରୁ ‘ସବୁଜ ସାହିତ୍ୟ ରତ୍ନ’ ସମ୍ମାନ ଆଦି ୨୦ଟି ସମ୍ମାନରେ ସେ ସମ୍ମାନିତ ହୋଇଛନ୍ତି। ତେବେ ୧୯୭୫ରେ କଲେଜ ପଢ଼ିବା ସମୟରୁ ଲେଖାଲେଖି ପ୍ରତି ଆଗ୍ରହୀ ହୋଇଥିବା ଶିକ୍ଷକ ପ୍ରଭାସ ଗିନିଜ ବୁକ୍‌ରେ ସ୍ଥାନ ପାଇବା ପାଇଁ ଲକ୍ଷ୍ୟ ରଖିଥିବା ପ୍ରକାଶ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

କୋଟିଆ ଜଙ୍ଗଲରେ ଆନ୍ଧ୍ର ପୋଲିସର ଅଚାନକ ଚଢ଼ାଉ: ବିପୁଳ ରନ୍ଧା ମଦ ଓ ଗୁଡ଼ ଜବତ ପରେ ନଷ୍ଟ, ଖସିଗଲେ…

ପଟ୍ଟାଙ୍ଗି,୧୦ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ବିବାଦୀୟ କୋଟିଆ ପଞ୍ଚାୟତର ଜଙ୍ଗଲରେ ପଡ଼ୋଶୀ ଆନ୍ଧ୍ର ପ୍ରଦେଶ ପୋଲିସ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଛି।…

ବୋଲେରୋରେ ଚାଲାଣ ହେଉଥିଲା କଫ୍‌ ସିରପ୍‌: ବରଗଡ଼ରେ ପୋଲିସର ଚଢ଼ାଉ, ୧୨୦୦ ବୋତଲ ସହ ଧରାପଡ଼ିଲେ…

ବରଗଡ଼,୧୦ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ପୋଲିସକୁ କଫ୍‌ ସିରପ୍‌ ଚୋରା କାରବାର ବିରୋଧରେ ଶନିବାର ସକାଳେ ଏକ ବଡ଼ ସଫଳତା ମିଳିଛି। ବେଆଇନ କଫ୍‌ ସିରପ୍‌…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପାଟପୁର କଲେଜରେ ସରଗରମ ଛାତ୍ର ରାଜନୀତି: ବୟସାଧିକ କାରଣରୁ ୨ ପ୍ରାର୍ଥିପତ୍ର ନାକଚ, ମଇଦାନରେ ୧୪ ପ୍ରାର୍ଥୀ

ଦିଗପହଣ୍ଡି,୧୦ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସ୍ଥିତ ବିଶ୍ୱାସରାୟ କଲେଜର ଛାତ୍ର ସଂସଦ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?