ଜଗନ୍ନାଥଙ୍କ ଫଟୋ ଛୁଆଁଇ ଶପଥ କରାଇଲେ

ଚାନ୍ଦବାଲି, ୨୨।୨ (ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ନାଲଗୁଣ୍ଡା ପଞ୍ଚାୟତ ଇଟୁଆ ୧୨ନଂ. ୱାର୍ଡରେ ବୁଥ୍‌ କ୍ୟାପଚରିଂ ଯୋଗୁ ଆସନ୍ତା ୨୩ ତାରିଖରେ ପୁନଃ ନିର୍ବାଚନ ଅନୁଷ୍ଠିତ ହେବ। ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ପ୍ରତିଭା ବିଶ୍ୱାଳ ଓ ଦଳର ବ୍ଲକ ମହିଳା ସଭାପତି ମାନସୀ ପାଢ଼ୀ ଇଟୁଆ ଗଁାରେ ପହଞ୍ଚି ଜଗନ୍ନାଥଙ୍କ ଫଟୋ ଛୁଆଁଇ ଭୋଟ ଦେବା ପାଇଁ ଭୋଟରଙ୍କୁ ଶପଥ କରାଉଛନ୍ତି। ଏନେଇ ଏକ ଭିଡିଓ ଭାଇରାଲ ହୋଇଛି। ଉକ୍ତ ଗାଁର ପୁରୁଷ ଓ ମହିଳାଙ୍କୁ ଜବରଦସ୍ତି ନିୟମ କରାଇ ଭୋଟ୍‌ ଦେବାକୁ ବାଧ୍ୟ କରାଯାଉଥିବା ଭାଜପା ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଭାରତୀ ବିଶ୍ୱାଳ ଅଭିଯୋଗ ଆଣିଛନ୍ତି। ଜଗନ୍ନାଥଙ୍କ ଫଟୋ ଧରି ଭୋଟରଙ୍କୁ ଶପଥ କରାଉଥିବା ମହିଳା ଜଣଙ୍କ ବିଜେଡିର ବ୍ଲକ ମହିଳା ସଭାପତି ହୋଇଥିବା ବେଳେ ପାଖରେ ବସିଛନ୍ତି ସରପଞ୍ଚ ପ୍ରାର୍ଥିନୀ।
ଏ ସମ୍ପର୍କରେ ସରପଞ୍ଚ ପ୍ରାର୍ଥତ୍ନୀ ପ୍ରତିଭା କହିଛନ୍ତି, ମୁଁ ସେ ଜାଗାରେ ଥିଲି। ହେଲେ ଏଭଳି ଶପଥପାଠ ନେଇ କୌଣସି ସତ୍ୟତା ନାହିଁ। ଏପଟେ ବିଜେଡି ବ୍ଲକ ମହିଳା ସଭାପତି ପାଢ଼ୀ ଏହି ଘଟଣା ମିଛ ଏବଂ ମହିଳା ସଭାପତି ହିସାବରେ ସେ ପ୍ରଚାରରେ ଯାଇଥିଲେ ବୋଲି କହିଛନ୍ତି। ପ୍ରକାଶ ଥାଉକି, ଏଠାରେ ୨ୟ ପର୍ଯ୍ୟାୟ ନିର୍ବାଚନ ବେଳେ କେତେଜଣ ଲୋକ ଜବରଦସ୍ତି ଏକ ନିର୍ଦ୍ଦିଷ୍ଟ ଦଳ ସମର୍ଥତ୍ତ ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ। ଏନେଇ ପ୍ରିଜାଇଡିଂ ଅଫିସରଙ୍କ ଲିଖିତ ଅଭିଯୋଗ ପରେ ସାନି ମତଦାନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

୫୦ କିଲୋ ପିଆଜ କିଣିଲେ ଉଠାଇନେବ ପୋଲିସ! ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୫।୮: ସାରା ଦେଶରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପିଆଜ ଦର ପ୍ରାୟ ୧୭ ପ୍ରତିଶତ ବଢ଼ିଛି। ଅନେକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri