ଜୋରଦାର ହେଉଛି ତ୍ରିମୁଖୀ ପ୍ରଚାର

ପିପିଲି, ୪।୪(ସ୍ବ.ପ୍ର.): ପିପିଲିରେ ଚାଲିଛି ଜୋରଦାର ପ୍ରଚାର। ବିଜେଡି ଗଡ଼କୁ ଦଖଲ କରିବା ପାଇଁ ଜୋର ଲଗାଇଛନ୍ତି ବିରୋଧୀ ଭାଜପା ଓ କଂଗ୍ରେସ। ଗାଁ ଗାଁ ବୁଲି ପ୍ରଚାର କରୁଛନ୍ତି। ପିପିଲିରେ ପରିବର୍ତ୍ତନ ପାଇଁ ଭାଜପା ଆହ୍ବାନ ଦେଇଥିବାବେଳେ ଗଡ଼ ଫେରି ପାଇବାକୁ ଏକାଠି ହୋଇଛନ୍ତି କଂଗ୍ରେସ ନେତା। ସେପଟେ ଗଡ଼ ବଜାୟ ରଖିବାକୁ ରଣନୀତି ପ୍ରସ୍ତୁତ କରି ବିଜେଡି ଦଳୀୟ ନେତାମାନେ ପ୍ରଚାରକୁ ସରଗରମ୍‌ କଲେଣି। ପିପିଲିରେ ପୁଣିଥରେ ଶଙ୍ଖନାଦ ବୋଲି ଦୃଢ଼ୋକ୍ତି ପ୍ରକାଶ କଲେଣି। ଶନିବାର ପିପିଲି ଏନ୍‌ଏସି ଅଞ୍ଚଳରେ ବିଜେଡି ପକ୍ଷରୁ ପ୍ରଚାର କରାଯାଇଥିଲା। ୱାର୍ଡକୁ ୱାର୍ଡ ବୁଲି ଲୋକଙ୍କ ସମର୍ଥନ ଲୋଡିଛନ୍ତି ପ୍ରାର୍ଥୀ ରୁଦ୍ର ପ୍ରତାପ। ତାଙ୍କ ସହ ୪ଜଣ ନେତା ତଥା ବିଧାୟକ ସୁଧୀର ସାମଲ, ପ୍ରଣବ କୁମାର ବଳବନ୍ତରାୟ, ସଞ୍ଜୀବ କୁମାର ମଲ୍ଲିକ, ରାଜେନ୍ଦ୍ର କୁମାର ସାହୁ ପ୍ରମୁଖ ସାମିଲ ହୋଇଥିଲେ।

ଭାଜପା ପକ୍ଷରୁ ମଧ୍ୟ ଜୋରଦାର ପ୍ରଚାର ଚାଲିଛି। ୨୩ନଂ ଜିଲାପରିଷଦ ଜୋନ ଅନ୍ତର୍ଗତ କୁଳଶିଖର ପାଟଣା, ଦାଣ୍ଡମକୁନ୍ଦପୁର, ହାଟସାହି ପଞ୍ଚାୟତରେ ଶତାଧିକ କର୍ମୀଙ୍କ ସହ ପ୍ରାର୍ଥୀ ଆଶ୍ରିତ ଗାଁ ଗାଁ ବୁଲି ଭୋଟ ଭିକ୍ଷା କରିଛନ୍ତି। ଭାଜପା ଆଦର୍ଶରେ ଅନୁପ୍ରାଣିତ ହୋଇ ପିପିଲି ନିର୍ବାଚନ ମଣ୍ଡଳୀର ବିକାଶ ନିମନ୍ତେ ଦୃଢ ସଂକଳ୍ପ ନେଇଛନ୍ତି। ଦୀର୍ଘ ୩୫ ବର୍ଷର ବଂଶବାଦ ଶାସନକୁ ସମାପ୍ତ କରି ପରିବର୍ତ୍ତନର ସ୍ବରରେ ଜନସାଧାରଣ ସାମିଲ ହୋଇ ଭାଜପାକୁ ବିଜୟୀ କରାଇବେ ବୋଲି ଆଶ୍ରିତ କହିଛନ୍ତି। ଅନ୍ୟପଟେ କଂଗ୍ରେସ ମଧ୍ୟ ଜୋର ପ୍ରଚାର ଚଳାଇଛି। କଂଗ୍ରେସ ପ୍ରାର୍ଥୀ ଅଜିତ୍‌ ମଙ୍ଗରାଜ ଡେଲାଙ୍ଗ ଅଞ୍ଚଳର ଚାଇଁପୁର, ଗଡ଼ମୋଟରି ସମେତ ବିଭିନ୍ନ ପଞ୍ଚାୟତ ଗାଁ ଗାଁ ବୁଲି ଭୋଟ ଭିକ୍ଷା କରିଛନ୍ତି। ପିପିଲି ନିର୍ବାଚନ ମଣ୍ଡଳୀ ପାଇଁ ଦଳକୁ ପୁନର୍ବାର ଆସନ ଜିତେଇବାର ଆଶା ରଖିଛନ୍ତି। ପ୍ରଚାର ବେଳେ ପିପିଲି-ଡେଲାଙ୍ଗର ଜନସାଧାରଣଙ୍କ ବିପୁଳ ଜନସମର୍ଥନ ମିଳୁଛି ବୋଲି ପ୍ରାର୍ଥୀ ଅଜିତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୋଇସିଂହା ବିଧାନସଭାରେ ଭାଜପା ଆଗୁଆ

ଲୋଇସିଂହା,୨୩।୫: ଲୋଇସିଂହା ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ମୁକେଶ ମହାଲିଙ୍ଗ ଆଗରେ ଅଛନ୍ତି। ମୁକେଶ ୧୯୪୧୦ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ପ୍ରଦୀପ...

ଛାତ୍ରୀଛାତ୍ର ପିଉଛନ୍ତି ନଳକୂପର ଗୋଳିଆ ପାଣି

ଲାଠୋର, ୨୩ା୬(ଡି.ଏନ.ଏ.):ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ କରୁଆଁଝର ପଞ୍ଚାୟତ ଅନ୍ତର୍ଗତ ସାନଗୁର୍ଜିଭଟା ସରକାରୀ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ରହିଛି। ଏଠାରେ ୧୩୮ଜଣ ଛାତ୍ରୀଛାତ୍ର...

ଆରକ୍ଷୀ ଅଧୀକ୍ଷକଙ୍କୁ ରିପୋର୍ଟ ମାଗିଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ

କେନ୍ଦୁଝର,୧୯ା୩(ସ୍ବ.ପ୍ର.): ଘଟଗାଁ ବ୍ଲକ ବାଲିଯୋଡ଼ି ୟୁଜିୟୁପି ସ୍କୁଲର ପ୍ରଧାନଶିକ୍ଷକ ସୁଧାଂଶୁ ଶେଖର ମହାନ୍ତି ଉକ୍ତ ବିଦ୍ୟାଳୟ ପରିସରରେ ଥିବା ଛାତ୍ରାବାସର ଅନ୍ତେବାସିନୀଙ୍କୁ ଅସଦାଚରଣ ଅଭିଯୋଗରେ ଗିରଫ...

କ୍ରିକେଟ ଖେଳରୁ ଗଣ୍ଡଗୋଳ: ଏୟାରଗନ୍‌ ସହିତ ୨ଗିରଫ

ବରଗଡ଼ ଅଫିସ୍‌,୧୩।୬- ବରଗଡ଼ ସଦର ଥାନା ଅନ୍ତର୍ଗତ ସରସରା ଗ୍ରାମରେ କ୍ରିକେଟ ଖେଳକୁ ନେଇ ୨ଜଣଙ୍କ ମଧ୍ୟରେଗଣ୍ଡଗୋଳ ଘଟଣାରେ ପୋଲିସ ୨ଅଭିଯୁକ୍ତଙ୍କୁ ଗିରଫ କରିଛି ।...

ଆଉ ୫ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର

ବାଲେଶ୍ୱର ଅଫିସ/ ସୋର, ୨୨।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ସୋର ପୌରାଞ୍ଚଳ ଅଧୀନ ଗାନ୍ଧୀ ସେବାସଂଘ ପୁରୁବାଈ କନ୍ୟାଶ୍ରମର ଆଉ ୫ ଜଣଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ...

କେନାଲକୁ ଖସିଲା କାର୍‌, ଜଣେ ମୃତ

କଟକ ଅଫିସ,୨୯ା୫: କଟକ ତାଳଦଣ୍ଡା କେନାଲକୁ ସୋମବାର ଏକ କାର୍‌ ଭାରସାମ୍ୟ ହରାଇ ଖସିପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି। କଲ୍ୟାଣନଗର ପାର୍ଶ୍ୱସ୍ଥ ତାଳଦଣ୍ଡା କେନାଲ ଭିତରକୁ...

ଜଟଣୀ ତହସିଲରେ ଚାଲିଛି ଦଲାଲଙ୍କ ରାଜ୍‌: ହାତଗୁଞ୍ଜା ନ ଦେଲେ ଘୁଞ୍ଚୁନି ଫାଇଲ

ଖୋର୍ଦ୍ଧା ଅଫିସ,୨।୧: ସରକାରୀ କାର୍ଯ୍ୟାଳୟରେ ପିସି କାରବାର ରୋକିବାକୁ ସରକାର ଗୁରୁତ୍ୱାରୋପ କରୁଛନ୍ତି। ତେବେ ସରକାରୀ କାର୍ଯ୍ୟାଳୟରେ ହାତ ଗୁଞ୍ଜା ନ ଦେଲେ ଫାଇଲ ଗୋଟିଏ...

୨ଶହ ଦଳିତ ପରିବାରଙ୍କୁ ବାସନ୍ଦ

ବ୍ରହ୍ମପୁର ଅଫିସ,୩।୧୨: ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ ହରିଡ଼ାପଦରରେ ଜାତିଗତ ଭେଦ ଭାବ ନେଇ ପ୍ରାୟ ୨ଶହ ଦଳିତ ପରିବାରଙ୍କୁ ସାମାଜିକ ବାସନ୍ଦ କରାଯାଇଛି।...

Advertisement
Archives

Model This Week