ପିପିଲି ଉପନିର୍ବାଚନ: ରାଲି, ସଭାସମିତି କରିବନି ବିଜେଡି

ଭୁବନେଶ୍ୱର,୨୦।୪(ବ୍ୟୁରୋ): ରାଜ୍ୟରେ କୋଭିଡ୍‌-୧୯ ସଂକ୍ରମଣ ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳ(ବିଜେଡି) ଆସନ୍ତା ପିପିଲି ଉପନିର୍ବାଚନ ପାଇଁ ରାଜନୈତିକ ଶୋଭାଯାତ୍ରା ଓ ସଭାସମିତି ନ କରିବାକୁ ନିଷ୍ପତ୍ତି ନେଇଛି। ସୋମବାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍‌ରେ କହିଛନ୍ତି, ବିଜେଡି ଏକ ଦାୟିତ୍ୱସମ୍ପନ୍ନ ରାଜନୈତିକ ଦଳ। ଲୋକମାନଙ୍କ ଜୀବନକୁ କେବେ ବି ବିପଦରେ ପକାଇବ ନାହିଁ। ଜନସାଧାରଣଙ୍କ ସେବା କରିବା ପାଇଁ ଆମେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛୁ। ଯଦି ପ୍ରଚାର ଲୋକମାନଙ୍କ ଜୀବନକୁ ବିପଦଗ୍ରସ୍ତ କରୁଛି ତେବେ ସମସ୍ତ ନିର୍ବାଚନ ପ୍ରଚାରର ପଦ୍ଧତି ଓ ସମୟକୁ ପରିବର୍ତ୍ତନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଉଭୟ ରାଜନୈତିକ ଦଳ ଓ ଭାରତର ନିର୍ବାଚନ କମିଶନଙ୍କୁ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ ଜୀବନ ମୂଲ୍ୟବାନ। ଓଡ଼ିଶାବାସୀଙ୍କୁ ମୁଁ ସବୁବେଳେ ମୋ ପରିବାର ଭାବେ ଚିନ୍ତା କରିଆସିଛି। ଦେଶରେ ବୃଦ୍ଧି ପାଉଥିବା କୋଭିଡ୍‌-୧୯ ମହାମାରୀକୁ ଦୃଷ୍ଟିରେ ରଖି ବିଜେଡି ଆସନ୍ତା ପିପିଲି ଉପନିର୍ବାଚନରେ କୌଣସି ପ୍ରକାର ରାଜନୈତିକ ସଭାସମିତି କିମ୍ବା ରାଲି ନ କରିବାକୁ ନିଷ୍ପତ୍ତି ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତାଲିମପ୍ରାପ୍ତ ମହିଳା ସ୍ବାସ୍ଥ୍ୟକର୍ମୀଙ୍କ ନିଯୁକ୍ତି ପାଇଁ ପଦକ୍ଷେପ ନିଅ: ହାଇକୋର୍ଟ

କଟକ ଅଫିସ,୧୫।୧: କୋଭିଡ୍‌ ମହାମାରୀ ସମୟରେ ଅସ୍ଥାୟୀ ନିଯୁକ୍ତି ପାଇଥିବା ଏବଂ ରାଜ୍ୟରେ ଥିବା ଅନ୍ୟ ତାଲିମପ୍ରାପ୍ତ ମହିଳା ସ୍ବାସ୍ଥ୍ୟକର୍ମୀଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା...

ଡହଡ଼ହ ଖରାରେ ଜନଜୀବନ ଅସ୍ତବ୍ୟସ୍ତ: ଆହୁରି ବଢ଼ିବ ତାତି

ଭୁବନେଶ୍ୱର,୨୭।୪(ବ୍ୟୁରୋ): ଡହଡ଼ହ ଖରାରେ ସିଝୁଛି ଓଡ଼ିଶା। ଗରମ ସାଙ୍ଗକୁ ଗୁଳୁଗୁଳି ଅସହ୍ୟ ହୋଇପଡ଼ୁଛି। ସକାଳ ୯ଟାରୁ ଘରୁ ବାହାରିବା ଅସମ୍ଭବ ହୋଇ ପଡ଼ୁଥିବା ବେଳେ ଜନଜୀବନ...

ଏନ୍‌ଟିଏସ୍‌ଇ ସ୍କଲାରଶିପ୍‌ ପରୀକ୍ଷା:ସାନଭି ସନ୍ଦିପିକା କୃତକାର୍ଯ୍ୟ

ତାଳଚେର, ୭|୯(ନି.ପ୍ର.)ଏନ୍‌ଟିପିସି ଦ୍ୱାରା ପରିଚାଳିତ କଣିହାଁ ସ୍ଥିତ ଡିଏଭି ପବ୍ଲିକ ସ୍କୁଲର ମେଧାବୀ ଛାତ୍ରୀ ସାନଭି ସନ୍ଦିପିକା ପ୍ରଧାନ ସର୍ବଭାରତୀୟ ସ୍କଲାରଶିପ୍‌ ପରୀକ୍ଷା ଏନଟିଏସ୍‌ଇରେ କୃତକାର୍ଯ୍ୟ...

ନଭେମ୍ବର ୨ରେ ଖୋଲିବ ଏମ୍‌ସ ହସ୍ପିଟାଲ ଓପିଡି

ଭୁବନେଶ୍ୱର, ୨୯।୧୦(ବ୍ୟୁରୋ): ନଭେମ୍ବର ୨ ତାରିଖରୁ ଖୋଲିବ ଏମ୍‌ସ ହସ୍ପିଟାଲ ଓପିଡି। କରୋନା କଟକଣା ଯୋଗୁ ଜୁଲାଇ ୧୦ ତାରିଖରୁ ଏହା ବନ୍ଦ ରହିଥିଲା। ଏହା...

ଭୁବନେଶ୍ୱର ବିମାନବନ୍ଦରରେ ଚାଲିବ ମରାମତି କାର୍ଯ୍ୟ : ପର୍ଯ୍ୟାୟକ୍ରମେ ଆଠମାସ ବନ୍ଦ ରହିବ ରନ୍‌ଓ୍ବେ

ଭୁବନେଶ୍ୱର,୧୮ା୯(ବ୍ୟୁରୋ) : ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ କେତେକ ମରାମତି କାର୍ଯ୍ୟ କରାଯିବ। ନଭେମ୍ବର ୧ରୁ ଆସନ୍ତାବର୍ଷ ଜୁନ୍‌ ୩୦ ପର୍ଯ୍ୟନ୍ତ ରନ୍‌ଓ୍ବେର...

ମାଉଜର ଦେଖାଇ ଡାକ୍ତରଙ୍କ ଘରୁ ସୁନାଗହଣା, ୩ ଲକ୍ଷ ଟଙ୍କା, କାର ଲୁଟ୍‌

ଖୋର୍ଦ୍ଧା ଅଫିସ,୨୬।୭: ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ଲକ୍ଷ୍ମୀଧରପୁର ଗ୍ରାମରେ ଏକ ବଡ଼ ଧରଣର ଲୁଟ୍‌ ହୋଇଛି । ଦୁର୍ବୃତ୍ତମାନେ ମାଉଜର ଦେଖାଇ ସୁନାଗହଣା,...

ଘଟଣା ପଛର ରହସ୍ୟ ଖୋଜୁଛି ପୋଲିସ

ଭୁବନେଶ୍ୱର,୮।୭ (ବ୍ୟୁରୋ): ଏୟାରଫିଲ୍ଡ ଥାନା ଭୀମଟାଙ୍ଗି ରିିଙ୍କି ଓରଫ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ହତ୍ୟା ମାମଲାରେ କମିଶନରେଟ ପୋଲିସର ତଦନ୍ତ ଜାରି ରହିଛି। ପ୍ରେମରେ ବିଫଳ...

୫-ଟି ସଚିବଙ୍କ ଗସ୍ତ ପୂର୍ବରୁ ସଫା ହେଲା କ୍ୟାପିଟାଲ ହସ୍ପିଟାଲ

ଭୁବନେଶ୍ୱର, ୧୮ା୧୦(ବ୍ୟୁରୋ): ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ହେବାପରେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ଉପରେ ଗୁରୁତ୍ୱ ବଢ଼ିଯାଇଛି। ବିଶେଷକରି ହସ୍ପିଟାଲ ଓ ଥାନାକୁ ଯାଉଥିବା ଲୋକଙ୍କୁ ଉନ୍ନତ...

Advertisement
Archives

Model This Week