ପାରାଦୀପରେ ଫାଟିଲା ପାଇପ୍‌ ଲାଇନ, ମାଟିରେ ମିଶିଲା ବିପୁଳ ପରିମାଣର ତୈଳ

ପାରାଦୀପ,୨୬।୫(ସ୍ବ.ପ୍ର.): ଜଗତସିଂପୁର ଜିଲା ପାରାଦୀପ ହଳଦିଆ ବୌରେଣି ଅଶୋଧିତ ତୈଳ ପାଇପ୍‌ ଲାଇନରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ପାରାଦୀପର ତୈଳ ବିଶୋଧନାଗାର ଟାଉନସିପ୍‌ ସମ୍ମୁଖ ନିହାରୁଣୀ ପାଖରେ ଏକ ପାଇପ୍‌ ଲାଇନ ଫାଟିଯିବାରୁ ବିପୁଳ ପରିମାଣର ତୈଳ ମାଟିରେ ମିଶି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି।

ଖବର ପାଇ ପାଇପ୍‌ ଲାଇନ ପ୍ରକଳ୍ପ ଅଧିକାରୀ ଓ ବିଶୋଧନାଗାର ଅଗ୍ନିଶମ ବିଭାଗ ଟିମ୍‌ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ପାଇପ୍‌ ଲାଇନକୁ ମରାମତି କରିବା ସହ ନିର୍ଗତ ହୋଇଥିବା ତେଲକୁ ବନ୍ଦ କରିଛନ୍ତି। ପରେ ନିର୍ଗତ ତେଲକୁ ସ୍ପଞ୍ଜ ଜରିଆରେ ଉଦ୍ଧାର କରାଯାଉଛି। ପାଇପ୍‌ ଲାଇନ ଫାଟିବାର କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ। ଇଣ୍ଡିଆନ ଅଏଲ୍‌ ପାଇପ୍‌ ଲାଇନ ସିଜେଏମ୍‌ ଅଶୋକ ସାହୁ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଦୁର୍ଘଟଣା ପରେ ତୈଳ ଯୋଗାଣ ବନ୍ଦ ରଖିଛୁ। ଯୁଦ୍ଧକାଳୀନ ଭିତ୍ତିରେ ମରାମତି ଚାଲିଛି। ପାଇପ୍‌ ଫାଟିବା ସମ୍ପର୍କରେ ଯାଞ୍ଚ କରାଯାଉଛି। ନିର୍ଗତ ହୋଇଥିବା ତେଲ ସମ୍ପର୍କରେ ସଠିକ୍‌ ତଥ୍ୟ ମିଳିପାରି ନାହିଁ। ତଥାପି ୧୫ ହଜାରରୁ ଅଧିକ ଲିଟର ତୈଳ ନଷ୍ଟ ହୋଇଥିବା ସେ କହିଛନ୍ତି।

ସୂଚନାଯୋଗ୍ୟ, ବିଦେଶରୁ ଅଶୋଧିତ ତୈଳ ଆମଦାନୀ ହୋଇ ପାଇପ ଲାଇନ୍‌ ଯୋଗେ ପାରାଦୀପ ଭଣ୍ଡାରରେ ଗଚ୍ଛିତ ରୁହେ। ଏଠାରୁ ୩ଟି ରିଫାଇନାରୀକୁ ପାଇପ୍‌ ଲାଇନ ଯୋଗେ ଯାଇଥାଏ। ପାରାଦୀପ ରିଫାଇନାରୀ ବ୍ୟତୀତ କୋଲକତାର ହଳଦିଆ ଓ ବିହାର ବୌରେଣି ରିଫାଇନାରୀକୁ ଯାଇଥାଏ। ଏହି ପାଇପ୍‌ ଲାଇନ ପ୍ରକଳ୍ପ ୧୯୯୯ରୁ ଆରମ୍ଭ ହୋଇ ୨୦୦୯ରେ ଶେଷ ହୋଇଥିଲା। ୧୪୪୭ କି.ମି ପାଇପ୍‌ ଲାଇନ ଯୋଗେ ଦୈନିକ ୨୨୦୦୦୦ ବ୍ୟାରେଲ ଓ ବାର୍ଷିକ ୧୧ ମିଲିୟନ ମେଟ୍ରିକ ଟନ୍‌ ତୈଳ ପାଇପ୍‌ ଲାଇନ ଯୋଗେ ଯାଇଥାଏ। ୨୦୦୯ରୁ ଏପର୍ଯ୍ୟନ୍ତ ୧୦ରୁ ଅଧିକ ଥର ଏମିତି ପାଇପ୍‌ ଲାଇନ ଫାଟି ତେଲ ନଷ୍ଟ ହୋଇଥିବା ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଫୁଲିଲା ହୀରାକୁଦ, ଏବେ ୪ ଗେଟ୍‌ ଦେଇ ହେଉଛି ଜଳ ନିଷ୍କାସନ

ସମ୍ବଲପୁର,୩ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମଶଃ ବୃଦ୍ଧି ପାଇ ୬୨୭ ଫୁଟ ଟପିଯାଇଛି। ଫଳରେ ଗୁରୁବାର ସକାଳେ ପୁଣି ୨ଟି ସ୍ଲୁଇସ ଗେଟ୍‌ ଖୋଲି ଦିଆଯାଇଛି।…

୩ ରାଶିଙ୍କ ପାଇଁ ଆରମ୍ଭ ହେଲା ଗୋଲ୍ଡେନ ଟାଇମ୍‌, ୬୪ ଦିନ ଯାଏ ସଫଳତା ସହ ଅପାର ଧନଲାଭ!

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ଅତ୍ୟନ୍ତ ଶୁଭ ଗ୍ରହ ଭାବେ ବିବେଚନା କରାଯାଏ। ଶୁକ୍ର ଭୌତିକ ସୁଖ, ବିଳାସିତା, ପ୍ରେମ, ସୌନ୍ଦର୍ଯ୍ୟ ଓ ଆକର୍ଷଣର କାରକ ଗ୍ରହ। କୁହାଯାଏ,…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ଶିକ୍ଷୟିତ୍ରୀ ପୂରବୀ ପରିଡ଼ା

ନବରଙ୍ଗପୁର,୩ା୯(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାର ଶିକ୍ଷାକ୍ଷେତ୍ର ପାଇଁ ଆସିଛି ଆଉ ଏକ ଗୌରବର ଖବର। ଜିଲାର ଶାରୀରିକ ଶିକ୍ଷା ଶିକ୍ଷୟିତ୍ରୀ ପୂରବୀ ପରିଡ଼ା ଚଳିତବର୍ଷ ଗୁରୁଦିବସ ଅବସରରେ…

ଭାରତକୁ ମାଡି ଆସୁଛି ଭୟଙ୍କର ବିପଦ! ବଡ଼ ଚେତାବନୀ ଦେଲା UN

ନୂଆଦିଲ୍ଲୀ,୩।୯: ବିଶ୍ୱ ତାପମାତ୍ରା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନକୁ ନେଇ ପୁଣିଥରେ ଚେତାବନୀ ଦେଇଛି ମିଳିତ ଜାତିସଂଘ। ବିଶ୍ୱ ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସ ବୃଦ୍ଧି ସୀମାକୁ…

‘ଅଭିଜିତ ଦୀପକେଙ୍କ ସହ ଡିଲ୍ କରିଛନ୍ତି କେଜ୍ରିୱାଲ୍’, ବଡ଼ ଅଭିଯୋଗ ଆଣିଲେ ମନୀଷ

ନୂଆଦିଲ୍ଲୀ,୩।୯: କକରୋଚ୍ ଜନତା ପାର୍ଟି (CJP) ପରେ ଏବେ ‘କକରୋଚ୍ ଜନତା ପାର୍ଟି ଡେମୋକ୍ରାଟିକ’ (CJPD) ଘୋଷଣା ହୋଇଛି । ମନୀଷ ବ୍ରହ୍ମଭଟ୍ଟ ଗୁରୁବାର ଏହି ଘୋଷଣା…

ମୋଦିଙ୍କ ପଦାଙ୍କ ଅନୁସରଣ କଲେ ଯୋଗୀ! ଇନଷ୍ଟାଗ୍ରାମରେ ରିଲ ପୋଷ୍ଟ କରି କହିଲେ…

ଲକ୍ଷ୍ନୌ,୩।୯: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ରିଲ ପୋଷ୍ଟ କରିଛନ୍ତି। ଏହି ସେଲଫି-ଶୈଳୀର ରିଲ୍ସରେ ବାବା ନୀବ କରୋରିଙ୍କ ପବିତ୍ର ଭୂମି…

ଶ୍ୱଶୁର ହେଲେ ରକ୍ତମୁଖା: ଲୁହାରଡ୍‌ରେ ପିଟିପିଟି ଜ୍ୱାଇଁଙ୍କୁ ମାରିଦେଲେ

ଉଦଳା,୩ା୯(ସନ୍ତୋଷ ବାଛିନୀ): ସାବତ ଶ୍ୱଶୁର ହେଲେ ରକ୍ତମୁଖା। ଲୁହା ରଡ୍‌ରେ ପିଟିପିଟି ଜ୍ୱାଇଁଙ୍କୁ ହତ୍ୟା କରିଛନ୍ତି। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ମଝିଗଡ଼ିଆ…

ରତ୍ନେଶ୍ଵରୀ ମନ୍ଦିର ଭିତରେ ଗର୍ଜନ କରୁଥିଲା ବିରାଟ ଅହିରାଜ! ଲୋକେ ଛାନିଆ, ବନବିଭାଗ ପହଞ୍ଚି…

ଦିଗପହଣ୍ଡି/ଚିକିଟି,୩।୯(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ଗଡ଼ ବ୍ଲକ କାର୍ଯ୍ୟାଳୟ ନିକଟ ମା ‘ ରତ୍ନେଶ୍ଵରୀ ମନ୍ଦିରରୁ କିଙ୍ଗକୋବ୍ରା ଉଦ୍ଧାର କରାଯାଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri