ଏତିକି ସମ୍ପତ୍ତି ଛାଡିଯାଇଛନ୍ତି ରାଜୁ ଶ୍ରୀବାସ୍ତବ

ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କର ୫୮ ବର୍ଷ ବୟସରେ ପରଲୋକ ଘଟିଛି। ଗତ ଅଗଷ୍ଟ ୧୦ରେ ଜିମ ଯିବା ସମୟରେ ହୃଦଘାତ ହୋଇଥିଲା। ଦୀର୍ଘ ୪୧ ଦିନ ଭେଣ୍ଟିଲେଟରରେ ରହିବା ପରେ ଶେଷରେ ବୁଧବାର ତାଙ୍କ ପରଲୋକ ଘଟିଥିଲା। କମେଡି ଜୀବନରେ ସେ ଅନେକ ଟଙ୍କା ରୋଜଗାର କରିଥିଲେ। ରାଜୁ ଇଣ୍ଡଷ୍ଟ୍ରିରେ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ହିନ୍ଦୀ ହାସ୍ୟ ଅଭିନେତାମାନଙ୍କ ମଧ୍ୟରୁ ଜଣେ ଥିଲେ। ତାଙ୍କର ନିଟ ମୂଲ୍ୟ ପ୍ରାୟ ୧ ରୁ ୩ ମିଲିୟନ ଥିଲା। ସେ ଟିଭି, ଫିଲ୍ମ, ବିଶ୍ୱ ଟୁର୍‌ କମେଡି ଶୋ, ପୁରସ୍କାର ହୋଷ୍ଟିଂ, ସମସ୍ତ ବ୍ରାଣ୍ଡ, ଟିଭି ବିଜ୍ଞାପନ ଏବଂ ଅନ୍ୟାନ୍ୟ ଉପାୟ ମାଧ୍ୟମରେ ରୋଜଗାର କରୁଥିଲେ। ଏଥିପାଇଁ ସେ ବହୁତ ଟଙ୍କା ଚାର୍ଜ କରୁଥିଲେ। ତାଙ୍କର ମୋଟ ସମ୍ପତ୍ତି ପ୍ରାୟ ୧୫ ରୁ ୨୦ କୋଟି ବୋଲି କୁହାଯାଉଛି।
ରାଜୁ ଶ୍ରୀବାସ୍ତବ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ସତ୍ୟ ପ୍ରକାଶ ଶ୍ରୀବାସ୍ତବ। ପରେ ରାଜୁ ଶ୍ରୀବାସ୍ତବ ଭାବରେ ପ୍ରସିଦ୍ଧ ହୋଇଥିଲେ। ରାଜୁ ଶ୍ରୀବାସ୍ତବ ଭିତରେ ଥିବା ପ୍ରତିଭା ପିଲାଦିନରୁ ଜଣାପଡିଥିଲା। ସେ ସ୍କୁଲରେ କମେଡି କଥା କିଂ ପିଳାଙ୍କୁ ହସାଉଥିଲେ। ଅମିତାଭ ବଚ୍ଚନଙ୍କ ପ୍ରେରଣା ସହିତ ସେ ଅଭିନେତା ହେବାର ସ୍ବପ୍ନ ଦେଖି ମୁମ୍ବାଇ ଆସିଥିଲେ।
ମୁମ୍ବାଇ ଆସିବା ପରେ ରାଜୁ ଶ୍ରୀବାସ୍ତବଙ୍କର ରହିବାକୁ ଘର ନଥିଲା, ଖାଇବାକୁ ଟଙ୍କା ମଧ୍ୟ ନ ଥିଲା। ସେ ଅଟୋ ଚଳାଇ ନିଜର ଜୀବିକା ନିର୍ବାହ କଲେ। ଦିନେ ଅଟୋରେ ବସିଥିବା ଜଣେ ଯାତ୍ରୀଙ୍କୁ ରାଜୁ ତାଙ୍କ ଶୈଳୀରେ ପ୍ରଭାବିତ କରିଥିଲେ। ଯାତ୍ରୀ ଜଣଙ୍କ ତାଙ୍କୁ ଏକ ମଞ୍ଚ ପ୍ରଦର୍ଶନ କରିବାକୁ କହିଥିଲେ। ଏହା ପରେ ରାଜୁ ଷ୍ଟେଜରେ ପ୍ରଦର୍ଶନ କଲେ। ଏଥିପାଇଁ ସେ ୫୦ ଟଙ୍କା ପାଉଥିଲେ। ଏହା ପରେ ରାଜୁ ନିଜ ପ୍ରତିଭାକୁ ଦୂରଦର୍ଶନର ଟି ଟାଇମ ମନୋରଜନ ଠାରୁ ଦି ଗ୍ରେଟ ଇଣ୍ଡିଆନ ଲାଫ୍ଟର ଚ୍ୟାଲେଞ୍ଜରେ ଭାଗ ନେଇଥିଲେ। ଏହାପରେ ତାଙ୍କ ଜୀବନ ସମ୍ପୂର୍ଣ୍ଣ ବଦଳି ଯାଇଥିଲା। ସେ ଫିଲ୍ମରେ ଅଫର୍‌ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?