ପାନବରଜ ପାଇଁ ପିମ୍ପୂଳା ଭରସା

ମହାକାଳପଡ଼ା,୨୮।୯ (ଡି.ଏନ.ଏ.):ଶିଳ୍ପ ବିହୀନ କେନ୍ଦ୍ରାପଡ଼ା ଜିଲାରେ କୁଶଳୀ, ଅର୍ଦ୍ଧ କୁଶଳୀ ଶ୍ରମିକମାନେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ଅନେକ ଶ୍ରମିକ ପରିବାର ପ୍ରତିପୋଷଣ ପାଇଁ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି। ମହାକାଳପଡ଼ା ବ୍ଲକ ବତିଘର, ରାମନଗର, ଖରିନାସୀ, ପେଟଛେଲା ଆଦି ପଞ୍ଚାୟତର ବହୁ ମହିଳାପୁରୁଷ ଶ୍ରମିକ ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ ପାନ ବରଜରେ କଞ୍ଚା ମାଲ ଉପଯୋଗ ହେଉଥିବା ପିମ୍ପୂଳାକୁ ସଂଗ୍ରହ କରିଥାନ୍ତି। ଏହା ମୁଖତଃ ମହାନଦୀ ପଠା, ହେଟାମୁଣ୍ଡିଆ ସଂରକ୍ଷିତ ଜଙ୍ଗଲ ଅଞ୍ଚଳ ସମେତ ବିଭିନ୍ନ ଖାଲ, ଗହିର ପାଟ, ପଡ଼ିଆ ଜମିରୁ ଶ୍ରମିକମାନେ ସଂଗ୍ରହ କରିଥାନ୍ତି। ପିମ୍ପୂଳାକୁ ଖରାରେ ଶୁଖାଇବା ପରେ ଛୋଟ ଛୋଟ ବିଡା କରି ବିକ୍ରୟ ପାଇଁ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି। ପରେ ବ୍ୟବସାୟୀମାନେ ଜଗତ୍‌ସିଂହପୁର ଜିଲା ପାରାଦୀପ, କୁଜଙ୍ଗ, ଏରସମା, ତ୍ରିଲୋଚନପୁର, ଢିଙ୍କିଆ, ନୂଆଗଁା, ଗୋବିନ୍ଦପୁର ଆଦି ଅଞ୍ଚଳର ପାନ ବରଜ କରିଥିବା ଚାଷୀମାନଙ୍କୁ ବିଡା ପ୍ରତି ୨୦ ଟଙ୍କା ଦରରେ ବିକ୍ରୟ କରିଥାନ୍ତି। ମହାକାଳପଡ଼ା ବ୍ଲକର କେତେଜଣ ଶ୍ରମିକ କାମ ଅଭାବରୁ ଏହି ପିମ୍ପୂଳାକୁ ସଂଗ୍ରହ କରି ବେଶ୍‌ ଦି’ ପଇସା ରୋଜଗାର କରିଥାନ୍ତି। ବହାକୁଦ ଗ୍ରାମର ନାରାୟଣ ବେହେରା, ମାଳତି ବେହେରା କହିଛନ୍ତି, ଦୈନିକ ପିମ୍ପୂଳା ସଂଗ୍ରହ କରି ୨ ଶହରୁ ୩ ଶହ ଟଙ୍କା ରୋଜଗାର ହେଉଛି। ଏହି ପିମ୍ପୂଳାକୁ ପାନ ବରଜ ଲଟାରେ ବନ୍ଧା ଯାଇଥାଏ। ଅପରପକ୍ଷରେ ଶିଳ୍ପ କାରଖାନା ଯୋଗୁ ପାରାଦୀପ, କୁଜଙ୍ଗ, ଏରସମା ଅଞ୍ଚଳରେ ପାନ ବରଜ ପାଇଁ କଞ୍ଚା ମାଲ ପିମ୍ପୂଳା ଅଭାବ ରହିଛି। ତେଣୁ ପଡ଼ୋଶୀ ଜିଲାର ପାନବରଜ ମାଲିକମାନେ ମହାକାଳପଡ଼ା ଅଞ୍ଚଳରୁ ପିମ୍ପୂଳା ନେଉଛନ୍ତି। ଏହି ପିମ୍ପୂଳା ଏକ ଘାସ ଜାତୀୟ ଗଛ। ଏହା ଦୋରସା ଓ ପଙ୍କୁଆ ମାଟିରେ ବେଶ୍‌ ବଢ଼ିଥାଏ। ବର୍ଷା ଦିନରେ ଚାଷ ଜମି ହିଡ଼ ଓ ପଡ଼ିଆ ଜମିରେ ଦେଖିବାକୁ ମିଳେ। ଏହା ହାରାହାରି ୨ରୁ ଅଢେଇ ଫୁଟ୍‌ ଲମ୍ବର ହୋଇଥାଏ। ଶ୍ରମିକମାନେ ଏହାକୁ କାଟି ସଂଗ୍ରହ କରିଥାନ୍ତି। ଦୈନିକ ମଜୁରି ବାବଦରେ ଦେଖିବାକୁ ଗଲେ ଦିନମାନ ପରିଶ୍ରମ ହିସାବରେ ମଜୁରି କମ୍‌ ହୋଇଥାଏ। ଦିନମାନ ଖରା ବର୍ଷାରେ ବିଭିନ୍ନ ଅଞ୍ଚଳ ବୁଲି ଏହାକୁ ସଂଗ୍ରହ କରିବାକୁ ପଡିଥାଏ। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାମ ଧନ୍ଦା ନ ମିଳିବାରୁ ସ୍ଥାନୀୟ ଶ୍ରମିକମାନେ ବାଧ୍ୟ ହୋଇ ପିମ୍ପୂଳା ସଂଗ୍ରହ କରି ଦୁଇ ପଇସା ରୋଜଗାର କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri