Posted inଜାତୀୟ

ପାଇଲଟ୍‌ଙ୍କ ଏକାକୀ ପ୍ରଚାର ଯୋଜନା: ଚିନ୍ତାରେ କଂଗ୍ରେସ

ଜୟପୁର,୧୪।୧: ରାଜସ୍ଥାନ ବିଧାନସଭା ନିର୍ବାଚନକୁ ଆଉ ପ୍ରାୟ ୧୦ ମାସ ବାକି ରହିଥିବାବେଳେ ବରିଷ୍ଠ ନେତା ସଚିନ ପାଇଲଟ୍‌ ଏକାକୀ ସାରା ରାଜ୍ୟରେ ର଼୍ୟାଲି କରିବା ଲାଗି ଯୋଜନା ପ୍ରସ୍ତୁତ କରିଛନ୍ତି। ଫଳରେ ରାଜ୍ୟ କଂଗ୍ରେସରେ ପୁଣି ଥରେ ବିବାଦ ଆରମ୍ଭ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ପଦ ଆଶାୟୀ ପାଇଲଟ୍‌ ପୂର୍ବରୁ ରାଜ୍ୟ ନେତୃତ୍ୱ ବିରୋଧରେ ବିଦ୍ରୋହ କରିଥିଲେ। ନିକଟରେ କଂଗ୍ରେସ ଅଧ୍ୟକ୍ଷ ପଦ ଲାଗି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନାଁ ଉଠିଥିବାବେଳେ ପାଇଲଟଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କରାଇବା ଲାଗି କେନ୍ଦ୍ରୀୟ ନେତୃତ୍ୱ ଚାହୁଁଥିବାବେଳେ ଗେହଲଟ ଗୋଷ୍ଠୀ ତାହା କରାଇ ଦେଇ ନ ଥିଲେ। ଯୋଜନା ଅନୁଯାୟୀ ପାଇଲଟ୍‌ ଆସନ୍ତା ସପ୍ତାହରୁ ଅନେକ ସାଧାରଣ ସଭା କରି କୃଷକ ଏବଂ ଯୁବଗୋଷ୍ଠୀଙ୍କୁ ସମ୍ବୋଧିତ କରିବେ। ରାଜସ୍ଥାନରେ ଭାରତ ଯୋଡ଼ୋ ଯାତ୍ରା ସଫଳ ହେବା ସତ୍ତ୍ୱେ ରାଜ୍ୟ ନେତୃତ୍ୱ ବିବାଦ ଅସମାହିତ ରହିଛି। ପାଇଲଟଙ୍କ ଏକୁଟିଆ ପ୍ରଚାର ଯୋଜନା ଦଳ ଉପରେ ଚାପ ପକାଇବାର ଏକ କୌଶଳ ବୋଲି କୁହାଯାଉଛି। ତେବେ ଏହାକୁ ପାଇଲଟ୍‌ଙ୍କ ଗୋଷ୍ଠୀ ପକ୍ଷରୁ ଖଣ୍ଡନ କରାଯାଇଛି। ଲୋକଙ୍କ ନିକଟତର ହେବା ଲାଗି ସେ ଏଭଳି ର଼୍ୟାଲିର ଯୋଜନା କରିଥିବା ପାଇଲଟ୍‌ଙ୍କ ଘନିଷ୍ଠ ସୂତ୍ରରୁ କୁହାଯାଇଛି। ଭାରତ ଯୋଡ଼ୋ ଯାତ୍ରାର ମାହୋଲ କୃଷକ ଓ ଯୁବଗୋଷ୍ଠୀଙ୍କ ମଧ୍ୟରେ ଯେପରି ନିର୍ବାଚନ ପର୍ଯ୍ୟନ୍ତ ଜାରି ରହେ, ସେଥିପାଇଁ ବିଭିନ୍ନ ରାଲିର ଆୟୋଜନ ହେବାକୁ ଯାଉଥିବା ସେମାନେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଗେହଲଟ ତାଙ୍କର ଶେଷ ବଜେଟ ପ୍ରସ୍ତୁତିରେ ବ୍ୟସ୍ତ ଥିବାବେଳେ ରାଜ୍ୟ କଂଗ୍ରେସ ସଭାପତି ଗୋବିନ୍ଦ ସିଂ ଦୋତାସାରା ତୃଣମୂଳ ସଂଗଠନ ବଢ଼ାଇବାରେ ଗୁରୁତ୍ୱ ଦେଉଛନ୍ତି। ତେଣୁ ନିର୍ବାଚନ ବର୍ଷରେ ଦଳକୁ ସକ୍ରିୟ ରଖିବା ଲାଗି ପାଇଲଟ ଲୋକଙ୍କ ନିକଟତର ହେବାକୁ ଲକ୍ଷ୍ୟ ରଖିଥିବା ତାଙ୍କ ଗୋଷ୍ଠୀ ସୂତ୍ରରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ଚାଳକଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲେ ହାଇଓ୍ବା ଚାଳକ, ପରେ ସାଧାରଣ ଦର୍ଶକ ଭାବେ ଆସି…

ବାରଙ୍ଗ,୨୪ା୪(ଲିଙ୍ଗରାଜ ରାଉତ): କଟକ ଜିଲା ଗୋଡ଼ିସାହି ଫାଣ୍ଡି ଅନ୍ତର୍ଗତ ରତାଗଡ଼ ରେଳ ପୋଲ ନିକଟରେ ବେଆଇନ ମୋରମ ବୋଝେଇ ହାଇଓ୍ବା ଧକ୍କାରେ ଜଣେ ବାଇକ୍‌ଚାଳକଙ୍କ ଜୀବନ ଯାଇଛି। …

ଦମ୍‌ ଦମ୍‌ରେ ଗର୍ଜିଲେ ପ୍ରଧାନମନ୍ତ୍ରୀ ମୋଦି, ‘ଟିଏମସିର ଦୀପ ଲିଭିବା ପୂର୍ବରୁ ଜୋରରେ ଜଳୁଛି’

କୋଲକାତା,୨୪।୪: ପଶ୍ଚିମବଙ୍ଗରେ ମୋଦିଙ୍କ ପ୍ରଚାର ଜାରି ରହିଛି । ଏହାରି ଭିତରେ ସେ ଆଜି ଏପରି ମନ୍ତବ୍ୟ ଦେଇଛନ୍ତି ଯାହାକି ଭାଇରାଲ ହେବାରେ ଲାଗିଛି । ଟିଏମସିର…

ଅରେଞ୍ଜ କ୍ୟାପର ହକଦାର ହେବେ ବିରାଟ, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୪।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଶୁକ୍ରବାର IPL 2026 ର ୩୪ତମ ମ୍ୟାଚ ଖେଳାଯିବ। ଏହି ମ୍ୟାଚ RCB ର ହୋମ…

ଡୋପ୍‌ ଟେଷ୍ଟରେ ପଜିଟିଭ ଚିହ୍ନଟ ପରେ ଉତ୍ତର ରଖିଲେ ନଓ୍ବାଜ, କହିଲେ…

ଲାହୋର,୨୪।୪: ଭାରତ ଏବଂ ଶ୍ରୀଲଙ୍କାରେ ଆୟୋଜିତ ଟି୨୦ ବିଶ୍ୱକପ୍‌ ବେଳେ ଡୋପ୍‌ ଟେଷ୍ଟରେ ପଜିଟିଭ ଚିହ୍ନଟ ହେବା ପରେ ପାକିସ୍ତାନର ଅଭିଜ୍ଞ ଅଲରାଉଣ୍ଡର ମହମ୍ମଦ ନଓ୍ବାଜ ଆଇସିସି…

ସୁପ୍ରିମକୋର୍ଟ ବିଚାରପତି କହିଲେ ମୁଁ ଖୁସି, କାରଣ ଏତେ ସଂଖ୍ୟକ…

ନୂଆଦିଲ୍ଲୀ,୨୪ା୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ବମ୍ପର ମତଦାନକୁ ନେଇ ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ତାଙ୍କର ଖୁସି ପ୍ରକାଶ କରିଛନ୍ତି। ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ କହିଛନ୍ତି,…

ଅଜିତ ପାୱାରଙ୍କ ଜୀବନ ନେଇଗଲା ‘କଳା ଯାଦୁ’? ମିଳିଲା ଗଛରେ ଝୁଲୁଥିବା ଏକ କଳା ଛେଳି, ଆଶ୍ଚର୍ଯ୍ୟଜନକ ଦାବି କଲେ…

ମୁମ୍ବାଇ,୨୪।୪: ବାରାମତୀ ଭୂମି ଉପରେ ଏହି ନୂତନ ଦାବି ରାଜନୀତି ଏବଂ ସମାଜ ଉଭୟକୁ ଆଲୋଡ଼ିତ କରିଛି। ଅଜିତ ପାୱାରଙ୍କ ମୃତ୍ୟୁ ସମ୍ପର୍କରେ “କଳା ଯାଦୁ”ର ତତ୍ତ୍ୱ…

ରବିଧାନ ସଂଗ୍ରହ କମିଟି ବୈଠକ: ମେ’ ୧୧ରୁ ରବିଧାନ କିଣାବିକା

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଶୁକ୍ରବାର ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ମେ’ ୧୧ତାରିଖରୁ ଜିଲାରେ ରବିଧାନ…

ଯାହା ଡଙ୍ଗାରେ ବସିଥିଲେ ମୋଦି, ସାମ୍ନାକୁ ଆସିଲା ନାଉରିଆଙ୍କ ପ୍ରତିକ୍ରିୟା, କହିଲେ ଆମକୁ ୫ମିନିଟ୍‌ ପୂର୍ୱରୁ…

କୋଲକାତା,୨୪।୪: ପଶ୍ଚିମବଙ୍ଗର ୧୫୨ଟି ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟ ଗୁରୁବାର (୨୩ ଏପ୍ରିଲ) ଦିନ ହୋଇଥିଲା। ଭୋଟ ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri