ସିନେଟରଙ୍କ ଘର ଆଗରେ ଘୁଷୁରିମୁଣ୍ଡ

ଓ୍ବାଶିଂଟନ, ୪ା୧: ଆମେରିକା ସିନେଟର ରିପବ୍ଲିକାନ ସଦସ୍ୟ ମିଚ ମ୍ୟାକକୋନେଲ ଏବଂ ଡେମୋକ୍ରାଟ ସ୍ପିକର ନାନ୍‌ସୀ ପେଲୋସିଙ୍କ ଘର ଆଗରେ ହୋୟାର ଇଜ୍‌ ମାଇ ମନି (ମୋ ଟଙ୍କା କେଉଁଠି ଅଛି) ବୋଲି ଲେଖିବା ସହ କେହି ଘୁଷୁରି ମୁଣ୍ଡ ଏବଂ ରକ୍ତ ଭଳି କିଛି ପଦାର୍ଥ ରଖିଥିବା ଦେଖିବାକୁ ମିଳିଛି। କରୋନା ମହାମାରୀ ପାଇଁ ରିଲିଫ ପ୍ୟାକେଜ ସମ୍ପର୍କରେ ବିତର୍କକୁ କେନ୍ଦ୍ର କରି ଏପରି କରାଯାଇଥିବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। ଖ୍ରୀଷ୍ଟମାସ ଅବସରରେ ମହାମାରୀ ପାଇଁ ୯୦୦ ବିଲିୟନ ଡଲାର ସହାୟତା ପ୍ୟାକେଜ ଅନୁମୋଦନ କରାଯାଇଥିଲା। ଡେମୋକ୍ରାଟ୍‌ ନେତୃତ୍ୱାଧୀନ ହାଉସ ଅଫ୍‌ କଂଗ୍ରେସ ଏହି ସହାୟତା ରାଶିକୁ ୨,୦୦୦ ବିଲିୟନ ଡଲାରକୁ ବୃଦ୍ଧି ପାଇଁ ଅନୁମୋଦନ କରିଥିଲେ ହେଁ ରିପବ୍ଲିକାନ ନେତୃତ୍ୱରେ ଥିବା ଗୃହ ଏହି ବର୍ଦ୍ଧିତ ରାଶିକୁ ଅନୁମତି ଦେଇ ନ ଥିଲା। ଏହାକୁ କେନ୍ଦ୍ର କରି ବିବାଦ ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଲ୍ଟମ୍ୟାନ୍‌ଙ୍କୁ କୋର୍ଟକୁ ଟାଣିଲେ ମସ୍କ

ଓ୍ବାଶିଂଟନ୍‌,୨ା୩: ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ୍‌ ମସ୍କ ଚାଟ୍‌ଜିପିଟି ନିର୍ମାତା ଓପନ୍‌ଏଆଇ ତଥା ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ସାମ୍‌ ଅଲ୍ଟମ୍ୟାନ୍‌ଙ୍କୁ ଚୁକ୍ତି ଖିଲାପି ଅଭିଯୋଗରେ...

କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ବ୍ରାଏନଙ୍କ ପରଲୋକ

ଟରଣ୍ଟୋ,୧।୩: କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ବ୍ରାଏନ ମର୍ଲୋନିଙ୍କ ୮୪ବର୍ଷ ବୟସରେ ଦେହାନ୍ତ ହୋଇଛି ବୋଲି ତାଙ୍କ ଝିଇ ଗୁରୁବାର ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି।...

ପରଲୋକରେ କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ

ଓଟାଓ୍ବା,୧।୩: କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ବ୍ରାଏନ ମଲରୋନିଙ୍କ ୮୪ ବର୍ଷ ବୟସରେ ଦେହାନ୍ତ ହୋଇଛି। ମୃତ୍ୟୁ ସମ୍ପର୍କରେ ତାଙ୍କ ପରିବାର ସୂଚନା ଦେଇଛନ୍ତି। କ୍ୟୁର ବାଇ...

ସାଉଦିରେ ୫ ୟେମେନ୍‌ ନାଗରିକଙ୍କ ମୁଣ୍ଡକାଟ୍‌

ରିୟାଧ, ୧।୩:ହତ୍ୟା ଏବଂ ଡକାୟତି ମାମଲାରେ ଦୋଷୀ ସାବ୍ୟସ୍ତ ୟେମେନ୍‌ର ୫ ନାଗରିକଙ୍କୁ ସାଉଦି ଆରବରେ ମୃତ୍ୟୁଦଣ୍ଡ ଦିଆଯାଇଛି। ଏହି ୫ ଜଣ ଅହମଦ୍‌ ଅଲ୍‌...

ଆଣବିକ ଯୁଦ୍ଧ ଭୟ ଦେଖାଇଲେ ପୁଟିନ୍‌

ମସ୍କୋ,୧।୩:ୟୁକ୍ରେନ୍‌ରେ ଯୁଦ୍ଧ ପାଇଁ ପାଶ୍ଚାତ୍ୟ ଦେଶଗୁଡ଼ିକ ଯଦି ସେମାନଙ୍କ ସୈନ୍ୟ ପଠାନ୍ତି, ତେବେ ଆଣବିକ ଯୁଦ୍ଧର ଭୟ ରହିଛି ବୋଲି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌...

ଶପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ: ୪୩ ମୃତ, ଭୟରେ ଛାତ ଉପରୁ ଡେଇଁଲେ ଲୋକେ

ଢାକା,୧।୩: ବାଂଲାଦେଶର ରାଜଧାନୀ ଢାକାରେ ୭ ମହଲା ବିଶିଷ୍ଟ ଶପିଂ ମଲରେ ଅଗ୍ନିକାଣ୍ଡ କାଣ୍ଡ ଘଟି ଅତି କମରେ ୪୩ ଜଣଙ୍କର ମୃତ୍ୟୁଘଟିଥିବା ବେଳେ ଅନେକ...

ସହାୟତା ନେବାକୁ କରିଥିଲେ ଅପେକ୍ଷା: ଏୟାରଷ୍ଟ୍ରାଇକ୍‌ରେ ଚାଲିଗଲା ୧୦୪ ଜୀବନ

ରାଫାହ,୨୯।୨: ଗାଜା ସିଟିରେ ମାନବୀୟ ସହାୟତା ନେବା ପାଇଁ ଧାଡ଼ିରେ ଅପେକ୍ଷା କରିଥିବା ପାଲେଷ୍ଟିନୀୟମାନଙ୍କ ଉପରେ ଇସ୍ରାଏଲ୍‌ ଏୟାରଷ୍ଟ୍ରାଇକ୍‌ କରିବାରୁ ୧୦୪ ଜଣଙ୍କ ମୃତ୍ୟୁ ଘଟିବା...

୩ ଥର ପ୍ରଧାନମନ୍ତ୍ରୀ ପରେ ଏଥର ସାଂସଦ ଭାବେ ଶପଥ ନେଲେ ସରିଫ

ଇସଲାମାବାଦ,୨୯।୨: ଦେଶର ନୂତନ ନିର୍ବାଚିତ ସାଂସଦମାନେ ଗୁରୁବାର ପାକିସ୍ତାନ ରାଷ୍ଟ୍ରପତି ଆରିଫ ଅଲଭି ଜାତୀୟ ସଭାର ଅଧିବେଶନ ଡାକିବା ପରେ ଶପଥ ଗ୍ରହଣ କରିଛନ୍ତି। ପୂର୍ବତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri