ପଥର କୋଇଲା ବୋଝେଇ ପିକ୍‌ଅପ୍‌ ଜବତ, ୨ ଜଣଙ୍କୁ ବାନ୍ଧିଲା ପୋଲିସ

ଦେବଗଡ଼,୨ା୨(ଶଶାଙ୍କ ଶେଖର ଝାଙ୍କର): ରିଆମାଳ ବ୍ଲକ ତଥା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଖିଲେଇ ନିକଟରୁ ବେଆଇନ ପଥର କୋଇଲା ବୋଝେଇ ଏକ ପିକ୍‌ଅପ୍‌କୁ ପୋଲିସ ଜବତ କରିଛି। ଏହି ଘଟଣାରେ ୨ ଜଣ ବ୍ୟକ୍ତି ଗିରଫ ହୋଇଛନ୍ତି। ଆଠମଲ୍ଲିକ ଥାନା ଗୋପାଳପୁର ଗ୍ରାମର ନବୀନ କ୍ଷେତୀ (୩୬) ଏବଂ ରେଢ଼ାଖୋଲ ଥାନା ସଦର ଦେହୁରୀ ସାହିର ଘନଶ୍ୟାମ ମହାକୁଡ଼ (୫୨)ଙ୍କୁ ଗିରଫ କରି ରବିବାର କୋର୍ଟଚାଲାଣ କରାଯାଇଛି। ନାକଟିଦେଉଳ ଥାନା ଅଞ୍ଚଳରୁ ବେଆଇନ ପଥର କୋଇଲା ବୋଝେଇ ଏକ ପିକ୍‌ଅପ୍‌ (ଓଡି-୧୫-୮୧୪୭) ସିଆରିମାଳିଆ ଅଞ୍ଚଳକୁ ଆସୁଥିବା ବେଳେ ଖିଲେଇ ନିକଟରେ କୁଣ୍ଢେଇଗୋଳା ପୋଲିସ ଅଟକାଇ ଯାଞ୍ଚ କରିଥିଲା। ପଥର କୋଇଲା ଚାଲାଣ ନେଇ କୌଣସି ବୈଧ କାଗଜପତ୍ର ନ ଥିବାରୁ ଉକ୍ତ ପିକ୍‌ଅପ୍‌ ଭ୍ୟାନ୍‌ ଜବତ କରି ଚୋରା ଚାଲାଣ ଅଭିଯୋଗରେ ଉକ୍ତ ୨ ବ୍ୟକ୍ତିଙ୍କୁ ଗିରଫ କରି ପୋଲିସ ଏକ ମାମଲା ରୁଜୁ କରିଥିଲା। ଉଭୟଙ୍କୁ କୋର୍ଟଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଲାଣ କରୁଥିଲେ, ପୋଲିସକୁ ଦେଖି ଡିଭାଇଡରରେ ପିଟିହେଲା କାର୍; ଜବତ ହେଲା ୨୫ ଲକ୍ଷର…

ଝାରସୁଗୁଡ଼ା, ୨୭।୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲା ବଡ଼ମାଲ ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବିଜୁ ଏକ୍ସପ୍ରେସ୍‌ ୱେର ଖେରୁଆଲ୍ ଛକ ନିକଟରୁ ବିପୁଳ…

ଶିଶୁ ଜନ୍ମ ହେଲେ ମୁଖ୍ୟମନ୍ତ୍ରୀ ଦେବେ ୧ ଗ୍ରାମର ସୁନା ମୁଦି, ରାଜ୍ୟ ସରକାରଙ୍କ ଖାସ୍ ସ୍କିମ୍…

ଚେନ୍ନାଇ,୨୭ା୬: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟ ନିଜର ଏକ ପ୍ରମୁଖ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବାକୁ ଯାଉଛନ୍ତି। ଏଣିକି ରାଜ୍ୟର ସମସ୍ତ ସରକାରୀ ମାତୃତ୍ୱ କେନ୍ଦ୍ର ଓ…

ଏକାଠି ହେଲେ ଗଞ୍ଜାମ ଜିଲା ଠିକାଦାର ସଂଘ: ଆଗକୁ…

ଦିଗପହଣ୍ଡି,୨୭|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ଗ୍ରାମ ନିକଟ ମା ‘ ରତ୍ନେଶ୍ୱରୀ ଶକ୍ତିପୀଠ ପରିସରରେ  ଶୁକ୍ରବାର ନିଖିଳ ଓଡିଶା ଠିକାଦାର ମହାସଂଘ…

ଶନି ମନ୍ଦିରରେ ଫୁଲ ଦେଇ ଫେରୁଥିଲେ, ପଛରୁ ପିଟିଦେଲା ବାଇକ୍‌; ଚାଲିଗଲା…

ପାରଳାଖେମୁଣ୍ଡି, ୨୭।୬(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସହରରେ ଶନିବାର  ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଷ୍ଟାଡିୟମ୍ ନିକଟସ୍ଥ ଇଣ୍ଡିଆନ୍ ପେଟ୍ରୋଲ ପମ୍ପ ସମ୍ମୁଖରେ…

କାଜୁ ଜଙ୍ଗଲରେ ଝୁଲିପଡ଼ିଲେ ସଞ୍ଜୟ: ବଢୁଛି ସନ୍ଦେହ

ମହାକାଳପଡ଼ା,୨୭ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ରାମନଗର ପଞ୍ଚାୟତ ପିତାପାଟ ଚୌଧୁରୀ କାଜୁ ଜଙ୍ଗଲରେ ଜଣେ ଯୁବକ ଗୁରୁବାର…

ଦିନକ ପରେ ସ୍ନାନଯାତ୍ରା: ପୁରୀ ଆସିବାର ଥିଲେ ଜାଣି ନିଅନ୍ତୁ ଟ୍ରାଫିକ କଟକଣା, କେଉଁ ବାଟରେ ଯାଇ କରିବେ ମହାପ୍ରଭୁଙ୍କ ଦର୍ଶନ

ପୁରୀ,୨୭।୬: ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ…

ଟୋକନ୍ ନ ମିଳିଲେ ରାଜପଥ ଅବରୋଧ କରିବୁ, DRCS ଅଫିସ ଆଗରେ ଧାରଣା ଦେଇ ଚେତାବନୀ ଦେଲେ…

ବରଗଡ଼, ୨୭।୬(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ରୂପ ଧାରଣ କରିଛି।…

ମିଳିବ ୩୦୦ ୟୁନିଟ୍‌ର ମାଗଣା ବିଜୁଳି; ଜାଣନ୍ତୁ କେମିତି କରିବେ ଏହି ସରକାରୀ ଯୋଜନାରେ ଆବେଦନ…

ନୂଆଦିଲ୍ଲୀ,୨୬।୬: ବର୍ତ୍ତମାନ ସମୟରେ ଗରମ ନିଜ ଚରମରେ ପହଞ୍ଚି ସାରିଛି । ମଝିରେ ମଝିରେ ବର୍ଷା ହେଉଥିଲେ ମଧ୍ୟ ଗରମ ଉପରେ କୌଣସି ପ୍ରକାରର ପ୍ରଭାବ ପଡୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri