ଉଠାଦୋକାନୀ-ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ହାତାହାତି

ଭୁବନେଶ୍ୱର,୧୭।୨(ବ୍ୟୁରୋ): ରାଜଧାନୀ ରାସ୍ତାକଡ଼ରୁ ଉଠାଦୋକାନ ଉଚ୍ଛେଦକୁ ନେଇ ଗୁରୁବାର ଉଠାଦୋକାନୀ ଏବଂ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ (ଉଚ୍ଛେଦକାରୀଦଳ) ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରଥମେ ବିରୋଧ ଓ ପରେ ପାଟିତୁଣ୍ଡ ଏବଂ ଶେଷରେ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା। ଉଠାଦୋକାନୀ ରମେଶ ନାୟକ ଏବଂ ତାଙ୍କ ପୁଅ ମନୋରଞ୍ଜନ ନାୟକ ଉଚ୍ଛେଦ କରିବାକୁ ଆସିଥିବା ସ୍କ୍ବାଡ୍‌ ଉପରକୁ ପ୍ରଥମେ ହାତ ଉଠାଇଥିଲେ। ପରେ ଏକ ବାଡ଼ିରେ ଏନ୍‌ଫୋର୍ସମେଣ୍ଟ ଆସିଷ୍ଟାଣ୍ଟ ହେମନ୍ତ ସାହୁଙ୍କୁ ବାଡ଼େଇଥିଲେ। ତାଙ୍କୁ ଅଟକାଇବାକୁ ଯାଇ ହେମନ୍ତ ମଧ୍ୟ ସମ୍ପୃକ୍ତ ଦୋକାନୀଙ୍କୁ ପିଟିଥିଲେ। ପରିସ୍ଥିତି ବିଗିଡ଼ିବାରୁ ଉଚ୍ଛେଦକାରୀ ଟିମ୍‌କୁ ଖାଲି ହାତରେ ଫେରିବାକୁ ପଡ଼ିଥିଲା। ପରେ ଏନେଇ ହେମନ୍ତ ଲିଙ୍ଗରାଜ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ପୂର୍ବାହ୍ନ ପ୍ରାୟ ୯ଟା ୩୦ରେ ମାଉସୀମା ଛକ ନିକଟରେ ଥିବା ଉଠାଦୋକାନ ହଟାଇବାକୁ ଟିମ୍‌ ସହିତ ହେମନ୍ତ ଯାଇଥିଲେ। ଉଚ୍ଛେଦକୁ ବିରୋଧ କରି ସମ୍ପୃକ୍ତ ବାପପୁଅ ଲୁହାରଡ୍‌ରେ ହେମନ୍ତଙ୍କୁ ବାଡେଇବା ସହିତ ତାଙ୍କ ଉପରକୁ ତତଲା ତେଲ ଫୋପାଡ଼ିିବାକୁ ଉଦ୍ୟମ କରିଥିଲେ। ଏନେଇ ହେମନ୍ତଙ୍କ ଏତଲା କ୍ରମେ ସମ୍ପୃକ୍ତ ବାପ ପୁଅଙ୍କ ବିରୋଧରେ ୮ଟି ଦଫାରେ ଏକ କେସ୍‌ ରୁଜୁ ହୋଇଛି। ପରେ ସନ୍ଧ୍ୟାରେ ରମେଶ ଓ ମନୋରଞ୍ଜନଙ୍କୁ ଥାନାକୁ ଡକାଯାଇଥିଲା। ପୁନର୍ବାର ଏପରି ନ କରିବା ସହିତ ତାଗିଦ୍‌ କରି ଛଡ଼ାଯାଇଥିବା ସୂଚନା ମିଳିଛି। ଅପରପକ୍ଷେ ଶୁକ୍ରବାର ଉଠାଦୋକାନୀ ମହାସଂଘ ପକ୍ଷରୁ ଥାନାରେ ଏତଲା ଦିଆଯିବ ବୋଲି ନିଖିଳ ଓଡ଼ିଶା ରାସ୍ତାପାର୍ଶ୍ୱ ଉଠାଦୋକାନୀ ମହାସଂଘ ସଭାପତି ପ୍ରତାପ ସାହୁ ସୂଚନା ଦେଇଛନ୍ତି।
ମାଉସୀ ମା’ ଛକ ଭଳି ଏକ ବ୍ୟସ୍ତବହୁଳ ସ୍ଥାନରେ ଏଭଳି ଗଣ୍ଡଗୋଳ ପରସ୍ଥିତି ଯୋଗୁ କିଛି ସମୟ ରାସ୍ତା ଜାମ୍‌ ହୋଇଯାଇଥିଲା। ଫଳରେ ଲୋକେ ଯିବା ଆସିବା କରିବାରେ ସମସ୍ୟା ଭୋଗିଥିଲେ। ଶେଷରେ ସ୍କ୍ବାଡ୍‌ ଫେରିଯିବା ପରେ ସ୍ଥିତି ସୁଧୁରିଥିଲା। ତେବେ ପୂର୍ବରୁ ମଧ୍ୟ ଉଚ୍ଛେଦକୁ ନେଇ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା। ଗତ ୧୩ ତାରିଖରେ ମଧ୍ୟ ସମାନ ଢଙ୍ଗରେ ଏଭଳି ବିରୋଧ କରାଯାଇଥିଲା। ରାଜମହଲରୁ କଳ୍ପନା ଛକ ପର୍ଯ୍ୟନ୍ତ ରାସ୍ତାର ତଳ ପାର୍ଶ୍ୱରେ ଥିବା ଫଳଦୋକାନୀ ଏବଂ ଅନ୍ୟ ଉଠାଦୋକାନୀଙ୍କୁ ଉଚ୍ଛେଦ କରିବାକୁ ଟିମ୍‌ ପହଞ୍ଚତ୍ଥିଲା। ସେଠାରେ ଦୋକାନ ଦେଇଥିବା ୬୦ରୁ ୭୦ ଦୋକାନୀ ଏହାକୁ ବିରୋଧ କରିବା ପରେ ଟିମ୍‌ ଖାଲି ହାତରେ ଫେରିଥିଲା। ଉଠାଦୋକାନୀମାନଙ୍କୁ ଭେଣ୍ଡିଂ ଜୋନ୍‌ ମାଧ୍ୟମରେ ଥଇଥାନ କରାଯିବା ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରୁନାହିଁ। ସହରରେ ହଜାର ହଜାର ଉଠାଦୋକାନୀ ଥିବାବେଳେ ମାତ୍ର ହାତଗଣତି ଭେଣ୍ଡିଂ ଜୋନ୍‌ କରିଦେଇ ବିଏମ୍‌ସି ବାହାବା ନେଉଥିବାବଳେ ଅନେକଙ୍କୁ ଉଚ୍ଛେଦ କରାଯାଉଛି। ଫଳରେ ବାରମ୍ବାର ଏହାକୁ ନେଇ ଉଠାଦୋକାନୀ ଏବଂ ସ୍କ୍ବାଡ୍‌ ମଧ୍ୟରେ ଗଣ୍ଡଗୋଳ ହେବା ସହ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। ତେଣୁ ଏହାର ସ୍ଥାୟୀ ସମାଧାନ ସହିତ ଉଠାଦୋକାନୀମାନଙ୍କୁ ଥଇଥାନ କରିବା ପାଇଁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ମହିଳା ବିଜେଡି ଜିଲା ଉପସଭାପତି ହେଲେ କର୍ଲାମୁଣ୍ଡାର ମନ୍ଦିରା ନାଏକ, ଛୁଟିଲା ଶୁଭେଚ୍ଛା

କର୍ଲାମୁଣ୍ଡା,୨୩।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ଏଥିରେ କର୍ଲାମୁଣ୍ଡା ବ୍ଲକ ପୂର୍ବତନ ଜିଲା ପରିଷଦ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri