ଶାରୀରିକ ଗଠନ ଦେଇଛି ପରିଚୟ, ରୋଜଗାର

ପାରାଦୀପ,୨୧।୩(ସ୍ବ.ପ୍ର.):ସମାଜରେ ସବୁ ମଣିଷଙ୍କ ଚେହେରା ଓ ଭାବନା ଭିନ୍ନ। କେତେଜଣଙ୍କ ଶାରୀରିକ ଗଠନ ଶୈଳୀ ଟିକିଏ ନିଆରା ଥିବା ଦେଖିବାକୁ ମିଳିଥାଏ। ସେମିତି ଜଣେ ଭିନ୍ନ ବ୍ୟକ୍ତି ହେଲେ ବୁଲୁ ଦାଶ (୪୦)। ଉଚ୍ଚତା ମାତ୍ର ୩ ଫୁଟରୁ କମ। ଚାଲିଚଳନ ଠାରୁ କଥାବାର୍ତ୍ତା ପର୍ଯ୍ୟନ୍ତ ସବୁଥିରେ ଭିନ୍ନତା। ତାଙ୍କୁ ଦେଖିଲେ ଯେ କେହି ଦୃଷ୍ଟି ହଟାଇବା ସହଜ ନୁହେଁ। ତାଙ୍କର କମେଡି କଥା ହାସ୍ୟରୋଳ ପରିବେଶ ସୃଷ୍ଟି କରିଥାଏ। ଏହି କାମ ପାଇଁ ତାଙ୍କୁ ମିଳିଛି ଚାକିରି। ଦରମା ମଧ୍ୟ ଆକର୍ଷଣୀୟ, ଅର୍ଥାତ ପାଖାପାଖି ମାସିକ ଲକ୍ଷେ ଟଙ୍କା। ଏହି ଭିନ୍ନ ମଣିଷ ବୁଲୁଙ୍କୁ ଦେଖିବାକୁ ମିଳେ ପାରାଦୀପ ଇଫ୍‌କୋ କମ୍ପାନୀ ମୁଖ୍ୟ ପ୍ରଶାସନିକ ଭବନରେ। ପଦବୀ ହେଉଛି ଚତୁର୍ଥ ଶ୍ରେଣୀ କର୍ମଚାରୀ ପିଅନ। ଇଫକୋ ଟାଉନଶିପରେ ସେ ରୁହନ୍ତି।
ବୁଲୁଙ୍କ ପୈତୃକ ଗ୍ରାମ ପୁରୀ ଜିଲା ବାଲିସାହି ଅଞ୍ଚଳରେ। ବାପା ସ୍ବର୍ଗତ ରାମଚନ୍ଦ୍ର ଦାଶଙ୍କ ଗୋଟିଏ ଝିଅ ଓ ପୁଅ ବୁଲୁ। ଜନ୍ମରୁ ଭିନ୍ନକ୍ଷମ (ବାଙ୍ଗର)ହୋଇଥିବାରୁ ସଭିଏଁ ବୁଲୁଙ୍କୁ ଟାହିଟାପରା କରନ୍ତି। ଅଭାବ ମଧ୍ୟରେ ସେ ମାତ୍ର ନବମ ଶ୍ରେଣୀ ଯାଏ ପାଠ ପଢିବାକୁ ସକ୍ଷମ ହୁଅନ୍ତି। ଏହାପରେ ପାଠରେ ଡୋରି ବାନ୍ଧି ହୋଇଯାଏ। ତା’ପରେ ବଞ୍ଚିବା ପାଇଁ ତାଙ୍କ ସଂଘର୍ଷ ଆରମ୍ଭ ହୁଏ। ଏ ସମ୍ପର୍କରେ ବୁଲୁ କୁହନ୍ତି, ପ୍ରଥମେ ସ୍ବଳ୍ପ ପରିଚିତ ଅପେରାରେ କାମ କରିଥିଲେ। ସେଠାରେ କେବଳ ଖାଇବା ପାଇଁ ମିଳୁଥିଲା। ଏମିତି କିଛିଦିନ ହାସ୍ୟ ଭୂମିକାରେ ଅଭିନୟ କରିବା ପରେ ଏକ ପ୍ରତିଷ୍ଠିତ ଅପେରା ତାଙ୍କୁ ନେଇଯାଇଥିଲା। ୧୯୯୫ରୁ ୨୦୦୦ ପର୍ଯ୍ୟନ୍ତ ବର୍ଷକୁ ଅଭିନୟ ପାଇଁ ୫ ହଜାର ଟଙ୍କା ରୋଜଗାର କରୁଥିଲେ। ୨୦୦୧ରେ ଭୁବନେଶ୍ୱର ରସୁଲଗଡ଼ଠାରେ ଅପେରା ଚାଲିଥିଲା। ସେଠାରେ ରାତି ଅନିଦ୍ରା ହୋଇ ଭୋରରୁ ଶୋଇ ପଡ଼ିଥିଲେ। ନିଦ ଭାଙ୍ଗିବାବେଳକୁ ଅପେରା କଳାକାର ସମସ୍ତେ ଛାଡ଼ି ପଳାଇଥିଲେ। ପାଖରେ ଟଙ୍କା ନ ଥିଲା। ନିକଟରେ ଥିତ୍ବା ଏକ ଢାବାରେ ଖାଇ ସେଠାରେ ରହିଗଲେ। କିଛିଦିନ ଉକ୍ତ ଢାବାରେ କାମ କରିବା ପରେ ୨୦୦୨ରେ ପାରାଦୀପ ପଳାଇ ଆସିଥିଲେ ବୋଲି ବୁଲୁ କୁହନ୍ତି। ତାପରେ ଓସୱାଲ ସାର କମ୍ପାନୀ ମଧ୍ୟରେ ଶ୍ରମିକ ଭାବେ କାମ କରୁଥିଲେ। ଦିନେ ଡିଏପି ପ୍ଲାଣ୍ଟରେ କାମ ଚାଲିଥିବା ବେଳେ ସେଠାରେ କମ୍ପାନୀ ମ୍ୟାନେଜିଂ ଡାଇରେକ୍ଟର ଅଭୟ ଓସୱାଲ ପହଞ୍ଚତ୍ ମିଟିଂ କରୁଥିଲେ। କମ୍ପାନୀ ଅଫିସର ,କର୍ମଚାରୀ ଶ୍ରମିକ ମାନେ ଆଗରେ ଥାଆନ୍ତି। ଜଣେ ସାଥି ଶ୍ରମିକ ଡାଇରେକ୍ଟଙ୍କୁ ଭେଟିବା ପାଇଁ ବୁଲୁଙ୍କୁ ପରାମର୍ଶ ଦେଇଥିଲେ। କିନ୍ତୁ ଯିବା ପାଇଁ ବାଟ ନ ଥିଲା। ଆଗରେ ଲୋକମାନେ ଠିଆ ହୋଇଥିଲେ। ବୁଲୁ ସେମାନଙ୍କ ଗୋଡ ତଳେ ଗଳି ଓସୱାଲଙ୍କ ପାଖରେ ପହଞ୍ଚତ୍ ଗୋଡ ଧରି କାମ ମାଗିଥିଲେ। ସେ ମୋତେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ହିନ୍ଦୀରେ କହିଲେ କେମିତି ଆସିଲ। ଛୋଟା ଆଦମୀ କହି ସେହିଠାରେ ଚାକିରୀ ଦେଇଥିଲେ ବୋଲି ବୁଲୁ କୁହନ୍ତି। ପ୍ରଥମେ ଅଳ୍ପ ଦରମା ଥିଲା। ୨୦୦୫ ଅକ୍ଟୋବରରେ ଏହି କାରଖାନାକୁ ଇଫ୍‌କୋ ଅଧିଗ୍ରହଣ କରିବା ପରେ ଦରମା ବୃଦ୍ଧି ପାଇ ଏବେ ୬୦ ହଜାର ଟଙ୍କା ମିଳୁଛି। ଅଲଗା ଆଲାଉନ୍ସ ମିଶିଲେ ପାଖାପାଖି ୯୦ ହଜାର ଟଙ୍କା ହୋଇଯାଉଛି। ଚାକିରୀ ପରେ ୨୦୦୬ରେ ତାଙ୍କ ବିବାହ ହୋଇଥିଲା। ଜଗତ୍‌ସିଂହପୁର ଥାନା ଅନ୍ତର୍ଗତ ରେଢୁଆ ଗହ୍ମାପୁର ଠାରେ ଗରିବ ପରିବାରର ଝିଅ ପୂଜା ଦ୍ୱିବେଦୀଙ୍କୁ ବିବାହ କରିଥିଲେ। ଏବେ ତାଙ୍କର ୧୪ ବର୍ଷର ଝିଅ ଓ ୧୨ ବର୍ଷର ପୁଅ ଅଛି। ଝିଅର ସ୍ବାଭାବିକ ଉଚ୍ଚତା ଥିବା ବେଳେ ପୁଅ ବାପାଙ୍କ ପରି ଗେଡ଼ା ହୋଇଛି। ଏବେ ଚଳଣି ପାଇଁ ୩ ଚକିଆ ସ୍କୁଟି ଓ କାର ଅଛି ବୋଲି ବୁଲୁ ଓ ତାଙ୍କ ସ୍ତ୍ରୀ ପୂଜା କୁହନ୍ତି।
ସମ୍ପର୍କରେ ଇଫ୍‌କୋର ଲୋକ ସମ୍ପର୍କ ଅଧିକାରୀ ପ୍ରସନ୍ନ କୁମାର ବେଉରା କୁହନ୍ତି, ଇଫ୍‌କୋ ପ୍ରଶାସନିକ ଭବନରେ ଦୁଇ ଜଣ ଏପରି ଥିଲେ। ଜଣେ ବୁଲୁ ଓ ଆଉ ଜଣେ ହେଲେ ପଞ୍ଜାବର ଶ୍ୟାମ ସିଂହ। ଶ୍ୟାମଙ୍କ ଚେହେରା ଅତ୍ୟନ୍ତ ବଳିଷ୍ଠ। ଦେଖିବାକୁ ରେସଲର ଗ୍ରେଟ୍‌ ଖଲିଙ୍କ ଭଳି। ସେ ପ୍ରଶାସନିକ ଭବନ ମୁଖ୍ୟ ଫାଟକ ପାଖରେ ଡ୍ୟୁଟି କରୁଥିଲେ। ଗତବର୍ଷ ସେ ଅବସର ଗ୍ରହଣ କରିଛନ୍ତି। କମ୍ପାନୀ ଯେକୌଣସି ଅତିଥି ଆସିଲେ ଏହି ଦୁଇ ଜଣଙ୍କ ଭିନ୍ନତା ପାଇଁ ସେମାନଙ୍କ ସହ କଥା ହୋଇଥାନ୍ତି ବୋଲି ବେଉରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁନ୍ଦରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରୁ ହତ୍ୟା ଅଭିଯୁକ୍ତ ଫେରାର

ସୁନ୍ଦରଗଡ଼, ୨୬।୮ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣେ ହତ୍ୟା ଅଭିଯୁକ୍ତ ମଙ୍ଗଳବାର ରାତିରେ ଫେରାର ହୋଇଯାଇଛନ୍ତି। ପରିସ୍ରା ଯିବା…

ଯୁବ ରେଡକ୍ରସ ସଚେତନତା କାର୍ଯ୍ୟକ୍ରମ: ସମାଜରୁ ଅନ୍ଧବିଶ୍ୱାସ ଦୂର କରିବାକୁ ଆହ୍ବାନ

ଦିଗପହଣ୍ଡି,୨୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ଗ୍ରାମସ୍ଥିତ ଚିଦାନନ୍ଦ ସରସ୍ବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୨୦୨୬-୨୭ ଶିକ୍ଷାବର୍ଷର ଯୁବ ରେଡକ୍ରସ ୟୁନିଟର ଇଣ୍ଡକ୍ସନ…

ଆଟ ଜମିକୁ ଧାନବିକ୍ରି ପଞ୍ଜୀକରଣରୁ ବାଦ୍‌: ତେଜି ଉଠିଲା ଚାଷୀ ଅସନ୍ତୋଷ

ବରଗଡ଼,୨୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଧାନବିକ୍ରି ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟା ସରିବାକୁ ଆଉମାତ୍ର ୬ ଦିନ ବାକି ରହିଛି। ଅନ୍ୟପଟେ ଏପର୍ଯ୍ୟନ୍ତ…

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡୁଆ ବଢ଼ିଲା: ଜାମିନ ବିହୀନ ଗିରଫ ପରୱାନା ରହିତାଦେଶ ହଟାଇଲେ…

କଟକ,୨୫।୮(କାର୍ତ୍ତିକ ସାହୁ): ବାରମ୍ବାର ସମୟ ନେଇ ନିମ୍ନ ଅଦାଲତରେ ହାଜର ନ ହେବା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଫଳରେ ଗିରଫଦାରିକୁ ନେଇ…

୩୦ ଯାଏ ବଢ଼ିଲା ଓଏସ୍‌ଏସ୍‌ଟିଇଟି ପଞ୍ଜୀକରଣ, ସେପ୍ଟେମ୍ବର ୩୦…

କଟକ,୨୫।୮(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଇଲିଜିବିଲିଟି ଟେଷ୍ଟ (ଓଏସ୍‌ଏସ୍‌ଟିଇଟି) ୨୦୨୬ ନିମନ୍ତେ ପଞ୍ଜୀକରଣ ଅବଧିକୁ ଅଗଷ୍ଟ…

“ବିବାହ ନ କଲେ ଆତ୍ମହତ୍ୟା କରିବି” କହି ନେଇଗଲେ, ପ୍ରେମିକା ୩ ମାସର ଗର୍ଭବତୀ ହେବା ପରେ ଫେରାର୍; ପରିଶେଷରେ…

ଦେବଗଡ଼,୨୫।୮(ଶଶାଙ୍କ ଶେଖର ଝାଙ୍କର): ବିବାହର ମିଛ ପ୍ରତିଶ୍ରୁତି ଦେଇ ପ୍ରେମିକାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ସ୍ଥାପନ କରିବା ଏବଂ ପରବର୍ତ୍ତୀ ସମୟରେ ପ୍ରତାରଣା କରିବା ଅଭିଯୋଗରେ…

ସାନଖେମୁଣ୍ଡି ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି: ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରମ ଦିବସ ସୃଷ୍ଟି, ବିନା ଗ୍ରାମସଭାରେ କାମକୁ ନେଇ ଅସନ୍ତୋଷ

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ମଙ୍ଗଳବାର ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ଓ ଜନଶୁଣାଣିର ୨୦୨୬-୨୭ ଆର୍ଥିକ ବର୍ଷ ପ୍ରଥମ ଚକ୍ର…

ନିଶାମୁକ୍ତ ସମାଜ ଗଠନ ପାଇଁ ଆହ୍ୱାନ: ରମ୍ଭା ଥାନା ପକ୍ଷରୁ…

ରମ୍ଭା, ୨୫।୮ (ବିଦ୍ୟାଧର ସାହୁ): ସୁବଳୟା ସ୍ଥିତ ଗୋପାଳ କୃଷ୍ଣ ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟରେ ରମ୍ଭା ପୋଲିସ ପକ୍ଷରୁ ସାଇବର୍ ଅପରାଧ ଓ ନିଶା ନିବାରଣ ସଚେତନତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri