ଫଟୋ ସାମ୍ବାଦିକଙ୍କୁ ଆକ୍ରମଣ, କ୍ୟାମେରା ଭାଙ୍ଗିଲେ

ଭୁବନେଶ୍ୱର,୪।୧୧(ବ୍ୟୁରୋ): ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଚାଲିଛି ପ୍ରୋ-ହକି ଲିଗ୍‌ ଟୁର୍ନାମେଣ୍ଟ। ଖେଳାଳିମାନେ ବସ୍‌ ଯୋଗେ ଷ୍ଟାଡିୟମକୁ ଯିବାଆସିବା କରୁଛନ୍ତି। ଗୁରୁବାର ଅପରାହ୍ନରେ ଫାଟକ ନଂ.୮ ସମ୍ମୁଖରେ ନ୍ୟୁଜିଲ୍ୟାଣ୍ଡ୍‌ ଟିମ୍‌ ଖେଳାଳିଙ୍କ ଫଟୋ ଉତ୍ତୋଳନ କରୁଥିବାବେଳେ ରାସ୍ତା ଉପରେ ଫଟୋ ସାମ୍ବାଦିକ ରାକେଶ ରାଉଳଙ୍କୁ ଆକ୍ରମଣ ହୋଇଛି। ଜଣେ ସୁରକ୍ଷା କର୍ମୀ ବସରୁ ଓହ୍ଲାଇ ତାଙ୍କୁ ଧକ୍କାମାରି ତଳେ ପକାଇ ଦେବା ପରେ କ୍ୟାମେରା ଛଡ଼ାଇ ନେଇ ଭାଙ୍ଗି ଦେଇଛନ୍ତି। ଏଥିସହ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ ମଧ୍ୟ ଘଟଣାସ୍ଥଳରେ ଥିବା ଅନ୍ୟ ପୋଲିସ ଅଧିକାରୀମାନେ ଦେଖଣାହାରି ସାଜିଥିଲେ। ସେମାନେ କର୍ତ୍ତବ୍ୟରତ ଫଟୋ ସାମ୍ବାଦିକଙ୍କୁ ସୁରକ୍ଷା ନ ଦେଇ ଆକ୍ରମଣକାରୀ ସୁରକ୍ଷା କର୍ମୀଙ୍କୁ ସହଯୋଗ କରିବା ଭଳି ଆଚରଣ ଦେଖାଇବା ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆକ୍ରମଣରେ ରାକେଶଙ୍କ ଆଙ୍ଗୁଠି, ଆଣ୍ଠୁ, ଅଣ୍ଟା ଓ ଶରୀରରେ ଆଘାତ ଲାଗିଛି। ଏପରିକି ପୂରା ଘଟଣାକୁ ଜଣେ ବ୍ୟକ୍ତି ତାଙ୍କ ମୋବାଇଲ୍‌ ଫୋନ୍‌ରେ ଶୁଟ୍‌ କରୁଥିବା ଦେଖି ସୁରକ୍ଷା କମର୍ର୍ୀ ଜଣକ ଉକ୍ତ ମୋବାଇଲ୍‌କୁ ମଧ୍ୟ ଛଡ଼ାଇ ନେଇଥିଲେ। ସୁରକ୍ଷା କର୍ମୀଙ୍କ ଏଭଳି ଦାଦାଗିରିକୁ ନିନ୍ଦା କରାଯାଇଥିବାବେଳେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ସାମ୍ବାଦିକ ସଂଘ ପକ୍ଷରୁ ଦାବି କରାଯାଇଛି। ଏନେଇ ସାମ୍ବାଦିକ ସଂଘର ପ୍ରତିନିଧିମାନେ ଗୁରୁବାର ରାତିରେ ଏସିପି ସଞ୍ଜୀବ ଶତପଥୀଙ୍କୁ ଭେଟି ଘଟଣା ସମ୍ପର୍କରେ ଜଣାଇଛନ୍ତି। ଏହାସହ ନୂଆ କ୍ୟାମେରା ଫେରାଇବା, ସମ୍ପୃକ୍ତ ସୁରକ୍ଷା କର୍ମୀଙ୍କୁ ସସ୍‌ପେଣ୍ଡ, ଉପସ୍ଥିତ ଥାଇ ସୁରକ୍ଷା ଦେଇ ନ ଥିବା ନୟାପଲ୍ଲୀ ଥାନା ଅଧିକାରୀ କ୍ଷମା ପ୍ରାର୍ଥନା ପାଇଁ ଦାବି କରାଯାଇଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସିପି ଶତପଥୀ କହିଛନ୍ତି। ରାଜଧାନୀ ରାସ୍ତାରେ ଏହି ଘଟଣାକୁ ନେଇ ସାମ୍ବାଦିକଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସମ୍ପୃକ୍ତ ସୁରକ୍ଷା କର୍ମୀଙ୍କ ବିରୋଧରେ ୨୪ ଘଣ୍ଟା ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ପରିସ୍ଥିତିି ଭୟଙ୍କର ହେବ ବୋଲି ସାମ୍ବାଦିକ ପକ୍ଷରୁ ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ଏକ ଲାଇଭ୍ ଇଭେଣ୍ଟରେ ରୁବିଓଙ୍କୁ ଫୋନ କଲେ ଟ୍ରମ୍ପ, କହିଲେ I Love ମୋଦି

ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ବର୍ତ୍ତମାନ ଭାରତରେ ଅଛନ୍ତି । ରବିବାର ଦିନ ମାର୍କୋ ରୁବିଓ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଭାରତରେ…

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ମୁମ୍ବାଇକୁ ହରାଇ ପ୍ଲେଅଫ୍‌ରେ ରାଜସ୍ଥାନ: ବାଦ୍‌ ପଡ଼ିଲେ କୋଲକାତା, ପଞ୍ଜାବ

ମୁମ୍ବାଇ,୨୪ା୫: ଜୋଫ୍ରା ଆର୍ଚ୍ଚରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ରବିବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୩୦ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବାଲିଗୁଡ଼ା,୨୪।୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ କୁଡକେଲକିଆ ଘାଟି ବୁଲାଣିରେ ରବିବାର ସନ୍ଧ୍ୟାରେ ଏକ ସରକାରୀ ମୁଖ୍ୟମନ୍ତ୍ରୀ ବସ୍‌ ଏବଂ ବାଇକ୍‌…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

ଭାଜପା କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର

ଭଞ୍ଜନଗର,୨୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭାଜପା ସାଂଗଠନିକ ଜିଲା(ଘୁମୁସର) ପକ୍ଷରୁ ଦୁଇ ଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜିଲା ପ୍ରଶିକ୍ଷଣ ଶିବିର ଭଞ୍ଜନଗର ବ୍ଲକ ଲେମ୍ଭେଇଠାରେ…

ଜଙ୍ଗଲରେ ପଡ଼ିଛି ଦନ୍ତାହାତୀର ମୃତଦେହ, ଅନ୍ୟ ହାତୀ ସହ ଲଢ଼େଇ କରି…

ଲାଞ୍ଜିଗଡ଼/ଭବାନୀପାଟଣା,୨୪।୫(ରମେଶ ଚନ୍ଦ୍ର ନାୟକ,ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ କମର୍ଦ୍ଧା ଗାଁ ପୋଖରୀ ଉପରେ ଥିବା ପୋରଙ୍ଗଲ…

ବଲାଙ୍ଗୀରରୁ ବରଗଡ଼କୁ ହେଉଥିଲା କଫସିରପ ଚାଲାଣ, ୭୩୩ ବୋତଲ ଜବତ କଲା ଗାଇସିଲେଟ୍‌ ପୋଲିସ

ବରଗଡ଼/ଗାଇସିଲେଟ୍‌,୨୪।୫(ପ୍ରେମାନନ୍ଦ ଖମାରୀ/ଦୁର୍ଗାପ୍ରସାଦ ତ୍ରିବେଦୀ):  ବରଗଡ଼ ଜିଲା ପୋଲିସ ନିଶା କାରବାର ଧରପଗଡ଼ ଅଭିଯାନକୁ ଜୋରଦାର୍‌ କରିଛି । ଶନିବାର ଜିଲାର ଗାଇସିଲେଟ୍‌ ଥାନା ପୋଲିସ ୭୩୩ ବୋତଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri