Posted inଫୁରସତ

ସମୁଦ୍ର କୂଳରେ ନଗ୍ନ ଫଟୋ ଶୁଟ୍‌ କଲେ ୩୦୦ ଲୋକ, କାରଣ ଜାଣିଲେ…

ଇସ୍ରାଏଲର ୩୦୦ ପୁରୁଷ ଏବଂ ମହିଳା ସ୍ବେଚ୍ଛାସେବୀ ଏକ ନିଆରା ଉପାୟରେ ଫଟୋ ଶୁଟ୍‌ କରିଛନ୍ତି। ପରିବେଶ ବିପର୍ଯ୍ୟୟ ପ୍ରତି ଦୃଷ୍ଟି ଦେଇ ମହିଳା ଏବଂ ପୁରୁଷ ସ୍ବେଚ୍ଛାସେବୀମାନେ ଏପରି ନିଆରା ଉପାୟ ଅବଲମ୍ବନ କରିଛନ୍ତି। ବିନା ପୋଷାକରେ ଡେଡ୍‌ ସି’ ବା ମୃତ ସାଗର ନିକଟରେ ଫଟୋଶୁଟ୍‌ କରିଛନ୍ତି। ସମସ୍ତେ ଶରୀରକୁ ଧଳା ରଙ୍ଗରେ ପେଣ୍ଟିଂ କରିଛନ୍ତି।

ଏହି ସମସ୍ତ ସ୍ବେଚ୍ଛାସେବୀ ଫଟୋକୁ ଆମେରିକୀୟ ଫଟୋଗ୍ରାଫର ସ୍ପେନ୍ସର ଟ୍ୟୁନିକ୍‌ ନେଇଛନ୍ତି। ଫଟୋଶୁଟ୍‌ରେ କେବଳ ପୁରୁଷ ନୁହନ୍ତି, ଏଥିରେ ମହିଳା ବି ସାମିଲ ଅଛନ୍ତି। ଟ୍ୟୁନିକ୍‌ ବିଶ୍ୱର ଅନେକ ସ୍ଥାନରେ ଫଟୋ ନେଇଛନ୍ତି। ଯେଉଁଥିରେ ଫ୍ରାନ୍ସର ଓ୍ବାଇନ୍‌ କଣ୍ଟ୍ରି, ସୁଇସ୍‌ର ଗ୍ଲାସିୟର ଏବଂ ସାଉଥ୍‌ ଆଫ୍ରିକାର ତଟ ରହିଛି। କିନ୍ତୁ ଟ୍ୟୁନିକ୍‌ କହିଛନ୍ତି, ‘ଇସ୍ରାଏଲ ଯାତ୍ରା ମୋ ପାଇଁ ଏକ ବଡ଼ ଅନୁଭୂତି ହୋଇଛି। ମୁଁ ଏଠାରେ ଫଟୋ ଶୁଟ୍‌ କରି ବହୁତ ଖୁସି।

ଇସ୍ରାଏଲର ଆରଦ ସହର ବାହାରେ ଥିବା ମରୁଭୂମିରେ ଏକାଠି ହୋଇଥିଲେ। ତାଙ୍କ ଶରୀରରେ କୌଣସି କପଡ଼ା ନ ଥିଲା। ଏହି ଫଟୋ ଶୁଟ୍‌ ପାଇଁ ପ୍ରାୟ ୩ ଘଣ୍ଟା ସମୟ ଲାଗିଥିଲା। ଯେଉଁଥିରେ ସ୍ବେଚ୍ଛାସେବୀମାନେ କ୍ୟାମେରା ସାମ୍ନାରେ ପୋଜ୍‌ ଦେଇଥିଲେ। ଆୟୋଜକମାନଙ୍କ ଇଚ୍ଛା କି ମୃତ ସମୁଦ୍ରର ସଂରକ୍ଷଣ ଗୁରୁତ୍ୱ ଜନସାଧାରଣଙ୍କ ଧ୍ୟାନ ଆକର୍ଷଣ କରିବ।

ଇସ୍ରାଏଲର ପର୍ଯ୍ୟଟନ ମନ୍ତ୍ରଣାଳୟ କହିଛି, ତାଙ୍କର ଆଶା କଳାତ୍ମକ ସ୍ଥାପନା କ୍ଷେତ୍ରରେ ଆଗନ୍ତୁକଙ୍କୁ ଆକର୍ଷିତ କରିବ। କରୋନା ମହାମାରୀ ଯୋଗୁ ଇସ୍ରାଏଲକୁ ପର୍ଯ୍ୟଟକମାନଙ୍କ ଆସିବା ପ୍ରତି ରୋକ ଲାଗିଥିଲା। ଟିକାକରଣ ପରେ ଏବେ ଲୋକଙ୍କୁ ସ୍ବାଗତ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri