ପିଏଚ୍‌.ଡି. ପାଇଁ ଏନ୍‌ଇଟି ସ୍କୋର

ଭୁବନେଶ୍ୱର, ୨୯ା୩(ଅସମାପିକା ସାହୁ):ଏଣିକି ପିଏଚ୍‌.ଡି ପଢ଼ିବା ପାଇଁ ଜାତୀୟ ଯୋଗ୍ୟତା ପରୀକ୍ଷା ବା ଏନ୍‌ଇଟି ସ୍କୋର୍‌ ଆବଶ୍ୟକ ହେବ। ଆଶାୟୀ ଛାତ୍ରୀଛାତ୍ର ଏନ୍‌ଇଟି ପରୀକ୍ଷାରେ ରଖିଥିବା ସ୍କୋର ଅନୁଯାୟୀ ସିଟ୍‌ ପାଇବେ। ପୂର୍ବରୁ ସମସ୍ତ ବିଶ୍ୱବିଦ୍ୟାଳୟ ଭିନ୍ନଭିନ୍ନ ଭାବେ ପିଏଚ୍‌.ଡି. ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା କରୁଥିଲେ। ଏହାଦ୍ୱାରା ଆଶାୟୀ ଛାତ୍ରୀଛାତ୍ର ଏକାଧିକଥର ପରୀକ୍ଷା ଦେଉଥିଲେ। ଏକାଧିକଥର ଆବେଦନ କରିବା ଏବଂ ପରୀକ୍ଷା ଦେଉଥିବାରୁ ଖର୍ଚ୍ଚାନ୍ତ ମଧ୍ୟ ହେଉଥିଲେ। ପ୍ରବେଶିକା ପରୀକ୍ଷା ଫଳ ନେଇ ମଧ୍ୟ ବିଭିନ୍ନ ସମୟରେ ଅଭିଯୋଗ ହେଉଥିଲା। ଛାତ୍ରୀଛାତ୍ରଙ୍କ ଅଭିଯୋଗ ଓ ଅସୁବିଧାକୁ ଦୃଷ୍ଟିରେ ରଖି ଏକକ ପ୍ରବେଶିକା ପରୀକ୍ଷା କରିବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଥିଲା। ବିଶେଷଜ୍ଞ କମିଟି ସୁପାରିସ ଓ ଏନ୍‌ଇଟି ସ୍କୋର୍‌ ଆଧାରରେ ନାମଲେଖା ପାଇଁ ୟୁଜିସି ନିଷ୍ପତ୍ତି ନେଇଛି। ଆସନ୍ତା ୨୦୨୪-୨୫ ଶିକ୍ଷାବର୍ଷରୁ ଏହା ଲାଗୁ କରାଯିବ। ବର୍ତ୍ତମାନ ଏନ୍‌ଇଟି ସ୍କୋର ଅନୁଯାୟୀ ଜୁନିୟର ରିସର୍ଚ୍ଚ ଫେଲୋଶିପ୍‌(ଜେଆର୍‌ଏଫ୍‌) ଓ ସହାୟକ ଅଧ୍ୟାପକ ଚୟନ କରାଯାଉଛି। ଏହି ନିଷ୍ପତ୍ତି ପରେ ଆସନ୍ତା ଜୁନ୍‌ରୁ ଏନ୍‌ଇଟି ଯୋଗ୍ୟତା ହାସଲ କରିଥିବା ଛାତ୍ରୀଛାତ୍ର ତିନୋଟି ବର୍ଗ ପାଇଁ ମନୋନୀତ ହୋଇପାରିବେ। ଏକକାଳୀନ ଜୁନିୟର ରିସର୍ଚ୍ଚ ଫେଲୋଶିପ୍‌ (ଜେଆର୍‌ଏଫ୍‌), ସହାୟକ ଅଧ୍ୟାପକ ଓ ପିଏଚ୍‌. ଡି. ନାମଲେଖା ପାଇଁ ଯୋଗ୍ୟ ହୋଇପାରିବେ। ଏ ନେଇ ୟୁଜିସି ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଏଥିସହିତ ୟୁଜିସି ସଚିବ ମନିଷ ଆର୍‌ ଜୋଶୀ ଗୁରୁବାର ସମସ୍ତ କେନ୍ଦ୍ରୀୟ, ରାଜ୍ୟ, ଡିମ୍‌ଡ ଏବଂ ଘରୋଇ ବିଶ୍ୱବିଦ୍ୟାଳୟକୁ ଚିଠି ଲେଖି ଅବଗତ କରାଇଛନ୍ତି। ଗତ ୧୩ ତାରିଖରେ ହୋଇଥିବା ୫୭୮ତମ ବୈଠକରେ କମିଶନ ଏହି ନିଷ୍ପତ୍ତି ନେଇଛି ଓ ୨୦୨୪-୨୫ ଶିକ୍ଷାବର୍ଷରୁ ଏହାକୁ ଲାଗୁ କରିବା ପାଇଁ ସଚିବ ଚିଠିରେ ଉଲ୍ଲେଖ କରିଛନ୍ତି। ଯଦି ଏ ନେଇ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକର କୌଣସି ସନ୍ଦେହ ରହିଥାଏ, ତେବେ ସେମାନେ net-bureau@ugc.gov.inକୁ ଲେଖି କ୍ଲାରିଫିକେଶନ ମାଗିପାରିବେ। ସୂଚନାଯୋଗ୍ୟ, ନ୍ୟାଶନାଲ୍‌ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଦ୍ୱାରା ୟୁଜିସି ବର୍ଷକୁ ଦୁଇଥର ଜୁନ୍‌ ଓ ଡିସେମ୍ବରରେ ଏନ୍‌ଇଟି ପରୀକ୍ଷା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ବହୁତ ଚିନ୍ତାରେ ଅଛି…ଏମିତି କିଛି ଶେଷ ଶବ୍ଦ ସହ ମୃତ୍ୟୁକୁ ବାଛିନେଲେ ବିଚାରପତି ଅମନ…

ନୂଆଦିଲ୍ଲୀ,୨ା୫: ଦକ୍ଷିଣ ଦିଲ୍ଲୀର ସଫଦରଜଙ୍ଗ ଅଞ୍ଚଳରେ ଜଣେ ୩୦ ବର୍ଷୀୟ ବିଚାରପତି ତାଙ୍କ ବାସଭବନରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଅମନ କୁମାର ଶର୍ମା ନାମକ ଉକ୍ତ…

ରାଉରକେଲାରେ ୨ ନାବାଳିକାଙ୍କୁ ବଳାତ୍କାର

ରାଉରକେଲା,୨।୫(ସଙ୍ଗୀତା ଜେନା): ଇସ୍ପାତ ସହର ରାଉରକେଲାର ସେକ୍ଟର-୧୯ ଥାନା ଅଞ୍ଚଳରେ କୋଲ୍‌ ଡ୍ରିଙ୍କ୍‌ସ କିଣିବା ବାହାନାରେ ୨ଜଣ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ…

ପ୍ରବାସୀ ଶ୍ରମିକ ଦମ୍ପତିଙ୍କ ପୁଅ ଏ-୧ ଗ୍ରେଡରେ ଉତ୍ତୀର୍ଣ୍ଣ, ଇଞ୍ଜିନିୟର ହେବା ସହ ସଫଳ…

ବରଗଡ଼,୨।୫(ପ୍ରେମାନନ୍ଦ ଖମାରୀ) – ଶନିବାର ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇଛି ।ଏଥିରେ ଜିଲାର ୪୬ଜଣ ଛାତ୍ରୀଛାତ୍ର ଏ-୧ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ଅର୍ଥାତ୍…

ଇଣ୍ଟରନାସନାଲ ବୁକ୍ସ ଅଫ ରେକର୍ଡସରେ ସ୍ଥାନ ପାଇଲେ ଅଢ଼େଇ ବର୍ଷର କନ୍ୟା ‘ଶ୍ରେୟାଶିଂ’: ୨୫ ସେକେଣ୍ଡରେ….

ସାକ୍ଷୀଗୋପାଳ,୨।୫(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ନିଜର ବିଚକ୍ଷଣ ବୁଦ୍ଧି ଏବଂ ତତ୍କାଳ ସଠିକ ଉତ୍ତର ଦେଇଥିବା ଯୋଗୁ ଅଢ଼େଇ ବର୍ଷର ଶିଶୁକନ୍ୟା ଶ୍ରେୟାଶିଂ ପଣ୍ଡା ଇଣ୍ଟରନାସନାଲ ବୁକ୍ସ…

ବାଇକ୍‌ରେ ଯାଉଥିବା ବେଳେ ଉପରେ ପଡ଼ିଲା ତାଳ ଗଛ: ଚାଲିଗଲା ଯୁବକଙ୍କ ଜୀବନ,ଖବର ପାଇ ବିଷ ପିଇଦେଲେ ସ୍ତ୍ରୀ

ଯାଜପୁର,୨।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ ରଚିଛି। ଏହାର ପ୍ରଭାବରେ ବଡଚଣା ବଡ଼ବାଲିକିୁଦା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି।  ତାଳଗଛ…

ବିଦ୍ୟୁତ୍‌ ତାରରେ ଲାଗିଗଲେ ମା’, ପୁଅ, ଆଉ ତା’ପରେ…

ରିଆମାଳ,୨ା୫(ବଦ୍ରୀ ନାରାୟଣ ଅଗ୍ରୱାଲା) ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଧୀନ କୁଣ୍ଢେଇଗୋଳା ଗ୍ରାମରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବିଦ୍ୟୁତ୍‌ ତାର ସଂଷ୍ପର୍ଶରେ ଆସି ଶନିବାର…

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ମେ’ ୪ରେ ମିଳିବ ‘ସୁଭଦ୍ରା’ ଟଙ୍କା, ଉପକୃତ ହେବେ…

ଭୁବନେଶ୍ୱର,୨।୫: ରାଜ୍ୟର ସୁଭଦ୍ରା ଯୋଜନାରୁ ବଞ୍ଚିତ ଥିବା ହିତାଧିକାରୀଙ୍କ ପାଇଁ ଆସିଛି ଏକ ଖୁସି ଖବର। ଆସନ୍ତା ମେ’ ୪ ତାରିଖରେ ବଞ୍ଚିତ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର…

ହାଟଡିହୀ ବିଡିଓଙ୍କୁ ଅଫିସରେ ପଶି ଧମକ: ‘ଜିତୁ ମୁଣ୍ଡା ପରି ତୋତେ ଆଜି କଙ୍କାଳ କରିଦେବି’, କାବୁ କରି…

ହାଟଡିହୀ/ଛେନାପଦୀ,୨।୫(ନିରାକାର ପରିଡା/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବିଡ଼ିଓ ରଞ୍ଜନ କୁମାର ପରିଡ଼ାଙ୍କ ଅଫିସରେ ପଶି ଜଣେ ବ୍ୟକ୍ତି  ଧମକ ଦେବା ସହ କେନ୍ଦୁଝର ଜିତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri