ପିଜି ବଳକା ସିଟ୍‌ ନାମଲେଖା: ଆବେଦନ ଆରମ୍ଭ

ଭୁବନେଶ୍ୱର, ୨।୧୧(ବ୍ୟୁରୋ): ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ କଲେଜଗୁଡ଼ିକରେ ଖାଲିପଡ଼ିଥିବା ପିଜି ସିଟ୍‌ରେ ନାମଲେଖା ପାଇଁ ମଙ୍ଗଳବାରଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଯେଉଁମାନେ ଏକକ ପିଜି ପ୍ରବେଶିକା ପରୀକ୍ଷା ଦେଇଥିଲେ, ସେମାନେ ହିଁ ଆବେଦନ କରିପାରିବେ। ତେବେ ଯେଉଁ ଛାତ୍ରୀଛାତ୍ରମାନେ ପ୍ରଥମ, ଦ୍ୱିତୀୟ କିମ୍ବା ସ୍ପଟ୍‌ ନାମଲେଖା ସମୟରେ ନାମ ଲେଖାଇ ପରବର୍ତ୍ତୀ ସମୟରେ ସିଏଲ୍‌ସି ବା ୟୁଏଲ୍‌ସି ନେଇଯାଇଛନ୍ତି, ସେମାନେ ଏହି ପର୍ଯ୍ୟାୟରେ ଆବେଦନ କରିପାରିବେ ନାହିଁ। ଏଥିସହ ଛାତ୍ରୀଛାତ୍ରମାନେ ଯେଉଁ ବିଷୟରେ ଏକକ ପିଜି ପ୍ରବେଶିକା ପରୀକ୍ଷା ଦେଇଥିବେ ସେମାନେ ଅନ୍ୟ କୌଣସି ବିଷୟରେ ନାମଲେଖା ଲାଗି ଆବେଦନ କରିପାରିବେ ନାହିଁ ବୋଲି ଉଚ୍ଚବିଭାଗ ପକ୍ଷରୁ ପୂର୍ବରୁ ଗାଇଡ୍‌ଲାଇନ ଜାରି ହୋଇଛି। ଆସନ୍ତା ୩ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଆବେଦନ କରାଯାଇପାରିବ। ୪ ତାରିଖ ଅପରାହ୍ନ ୨ଟାରେ ଆବେଦନ କରିଥିବା ଛାତ୍ରୀଛାତ୍ରଙ୍କ ପ୍ରବେଶିକା ପରୀକ୍ଷାଫଳ ସହିତ କ୍ୟାରିୟର ମାର୍କକୁ ମିଶାଇ ମୋଟ ମାର୍କର ତାଲିକା ପ୍ରକାଶ ପାଇବ। ସେହିପରି ୫ ତାରିଖରୁ ୨୧ତାରିଖ ମଧ୍ୟରେ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକ ନାମଲେଖା ସମ୍ପର୍କିତ ସମସ୍ତ କାର୍ଯ୍ୟ ଶେଷ କରିବେ। ସୂଚନାଯୋଗ୍ୟ, ରାଜ୍ୟରେ ଗତ ୧୭ ତାରିଖରୁ ପିଜି ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହୋଇସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ‘ମିଗଜୋମ’ର ପ୍ରଭାବ: ଏହି ଜିଲାରେ ସବୁ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର,୫।୧୨: ବାତ୍ୟା ‘ମିଗଜୋମ’ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ କୋହଲା ରହିଛି। ଏହାସହ କିଛି ସ୍ଥାନରେ ବର୍ଷା ମଧ୍ୟ ହେଉଛି। ଏହାକୁ ଦୃଷ୍ଟିରେ ରଖି...

ଓଲଟିଲା ପିକଅପ୍‌ ଭ୍ୟାନ: ୧୫ ଗୁରୁତର

ବଲାଙ୍ଗୀର,୫।୧୨: ବଲାଙ୍ଗୀର ଜିଲା ଟିଟିଲାଗଡ଼ କତରକେଲା ରେଲ ଫାଟକ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପିକନିକ୍‌ ଯାଉଥିବା ଏକ ପିକଅପ୍‌ ଭ୍ୟାନ...

ଖୁବଶୀଘ୍ର ଗଠନ ହେବ ପଦ୍ମପୁର ଜିଲା, ଜିଲାପାଳ କାର୍ଯ୍ୟାଳୟ ପାଇଁ ସ୍ଥାନ ନିରୂପଣ

ପଦ୍ମପୁର, ୪ା୧୨(ପ୍ରଦୀପ୍ତ ଦାଶ ) ପଦ୍ମପୁରରେ ନୂତନ ଜିଲାପାଳ କାର୍ଯ୍ୟାଳୟ ସ୍ଥାନ ନିରୂପଣ ପାଇଁ ଉତ୍ତରାଞ୍ଚଳ ଆରଡିସି ଡକ୍ଟର ସୁରେଶ ଚନ୍ଦ୍ର ଦଲାଇଙ୍କ ନେତୃତ୍ୱରେ ଏକ...

ଜେଲରୁ ମୁକୁଳିବେ ଅର୍ଚ୍ଚନା ନାଗ୍‌ : ଇଡି ମାମଲାରେ ହାଇକୋର୍ଟରୁ ମିଳିଲା ଜାମିନ

ଭୁବନେଶ୍ୱର,୪।୧୧ (ସତ୍ୟଜିତ୍‌ ରାଉତ): ବହୁଚର୍ଚ୍ଚିତ ହନିଟ୍ରାପ୍‌ ଓ ବେଆଇନ ଅର୍ଥ କାରବାର ମାମଲାରେ ଗିରଫ ହୋଇଥିବା ଅର୍ଚ୍ଚନା ନାଗ ଖୁବ୍‌ଶୀଘ୍ର ଝାରପଡ଼ା ଜେଲରୁ ମୁକୁଳିବେ। ପୂର୍ବରୁ...

୨୧ ବର୍ଷ ପରେ ପୋଲିସ ଇନ୍ସପେକ୍ଟରଙ୍କୁ ୨ ବର୍ଷ ଜେଲ

ବ୍ରହ୍ମପୁର, ୪ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ୨୧ ବର୍ଷ ପରେ ଏକ ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌...

କମେଣ୍ଟମରାକୁ ନେଇ ଛାତ୍ର-ଅଣଛାତ୍ର ମାରପିଟ୍‌

ରାୟଗଡ଼ା,୪।୧୨(ଆଶିଷ ରଞ୍ଜନ ପଣ୍ଡା): କମେଣ୍ଟମରାକୁ କେନ୍ଦ୍ର କରି ରାୟଗଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ର ଓ ଅଣଛାତ୍ରଙ୍କ ମଧ୍ୟରେ ସୋମବାର ମାରପିଟ୍‌ ହୋଇଛି । ଖବରପାଇ ପୋଲିସ...

ବାତ୍ୟା ମିଗଜୋମ୍‌ ଲାଗି ଚାଷୀଙ୍କୁ ସତର୍କ

ବୁଗୁଡା,୪ା୧୨(କାଳି ଚରଣ ଦାଶ): ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ମିଗଜୋମ୍‌ର ପ୍ରଭାବରେ ଚେନ୍ନାଇରେ ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ଅନେକ ସ୍ଥାନରେ ଜଳାର୍ଣ୍ଣବ...

ବାଲିଯାତ୍ରାକୁ ଆଉ ଗୋଟିଏ ଦିନ ବଢ଼ାଇଲେ ସରକାର

ଭୁବନେଶ୍ୱର,୪ା୧୨: କଟକର ପ୍ରସିଦ୍ଧ ବାଲିଯାତ୍ରା ଆଉ ଗୋଟିଏ ଦିନ ବଢ଼ିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଜନସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଏହି ଐତିହାସିକ ବାଲିଯାତ୍ରାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri