Posted inଜାତୀୟ

ପିଏଫ୍‌ଆଇର ମିଶନ ୨୦୪୭ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌…

ପାଟନା,୧୪।୭ : ବିହାରର ରାଜଧାନୀ ପାଟନାରେ ପିଏଫଆଇ ନାମରେ ଏକ ବଡ ଆତଙ୍କବାଦୀ ତାଲିମ କେନ୍ଦ୍ରର ପଦର୍ଦ୍ଦାଫାଶ ହୋଇଛି। ଚଢ଼ାଉ ସମୟରେ ଦୁଇ ଆତଙ୍କବାଦୀଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି।

ଏଥିମଧ୍ୟରେ ମିଶନ ୨୦୪୭ ସମ୍ପର୍କିତ ତଥ୍ୟ ବିଷୟରେ ଜଣାପଡ଼ିଛି। ୨୦୪୭ ସୁଦ୍ଧା ଭାରତକୁ ଏକ ଇସଲାମ ରାଷ୍ଟ୍ର କରିବା ପାଇଁ ପିଏଫ୍‌ଆଇର ଷଡଯନ୍ତ୍ର ସମ୍ପର୍କରେ ଜଣାପଡ଼ିଛି। ସେହିପରି ସଂଗଠନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଥିବା ଜଣାପଡ଼ିଛି। ଏଥିପାଇଁ ମୁସଲମାନ ଯୁବବର୍ଗମାନଙ୍କୁ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବା, ଧାର୍ମିକ ଉତ୍ତେଜନା ବିସ୍ତାର କରିବା ଏବଂ ହିଂସା ସୃଷ୍ଟି କରିବା ପାଇଁ ତାଲିମ ଦିଆଯାଉଥିଲା। ଜୁଲାଇ ୧୧ ରେ ଫୁଲୱାରିଶରିଫ ଅଞ୍ଚଳର ନୟା ଟୋଲା ଠାରେ ଥିବା ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ) କାର୍ଯ୍ୟାଳୟରେ ଗୁପ୍ତଚର ଏଜେନ୍ସିର ଇନପୁଟକୁ ଆଧାର କରି ଚଢ଼ାଉ କରାଯାଇଥିଲା ବୋଲି ପୋଲିସ କହିଛି।

ଏହି ସମୟରେ ଅନେକ ସନ୍ଦିଗ୍ଧ ଡକ୍ୟୁମେଣ୍ଟ ଏବଂ ଅପରାଧରେ ବ୍ୟବହୃତ ହେଉଥିବା ସାମଗ୍ରୀ ସେଠାରୁ ଉଦ୍ଧାର କରାଯାଇଥିଲା। ଏଥିରେ ପିଏଫ୍‌ଆଇର ମିଶନ -୨୦୪୭ ସହିତ ଜଡିତ ଏକ ଗୋପନୀୟ ଡକ୍ୟୁମେଣ୍ଟ ମଧ୍ୟ ମିଳିଛି।

ଏଥିରେ ଆସନ୍ତା ୨୫ ବର୍ଷ ମଧ୍ୟରେ ଭାରତକୁ ଏକ ଇସଲାମ ରାଷ୍ଟ୍ର କରିବା ପାଇଁ ଏକ ଷଡଯନ୍ତ୍ର ସମ୍ପର୍କରେ ଉଲ୍ଲେଖ କରାଯାଇଛି। ପୋଲିସ ଦୁଇ ଆତଙ୍କବାଦୀଙ୍କୁ ଘଟଣାସ୍ଥଳରୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ମହମ୍ମଦ ଜଲାଲୁଦ୍ଦିନ ଏବଂ ଅନ୍ୟ ଜଣଙ୍କୁ ଅତହର ପରଭେଜ ଭାବେ ଚିହ୍ନଟ କରାଯାଇଛି। ଜଲାଲୁଦ୍ଦିନ ଝାଡଖଣ୍ଡ ପୋଲିସର ଜଣେ ପୋଲିସ କର୍ମଚାରୀ ଏବଂ ନିକଟରେ ଅବସର ନେଇଥିଲେ। ଏଥି ସହିତ ଅତହର ପରଭେଜ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ସିମିର ଜଣେ ସକ୍ରିୟ ସଦସ୍ୟ ରହିଛନ୍ତି। ବୋମା ବିସ୍ଫୋରଣ ମାମଲାରେ ତାଙ୍କ ଭାଇ ଜେଲ ମଧ୍ୟ ଯାଇଛନ୍ତି। ଅତହର ନିଜେ ମଧ୍ୟ ଏକ ମାମଲାରେ ଜାମିନରେ ଅଛନ୍ତି।

ଆତଙ୍କବାଦୀ ସଂଗଠନ ସିମି ନିଷେଧ ହେବା ପରେ ଭାରତୀୟ ମୁଜାହିଦ୍ଦିନ ଗଠନ କରାଯାଇଥିଲା। ଆତଙ୍କବାଦୀ ୟାସିନ ଭଟକଲଙ୍କ ଗିରଫଦାରୀ ସହିତ ୨୦୧୩ରେ ଭାରତୀୟ ମୁଜାହିଦ୍ଦିନର କାର୍ଯ୍ୟ କଳାପରେ ବାଧା ସୃଷ୍ଟି ହୋଇଥିଲା। ସୂଚନାନୁସାରେ, ଭାରତୀୟ ମୁଜାହିଦ୍ଦିନର ପତନ ପରେ ଦେଶର ବିଭିନ୍ନ ରାଜ୍ୟରେ ପିଏଫ୍‌ଆଇ ଏବଂ ଏହାର ସହଯୋଗୀ ସଂଗଠନ ସୋସିଆଲ ଡେମୋକ୍ରାଟିକ ପାର୍ଟି ଅଫ ଇଣ୍ଡିଆକୁ ମଜବୁତ କରିବା ପାଇଁ କାର୍ଯ୍ୟ ଚାଲିଛି।

କେରଳର ଦୁଇଟି ଏବଂ କର୍ନାଟକର ଦୁଇଟି ସଂଗଠନକୁ ମିଶ୍ରଣ କରି ପିଏଫ୍‌ଆଇ ଗଠନ କରାଯାଇଥିଲା। ଗତ କିଛି ମାସ ମଧ୍ୟରେ ଘଟିଥିବା ଅନେକ ସାମ୍ପ୍ରଦାୟିକ ହିଂସାରେ ପିଏଫ୍‌ଆଇର ହାତ ଥିବା ଅନୁମାନ କରାଯାଉଛି। ଏହାର ତଦନ୍ତ ଜାରି ରହିଛି। ଦେଶରେ ପିଏଫ୍‌ଆଇକୁ ଏପର୍ଯ୍ୟନ୍ତ ନିଷେଧ ଘୋଷଣା କରାଯାଇନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ରାମନବମୀରେ ଭାଜପା ହିଂସାକୁ ଉସୁକାଇଥିଲା: ମମତା

କୋଲକାତା,୧୮ା୪: ପଶ୍ଚିମବଙ୍ଗରେ ରାମନବମୀ ପାଳନ ବେଳେ ଭାଜପା ହିଂସାକୁ ଉସୁକାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଅଭିଯୋଗ କରିଛନ୍ତି। ମୁର୍ଶିଦାବାଦ ଜିଲାରେ ଯେଉଁ ହିଂସାକାଣ୍ଡ...

ଏପ୍ରିଲ ୨୨ରୁ ସ୍କୁଲ ଛୁଟି

କୋଲକାତା,୧୮।୪: ରାଜ୍ୟରେ ଅତ୍ୟଧିକ ଉତ୍ତାପ ପରିସ୍ଥିତିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ୨୨ ଏପ୍ରିଲରୁ ସରକାରୀ ଏବଂ ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟରେ ଗ୍ରୀଷ୍ମ ଛୁଟି...

ଭୋଟିଂର ୪୮ ଘଣ୍ଟା ପୂର୍ବରୁ ବନ୍ଦ ହୋଇଯାଏ ପ୍ରଚାର, ଏହି ସାଇଲେନ୍ସ ପିରିୟଡରେ କ’ଣ କରନ୍ତି ପ୍ରାର୍ଥୀ ଜାଣନ୍ତୁ

ନୂଆଦିଲ୍ଲୀ,୧୮।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ୧୯ ଏପ୍ରିଲରୁ ଆରମ୍ଭ ହେବ। ଏହା ଅଧୀନରେ ଦେଶର ୨୧ ଟି ରାଜ୍ୟ...

ନିର୍ବାଚନ ପୂର୍ବରୁ ଏଏପିକୁ ଝଟକା, ଗିରଫ ହେଲେ ବିଧାୟକ ଅମାନତୁଲ୍ଲାହ ଖାନ

ନୂଆଦିଲ୍ଲୀ,୧୮।୪: ଆମ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲାହ ଖାନଙ୍କୁ ଗୁରୁବାର ଇଡି ଗିରଫ କରିଛି। ୱାକଫ ବୋର୍ଡ ନିଯୁକ୍ତି ସ୍କାମରେ ତାଙ୍କୁ ପିଏମଏଲଏ ଅଧୀନରେ ଗିରଫ...

ଇରାନ କବଜାରେ ଥିବା ଜାହାଜରୁ ଭାରତ ଫେରିଲେ ପ୍ରଥମ କ୍ରୁ ମେମ୍ବର

ନୂଆଦିଲ୍ଲୀ,୧୮।୪: କେରଳ ତ୍ରିଶୁରର ବାସିନ୍ଦା ମହିଳାକ୍ୟାଡେଟ ଆନ ଟେସା ଜୋସେଫ, କାର୍ଗୋ ଜାହାଜ MSC Aries ରେ ଥିବା ଭାରତୀୟ କ୍ରୁଙ୍କ ଅଂଶ ଭାବରେ ଗୁରୁବାର...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

କେଜରିଓ୍ବାଲଙ୍କୁ ଜେଲରେ ହତ୍ୟା ପାଇଁ କରାଯାଉଛି ଷଡଯନ୍ତ୍ର: ଆତିଶି

ନୂଆଦିଲ୍ଲୀ,୧୮।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘରେ ତିଆରି ଖାଦ୍ୟ ଖାଇ ତାଙ୍କ ସୁଗାର ଲେବଲକୁ ବଢାଉଥିବା ଇଡି ଅଭିଯୋକ କରିବା ପରେ ଏବେ ଆମ...

ପ୍ରଥମ ପର୍ଯ୍ୟାୟ ମତଦାନ: ୧୬.୬୩ କୋଟି ଭୋଟର, ୧୬୨୫ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୧୮।୪: ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ପ୍ରଥମ ପର୍ଯ୍ୟାୟ ଭୋଟ ପୂର୍ବରୁ ମତଦାନରେ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ଭୋଟରଙ୍କୁ ନିବେଦନ କରିଛନ୍ତି। ପ୍ରଥମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri