Posted inଜାତୀୟ

ଗ୍ରାହକଙ୍କୁ ଠକୁଛନ୍ତି ପେଟ୍ରୋଲ ପମ୍ପ

ନୂଆଦିଲ୍ଲୀ,୧୨।୨:ଦେଶ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲ ଦର ଲଗାତର ବଢ଼ିଚାଲିଛି। ଏବେ ଇନ୍ଧନ ଦର ସର୍ବୋଚ୍ଚ ସ୍ତରରେ ରହିଛି। ଏଭଳି ସ୍ଥିତିରେ କମ୍ପଟ୍ରୋଲର ଆଣ୍ଡ୍‌ ଅଡିଟର ଜେନେରାଲ(ସିଏଜି) ଦେଶର ତୈଳ କମ୍ପାନୀଗୁଡ଼ିକର କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ପେଟ୍ରୋଲ ଏବଂ ଡିଜେଲର ଦୈନିକ ମୂଲ୍ୟ ପରିବର୍ତ୍ତନ ବ୍ୟବସ୍ଥାରେ ବିଭିନ୍ନ ସମସ୍ୟା ରହିଛି। ପେଟ୍ରୋଲ ପମ୍ପଗୁଡ଼ିକ ଗ୍ରାହକଙ୍କଠାରୁ ଓଭର ଚାର୍ଜ ବା ଅଧିକ ଅର୍ଥ ନେଉଥିବା ସିଏଜି ରିପୋର୍ଟରେ ପ୍ରକାଶ ପାଇଛି। ସିଏଜିଙ୍କ ଅଡିଟରେ ୩,୪୬୩ ଏଭଳି ଘଟଣା ସାମ୍ନାକୁ ଆସିଥିବା ଦର୍ଶାଯାଇଛି। ଅଡିଟ୍‌ରେ ସାମିଲ ରହିଥିବା ୧୮୮ ଫିଲିଂ ଷ୍ଟେଶନ ମଧ୍ୟରୁ ୯୧ଟିରେ ଡିଲର ଧାର୍ଯ୍ୟ ସମୟରେ ତେଲ ଦର ପରିବର୍ତ୍ତନ କରିନାହାନ୍ତି। ଫଳରେ ଲୋକମାନଙ୍କୁ ଅଧିକ ଅର୍ଥ ଦେବାକୁ ପଡ଼ିଛି। ଉଲ୍ଲେଖଯୋଗ୍ୟ, ପ୍ରତିଦିନ ସକାଳ ୬ଟାରେ ଇନ୍ଧନ ଦର ପରିବର୍ତ୍ତନ କରିବାର ନିୟମ ରହିଛି।

ପେଟ୍ରୋଲ, ଡିଜେଲ ପ୍ରାଇସିଂ ସିଷ୍ଟମ ବର୍ତ୍ତମାନ ଯାଏ ଠିକ୍‌ ହୋଇପାରିନାହିଁ। ଡିଲରଙ୍କ ମଧ୍ୟରେ ମନୋବୃତ୍ତି, ସଂଯୋଗ ବ୍ୟବସ୍ଥାର ଅଭାବ ଏବଂ ଅଟୋମେଶନରେ ଅସୁବିଧା ଭଳି ସମସ୍ୟା ଯୋଗୁ ଏଭଳି ସ୍ଥିତି ଦେଖାଯାଉଛି। ୨୦୧୪-୧୫ ରୁ ୨୦୧୭-୧୮ ଅବଧିକୁ ଅଡିଟରେ ସାମିଲ କରାଯାଇଛି। ଫେବୃୟାରୀ ୯ରେ ପାର୍ଲାମେଣ୍ଟରେ ସିଏଜିଙ୍କ ରିପୋର୍ଟ ନମ୍ବର ୧୮କୁ ଉପସ୍ଥାପନ କରାଯାଇଥିଲା। ଇଣ୍ଡିଆନ ଅଏଲର ୪୦, ହିନ୍ଦୁସ୍ଥାନ ପେଟ୍ରୋଲିୟମର ୩୫ ଏବଂ ଭାରତ ପେଟ୍ରୋଲିୟମର ୧୬ ପେଟ୍ରୋଲ ପମ୍ପ୍‌ରେ ଗ୍ରାହକଙ୍କଠାରୁ ଏଭଳି ଅଧିକ ଚାର୍ଜ ନିଆଯାଇଥିବା ରିପୋର୍ଟରେ ପ୍ରକାଶ ପାଇଛି। ସକାଳ ୬ଟା ପରେ ଦରରେ ପରିବର୍ତ୍ତନ କରିବାର ନିୟମ ରହିଥିଲେ ମଧ୍ୟ ଏହାର ୯ ଘଣ୍ଟା ପୂର୍ବରୁ ଏବଂ ସକାଳ ୬ର ୧୮ ଘଣ୍ଟା ପରେ ଦର ପରିବର୍ତ୍ତନ କରାଯାଇଛି।

ଏହାକୁ ନଜରରେ ରଖିଲେ ଗ୍ରାହକଙ୍କଠାରୁ ଓଭର ଚାର୍ଜିଂ ଭଳି ଘଟଣାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ସିଏଜି କହିଛନ୍ତି। ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ସାରା ଦେଶରେ ୫୫,୦୧୩ ରିଟେଲ ଫୁଏଲ ଆଉଟଲେଟ ରହିଛି। ଅଡିଟ୍‌ରେ ସାମିଲ ରହିଥିବା ୧୮୮ ଷ୍ଟେଶନ ମଧ୍ୟରୁ ୬୧ ଅଟୋମେଟେଡ୍‌ ଏବଂ ୧୨୭ ଅଣ ଅଟୋମେଟେଡ୍‌ ଫୁଏଲ ଷ୍ଟେଶନ ରହିଛି। ଦୈନିକ ତୈଳ ଦର ପରିବର୍ତ୍ତନ କରିବା

ନିୟମ ୨୦୧୭ ଜୁନ୍‌ରେ ଲାଗୁ କରାଯାଇଥିଲା। ସେହି ସମୟରେ ମୋଟ ୪୩% ରିଟେଲ ଆଉଟଲେଟ ଅଟୋମେଟେଡ୍‌ ହୋଇଥିଲା। ଏହାକୁ ଦେଖିଲେ ତେଲ କମ୍ପାନୀଗୁଡିକର ପ୍ରସ୍ତୁତି ସମ୍ପୂର୍ଣ୍ଣ ହୋଇନାହିଁ। ୨୦୧୮ ଡିସେମ୍ବର ଯାଏ ସବୁ ରିଟେଲ ଆଉଟଲେଟକୁ ଅଟୋମେଟେଡ୍‌ କରାଯିବା ଯୋଜନା ରଖାଯାଇଥିଲା। ଏହି ଅବଧିରେ ୧୪୮୭ କୋଟି ଟଙ୍କା ଖର୍ଚ୍ଚ କରାଯିବା ସହ ୮୦% ଆଉଟଲେଟକୁ ଅଟୋମେଟିକ କରାଯାଇଛି। ଫୁଏଲ ଷ୍ଟେଶନଗୁଡିକରେ ଗ୍ରାହକଙ୍କଠାରୁ ଏଭଳି ଉପାୟରେ ଓଭରଚାର୍ଜିଂ କରାଯାଉଥିବା ତେଲ କମ୍ପାନୀଗୁଡିକ ମାନିଥିବା ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଡିକଲଙ୍କ କ୍ରମାଗତ ଦ୍ୱିତୀୟ ଶତକ, ଭାରତ ୩୦୦/୫

କଲମ୍ବୋ, ୨୩ା୮- ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ ପ୍ରଥମ ଦିନ…

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri