କାରଣ ନ କହି ଦୋଷ ଲଦାଲଦି

ଭୁବନେଶ୍ୱର, ୨୬।୭(ବ୍ୟୁରୋ): ରାଜଭବନ ନିକଟସ୍ଥ ଆଇଓସିଏଲ୍‌(ଇଣ୍ଡିଆନ ଅଏଲ) ପେଟ୍ରୋଲ ପମ୍ପରେ ୨୦୨୦ ଅକ୍ଟୋବର ୭ରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ଏତେ ଜୋର୍‌ ଥିଲା ଯେ, ୧୦ କି.ମି. ଦୂର ପର୍ଯ୍ୟନ୍ତ ଲୋକଙ୍କ ଘର ଦ୍ୱାର ଥରାଇ ଦେଇଥିଲା। ଏହି ବିସ୍ଫୋରଣରେ ଏକାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଥିଲେ ମଧ୍ୟ ବାସ୍ତବ ଚିତ୍ର ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ। ତଦନ୍ତ ନାଁରେ ଉକ୍ତ ଘଟଣାକୁ ବର୍ତ୍ତମାନ ଚପାଇ ଦେବାର ଅପଚେଷ୍ଟା ଚାଲିଛି। ଏହି ଘଟଣାରେ ୨୦୨୦ ଅକ୍ଟୋବର ୮ ତାରିଖରେ କମିଶନରେଟ ପୋଲିସ ପକ୍ଷରୁ କ୍ୟାପିଟାଲ ଥାନାରେ ଆଇପିସି ଦଫା ୨୭୯, ୩୩୭, ୩୩୮ରେ ମାମଲା ରୁଜୁ ହୋଇଛି। ଏହସହ ପେଟ୍ରୋଲ ପମ୍ପର ଜଣେ ଅଧିକାରୀ ଓ ଜଣେ କର୍ମଚାରୀଙ୍କୁ ପଚରାଉଚୁରା କରି ଛାଡି ଦେଇଛି। କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା ତା’ର ସତ୍ୟାସତ୍ୟ ଉନ୍ମୋଚନ କରି ରିପୋର୍ଟ ପ୍ରକାଶ କରିବା ପରିବର୍ତ୍ତେ ପୋଲିସ ଆଇଓସିଏଲ୍‌ ଉପରେ ଦୋଷ ଲଦୁଛି। ଅନ୍ୟପଟେ ଆଇଓସିଏଲ୍‌ କର୍ତ୍ତୃପକ୍ଷ ମଧ୍ୟ ତଦନ୍ତ କରି ରିପୋର୍ଟ ପ୍ରକାଶ କରିବା ପରିବର୍ତ୍ତେ ଏହାକୁ ପୋଲିସର ଦାୟିତ୍ୱ ବୋଲି କହି ନିଜ ମୁଣ୍ଡରୁ ଦୋଷ ହଟାଇବାକୁ ଚେଷ୍ଟା କରୁଛି। ପୋଲିସ ପ୍ରଶାସନ ଏବଂ ଆଇଓସିଏଲ୍‌ର ପେସୋ(ପେଟ୍ରୋଲିୟମ ଆଣ୍ଡ ଏକ୍ସପ୍ଲୋସିଭ ସେଫ୍ଟି ଅର୍ଗାନାଇଜେଶନ) ରିପୋର୍ଟ ମିଳିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉଭୟ ମତ ରଖିଛନ୍ତି।
ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଗଞ୍ଜାମ ଜିଲାର ସତ୍ୟ ନାୟକ ଏବଂ ସୀମାଞ୍ଚଳ ପରିଡ଼ାଙ୍କ ମୃତ୍ୟୁ ଘଟିଥିବା ବେଳେ ଉତ୍ତର ପ୍ରଦେଶର ରିପୁ ଦାମନ ଗୁରୁତର ଆହତ ହୋଇଥିଲେ।
ମୋଟ ୮ ଜଣ ଆହତ ହୋଇଥିବା କ୍ୟାପିଟାଲ ଥାନା ପୋଲିସ ପକ୍ଷରୁ ସୂଚନା ମିଳିଛି। ଉକ୍ତ ବିସ୍ଫୋରଣ ଏତେ ଜୋର୍‌ ଥିଲା ଯେ ଲୋକମାନଙ୍କ ହାଡ଼, ମାଂସ ଏଣେତେଣେ ପଡ଼ିଥିଲା। ସେତେବେଳେ ୫ଜଣ ଶ୍ରମିକ ନିଖୋଜ ଥିବା କୁହାଯାଉଥିଲେ ମଧ୍ୟ ମୋଟ ୨ଜଣଙ୍କ ମୃତ୍ୟୁ ହୋଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଉଛି। ଦୁର୍ଘଟଣା ଘଟିବା ପରେ ଆଇଓସିଏଲ୍‌ କର୍ତ୍ତୃପକ୍ଷ କେବଳ ପମ୍ପ ମାଲିକଙ୍କ ଲାଇସେନ୍ସ ସସ୍‌ପେଣ୍ଡ ରଖିଛନ୍ତି। ସେତେବେଳେ ତୁରନ୍ତ ଘଟଣାର ତଦନ୍ତ ରିପୋର୍ଟ ପ୍ରକାଶ କରାଯିବ ବୋଲି ମତ ରଖିଥିବା କମିଶନରେଟ ପୋଲିସ ଏବେ ଏହି ଘଟଣାରେ ସେତେଟା ତତ୍ପରତା ଦେଖାଉନାହିଁ। ରାଜଧାନୀର ଉକ୍ତ ଗୋଟିଏ ପମ୍ପରେ ବିସ୍ଫୋରଣ ହେବାପରେ ସହର ଭିତରେ ରହିଥିବା ଅନ୍ୟ ପେଟ୍ରୋଲ ଟାଙ୍କିରେ ଯେପରି ଏଭଳି ଘଟଣା ନ ଘଟେ ସେନେଇ କୌଣସି ପ୍ରକାର ପଦକ୍ଷେପ ଏପର୍ଯ୍ୟନ୍ତ ନିଆଯାଇ ନାହିଁ। ଏହା ପୋଲିସର ଦାୟିତ୍ୱ ନୁହେଁ ବୋଲି ବରିଷ୍ଠ ପୋଲିସ ଅଧିକାରୀ ମତ ରଖିଛନ୍ତି। ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ କହିଛନ୍ତି, ପେସୋ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ଚୂଡାନ୍ତ ରିପୋର୍ଟ ଆସିନାହିଁ। ଆଇଓସିଏଲ୍‌ ମଧ୍ୟ ତା’ର ରିପୋର୍ଟ କମିଶନରେଟ ପୋଲିସକୁ ପ୍ରଦାନ କରିନାହିଁ। ସେତେବେଳେ ଯେତିକି ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା ସଂଖ୍ୟା ସେତିକି ରହିଛି। ରିପୋର୍ଟ ଆସିବା ପରେ ଯାହା ଜଣାପଡ଼ିବ। ଅନ୍ୟ ଟାଙ୍କିରେ ଏପରି ନ ଘଟିବା ଲାଗି ଯାଞ୍ଚ କରିବା ଆଇଓସିଏଲ୍‌ର କାମ ବୋଲି ଉମାଶଙ୍କର କହିଛନ୍ତି। ଅନ୍ୟପଟେ ପୋଲିସ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖି ସିଧାସଳଖ ଆଇସିଓଏଲ୍‌ ଉପରେ ବର୍ଷିଛନ୍ତି। ଆଇଓସିଏଲ୍‌ ବଦ୍‌ମାସି ଚଳାଇଛି, ବିସ୍ଫୋରଣରେ କ୍ରାଇମ୍‌ ପାର୍ଟ ପୋଲିସର, ଏଭଳି ଘଟଣା କେମିତି ଘଟିଲା ତା’ର ବୈଷୟିକ ଦିଗ ଉପରେ ତଦନ୍ତ ଆମେ କରିପାରିବୁ ନାହିଁ ବୋଲି ସେ ମତ ରଖିଛନ୍ତି। ଅନ୍ୟପଟେ ଆଇଓସିଏଲ୍‌ର ଜଣେ ଅଧିକାରୀ ନିଜ ନାମ ପ୍ରକାଶ ନ କରିବା ସର୍ତ୍ତ ରଖି ପୋଲିସ ଉପରେ ସମ୍ପୂର୍ଣ୍ଣ ଦୋଷ ଲଦିଦେଇଛନ୍ତି। ସେ କହିଛନ୍ତି, ପୋଲିସ ତା’ର ତଦନ୍ତ କାର୍ଯ୍ୟ ଶେଷ କରୁନାହିଁ। ଆଇନ ଅନୁଯାୟୀ ଆଇଓସିଏଲ୍‌ ଘଟଣାର ତଦନ୍ତ କରିପାରିବ ନାହିଁ। ଆଇଓସିଏଲ୍‌ କେବଳ ଆଇନର ଅନୁପାଳନ କରିବ। ପେସୋ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବ ବୋଲି ସେ କହିଛନ୍ତି। ଅନ୍ୟପଟେ ପେସୋ ଡେପୁଟି ଚିଫ୍‌ କଣ୍ଟ୍ରୋଲର ରୁଆବ ଅଲ୍ଲୀ କହିଛନ୍ତି, ଆସନ୍ତା ୧୦ ଦିନ ମଧ୍ୟରେ ରିପୋର୍ଟ ଆସିବ। ଏଲ୍‌ପିଜି ଟ୍ୟାଙ୍କରେ ଟେଷ୍ଟିଂ ସମୟରେ ବ୍ଲାଷ୍ଟ ହୋଇଥିଲା। ଅନ୍ୟ କୌଣସି ପେଟ୍ରୋଲ ପମ୍ପରେ ନିୟମ ଖିଲାପି ନେଇ ତଦନ୍ତ ହୋଇ ନ ଥିବା ରୁଆବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଅବପାତରେ ପରିଣତ ହେଲା ଅବପାତ: ଆଜି ଝଡ଼ବର୍ଷା ନେଇ ୮ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୯।୯ (ବନ୍ଦନା ସେଠୀ):ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ମ୍ୟାନ୍‌ମାର ଉପକୂଳ ଉପରେ ଥିବା ଅବପାତ ସୋମବାର ଗଭୀର ଅବପାତରେ ପରିଣତ ହୋଇଛି। ଏହା ଉତ୍ତର-ଉତ୍ତର…

ମହାନଦୀ ଜଳବିବାଦ ସମାଧାନ କରିବେ ଶାହା: ଅକ୍ଟୋବର ୧ରେ ମିଳିପାରେ ଖୁସିଖବର

ଭୁବନେଶ୍ୱର,୨୯ା୯(ସୁନିତ୍‌ ମିଶ୍ର):ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଦୀର୍ଘବର୍ଷ ହେଲା ମହାନଦୀ ଜଳ ବିବାଦ ଲାଗି ରହିଛି। ଏହି ବିଷୟ ବର୍ତ୍ତମାନ ଟ୍ରିବ୍ୟୁନାଲରେ ବିଚାରାଧୀନ ରହିଛି। ତେବେ କିଛିଦିନ…

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅଟଳ CJP, ଆସାମରୁ ଏଭଳି ଚେତାବନୀ ଦେଲେ ଆଶୁତୋଷ ରାଙ୍କା

ଗୁଆହାଟୀ,୨୯।୯: ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ନାମରେ ଭୋଟର ତାଲିକାରୁ ୧୩ କୋଟି ଲୋକଙ୍କ ନାମକୁ ବାଦ୍‌ ଦିଆଯାଇଥିବା ଅଭିଯୋଗକୁ ନେଇ ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା…

କେବେ ଆରମ୍ଭ ହେବ ୨୦୨୭ ବିଶ୍ୱକପ୍‌? ସାମ୍ନାକୁ ଆସିଲା ବଡ଼ ଅପଡେଟ୍‌,

ନୂଆଦିଲ୍ଲୀ,୨୯।୯: ୨୦୨୭ରେ ଖେଳାଯିବାକୁ ଥିବା ODI ବିଶ୍ୱକପ୍‌କୁ ନେଇ ବଡ଼ ଅପଡେଟ୍‌ ସାମ୍ନାକୁ ଆସିଛି । ଆନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ICC) ଆସନ୍ତା ଅକ୍ଟୋବର ୧ ତାରିଖରେ…

ଶୁଣିଲାନି ପ୍ରଶାସନ: ସରକାରୀ ବସକୁ ଅଟକ ରଖିଲେ ଶତାଧିକ ମହିଳା

ଦାରିଙ୍ଗବାଡି,୨୯।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିଆଙ୍ଗବାଲିଠାରେ ମଙ୍ଗଳବାର ସକାଳ ୬ଟାରେ ସରକାରୀ ବସକୁ ଗ୍ରାମବାସୀ ଅଟକାଇ ରଖିଛନ୍ତି। ବ୍ଲକ ହେଡ଼ କ୍ୱାର୍ଟରଠାରୁ ପଞ୍ଚାୟତ ହେଡକ୍ୱାର୍ଟର…

ହୋମଷ୍ଟେ ଆବେଦନକାରୀଙ୍କୁ ଭୁବନେଶ୍ୱର ଡାକରା: ମିଳିଲା ଅସ୍ଥାୟୀ ପଞ୍ଜୀକରଣ ପ୍ରମାଣପତ୍ର

ଦାରିଙ୍ଗବାଡ଼ି, ୨୯।୯(ଅରୁଣ ସାହୁ): କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନକ୍ଷେତ୍ର ଭାବେ ବିକଶିତ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏହା ଦ୍ୱାରା ଦେଶ ଓ ବିଦେଶରୁ…

ଦେବଗଡ଼ରେ ଭୂମିକମ୍ପ: ଥରିଲା ସହର, ଘରୁ ବାହାରି ଆସିଲେ ଲୋକେ

ଦେବଗଡ଼,୨୯ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ଭୂମିକମ୍ପ । ରିଆମାଳ ବ୍ଳକ ଚଡେଇମରା ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସୋମବାର ରାତି ପ୍ରାୟ ୧୦ଟା…

ଏଣିକି ବିନା ପ୍ରେସକ୍ରିପ୍ସନରେ ମିଳିବନି ଏସିଡିଟି ଔଷଧ, CDSCO ଜାରି କଲା ନୂଆ ସର୍ତ୍ତ

ନୂଆଦିଲ୍ଲୀ,୨୯।୯: ଏସିଡିଟି ହେଲେ ଏଣିକି ମେଡିକାଲ ଷ୍ଟୋରରୁ ନିଜ ଇଚ୍ଛାରେ ଔଷଧ କିଣିବା ସହଜ ହେବ ନାହିଁ। ନୂଆ ନିୟମ ଅନୁସାରେ, ଡାକ୍ତରଙ୍କ ପରାମର୍ଶ କିମ୍ବା ପ୍ରେସକ୍ରିପ୍ସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?