Posted inଜାତୀୟ

ଥମୁନି ତୈଳ ଦର ବୃଦ୍ଧି: ପେଟ୍ରୋଲ ୩୨, ଡିଜେଲ ୩୭ ପଇସା ପୁଣି ବଢ଼ିଲା

ନୂଆଦିଲ୍ଲୀ,୨୯ା୩: ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧିର ପ୍ରଭାବ ସିଧା ଭାରତୀୟ ତୈଳ ବଜାରରେ ପଡୁଛି। ଫଳରେ କ୍ରମାଗତ ଭାବେ ୪ର୍ଥ ଦିନ ଲାଗି ଉଭୟ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବଢ଼ିଛି। ଏପରିକି ଗତ ୭ ଦିନ ମଧ୍ୟରେ ୬ ଥର ଦର ପରିବର୍ତ୍ତନ ହୋଇଛି। ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ଭାରତୀୟ ତୈଳ ନିଗମର ସୂଚନା ଅନୁସାରେ ସୋମବାର ଭୁବନେଶ୍ୱରରେ ପଟ୍ରୋଲ ୩୨ ପଇସା ଓ ଡିଜେଲ୍‌ ୩୭ ପଇସା ବୃଦ୍ଧି ଘଟିଛି। ଏହି ଦର ବୃଦ୍ଧି ଫଳରେ ଏଠାରେ ପେଟ୍ରୋଲ ଲିଟର ପିଛା ୧୦୬.୦୮ ଟଙ୍କାରେ ବିକ୍ରି ହେଉଥିବା ବେଳେ ଡିଜେଲ ଲିଟର ପିଛା ୯୫.୯୮ ଟଙ୍କାରେ କାରବାର ହେଉଛି। ଏହି ସମୟ ମଧ୍ୟରେ ଓଡ଼ିଶାରେ ଉଭୟ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ପ୍ରାୟ ୫ ଟଙ୍କା ବୃଦ୍ଧି ପାଇସାରିଲାଣି। ଅପରପକ୍ଷରେ ନୂଆଦିଲ୍ଲୀରେ ମଧ୍ୟ ପଟ୍ରୋଲ୍‌ ୩୦ ପଇସା ଓ ଡିଜେଲ୍‌ ୩୫ ପଇସା ବଢ଼ିଛି। ଫଳରେ ସେଠାରେ ପେଟ୍ରୋଲ ଲିଟର ପିଛା ୯୯.୪୧ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୦.୭୭ ଟଙ୍କାରେ ପହଞ୍ଚତ୍ଛି। ଉପରୋକ୍ତ ସମୟ ମଧ୍ୟରେ ନୂଆଦିଲ୍ଲୀରେ ପଟ୍ରୋଲ୍‌ ଉପରେ ମୋଟ ୪ ଟଙ୍କା ଏବଂ ଡିଜେଲ୍‌ ଉପରେ ୪.୧୦ ଟଙ୍କା ମୂଲ୍ୟ ବୃଦ୍ଧି ଘଟିଛି। ସେହିଭଳି ଦେଶର ପ୍ରମୁଖ ମହାନଗର ମୁମ୍ବାଇ, କୋଲକାତା ଓ ଚେନ୍ନାଇ ଭଳି ସହରରେ ପେଟ୍ରୋଲ ଲିଟର ପିଛା ଯଥାକ୍ରମେ ୧୧୪.୧୯ ଟଙ୍କା, ୧୦୮.୮୫ ଟଙ୍କା ଏବଂ ୧୦୫.୧୮ ଟଙ୍କାରେ ବିକ୍ରି ହେଉଛି। ସେହିପରି ଉପରୋକ୍ତ ମହାନଗରଗୁଡ଼ିକରେ ଡିଜେଲ ଲିଟର ପିଛା ୯୮.୫୦ ଟଙ୍କା, ୯୩.୯୨ ଟଙ୍କା ଏବଂ ୯୫.୩୩ ଟଙ୍କାରେ ପହଞ୍ଚତ୍ଛି।
ସୂଚନାଯୋଗ୍ୟ, କୋଭିଡ ପରଠାରୁ ଉଭୟ ସରକାର ଓ ସାଧାରଣ ଲୋକ ନାନା ସମସ୍ୟାରେ ଛନ୍ଦି ହୋଇ ରହିଛନ୍ତି। ଏପରିକି ଭାରତ ବଜାରରେ ଅନେକ ପ୍ରକାରର ସମସ୍ୟା ମଧ୍ୟ ରହିଛି। ଏଭଳି ସମୟରେ ତୈଳ ଦର ବୃଦ୍ଧି ସବୁବର୍ଗର ଖାଉଟିଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ବର୍ତ୍ତମାନ ସମୟରେ ଖାଉଟିଙ୍କୁ ତୈଳ ବାବଦକୁ ଅତିରିକ୍ତ ଖର୍ଚ୍ଚ ଭାର ବହନ କରିବାକୁ ପଡୁଛି। ସେହିପରି ତୈଳ ଦର ବୃଦ୍ଧିକୁ ନେଇ ବିଭିନ୍ନ ସଂସ୍ଥା ଓ ସର୍ଭେ ଟିମ୍‌ ମଧ୍ୟ ଭିନ୍ନ ଭିନ୍ନ ଆକଳନ କରିଛନ୍ତି। ହେଲେ ଖାଉଟିଙ୍କ ସ୍ବାର୍ଥ ସମ୍ପର୍କରେ କେତେ ସର୍ଭେ କରାଯାଇଛି ବୋଲି ବଜାର ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋହିରା ଜଳ ଭଣ୍ଡାରରେ ବୁଡି ଯୁବକ ମୃତ, ବିବାହ ଉତ୍ସବରେ ସାମିଲ ହେବାକୁ ଆସି…

ରିଆମାଳ,୨୨ା୪(ବଦ୍ରୀ ନାରାୟଣ ଅଗ୍ରୱଲା):ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ ଗୋହିରା ଜଳ ଭଣ୍ଡାରରେ ବୁଡି ବୁଧବାର ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ…

ବଚସା ହେଲା କାଳ…ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ ଭାଇର ମୃତ୍ୟୁ

ମୁନିଗୁଡା,୨୨।୪( ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ଜିଲା ମୁନିଗୁଡା ଥାନା ମୁନିଖୋଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡ଼ଙ୍ଗରିଆ ଗାଁ ଗୋରଠା ଗ୍ରାମରେ ଅଭାବନୀୟ ଘଟଣା । ସାନ…

ଟିଉସନ୍‌ ଦେବା ବାହାନାରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ, ଶିକ୍ଷକ ଗିରଫ

ପାଟକୁରା,୨୨।୪(ରବୀନ୍ଦ୍ର ନାଥ ବାରିକ ): କେନ୍ଦ୍ରାପଡ଼ା ଜିଲା କୁଦାନଗରୀ ଥାନା ତଥା ଗରଦପୁର ବ୍ଳକ ଅଞ୍ଚଳରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ସ୍ଥାନୀୟ କେରୁଆ…

ଭାରତୀୟ ଜାହାଜ ଉପରେ ଭୟଙ୍କର ଆକ୍ରମଣ, ହର୍ମୁଜରେ ୨ଟା ଜାହାଜକୁ ହାଇଜ୍ୟାକ୍‌ କଲେ…

ନୂଆଦିଲ୍ଲୀ,୨୨।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଯୁଦ୍ଧବିରତି ବୃଦ୍ଧି କରିବାର କିଛି ଘଣ୍ଟା ପରେ, ଇରାନର ରିଭୋଲ୍ୟୁସନାରୀ ଗାର୍ଡ (IRGC) ବୁଧବାର ଦୁଇଟି ଜାହାଜ…

ପରମାଣୁର କୋଡ ମାଗିଲେ ଟ୍ରମ୍ପ, ଯୁଦ୍ଧ ବିରତି ଭିତରେ ଭୟଙ୍କର ଖବର…

ତେହରାନ,୨୨।୪: ଇରାନ ସହିତ ବିବାଦ ମଧ୍ୟରେ, ପୂର୍ୱତନ CIA ଅଧିକାରୀ ଲାରି ଜନସନ ଏକ ପ୍ରମୁଖ ଦାବି କରିଛନ୍ତି। ଜନସନଙ୍କ ଅନୁସାରେ, ହୱାଇଟ ହାଉସ ସିଚୁଏସନ ରୁମରେ…

ତେଲେଙ୍ଗାନାରେ ଓଡ଼ିଆ ଦାଦନ ଶ୍ରମିକ ନିଖୋଜ, ଜିଲାପାଳଙ୍କୁ ଲିଖିତ ଅଭିଯୋଗ କଲେ ସ୍ତ୍ରୀ

ଭବାନୀପାଟଣା,୨୨।୪(ଉତ୍ତମ କୁମାର ଦାଶ): ଦାଦନ ଖଟିବାକୁ ତେଲେଙ୍ଗାନା ଯାଇ ନିଖୋଜ ହୋଇଗଲେ ଶ୍ରମିକ । ନିଖୋଜ ଶ୍ରମିକ ଜଣକ କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ରାଣୀବାହାଲ ଗ୍ରାମର…

ଛାତ୍ରୀଙ୍କୁ ପ୍ରିନ୍ସିପାଲଙ୍କ ଯୌନ ନିର୍ଯାତନା ଅଭିଯୋଗକୁ ୫ ଦିନ ବିତିଲା, ହାତବାନ୍ଧି ବସିଛି ପୋଲିସ

ଦେବଗଡ଼,୨୨ା୪(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ଥାନାରେ ସରକାରୀ ଆଇଟିଆଇରେ ପଢୁଥିବା ଶିଶୁଗୃହ ସପୋର୍ଟର ଜଣେ ଅନାଥ ନାବାଳିକା ଆଇଟିଆଇର ପ୍ରିନ୍ସିପାଲଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ ଆଣିବାର…

ଶିଳ୍ପ ସ୍ଥାପନ ପାଇଁ ଚାଲିଛି ଇଡ୍‌କୋକୁ ଜମି ହସ୍ତାନ୍ତର ପ୍ରକ୍ରିୟା, ଅଞ୍ଚଳବାସୀଙ୍କ ବିରୋଧ

ଦାରିଙ୍ଗବାଡ଼ି,୨୨ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତର ଏକ ୯ ହେକ୍ଟର ଜମିରେ ଶିଳ୍ପ ସ୍ଥାପନ ହେବ। ଏଥିପାଇଁ ଇଡ୍‌କୋ ଏବଂ ରାଜ୍ୟ ପର୍ଯ୍ୟଟନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri