Posted inଜାତୀୟ

ଥମୁନି ତୈଳ ଦର ବୃଦ୍ଧି: ପେଟ୍ରୋଲ ୩୨, ଡିଜେଲ ୩୭ ପଇସା ପୁଣି ବଢ଼ିଲା

ନୂଆଦିଲ୍ଲୀ,୨୯ା୩: ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧିର ପ୍ରଭାବ ସିଧା ଭାରତୀୟ ତୈଳ ବଜାରରେ ପଡୁଛି। ଫଳରେ କ୍ରମାଗତ ଭାବେ ୪ର୍ଥ ଦିନ ଲାଗି ଉଭୟ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବଢ଼ିଛି। ଏପରିକି ଗତ ୭ ଦିନ ମଧ୍ୟରେ ୬ ଥର ଦର ପରିବର୍ତ୍ତନ ହୋଇଛି। ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ଭାରତୀୟ ତୈଳ ନିଗମର ସୂଚନା ଅନୁସାରେ ସୋମବାର ଭୁବନେଶ୍ୱରରେ ପଟ୍ରୋଲ ୩୨ ପଇସା ଓ ଡିଜେଲ୍‌ ୩୭ ପଇସା ବୃଦ୍ଧି ଘଟିଛି। ଏହି ଦର ବୃଦ୍ଧି ଫଳରେ ଏଠାରେ ପେଟ୍ରୋଲ ଲିଟର ପିଛା ୧୦୬.୦୮ ଟଙ୍କାରେ ବିକ୍ରି ହେଉଥିବା ବେଳେ ଡିଜେଲ ଲିଟର ପିଛା ୯୫.୯୮ ଟଙ୍କାରେ କାରବାର ହେଉଛି। ଏହି ସମୟ ମଧ୍ୟରେ ଓଡ଼ିଶାରେ ଉଭୟ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ପ୍ରାୟ ୫ ଟଙ୍କା ବୃଦ୍ଧି ପାଇସାରିଲାଣି। ଅପରପକ୍ଷରେ ନୂଆଦିଲ୍ଲୀରେ ମଧ୍ୟ ପଟ୍ରୋଲ୍‌ ୩୦ ପଇସା ଓ ଡିଜେଲ୍‌ ୩୫ ପଇସା ବଢ଼ିଛି। ଫଳରେ ସେଠାରେ ପେଟ୍ରୋଲ ଲିଟର ପିଛା ୯୯.୪୧ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୦.୭୭ ଟଙ୍କାରେ ପହଞ୍ଚତ୍ଛି। ଉପରୋକ୍ତ ସମୟ ମଧ୍ୟରେ ନୂଆଦିଲ୍ଲୀରେ ପଟ୍ରୋଲ୍‌ ଉପରେ ମୋଟ ୪ ଟଙ୍କା ଏବଂ ଡିଜେଲ୍‌ ଉପରେ ୪.୧୦ ଟଙ୍କା ମୂଲ୍ୟ ବୃଦ୍ଧି ଘଟିଛି। ସେହିଭଳି ଦେଶର ପ୍ରମୁଖ ମହାନଗର ମୁମ୍ବାଇ, କୋଲକାତା ଓ ଚେନ୍ନାଇ ଭଳି ସହରରେ ପେଟ୍ରୋଲ ଲିଟର ପିଛା ଯଥାକ୍ରମେ ୧୧୪.୧୯ ଟଙ୍କା, ୧୦୮.୮୫ ଟଙ୍କା ଏବଂ ୧୦୫.୧୮ ଟଙ୍କାରେ ବିକ୍ରି ହେଉଛି। ସେହିପରି ଉପରୋକ୍ତ ମହାନଗରଗୁଡ଼ିକରେ ଡିଜେଲ ଲିଟର ପିଛା ୯୮.୫୦ ଟଙ୍କା, ୯୩.୯୨ ଟଙ୍କା ଏବଂ ୯୫.୩୩ ଟଙ୍କାରେ ପହଞ୍ଚତ୍ଛି।
ସୂଚନାଯୋଗ୍ୟ, କୋଭିଡ ପରଠାରୁ ଉଭୟ ସରକାର ଓ ସାଧାରଣ ଲୋକ ନାନା ସମସ୍ୟାରେ ଛନ୍ଦି ହୋଇ ରହିଛନ୍ତି। ଏପରିକି ଭାରତ ବଜାରରେ ଅନେକ ପ୍ରକାରର ସମସ୍ୟା ମଧ୍ୟ ରହିଛି। ଏଭଳି ସମୟରେ ତୈଳ ଦର ବୃଦ୍ଧି ସବୁବର୍ଗର ଖାଉଟିଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ବର୍ତ୍ତମାନ ସମୟରେ ଖାଉଟିଙ୍କୁ ତୈଳ ବାବଦକୁ ଅତିରିକ୍ତ ଖର୍ଚ୍ଚ ଭାର ବହନ କରିବାକୁ ପଡୁଛି। ସେହିପରି ତୈଳ ଦର ବୃଦ୍ଧିକୁ ନେଇ ବିଭିନ୍ନ ସଂସ୍ଥା ଓ ସର୍ଭେ ଟିମ୍‌ ମଧ୍ୟ ଭିନ୍ନ ଭିନ୍ନ ଆକଳନ କରିଛନ୍ତି। ହେଲେ ଖାଉଟିଙ୍କ ସ୍ବାର୍ଥ ସମ୍ପର୍କରେ କେତେ ସର୍ଭେ କରାଯାଇଛି ବୋଲି ବଜାର ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ ମିଡ଼ିଆ ପୋଷ୍ଟକୁ ନେଇ ଉଦ୍ଧବ-ଶିନ୍ଦେ ସମର୍ଥକ ମୁହାଁମୁହିଁ, ୩୬ ବିଧାୟକଙ୍କ ବିରୋଧରେ ମାମଲା ରୁଜୁ…

ମୁମ୍ବାଇ, ୧୧।୯ : ମହାରାଷ୍ଟ୍ରରେ ଉଦ୍ଧବ ଠାକରେ ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସମର୍ଥକଙ୍କ ମଧ୍ୟରେ ରାଜନୈତିକ ତିକ୍ତତା କ୍ରମାଗତ ଭାବେ ବୃଦ୍ଧି ପାଉଛି। ବର୍ତ୍ତମାନ...

ଗୋମୂତ୍ରରୁ ତିଆରି ହେଉଛି କ୍ୟାନସର ଔଷଧ: ଅଶ୍ୱିନୀ ଚୌବେ

ନୂଆଦିଲ୍ଲୀ,୮।୯: ମୋଦି ସରକାରରେ କେନ୍ଦ୍ରୀୟ ସ୍ବାସ୍ଥ୍ୟ ରାଜ୍ୟମନ୍ତ୍ରୀ ଅଶ୍ୱିନୀ ଚୌବେ ଶନିବାର ଗୋମୂତ୍ରକୁ ନେଇ ଏକ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି ଗୋମୂତ୍ରରୁ ବିଭିନ୍ନ...

ମହାରାଷ୍ଟ୍ରରେ ସରକାର ଗଠନ: ସୋନିଆଙ୍କୁ ଭେଟିବେ ଶରଦ

ନୂଆଦିଲ୍ଲୀ,୧୮।୧୧: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଏବେବି ମନ୍ଥନ ଚାଲିଛି। ସୋମବାର ଏନ୍‌ସିପି ନେତା ଶରଦ ପାଓ୍ବାର କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିବାର...

ତେଜିଲା କ୍ଷମତା ଲଢ଼େଇ

ମୁମ୍ବାଇ,୩୦ା୧୦(ପି.ଟି./ ଆଇଏଏନ୍‌ଏସ୍‌): ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଅଡ଼ୁଆ ଛିଣ୍ଡୁନି। ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦୁଇ ସହଯୋଗୀ ଭାଜପା ଓ ଶିବସେନା ମଧ୍ୟରେ ଟଣାଓଟଣା ଜାରି...

ଦେଶକୁ ମିଳିବ ଆଉ ଏକ ଭ୍ୟାକ୍ସିନ, ଡିସିଜିଆଇ ରୁଷିଆର ସ୍ପୁଟନିକ ଲାଇଟକୁ ଦେଲା ମଞ୍ଜୁରୀ

ନୂଆଦିଲ୍ଲୀ,୫ ।୨: ଦେଶରେ ଏବେ କରୋନାର ସ୍ଥିତି ଚିନ୍ତାଜନକ ରହିଛି । ଏପଟେ ଏହାଠାରୁ ଦୂରେଇ ରହିବାର ଗୋଟିଏ ଉପାୟ ହେଉଛି ଟିକାକରଣ । ଦୁଇଟି...

ସେମାନେ ଆମକୁ ଗୁଳି କରି ପାରିବେ, ଜେଲ ପଠାଇ ପାରିବେ: ଠାକରେ ପରିବାର ସୁରକ୍ଷା ହ୍ରାସ ନେଇ କହିଲେ ସଞ୍ଜୟ…

ମୁମ୍ବାଇ,୨୨।୬ : ରାଜ୍ୟସଭା ଏମପି ସଞ୍ଜୟ ରାଉତ ଗୁରୁବାର କହିଛନ୍ତି ଉଦ୍ଧବ ଠାକରେଙ୍କ ପରିବାରର ସୁରକ୍ଷାକୁ ହ୍ରାସ କରିବା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ଏହା ଇଡି...

ସରକାରୀ ବୈଠକରେ ଚା’ ସହିତ ଆଉ ମିଳିବନି ବିସ୍କୁଟ: ଚଣା ଖାଇବେ ଅଧିକାରୀ

ନୂଆଦିଲ୍ଲୀ,୨୯।୬: ସରକାରୀ ଅଧିକାରୀଙ୍କ ବୈଠକରେ ଏଣିକି ଚା’ ସହିତ ବିସ୍କୁଟ ଦିଆଯିବ ନାହିଁ। ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଥର ଅଧିକାରୀମାନେ ଚା’ ସହିତ ଭଜା...

ଖୋଲିଲା ଦେଶର ପ୍ରଥମ ମହିଳା ଥାନା ‘ଦିଶା’

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ସରକାର ମହିଳାଙ୍କ ସୁରକ୍ଷା ପାଇଁ ରାଜମୁନ୍ଦରୀରେ ଦେଶର ପ୍ରଥମ ମହିଳା ଥାନା ‘ଦିଶା’ ଖୋଲିଛନ୍ତି। ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଶନିବାର...

Advertisement
Archives

Model This Week