Posted inଜାତୀୟ

କମିଲା ପେଟ୍ରୋଲ-ଡିଜେଲ ଦାମ୍‌, ଯୋଗୀଙ୍କ ଦୀପାବଳି ଉପହାର…

ଲକ୍ଷ୍ନୌ,୪।୧୧: ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟବାସୀଙ୍କୁ ଦୀପାବଳି ଉପହାର ପ୍ରଦାନ କରିଛନ୍ତି। ଏହାସହିତ ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନାକୁ ହୋଲି ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ପେଟ୍ରୋଲ-ଡିଜେଲ ଉପରେ ଏକ୍ସାଇଜ ଡ୍ୟୁଟି ହ୍ରାସ କରିବାକୁ କେନ୍ଦ୍ର ନିଷ୍ପତ୍ତି ନେବା ପରେ ଯୋଗୀ ଏହାର ଦର ହ୍ରାସ କରିବାକୁ ଘୋଷଣା କରିଛନ୍ତି। ଅଯୋଧ୍ୟାରେ ଆୟୋଜିତ ଦୀପୋତ୍ସଭ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।

ପେଟ୍ରୋଲ ଦାମ କେନ୍ଦ୍ର ସରକାର ୫ ଟଙ୍କା କମାଇଥିବାବେଳେ ଏବଂ ଯୋଗୀ ସରକାର ୭ ଟଙ୍କା କମାଇଛନ୍ତି। ଫଳରେ ରାଜ୍ୟରେ ପେଟ୍ରୋଲ ଦାମ ମୋଟ ୧୨ ଟଙ୍କା କମିଛିି। ସେହିଭଳି ଡିଜେଲ ଦାମ ରାଜ୍ୟ ସରକାର ୨ ଟଙ୍କା ହ୍ରାସ କରିଥିବାବେଳେ କେନ୍ଦ୍ର ସରକାର ୧୦ ଟଙ୍କା କମ କରିଛନ୍ତି। ଫଳ ସ୍ବରୂପ ଡିଜେଲ ମଧ୍ୟ ୧୨ ଟଙ୍କା ଶସ୍ତା ହୋଇଛି।

ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା ନଭେମ୍ବର ପର୍ଯ୍ୟନ୍ତ ରହିଛି। କରୋନା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ, ତେଣୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ହୋଲି ପର୍ଯ୍ୟନ୍ତ ଏହା ଜାରି ରହିବ। ଏହା ଅନ୍ତର୍ଗତ ଡିସେମ୍ବର, ଜାନୁଆରୀ, ଫେବୃଆରୀ ଏବଂ ମାର୍ଚ୍ଚରେ ଅନ୍ତୋଦୟ କାର୍ଡ ଧାରକଙ୍କୁ ମାଗଣାରେ ୩୫ କିଲୋଗ୍ରାମ ରାଶନ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଡ୍ରାଇଭରରେ ଚାଲିବ ଟ୍ରେନ୍‌

ନୂଆଦିଲ୍ଲୀ,୧୫।୧୦: ପ୍ରଥମ ଥର ପାଇଁ ବିନା ଡ୍ରାଇଭରରେ ଚାଲିବ ଟ୍ରେନ୍‌। ଏମିତି ଟ୍ରେନକୁ ଜର୍ମାନୀର ହାମବର୍ଗରେ ତିଆରି କରାଯାଇଛି। ଦୁଇ ଜର୍ମାନୀ କମ୍ପାନୀ ଡଏଚ୍‌ ବାହାନ...

‘ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜବରଦସ୍ତି କୋଳାଗ୍ରତ କରନ୍ତି ରାହୁଲ’

ନୂଆଦିଲ୍ଲୀ,୧୦।୪: କଂଗ୍ରେସ ଓ ବିଏସପି ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଥମିବାର ନାଁ ନେଉ ନାହିଁ। ଇଡି ଏବଂ ସିବିଆଇ ଭୟରେ ମାୟାବତୀ ନିର୍ବାଚନ ଲଢିବାକୁ ଭୟ କରିଥିବା...

ପ୍ରକୃତ କରୋନା ମୃତ୍ୟୁ ସରକାରୀ ରିପୋର୍ଟଠାରୁ ୪ରୁ ୧୧ ଗୁଣା ଅଧିକ ଆଶଙ୍କା !…

ନୂଆଦିଲ୍ଲୀ,୧୬।୯: ଦେଶରେ କରୋନା ମହାମାରୀ ଯୋଗୁ କେତେ ଜଣଙ୍କ ମୃତ୍ୟୁ ଘଟିଛି ସେ ନେଇ ଏକ ନୂଆ ରିପୋର୍ଟ ପ୍ରକାଶିତ ହୋଇଛି। ରିପୋର୍ଟରେ ଉଲ୍ଲେଖ କରାଯାଇଛି...

ଲକ୍ଷଣ ନ ଥିବା ୬୫ ପ୍ରତିଶତ କରୋନା ସଂକ୍ରମିତଙ୍କ ଯୋଗୁ ଭୋପାଳରେ ସଙ୍କଟ

ଭୋପାଳ,୨୬।୪: କରୋନା ସଂକ୍ରମଣ ନେଇ ଭାରତରେ ସ୍ଥିତି ସଙ୍କଟଜନକ ହେବାରେ ଲାଗିଛି। ମଧ୍ୟପ୍ରଦେଶରେ କରୋନା ସଂକ୍ରମଣକୁ ନେଇ ଏକ ବଡ଼ ସମସ୍ୟା ଦେଖାଦେଇଛି। ଏଠାରେ ୬୫...

ରିଲାଏନ୍ସ ଇଣ୍ଡଷ୍ଟ୍ରିର ଉତ୍ତରାଧିକାରୀ ହେବେ କିଏ, ମୁକେଶ ଅମ୍ବାନୀ ଦେଲେ ସଙ୍କେତ

ନୂଆଦିଲ୍ଲୀ,୨୯।୧୨: ଏସିଆର ସବୁଠାରୁ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନୀ ନିଜର ଉତ୍ତରାଧିକାରକୁ ନେଇ ଏକ ମନ୍ତବ୍ୟ ଦେଇଛନ୍ତି। ରିଲାଏନ୍ସ ପ୍ରତିଷ୍ଠା...

ଜାକିଆଙ୍କୁ ସୁପ୍ରିମ୍‌ କୋର୍ଟରେ ଝଟ୍‌କା, ପ୍ରଧାନମନ୍ତ୍ରୀଙ୍କୁ କ୍ଲିନ୍‌ ଚିଟ୍‌ ଦେବା ମାମଲା ଖାରଜ…

ନୂଆଦିଲ୍ଲୀ, ୨୪।୬ : ଗୁଜୁରାଟ ଦଙ୍ଗାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ଲିନ୍‌ ଚିଟ୍‌ ଦେଇଥିବା ଏସଆଇଟି ରିପୋର୍ଟକୁ ସୁପ୍ରିମକୋର୍ଟ ସମର୍ଥନ କରିଛନ୍ତି। ଏହି ରିପୋର୍ଟ ବିରୋଧରେ...

ସପ୍ତମ ଶ୍ରେଣୀର ଛାତ୍ରଙ୍କ ଜ୍ଞାନ: ଅମିତ ଶାହା ରାଜ୍ୟର ମୁଖ୍ୟମନ୍ତ୍ରୀ

ରାଞ୍ଚି,୭।୨: ଦେଶର ସରକାରୀ ସ୍କୁଲରେ ଶିକ୍ଷା ବ୍ୟବସ୍ଥା ଉଜୁଡିବାରେ ଲାଗିଛି। ଦିନକୁ ଦିନ ଶିକ୍ଷାର ସ୍ତର ତଳକୁ ଖସୁଛି। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ...

ଅନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧।୫: ଅନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମସ୍ତ ଶ୍ରମଜୀବିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏମାନେ ହିଁ ସୁନ୍ଦର ଓ ସମୃଦ୍ଧ ଭାରତର ଭିତ୍ତି...

Advertisement
Archives

Model This Week