Posted inଜାତୀୟ

ଲିଭ୍‌-ଇନ୍‌ ସମ୍ପର୍କର ପଞ୍ଜୀକରଣ ଅନିବାର୍ଯ୍ୟ ପାଇଁ ସୁପ୍ରିମ୍‌କୋର୍ଟରେ ଆବେଦନ…

ନୂଆଦିଲ୍ଲୀ,୨୮।୨ : ଲିଭ୍‌-ଇନ୍‌ ସମ୍ପର୍କର ପଞ୍ଜୀକରଣ ଏବଂ ଏହାକୁ ବାଧ୍ୟତାମୂଳକ ଭାବେ କାର୍ଯ୍ୟକାରୀ କରିବା ପାଇଁ ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଛି। ଏହି ଆବେଦନରେ ଶ୍ରଦ୍ଧା ୱାକର ଏବଂ ନିକ୍କି ଯାଦବଙ୍କ ହତ୍ୟା ମାମଲା ଉଲ୍ଲେଖ କରାଯାଇଛି। ଆବେଦନରେ କୁହାଯାଇଛି ଯେ, ଏପରି ସମ୍ପର୍କ ଏକ ଗୁପ୍ତ ଢଙ୍ଗରେ ଚାଲିଛି। କ୍ରମାଗତ ଭାବେ ଏହା ଜଘନ୍ୟ ଅପରାଧର କାରଣ ପାଲଟିଛି।

ଲିଭ୍‌-ଇନ୍‌ ପାର୍ଟନରଙ୍କ ସୁରକ୍ଷା ପାଇଁ ପୋଲିସ ସେମାନଙ୍କ ସମ୍ପର୍କ ବିଷୟରେ ସୂଚନା ପାଇବା ଆବଶ୍ୟକ। ସୁପ୍ରିମକୋର୍ଟର ଓକିଲ ମମତା ରାନୀଙ୍କ ଆବେଦନରେ ଲିଭ୍‌-ଇନ୍‌ରେ ରହୁଥିବା ଲୋକଙ୍କ ସଂଖ୍ୟା ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାକୁ ମଧ୍ୟ ଦାବି କରାଯାଇଛି।

ଏନେଇ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବା ଉଚିତ ବୋଲି ଆବେଦନରେ କୁହାଯାଇଛି। ଆବେଦନକାରୀ ଯୁକ୍ତି କରିଛନ୍ତି ଯେ ଲିଭ୍‌-ଇନ୍‌ ସମ୍ପର୍କର ପଞ୍ଜୀକରଣ ବାଧ୍ୟତାମୂଳକ କରାଯିବା ପରେ ହିଁ ଏହି ସଂଖ୍ୟା ସମ୍ବନ୍ଧୀୟ ସୂଚନା ଉପଲବ୍ଧ ହେବ।

ଆବେଦନରେ ଏହା ମଧ୍ୟ କୁହାଯାଇଛି ଯେ ଅନେକ ଆଦେଶରେ ସୁପ୍ରିମକୋର୍ଟ ଲିଭ୍‌-ଇନ୍‌ରେ ସମ୍ପର୍କରେ ରହୁଥିବା ଲୋକଙ୍କୁ ବିପଦର ସମ୍ମୁଖୀନ ହେଉଛନ୍ତି। ଏହିପରି ସମ୍ପର୍କଗୁଡିକ ମୌ ଳିକ ଅଧିକାରର ପରିସର ମଧ୍ୟରେ ବିବେଚନା କରାଯାଏ, କିନ୍ତୁ ଏହିପରି ସମ୍ପର୍କର ପଞ୍ଜୀକରଣ ପାଇଁ କୌଣସି ବ୍ୟବସ୍ଥା ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

CJP ଆସନ୍ତା ମାସରେ ଆରମ୍ଭ କରିବ ଦେଶରେ ବଡ଼ ଅଭିଯାନ; ଜନସାଧାରଣଙ୍କ ସମସ୍ୟା ଶୁଣିବା ପାଇଁ ସେମାନଙ୍କ ପାଖରେ ପହଞ୍ଚିବ

ନୂଆଦିଲ୍ଲୀ,୬।୮: କକ୍ରୋଚ ଜନତା ପାର୍ଟି (CJP) ଆସନ୍ତା ମାସରେ ସାରା ଦେଶରେ ‘କ୍ୟା ବୋଲତି ପବ୍ଲିକ’ (ଜନସାଧାରଣ କ’ଣ କୁହନ୍ତି) ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଦଳର…

ଘରେ ଶୋଇଥିବାବେଳେ ପଶିଲେ ହାତୀପଲ, ଭାଙ୍ଗିଲେ ଘର, ଗୋଟିଏ ପରିବାରର ୪ ଜଣଙ୍କୁ…

ବଲାଙ୍ଗୀର,୬ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ମୁରିବାହାଲ ରେଞ୍ଜ ଅନ୍ତର୍ଗତ ସରଗୁଲ ଗାଁରେ ଏବେ ହାତୀ ଆତଙ୍କ ଦେଖାଦେଇଛି। ଗାଁରେ ଏକ ପରିବାର ଘର ଭିତରେ ଶୋଇଥିବା…

୨ ବର୍ଷ ହେଲାଣି ବିଦ୍ୟୁତ କେବୁଲ ସଂଯୋଗ ପାଇଁ ଦାବି କରୁଛନ୍ତି ହିତାଧିକାରୀ: ପୂରଣ ହେଉନି..

କେସିଙ୍ଗା,୬।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଟିଡିପିଏଲ ଅଧୀନସ୍ଥ ବାଲସି, ମଶାଣିବନ୍ଧ, କାଣ୍ଡେଲ ସମେତ ବ୍ଲକର ବିଭିନ୍ନ ଗ୍ରାମରେ ଦୁଇ ବର୍ଷରୁ ଉଦ୍ଧର୍‌ବ ହେଲା ନୂଆ ଖମ୍ବ…

ମୁଖ୍ୟମନ୍ତ୍ରୀଙ୍କ ପତ୍ନୀଙ୍କ ସହ କ୍ରିକେଟରଙ୍କ କଥାବାର୍ତ୍ତକୁ ନେଇ ହେଉଛି ଆଲୋଚନା, ଭାଇରାଲ ହେଲାଣି ଭିଡ଼ିଓ

ନୂଆଦିଲ୍ଲୀ,୬।୮: ଭାରତୀୟ କ୍ରିକେଟର ତିଲକ ବର୍ମା ଏବେ ଏବେ ଜିମ୍ବାୱେରୁ ଫେରିଛନ୍ତି, ଯେଉଁଠାରେ ଭାରତ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ 3-0ରେ ଜିତିଥିଲା। ଯଦିଓ ତିଲକ…

ଟେନ୍‌ସନ୍‌ରେ ଅଛନ୍ତି ମୃଣାଲ: ଦେଲେ ଚେତାବନୀ

ଆଜିକାଲି ଟେନ୍‌ସନ୍‌ରେ ଅଛନ୍ତି ବଲିଉଡ ଅଭିନେତ୍ରୀ ମୃଣାଲ ଠାକୁର। ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ଡିପ୍‌ଫେକ କଣ୍ଟେଣ୍ଟ ତିଆରି ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ…

ଘରର PNG ଓ ଗାଡ଼ିର CNGରେ ହେବ ବଡ଼ ପରିବର୍ତ୍ତନ! କେନ୍ଦ୍ର ସରକାର ମିଶାଇବେ…

ନୂଆଦିଲ୍ଲୀ,୬।୮: ଦେଶରେ ପରିବେଶ ଅନୁକୂଳ ଇନ୍ଧନକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଆଗାମୀ ଦିନରେ ଘରୋଇ ରୋଷେଇ ଗ୍ୟାସ…

‘ଡିସେମ୍ବର କାହିଁକି? ସେମାନେ ଏବେ ଆସିବା ଉଚିତ’- ଶେଖ ହାସିନାଙ୍କୁ ଚ୍ୟାଲେଞ୍ଜ କଲେ ତାରିକ ରହମାନଙ୍କ ଜଣେ ସହଯୋଗୀ

ଢାକା/ନୂଆଦିଲ୍ଲୀ,୬।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଅଗଷ୍ଟ ୨୦୨୪ରେ କ୍ଷମତା ଛାଡିବା ପରେ ତାଙ୍କର ପ୍ରଥମ ଭର୍ଚୁଆଲ ପ୍ରେସ କନଫରେନ୍ସରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥିଲେ।…

DSP-୧.୨ କୋଟି, BDO-୯୦ ଲକ୍ଷ… ବିକ୍ରି ହେଉଛି ଚାକିରି, ବିଧାୟକ ଆଣିଲେ ସାଂଘାତିକ ଅଭିଯୋଗ

ରାଞ୍ଚି,୬।୮: ଝାଡ଼ଖଣ୍ଡର ରାଞ୍ଚିରେ ଛାତ୍ର ପ୍ରତିବାଦ କ୍ରମାଗତ ଭାବରେ ତୀବ୍ର ହେବାରେ ଲାଗିଛି। JPSC ଏବଂ JSSC ପରୀକ୍ଷାରେ ଅନିୟମିତତା ବିରୋଧରେ ପ୍ରତିବାଦ କରିବା ପାଇଁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri