୩ ଦିନ ବୃଦ୍ଧଙ୍କ ମୃତଦେହ ଜଗି ରହିଥିଲା ପୋଷାକୁକୁର

ଟେନ୍‌ସା/ଲହୁଣୀପଡ଼ା, ୩।୪(ଡି.ଏନ୍‌.ଏ.): ଜଣେ ଅଚିହ୍ନା ବୃଦ୍ଧଙ୍କ ମୃତଦେହ କାନ୍ଧରେ ବୋହି ସତ୍କାର କରି ମହାନତା ଦେଖାଇଛନ୍ତି ଜଣେ ପୋଲିସ ଅଧିକାରୀ। ଏହି ବୃଦ୍ଧଙ୍କ ମୃତଦେହକୁ ପୋଷାକୁକୁର ୩ ଦିନ ଜଗି ଶେଷରେ ଶ୍ମଶାନ ପର୍ଯ୍ୟନ୍ତ ଯାଇଥିଲା। ଘଟଣାଟି ରବିବାର ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହା ସୁନ୍ଦରଗଡ଼ ଜିଲା କେ.ବଲାଙ୍ଗ ଥାନା ଅଞ୍ଚଳରେ ଗତ ଜାନୁୟାରୀ ୨୫ ତାରିଖରେ ଘଟିଥିଲା। ହେଲେ ସମ୍ପୃକ୍ତ ପୋଲିସ ଅଧିକାରୀ ଓ ଆଖପାଖର ଅଳ୍ପ କେତେଜଣଙ୍କୁ ବାଦ୍‌ ଦେଲେ ଅନ୍ୟମାନେ ଜାଣି ନ ଥିଲେ। ଏହାକୁ ଶନିବାର କେହି ଜଣେ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ରବିବାର ଜିଲାରେ ଚର୍ଚ୍ଚା ଜୋର ଧରିଛି।

ଘଟଣାଟି ହେଉଛି କୋଇଡା ବ୍ଲକ କେ.ବଲାଙ୍ଗ ଥାନା ଅନ୍ତର୍ଗତ ବିମିଳାଗଡ଼ ରେଳବାଇ କଲୋନୀ ଅଞ୍ଚଳର। ଅଚିହ୍ନା ବୃଦ୍ଧ କିଛିଦିନ ଧରି କେ.ବଲାଙ୍ଗ, ବିମଳାଗଡ଼ ତଥା ଆଖପାଖ ଅଞ୍ଚଳରେ ପାଗଳ ପରି ବୁଲିବା ସହ ଭିକ୍ଷାବୃତ୍ତି କରି ପେଟ ପୋଷୁଥିଲେ। ତାଙ୍କ ପୋଷାକୁକୁର ମଧ୍ୟ ସାଙ୍ଗରେ ବୁଲୁଥିଲା। ଜାନୁୟାରୀ ୨୫ରେ ବୃଦ୍ଧଙ୍କ ବିମିଳାଗଡ଼ ରେଳବାଇ କଲୋନୀ ନିକଟ ଏକ ଭଙ୍ଗାଘରେ ମୃତ୍ୟୁ ଘଟିଥିଲା। ମାତ୍ର ପୋଷାକୁକୁର ମୃତଦେହ ନିକଟରେ ଜଗି ରହିଥିଲା। କୁକୁର ଭୁକି ଭୁକି ସୂଚନା ଦେଉଥିଲେ ମଧ୍ୟ ଲୋକେ ଏହାକୁ ଗୁରୁତ୍ୱ ଦେଇ ନ ଥିଲେ। ପାଗଳ ବୋଲି ଭାବି କେହି ବୃଦ୍ଧ ପାଖକୁ ଯାଇ ନ ଥିଲେ। ତିନିଦିନ ପରେ ଦୁର୍ଗନ୍ଧ ଆସିବାରୁ ଲୋକେ ପୋଲିସକୁ ଖବର ଦେଇଥିଲେ। କୁକୁରଟି ମୃତଦେହ ନିକଟରେ ଶୋଇ ରହିଥିଲା। କେ. ବଲାଙ୍ଗ ଥାନା ଅଧିକାରୀ ବିକାଶ ରଞ୍ଜନ ସ୍ବାଇଁ ଘଟଣାସ୍ଥଳରେ ପହଞ୍ଚତ୍ ବୃଦ୍ଧ ମୃତ୍ୟୁବରଣ କରିଥିବା ଜାଣି ସତ୍କାର ବ୍ୟବସ୍ଥା କରିଥିଲେ। ବୃଦ୍ଧ ଅଚିହ୍ନା ହୋଇଥିବାରୁ କେହି ଆସି ନ ଥିଲେ। ଥାନା ଅଧିକାରୀ ସ୍ବାଇଁ କିଛି ବ୍ୟକ୍ତିଙ୍କୁ ଡାକି କାନ୍ଧରେ ମୃତଦେହ ବୋହି ସତ୍କାର ପାଇଁ ନେଇଥିଲେ। ହେଲେ ପାଖରେ ଶୋଇଥିବା ପୋଷାକୁକୁର ମଧ୍ୟ ସାଙ୍ଗରେ ଯାଇଥିଲା। ବୃଦ୍ଧଙ୍କ ମୃତଦେହ ପୋତି ଫେରିଆସିଥିଲେ ସମସ୍ତେ। ମାତ୍ର କୁକୁର ସମାଧି ପାଖରେ ଶୋଇ ଲୁହ ଗଡ଼ାଇଥିଲା। ଏ ସମ୍ପର୍କରେ ଥାନା ଅଧିକାରୀ ସ୍ବାଇଁଙ୍କୁ ପଚାରିବାରୁ ସେ କହିଲେ, ଘଟଣା ସତ। ସେତେବେଳେ ଘଟଣା ସମ୍ପର୍କରେ ଆମେ କାହାରିକୁ ଜଣାଇ ନ ଥିଲୁ। ନିଜର ବାହାଦୁରି ନେବାକୁ ଚାହୁଁ ନ ଥିଲୁ। ଏବେ କେହିଜଣେ ସେହି ପୁରୁଣା ଘଟଣାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ତେବେ ସେ କୁକୁର କୁଆଡ଼େ ଗଲା ପଚାରିବାରୁ ସେ କହିଥିଲେ, ଆମେ ଯେତେ ଘଉଡ଼ାଇବାକୁ ଚେଷ୍ଟା କଲୁ କୁକୁର ଗଲା ନାହିଁ। ସମାଧି ପାଖରେ ଶୋଇ ରହିଥିଲା। ତା’ ପରେ କୁଆଡ଼େ ଗଲା ଆମେ ଜାଣିନୁ।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ

ଶେରଗଡ଼/ପାଟପୁର,୮ା୪(ଡି.ଏନ୍‌.ଏ.)- ଶେରଗଡ ଅଞ୍ଚଳରେ ମଙ୍ଗଳବାର ରାତିରେ ବର୍ଷା ସହ ବଜ୍ରପାତ ହୋଇଛି। ବଜ୍ରାଘାତରେ ରାତି ପ୍ରାୟ ୯ଟା ରତନି ପାହାଡ଼ରେ ଥିବା ମନ୍ଦିରରେ ଜଣେ ଯୁବକଙ୍କ...

ମୃତ୍ୟୁ ପ୍ରମାଣପତ୍ର ଦେବାକୁ କିରାଣି ନେଉଥିଲେ ଲାଞ୍ଚ, ଧରିଲା ଭିଜିଲାନ୍ସ

ଭବାନୀପାଟଣା,୨୪ା୮(ସ୍ବ.ପ୍ର.): ଭିଜିଲାନ୍ସ ଜାଲରେ ସିଏଚ୍‌ସି କନିଷ୍ଠ କିରାଣି। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର କନିଷ୍ଠ କିରାଣି ଏମ୍‌ ଦିବ୍ୟଜ୍ୟୋତି ବୁଧବାର ଭିଜିଲାନ୍ସ ଜାଲରେ...

ନାବାଳିକାଙ୍କୁ ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଏସ୍‌ପି ଅଫିସ ଦ୍ୱାରସ୍ଥ ମା’-ବାପା

ଛତ୍ରପୁର,୨୧।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଆର୍ଯ୍ୟପଲି ମେରାଇନ ଥାନା ଅଞ୍ଚଳରେ ମେ ୨୦ ତାରିଖରେ ଜଣେ ନାବାଳିକାଙ୍କୁ ତାଙ୍କ ପଡୋଶୀ ବଳାତ୍କାର କରିଥିବା ନେଇ ପରିବାର ଲୋକେ...

ପାରାଦୀପ ବନ୍ଦରରେ ପୁଣି ଏକ ବୃହତ୍‌ ଜାହାଜ ଲାଗିଲା

ପାରାଦୀପ,୨୧ା୩(ସ୍ବ.ପ୍ର.): ପାରାଦୀପ ବନ୍ଦରରେ ରବିବାର ରାତିରେ ପୁଣି ଏକ ବୃହତ ଜାହାଜ ଏମ୍‌.ଭି ଲିଲା ଲିସବନ୍‌ ଲାଗିଛି। ଏଥିରେ ୧ ଲକ୍ଷ ୩୪ ହଜାର ୩୭୫...

ସାପକାମୁଡ଼ାରେ ମା’-ଝିଅଙ୍କ ଜୀବନ ଗଲା

କେନ୍ଦୁଝର,୯ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଥମୁନି ସର୍ପାଘାତ ଜନିତ ମୃତ୍ୟୁ। ବାଂଶପାଳ ବ୍ଲକ ଅନ୍ତର୍ଗତ ମୁରୁସୁଆଁ ଗ୍ରାମର ରୁଗୁଡି ସାହିରେ ସାପକାମୁଡ଼ାରେ ମା’ ଓ...

ସୁନିଆରେ ଆସିଲା ମାଟି

ଢେଙ୍କାନାଳ ଅଫିସ, ୩୧ା୮:  ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଲକ୍ଷ୍ମୀପୂଜା ପାଇଁ ରବିବାର ପବିତ୍ର ସୁନିଆରେ ମାଟି ଅନୁକୂଳ କରାଯାଇଛି। କରୋନା କଟକଣା ମଧ୍ୟରେ ବିଧିରକ୍ଷା ଲାଗି ବିଭିନ୍ନ...

ସାକି, ସୀତାଙ୍କ ନିଆରା ରଜ ଉତ୍ସବ

ପାରାଦୀପ,୧୪ା୬(ସ୍ବ.ପ୍ର.): ସାକି ପରିଡ଼ା ଓ ସୀତା ମୁର୍ମୁ। ସେମାନଙ୍କ ଏବେର ଠିକଣା ସନ୍ତୋଷୀ ଜରାଶ୍ରମ, ବାଲିଝରା, ଓ୍ବାର୍ଡ ନଂ.୫, ପାରାଦୀପ। ପୂର୍ବର ଠିକଣା ଜଣାନାହିଁ। ଉଭୟଙ୍କ...

କ୍ୟାଣ୍ଡେଲ, ମୋବାଇଲ ଆଲୁଅରେ ଚିକିତ୍ସା

ପୋଲସରା,୧୮।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅବ୍ୟବସ୍ଥା ମଧ୍ୟରେ ଚାଲିଛି। ରବିବାର ସନ୍ଧ୍ୟାରେ ବିଦ୍ୟୁତ୍‌ କାଟ ହୋଇଥିବା ବେଳେ କ୍ୟାଣ୍ଡେଲ ଓ ମୋବାଇଲ ଫୋନ୍‌ ଆଲୁଅରେ...

Advertisement
Archives

Model This Week