ଖୁବ୍‌ଶୀଘ୍ର ପେଟ୍‌-ସିଟିସ୍କାନ୍‌ ସେବା

କଟକ ଅଫିସ,୧୩।୧୦: ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ର ଲିନାକ୍‌ ବିଲ୍ଡିଂର ପ୍ରଥମ ମହଲାରେ ଖୁବ୍‌ଶୀଘ୍ର ସ୍ଥାପନ ହେବ ପେଟ୍‌ ସିଟିସ୍କାନ ମେଶିନ। ପବ୍ଲିକ-ପ୍ରାଇଭେଟ୍‌ ପାର୍ଟନରଶିପ୍‌ ପିପିପି ମୋଡ୍‌ରେ ଉକ୍ତ ମେଶିନ ଲଗାଯିବା ପାଇଁ ସ୍ଥିର ହୋଇଛି। ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ସରିଛି। ଭିତ୍ତିଭୂମି କାର୍ଯ୍ୟ ମଧ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ଏହି ମେଶିନ କାର୍ଯ୍ୟକ୍ଷମ ହେବାକୁ ଲକ୍ଷ୍ୟ ରଖାଯାଇଛି। ଏହାଦ୍ୱାରା ରୋଗୀଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯାଇପାରିବ ବୋଲି କର୍କଟ କେନ୍ଦ୍ରର ନିର୍ଦ୍ଦେଶକ ଡ. ଲଲାଟେନ୍ଦୁ ଷଡଙ୍ଗୀ କହିଛନ୍ତି। ଏବେ ପେଟ୍‌-ସିଟିସ୍କାନ କରିବା ପାଇଁ ରୋଗୀମାନେ ନିର୍ଦ୍ଦିଷ୍ଟ ଘରୋଇ ହସ୍ପିଟାଲ ଉପରେ ନିର୍ଭର କରୁଛନ୍ତି। ଏଥିପାଇଁ ସେମାନଙ୍କୁ ଥରକରେ ୨୦ରୁ ୨୫ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ମାତ୍ର ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଏହି ମେଶିନ କାର୍ଯ୍ୟକ୍ଷମ ହେଲେ ରୋଗୀଙ୍କୁ ଆଉ ଖର୍ଚ୍ଚ କରିବାକୁ ପଡିବ ନାହିଁ। ଏହି ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରିବା ପାଇଁ ଦାୟିତ୍ୱ ନେଇଥିବା କଲେଜଛକସ୍ଥିତ ଆଡ୍‌ ଆନେକ୍ସର ମାଲିକ ଚିନ୍ମୟ ବଳ କହିଛନ୍ତି, ୯ କୋଟି ଟଙ୍କା ବ୍ୟୟରେ ଏହି ମେଶିନକୁ ଆମେ ଜର୍ମାନୀସ୍ଥିତ ସିମେନ୍ସ କମ୍ପାନୀରୁ ମଗାଇଛୁ । ହେଲେ ସରକାରୀ କଟକଣା ଯୋଗୁ ମେଶିନ ଆସିବାରେ ବିଳମ୍ବ ହେଉଛି। ଏହି ମେଶିନ ଆଣିବା ଓ ଲଗାଇବା ପାଇଁ ଭାରତର ଆଟମିକ୍‌ ଏନର୍ଜି ରେଗୁଲେଟୋରି ବୋର୍ଡର ଅନୁମତି ଅବଶ୍ୟକ। ଏହି ଚିକିତ୍ସା ବେଳେ ଆବଶ୍ୟକ ହେଉଥିବା ରୋଗୀଙ୍କ ଔଷଧ ପାଇଁ ମଧ୍ୟ ଉକ୍ତ ବୋର୍ଡର ଅନୁମତି ଆବଶ୍ୟକ। ତେବେ କମ୍ପାନୀର ୩ ବର୍ଷର ଅଭିଜ୍ଞତା ଥିବାରୁ ଆମେ ଉଚିତ ସେବା ଯୋଗାଇ ପାରିବୁ। ଏହାଦ୍ୱାରା ରୋଗୀ ମାଗଣାରେ ଚିକିତ୍ସିତ ହେବେ। ଏଥିପାଇଁ ସରକାର ପ୍ରତ୍ୟେକ ରୋଗୀ ପିଛା ୬୭୦୦ ଟଙ୍କା କମ୍ପାନୀକୁ ପଇଠ କରିବେ ବୋଲି ସେ କହିଛନ୍ତି।
କିଛିଦିନ ପୂର୍ବରୁ କର୍କଟ କେନ୍ଦ୍ରରେ ଆରମ୍ଭ ହୋଇଛି ନିଃଶୁଳ୍କ ଏମ୍‌ଆରଆଇ ଓ ସିଟିସ୍କାନ ପରୀକ୍ଷା। ଲିନାକ୍‌ କୋଠାର ଦ୍ୱିତୀୟ ମହଲାରେ ଉକ୍ତ ମେଶିନ ସ୍ଥାପନ କରାଯାଇଛି। ୧୦ ହଜାର ବର୍ଗଫୁଟରେ ଲିନାକ୍‌ ବିଲ୍ଡିଂ ନିର୍ମାଣ କରାଯାଇ ଏହି ସ୍ବତନ୍ତ୍ର ୟୁନିଟ୍‌ ଖୋଲାଯାଇଛି। ପିପିପି ମୋଡ୍‌ରେ ଏହି ବ୍ୟବସ୍ଥା କରାଯାଇଛି। କର୍କଟ ରୋଗର ନିରାକରଣ ପାଇଁ ଏମ୍‌ଆରଆଇ ଓ ସିଟିସ୍କାନ ମେଶିନର ଆବଶ୍ୟକତା ଥିବା ହସ୍ପିଟାଲ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ଜଣାଇଥିଲେ। ଏବେ ପେଟ୍‌-ସିଟିସ୍କାନ ହେଲେ କର୍କଟ କେନ୍ଦ୍ରରେ ରୋଗୀ ସେବା ଆହୁରି ସହଜ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଗାଙ୍ଗପୁର ଥାନା କୁଲାଙ୍ଗି ଗାଁରେ ବୃଦ୍ଧଙ୍କୁ ହତ୍ୟା: ପିଟିପିଟି ମାରିଦେଲେ…

ବେଲଗୁଣ୍ଠା, ୨୨।୮: ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅନ୍ତର୍ଗତ କୁଲାଙ୍ଗି ଗାଁରେ ଜଣେ ବୃଦ୍ଧଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଗ୍ରାମର ଅଙ୍ଗନଓ୍ୱାଡି କେନ୍ଦ୍ର…

ଏକକାଳୀନ ଫାଟିଲା ଅନେକ ସ୍ମାର୍ଟ ମିଟର, ଦୁଇ ଶିଶୁଙ୍କ ସହ ଜଳିଗଲେ ୪ ଜଣ

ସୁଲତାନପୁର,୨୨।୮: ଉତ୍ତର ପ୍ରଦେଶ ସୁଲତାନପୁରର ଆବାସ ବିକାଶ କଲୋନୀର ପାଣି ଟାଙ୍କି ନିକଟରେ, ସାତଟି ପୃଥକ ଘରେ ସ୍ଥାପିତ ସ୍ମାର୍ଟ ମିଟର, ଏକାସଙ୍ଗେ ବିସ୍ଫୋରଣ ହେବାରୁ ଗୋଟିଏ…

ସ୍କୁଲ ନା ଗୋଦାମ ଘର, ନିଜ ଖର୍ଚ୍ଚରେ ଜେନେରେଟର ଚଳାଉଛନ୍ତି ଶିକ୍ଷକ: ଶ୍ରେଣୀକୋଠରି ଅଭାବରୁ ୧୮୩ ଛାତ୍ରୀଛାତ୍ର

ଜମନକିରା, ୨୨।୮ (ରବିନ୍ଦ୍ର ପ୍ରସାଦ ଦାନୀ): ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାର ଉନ୍ନତିକରଣ ତଥା ବିଦ୍ୟାଳୟ ରୂପାନ୍ତରଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ…

ବିଜୟ ସରକାର ଏହି ପିଲାମାନଙ୍କୁ ଦେବେ ବଡ଼ ଉପହାର; ଅଳଙ୍କାର ବ୍ୟବସାୟୀମାନଙ୍କୁ ଦିଆଯାଇଛି ଅର୍ଡର

ଚେନ୍ନାଇ,୨୨।୮: ମୁଖ୍ୟମନ୍ତ୍ରୀ ବିଜୟ ତାମିଲନାଡୁ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି। ସେ ନବଜାତ ଶିଶୁଙ୍କ ପାଇଁ ‘ଥାଇମାମାନ ସୁନା ମୁଦି ଯୋଜନା’ ଆରମ୍ଭ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ…

ପାଖେଇଲାଣି କଳିଯୁଗର ଅନ୍ତ: ଆକାଶରେ ଦିଶିବ ୨ଟି ସୂର୍ଯ୍ୟ, ଦ୍ୱିପ୍ରହରରେ ଦେଖାଯିବ ତାରା! ଡରାଇଲା ସଙ୍କେତ…

କଳିଯୁଗରେ ଅଧର୍ମର ଶେଷ ଏବଂ କଲ୍କି ଅବତାରର ସମୟ କ’ଣ ପାଖେଇ ଆସିଲାଣି? ବାସ୍ତବରେ, ‘କାଳଜ୍ଞାନମ୍’ ନାମକ ଏକ ରହସ୍ୟମୟ ଗ୍ରନ୍ଥରେ କଳିଯୁଗର ଶେଷ ସହିତ ଜଡ଼ିତ…

ସାପକାମୁଡ଼ାରେ ଗଲା କକା-ପୁତୁରାଙ୍କ ଜୀବନ: ଶ୍ରମିକ ଗୁରୁତର

ଖଡ଼ିଆଳ, ୨୨।୮ (ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ସିନାପାଲି ଥାନା ଅଞ୍ଚଳରେ ସାପକାମୁଡ଼ାରେ କକା-ପୁତୁରାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଶ୍ରମିକ ଗୁରୁତର ହୋଇଥିବା…

‘ବନ୍ଦେ ମାତରମ୍‌’କୁ ନେଇ ଏମିତି କହିଲେ ଧର୍ମେନ୍ଦ୍ର, ଉଠିଲାଣି ରାଜନୈତିକ ଝଡ଼

ନୂଆଦିଲ୍ଲୀ,୨୨।୮: ବନ୍ଦେ ମାତରମ ଉପରେ କଂଗ୍ରେସ କାର୍ଯ୍ୟକାରିଣୀ (CWC) ପ୍ରସ୍ତାବ ଉପରେ ପ୍ରତିକ୍ରିୟା ଦେଇ, ଭାଜପା ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଶନିବାର (୨୨ ଅଗଷ୍ଟ) ଓଡ଼ିଶାର ତାଳଚେରରେ…

ମହଙ୍ଗା ପଡ଼ିବ ସରକାରୀ ଜମି ଜବରଦଖଲ: ପୁଣି କବ୍‌ଜା କଲା ବିଡିଏ

ଭୁବନେଶ୍ୱର,୨୨ା୮(ରବିନାରାୟଣ ଜେନା):ଶଙ୍କରପୁର ମୌଜାରେ ସରକାରୀ ଜମି ଜବରଦଖଲ କରିବା ଏବଂ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ର ପାଚେରି ଭାଙ୍ଗିବା ଜଣେ ଜବରଦଖଲକାରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେବ। ଏନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri