ଆନ୍ଧ୍ରରେ ନିର୍ଯାତିତ ହୋଇ ଲୁଚି ଚାଲି ଆସିଲେ ୨ଶ୍ରମିକ

ମାଲକାନଗିରି, ୧୮ା୪ (ଡି.ଏନ୍‌.ଏ.): କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା ମାଲକାନଗିରି ଜିଲାରେ କାର୍ଯ୍ୟକାରୀ ହେଉଛି। ହେଲେ କେତେ ଜଣ ଠିକାଦାର, ଯନ୍ତ୍ରୀ ଅଳ୍ପ ସମୟରେ କାର୍ଯ୍ୟ ଶେଷକରିବା ଲାଗି କମ୍‌ସଂଖ୍ୟକ ଶ୍ରମିକଙ୍କୁ ନେଇ ରାତିଦିନ ମେଶିନ ବ୍ୟବହାର କରୁଥିବା ଦେଖାଯାଉଛି। ଫଳରେ ଅଧିକାଂଶ ଶ୍ରମିକ ଏଠାରେ କାମ ନ ପାଇ ଜିଲାର ବିଭିନ୍ନ ସ୍ଥାନରୁ ଦାଦନ ଖଟିବାକୁ ଆନ୍ଧ୍ର ପ୍ରଦେଶ ଯାଉଛନ୍ତି। ମାତ୍ର ସେଠାରେ ଅଳ୍ପ କିଛି ଦିନ କାମ କରିବା ପରେ ନିର୍ଯାତନାର ଶିକାର ହେଉଛନ୍ତି। ଏପରିକି ସେମାନଙ୍କୁ ଆନ୍ଧ୍ରରୁ ମାଡ଼ ଖାଇ ଲୁଚି ନିଜ ଭିଟାମାଟିକୁ ଖାଲି ହାତରେ ଫେରିବାକୁ ପଡିଛି।
ଖବରରୁ ଜଣାପଡିଛି, ମାଲକାନଗିରି ପଡ଼ିଆ ବ୍ଳକ ନିଲିଗୁଡା ଗ୍ରାମର ଜଗା ପଡିଆମି, ଇର୍ମା ମାଡି, ଗଙ୍ଗା କରାମୀ, ଉଙ୍ଗା ମାଡି ଓ ଇର୍‌ମା ବାଞ୍ଜାମୀଙ୍କୁ ତେଲଙ୍ଗାନା ଭଦ୍ରାଚଳମର ରାବମା ଓ ବାବନା ନାମକ ଦୁଇଜଣ ଠିକାଦାର ଆନ୍ଧ୍ରର କାଡପା ଜିଲାର ଗାଦବାଲଠାରେ ଶ୍ରମିକ ଭାବେ କାମ କଲେ ମାସିକ ୧୨ ହଜାର ଟଙ୍କା ମିଳିବ ବୋଲି କହି ସେମାନଙ୍କୁ ନେଇଥିଲେ। ଗାଦବାଲର ଜଣେ ମାଛ ବ୍ୟବସାୟୀଙ୍କ ନିକଟରେ ସେମାନଙ୍କୁ ରାବମା ଓ ବାବନା ଛାଡିଥିଲେ। ମାଛ ବ୍ୟବସାୟୀ ଜଣକ ସେଠାକାର ଏକ ପୋଖରୀରୁ ମାଛ ଧରିବା ଓ ଅନ୍ୟାନ୍ୟ କାର୍ଯ୍ୟରେ ସେହି ଶ୍ରମିକଙ୍କୁ ନିୟୋଜିତ କରିଥିଲେ। ସେମାନଙ୍କୁ ମଜୁରି ନ ଦେଇ କେବଳ ଖାଇବାକୁ ଦେଇ ରଖିଥିଲେ। ଟଙ୍କା ମାଗିଲେ ଘରକୁ ଯିବାସମୟରେ ହିସାବ କରି ଦେବି ବୋଲି କହି ଏଡ଼ାଇ ଯାଉଥିଲେ। ବର୍ତ୍ତମାନ କେନ୍ଦୁପତ୍ର ଓ ମହୁଲ ଫୁଲ ସଂଗ୍ରହ କରିବାର ସମୟ ହୋଇଥିବାରୁ ସେମାନେ ଗାଁକୁ ଯିବାକୁ କହୁଥିଲେ ମଧ୍ୟ ମାଛ ବ୍ୟବସାୟୀ ସେମାନଙ୍କୁ ଛାଡୁ ନ ଥିଲେ। ଫଳରେ ୫ଜଣ ଶ୍ରମିକଙ୍କ ମଧ୍ୟରୁ ଉଙ୍ଗା ମାଡି ଓ ଇରମା ବାଞ୍ଜାମି ଗୁରୁବାର ରାତିରେ ଲୁଚି ଗାଦବାଲରୁ ବିଜୟଓ୍ବାଡା ପର୍ଯ୍ୟନ୍ତ ଚାଲିଚାଲି ଆସିଥିଲେ। ପରେ ସେଠାରୁ ଜଣଙ୍କ ସହାୟତାରେ ଉଭୟେ ବସ୍‌ ଯୋଗେ ଛତିଶଗଡ଼ର ସୁକ୍‌ମା ଜିଲାର ଦର୍ନାପାଲ ଆସି ସେଠାରୁ ନିଜ ଗ୍ରାମକୁ ଶନିବାର ଆସିଥିଲେ। ଘଟଣା ସମ୍ପର୍କରେ ସେମାନେ ଗ୍ରାମବାସୀଙ୍କୁ କହିବା ପରେ ଆନ୍ଧ୍ରରେ ରହିଯାଇଥିବା ୩ ଶ୍ରମିକଙ୍କୁ ଫେରାଇ ଆଣିବା ଏବଂ ସେମାନଙ୍କ ପ୍ରାପ୍ୟ ପ୍ରଦାନ ଦିଗରେ ପଦକ୍ଷେପ ନେବାକୁ ପରିବାର ଲୋକେ ଶ୍ରମ ଶ୍ରମ ବିଭାଗର ଦ୍ୱାରସ୍ଥ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଭେନ୍ସା ବିଶ୍ବବିଦ୍ୟାଳୟ ବିବାଦ; ସମୂହ ଛୁଟିରେ ଗଲେ ଅଧ୍ୟାପକ

କଟକ,୨୮।୮(ପ୍ରଭୁକଲ୍ୟାଣ ପାଲ): ସମୁହ ଛୁଟିରେ ଗଲେ ରେଭେନ୍ସା ଅଧ୍ୟାପିକା ଓ ଅଧ୍ୟାପକ । ଏହାସହ କୁଳପତିଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଛନ୍ତି । ରେଭେନ୍ସା ୟୁନିଭରସିଟି ଟିଚର୍ସ…

କ’ଣ ରାକ୍ଷୀରେ ଭାଇଙ୍କ ଠାରୁ ମିଳୁଥିବା ଟଙ୍କାରୁ ସରକାର ନିଅନ୍ତି ଟ୍ୟାକ୍ସ? ଜାଣନ୍ତୁ କେତେ ଟଙ୍କା ନେଲେ…

ନୂଆଦିଲ୍ଲୀ,୨୮।୮: ରକ୍ଷାବନ୍ଧନ ପର୍ୱ ଭାଇ-ଭଉଣୀଙ୍କ ପବିତ୍ର ସ୍ନେହ ଓ ପ୍ରେମର ପ୍ରତୀକ। ଏହି ଦିନ ଭଉଣୀମାନେ ଭାଇଙ୍କ ହାତରେ ରାଖି ବାନ୍ଧିଥାନ୍ତି ଏବଂ ବଦଳରେ ଭାଇ ସେମାନଙ୍କୁ…

ଥରିଲା ଚାଇନା: ଭୟରେ ଲୋକେ ଦୌଡ଼ିଲେ

ବେଜିଂ,୨୮।୭: ଦକ୍ଷିଣ-ପଶ୍ଚିମ ଚାଇନାର ସିଚୁଆନ ପ୍ରଦେଶରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି। ଚାଇନା ଭୂକମ୍ପ ନେଟୱାର୍କସ ସେଣ୍ଟର (CENC) ଅନୁଯାୟୀ, ଲଙ୍ଗଚାଙ୍ଗ ସହରରେ ୫.୧ ତୀବ୍ରତାର ଭୂକମ୍ପ…

ଖାତାକୁ ଗଲା ସୁଭଦ୍ରା ଟଙ୍କା, ତୁରନ୍ତ ଚେକ୍‌ କରନ୍ତୁ ଆକାଉଣ୍ଟ

ନୟାଗଡ଼,୨୮ା୮(ଲୋକନାଥ ମିଶ୍ର): ନୟାଗଡ଼ ଜିଲାର ଲାଠିପଡ଼ାରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପହଞ୍ଚି ଗହ୍ମାପୂର୍ଣ୍ଣିମା ଅବସରରେ ୫ମ କିସ୍ତି ସୁଭଦ୍ରା ଅନୁଦାନ ପ୍ରଦାନ କରିଛନ୍ତି। ଆଜିର…

ମୋହନ ଭାଗବତଙ୍କ ଭିଜା ରଦ୍ଦ ପାଇଁ ୟୁଏସ୍‌ସିଆଇଆର୍‌ଏଫ୍‌ର ଦାବି

ଓ୍ବାଶିଂଟନ,୨୮।୮(ପି.ଟି.): ନ୍ୟୁୟର୍କକୁ ୩ ଦିନିଆ ଗସ୍ତରେ ଯାଇଥିବା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତଙ୍କ ଭିଜା ରଦ୍ଦ କରିବାକୁ ଆମେରିକାର ଅନ୍ତର୍ଜାତୀୟ ଧର୍ମୀୟ ସ୍ବାଧୀନତା…

ଆଖଡ଼ାଶାଳୀ ସ୍ଲୁଇସ୍‌ କ୍ରୀକ୍‌ ୬ ପଞ୍ଚାୟତର ଚାଷୀଙ୍କ ଭାତହାଣ୍ଡି, ବିଧାୟକ କହିଲେ ଏଠାରେ ଖୁବ୍‌ଶୀଘ୍ର ହେବ…

ମହାକାଳପଡ଼ା,୨୮ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ମଙ୍ଗଳପୁର ପଞ୍ଚାୟତ ବନ୍ଧପଡ଼ା ଗ୍ରାମ ଲକ୍ଷ୍ମୀ ନାରାୟଣ ମନ୍ଦିର ପରିସରରେ ଗୁରୁବାର ବଳଦେବଜୀଉଙ୍କ ଜନ୍ମଦିବସ ଅବସରରେ ଚଷା…

ସେପ୍ଟେମ୍ବର ୧ରୁ ଲାଗୁ ହେବ ନୂଆ ନିୟମ: ଗ୍ରାହକଙ୍କ ସୁବିଧା ପାଇଁ …

ଚେନ୍ନାଇ,୨୮।୮: ତାମିଲନାଡୁରେ ମଦର ଖୁଚୁରା ବିକ୍ରି ଉପରେ ସରକାରୀ ଏକାଧିକାର ରଖୁଥିବା ସଂସ୍ଥା TASMAC ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ…

ଗ୍ରହଙ୍କ ବଡ଼ ସଂଯୋଗ: ଏହି ୫ ରାଶିଙ୍କୁ ମିଳିବ ଧନଠାରୁ କ୍ୟାରିୟର ପର୍ଯ୍ୟନ୍ତ ଲାଭ

୨୮ ଅଗଷ୍ଟ ୨୦୨୬ ଦିନଟି ପଞ୍ଜିକା ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଖାସ ବୋଲି କୁହାଯାଉଛି। ଏହି ଦିନ ଶ୍ରାବଣ ମାସ ଶୁକ୍ଳ ପକ୍ଷର ପୂର୍ଣ୍ଣିମା ତିଥି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri