ଆନ୍ଧ୍ରରେ ନିର୍ଯାତିତ ହୋଇ ଲୁଚି ଚାଲି ଆସିଲେ ୨ଶ୍ରମିକ

ମାଲକାନଗିରି, ୧୮ା୪ (ଡି.ଏନ୍‌.ଏ.): କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା ମାଲକାନଗିରି ଜିଲାରେ କାର୍ଯ୍ୟକାରୀ ହେଉଛି। ହେଲେ କେତେ ଜଣ ଠିକାଦାର, ଯନ୍ତ୍ରୀ ଅଳ୍ପ ସମୟରେ କାର୍ଯ୍ୟ ଶେଷକରିବା ଲାଗି କମ୍‌ସଂଖ୍ୟକ ଶ୍ରମିକଙ୍କୁ ନେଇ ରାତିଦିନ ମେଶିନ ବ୍ୟବହାର କରୁଥିବା ଦେଖାଯାଉଛି। ଫଳରେ ଅଧିକାଂଶ ଶ୍ରମିକ ଏଠାରେ କାମ ନ ପାଇ ଜିଲାର ବିଭିନ୍ନ ସ୍ଥାନରୁ ଦାଦନ ଖଟିବାକୁ ଆନ୍ଧ୍ର ପ୍ରଦେଶ ଯାଉଛନ୍ତି। ମାତ୍ର ସେଠାରେ ଅଳ୍ପ କିଛି ଦିନ କାମ କରିବା ପରେ ନିର୍ଯାତନାର ଶିକାର ହେଉଛନ୍ତି। ଏପରିକି ସେମାନଙ୍କୁ ଆନ୍ଧ୍ରରୁ ମାଡ଼ ଖାଇ ଲୁଚି ନିଜ ଭିଟାମାଟିକୁ ଖାଲି ହାତରେ ଫେରିବାକୁ ପଡିଛି।
ଖବରରୁ ଜଣାପଡିଛି, ମାଲକାନଗିରି ପଡ଼ିଆ ବ୍ଳକ ନିଲିଗୁଡା ଗ୍ରାମର ଜଗା ପଡିଆମି, ଇର୍ମା ମାଡି, ଗଙ୍ଗା କରାମୀ, ଉଙ୍ଗା ମାଡି ଓ ଇର୍‌ମା ବାଞ୍ଜାମୀଙ୍କୁ ତେଲଙ୍ଗାନା ଭଦ୍ରାଚଳମର ରାବମା ଓ ବାବନା ନାମକ ଦୁଇଜଣ ଠିକାଦାର ଆନ୍ଧ୍ରର କାଡପା ଜିଲାର ଗାଦବାଲଠାରେ ଶ୍ରମିକ ଭାବେ କାମ କଲେ ମାସିକ ୧୨ ହଜାର ଟଙ୍କା ମିଳିବ ବୋଲି କହି ସେମାନଙ୍କୁ ନେଇଥିଲେ। ଗାଦବାଲର ଜଣେ ମାଛ ବ୍ୟବସାୟୀଙ୍କ ନିକଟରେ ସେମାନଙ୍କୁ ରାବମା ଓ ବାବନା ଛାଡିଥିଲେ। ମାଛ ବ୍ୟବସାୟୀ ଜଣକ ସେଠାକାର ଏକ ପୋଖରୀରୁ ମାଛ ଧରିବା ଓ ଅନ୍ୟାନ୍ୟ କାର୍ଯ୍ୟରେ ସେହି ଶ୍ରମିକଙ୍କୁ ନିୟୋଜିତ କରିଥିଲେ। ସେମାନଙ୍କୁ ମଜୁରି ନ ଦେଇ କେବଳ ଖାଇବାକୁ ଦେଇ ରଖିଥିଲେ। ଟଙ୍କା ମାଗିଲେ ଘରକୁ ଯିବାସମୟରେ ହିସାବ କରି ଦେବି ବୋଲି କହି ଏଡ଼ାଇ ଯାଉଥିଲେ। ବର୍ତ୍ତମାନ କେନ୍ଦୁପତ୍ର ଓ ମହୁଲ ଫୁଲ ସଂଗ୍ରହ କରିବାର ସମୟ ହୋଇଥିବାରୁ ସେମାନେ ଗାଁକୁ ଯିବାକୁ କହୁଥିଲେ ମଧ୍ୟ ମାଛ ବ୍ୟବସାୟୀ ସେମାନଙ୍କୁ ଛାଡୁ ନ ଥିଲେ। ଫଳରେ ୫ଜଣ ଶ୍ରମିକଙ୍କ ମଧ୍ୟରୁ ଉଙ୍ଗା ମାଡି ଓ ଇରମା ବାଞ୍ଜାମି ଗୁରୁବାର ରାତିରେ ଲୁଚି ଗାଦବାଲରୁ ବିଜୟଓ୍ବାଡା ପର୍ଯ୍ୟନ୍ତ ଚାଲିଚାଲି ଆସିଥିଲେ। ପରେ ସେଠାରୁ ଜଣଙ୍କ ସହାୟତାରେ ଉଭୟେ ବସ୍‌ ଯୋଗେ ଛତିଶଗଡ଼ର ସୁକ୍‌ମା ଜିଲାର ଦର୍ନାପାଲ ଆସି ସେଠାରୁ ନିଜ ଗ୍ରାମକୁ ଶନିବାର ଆସିଥିଲେ। ଘଟଣା ସମ୍ପର୍କରେ ସେମାନେ ଗ୍ରାମବାସୀଙ୍କୁ କହିବା ପରେ ଆନ୍ଧ୍ରରେ ରହିଯାଇଥିବା ୩ ଶ୍ରମିକଙ୍କୁ ଫେରାଇ ଆଣିବା ଏବଂ ସେମାନଙ୍କ ପ୍ରାପ୍ୟ ପ୍ରଦାନ ଦିଗରେ ପଦକ୍ଷେପ ନେବାକୁ ପରିବାର ଲୋକେ ଶ୍ରମ ଶ୍ରମ ବିଭାଗର ଦ୍ୱାରସ୍ଥ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri