ସ୍ଥାୟୀ ନିଯୁକ୍ତି ଦିଅନ୍ତୁ ରାଜ୍ୟ ସରକାର

ଭୁବନେଶ୍ୱର,୨୧।୨(ବ୍ୟୁରୋ):୧୦ଦଫା ଦାବି ନେଇ ବିଜୁ ଶ୍ରମିକ ସାମ୍ମୁଖ୍ୟ ସହବନ୍ଧିତ ଅଲ୍‌ ଓଡ଼ିଶା ଗ୍ରାମ ପଞ୍ଚାୟତ ଲେଭଲ୍‌ ଫେଡେରେଶନ(ଜିପିଏଲ୍‌ଏଫ୍‌) ମିଶନଶକ୍ତି କର୍ମୀ ସାମ୍ମୁଖ୍ୟ ପକ୍ଷରୁ ସୋମବାର ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ମହାସମାବେଶ ଅନୁଷ୍ଠିତ ହୋଇଥିଲା। ଏଥିରେ ପଞ୍ଚାୟତ ସ୍ତରରେ କାର୍ଯ୍ୟରତ ଓଡିଶା ଲାଇଭ୍‌ଲି ହୁଡ୍‌ ମିଶନ ଅନ୍ତର୍ଗତ ଏମ୍‌ବିକେ, ସିଆର୍‌ପି, କୃଷି ମିତ୍ର, ପ୍ରାଣୀ ମିତ୍ର, ବ୍ୟାଙ୍କ୍‌ ମିତ୍ର, ଏଲଏସ୍‌ପିରେ କାର୍ଯ୍ୟରତ ୩୦ ହଜାରରୁ ଊର୍ଦ୍ଧ୍ୱ କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ ଯୋଗ ଦେଇଥିଲେ। ସମସ୍ତ କମ୍ୟୁନିଟି ଷ୍ଟାଫ୍‌ଙ୍କୁ ସ୍ଥାୟୀ ନିଯୁକ୍ତି, ପରିଚୟପତ୍ର ପ୍ରଦାନ, ପାରିଶ୍ରମିକ ଓ ଗସ୍ତ ଖର୍ଚ୍ଚ ବୃଦ୍ଧି, ଶତପ୍ରତିଶତ ପାରିଶ୍ରମିକ, ଡ୍ରେସ୍‌କୋଡ୍‌ ଓ ମୋବାଇଲ୍‌ ଫୋନ୍‌ ରାଶି ପ୍ରଦାନ, ଇସ୍‌ଆଇ ସୁବିଧା, ବୋନସ ରାଶି ପାଇବାର ବନ୍ଦୋବସ୍ତ, ଅନ୍‌ଲାଇନ୍‌ ଏଣ୍ଟ୍ରି ପାଇଁ ସମସ୍ତ ଷ୍ଟାଫ୍‌ଙ୍କୁ ଉପଯୁକ୍ତ ତାଲିମ ସହ ଆର୍ଥିକ ରାଶି ପ୍ରଦାନ, ଏସ୍‌ଏଚ୍‌ଜିକୁ ଋଣ ପାଇଁ ୫୦ ଲକ୍ଷ ଟଙ୍କାର ଗୋଷ୍ଠୀ ବିନିଯୋଗ ପାଣ୍ଠିର ବ୍ୟବସ୍ଥା, ଇଏସ୍‌ଆଇ ସୁବିଧା ଏବଂ ମିଶନ ଶକ୍ତିରେ ବାହାରୁଥିବା ପଦବୀଗୁଡ଼ିକୁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ପ୍ରଦାନ ଆଦି ୧୦ ଦଫା ଦାବି ଉପସ୍ଥାପନ କରାଯାଇଥିଲା। ସାମ୍ମୁଖ୍ୟ ସଭାନେତ୍ରୀ ନିରୁପମା ନାୟକଙ୍କ ଅଧ୍ୟକ୍ଷତାରେ ଏହି ସମାବେଶରେ ଫେଡେରେଶନର ଚେୟାରମ୍ୟାନ ତଥା ବିଜୁ ଶ୍ରମିକ ସାମ୍ମୁଖ୍ୟ ମହାସଚିବ ସୁବାସ ସିଂହ, ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ। କେନ୍ଦ୍ର ସରକାର ପ୍ରତିବର୍ଷ ବ୍ୟୟବରାଦ କମାଇବା ସହ ଏହି କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ଙ୍କୁ ସରକାରୀ ମାନ୍ୟତା ପ୍ରଦାନ ନ କରିବା, ସର୍ବନିମ୍ନ ମଜୁରି ନିର୍ଦ୍ଧାରଣ ନ କରିବା ଏବଂ ସାମାଜିକ ସୁରକ୍ଷାର ବଳୟ ଭିତରକୁ ନ ଆଣି ଯୋଜନାଗୁଡ଼ିକୁ ବନ୍ଦ କରିବାକୁ ଲାଗିପଡିଛନ୍ତି। ରାଜ୍ୟ ସରକାର ଏହି ଯୋଜନାକୁ ମିଶନ ଶକ୍ତିରେ ସାମିଲ କରି ସମସ୍ତ ଶ୍ରମିକଙ୍କୁ ମାନ୍ୟତା ପ୍ରଦାନ ସହ ସାମାଜିକ ନିରାପତ୍ତାର ବଳୟ ଭିତରକୁ ଆଣିବା ପାଇଁ ସେମାନେ ଦାବି କରିଥିଲେ।
ରାଜ୍ୟ ସମ୍ପାଦିକା ସନ୍ତୋଷୀ ଦାସଙ୍କ ସମେତ ଏକ ୧୦ ଜଣିଆ ପ୍ରତିନିଧି ଦଳ ମିଶନଶକ୍ତିର ସଚିବ ସୁଜାତା କାର୍ତ୍ତିକେୟନ ଓ ଅନ୍ୟ ଅଧିକାରୀଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିଥିଲେ। ଏହି ବୈଠକରେ ୬ଟି କ୍ୟାଡର୍‌ର ଭତ୍ତା ଶତପ୍ରତିଶତ ରାଜ୍ୟ ସରକାର ବହନ କରିବା ପାଇଁ ଅନୁରୋଧ କରାଯାଇଥିଲା। ଭତ୍ତା ବୃଦ୍ଧି ସମ୍ପର୍କରେ ଅନ୍ୟାନ୍ୟ ରାଜ୍ୟର ସ୍ଥିତିକୁ ଅନୁଧ୍ୟାନ କରି ନିର୍ଦ୍ଧାରଣ କରିବା ଓ ମାସିକ ଭତ୍ତା ବ୍ୟାଙ୍କ ଜରିଆରେ ପ୍ରଦାନ ପ୍ରସ୍ତାବକୁ ବିଚାର କରିବା ପାଇଁ କୁହାଯାଇଛି। ଏସ୍‌ଏଚ୍‌ଜିକୁ କ୍ଷୁଦ୍ର ଉଦ୍ୟୋଗରେ ପରିଣତ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବାରୁ ଏକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଥିବା ୬ଟି କ୍ୟାଡରଙ୍କୁ ଋଣ ଜରିଆରେ ସ୍କୁଟି ଯୋଗାଇଦେବା ପାଇଁ ସ୍ଥିର କରାଯାଇଛି। ମହିଳାଙ୍କୁ ଚିକିତ୍ସା ଓ ପ୍ରସୂତିକାଳୀନ ଛୁଟି ପ୍ରଦାନ କରିବା ପାଇଁ ନିଷ୍ପତ୍ତି ହୋଇଛି। ଗସ୍ତଖର୍ଚ୍ଚ ବୃଦ୍ଧି କରିବା ଓ ସ୍ମାର୍ଟକାର୍ଡ ଏବଂ ବୋନସ ରାଶି ପ୍ରଦାନ ନେଇ କୌଣସି ନିଷ୍କର୍ଷ ବାହାରିନାହିଁ। ସେହିପରି ବ୍ୟାଙ୍କ ମିତ୍ରଙ୍କୁ ଲାପ୍‌ଟପ୍‌, ଏଲ୍‌ଏସ୍‌ପିଙ୍କୁ ମୋବାଇଲ ସହାୟତା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୩।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri