ସ୍ଥାୟୀ ନିଯୁକ୍ତି ଦିଅନ୍ତୁ ରାଜ୍ୟ ସରକାର

ଭୁବନେଶ୍ୱର,୨୧।୨(ବ୍ୟୁରୋ):୧୦ଦଫା ଦାବି ନେଇ ବିଜୁ ଶ୍ରମିକ ସାମ୍ମୁଖ୍ୟ ସହବନ୍ଧିତ ଅଲ୍‌ ଓଡ଼ିଶା ଗ୍ରାମ ପଞ୍ଚାୟତ ଲେଭଲ୍‌ ଫେଡେରେଶନ(ଜିପିଏଲ୍‌ଏଫ୍‌) ମିଶନଶକ୍ତି କର୍ମୀ ସାମ୍ମୁଖ୍ୟ ପକ୍ଷରୁ ସୋମବାର ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ମହାସମାବେଶ ଅନୁଷ୍ଠିତ ହୋଇଥିଲା। ଏଥିରେ ପଞ୍ଚାୟତ ସ୍ତରରେ କାର୍ଯ୍ୟରତ ଓଡିଶା ଲାଇଭ୍‌ଲି ହୁଡ୍‌ ମିଶନ ଅନ୍ତର୍ଗତ ଏମ୍‌ବିକେ, ସିଆର୍‌ପି, କୃଷି ମିତ୍ର, ପ୍ରାଣୀ ମିତ୍ର, ବ୍ୟାଙ୍କ୍‌ ମିତ୍ର, ଏଲଏସ୍‌ପିରେ କାର୍ଯ୍ୟରତ ୩୦ ହଜାରରୁ ଊର୍ଦ୍ଧ୍ୱ କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ ଯୋଗ ଦେଇଥିଲେ। ସମସ୍ତ କମ୍ୟୁନିଟି ଷ୍ଟାଫ୍‌ଙ୍କୁ ସ୍ଥାୟୀ ନିଯୁକ୍ତି, ପରିଚୟପତ୍ର ପ୍ରଦାନ, ପାରିଶ୍ରମିକ ଓ ଗସ୍ତ ଖର୍ଚ୍ଚ ବୃଦ୍ଧି, ଶତପ୍ରତିଶତ ପାରିଶ୍ରମିକ, ଡ୍ରେସ୍‌କୋଡ୍‌ ଓ ମୋବାଇଲ୍‌ ଫୋନ୍‌ ରାଶି ପ୍ରଦାନ, ଇସ୍‌ଆଇ ସୁବିଧା, ବୋନସ ରାଶି ପାଇବାର ବନ୍ଦୋବସ୍ତ, ଅନ୍‌ଲାଇନ୍‌ ଏଣ୍ଟ୍ରି ପାଇଁ ସମସ୍ତ ଷ୍ଟାଫ୍‌ଙ୍କୁ ଉପଯୁକ୍ତ ତାଲିମ ସହ ଆର୍ଥିକ ରାଶି ପ୍ରଦାନ, ଏସ୍‌ଏଚ୍‌ଜିକୁ ଋଣ ପାଇଁ ୫୦ ଲକ୍ଷ ଟଙ୍କାର ଗୋଷ୍ଠୀ ବିନିଯୋଗ ପାଣ୍ଠିର ବ୍ୟବସ୍ଥା, ଇଏସ୍‌ଆଇ ସୁବିଧା ଏବଂ ମିଶନ ଶକ୍ତିରେ ବାହାରୁଥିବା ପଦବୀଗୁଡ଼ିକୁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ପ୍ରଦାନ ଆଦି ୧୦ ଦଫା ଦାବି ଉପସ୍ଥାପନ କରାଯାଇଥିଲା। ସାମ୍ମୁଖ୍ୟ ସଭାନେତ୍ରୀ ନିରୁପମା ନାୟକଙ୍କ ଅଧ୍ୟକ୍ଷତାରେ ଏହି ସମାବେଶରେ ଫେଡେରେଶନର ଚେୟାରମ୍ୟାନ ତଥା ବିଜୁ ଶ୍ରମିକ ସାମ୍ମୁଖ୍ୟ ମହାସଚିବ ସୁବାସ ସିଂହ, ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ। କେନ୍ଦ୍ର ସରକାର ପ୍ରତିବର୍ଷ ବ୍ୟୟବରାଦ କମାଇବା ସହ ଏହି କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ଙ୍କୁ ସରକାରୀ ମାନ୍ୟତା ପ୍ରଦାନ ନ କରିବା, ସର୍ବନିମ୍ନ ମଜୁରି ନିର୍ଦ୍ଧାରଣ ନ କରିବା ଏବଂ ସାମାଜିକ ସୁରକ୍ଷାର ବଳୟ ଭିତରକୁ ନ ଆଣି ଯୋଜନାଗୁଡ଼ିକୁ ବନ୍ଦ କରିବାକୁ ଲାଗିପଡିଛନ୍ତି। ରାଜ୍ୟ ସରକାର ଏହି ଯୋଜନାକୁ ମିଶନ ଶକ୍ତିରେ ସାମିଲ କରି ସମସ୍ତ ଶ୍ରମିକଙ୍କୁ ମାନ୍ୟତା ପ୍ରଦାନ ସହ ସାମାଜିକ ନିରାପତ୍ତାର ବଳୟ ଭିତରକୁ ଆଣିବା ପାଇଁ ସେମାନେ ଦାବି କରିଥିଲେ।
ରାଜ୍ୟ ସମ୍ପାଦିକା ସନ୍ତୋଷୀ ଦାସଙ୍କ ସମେତ ଏକ ୧୦ ଜଣିଆ ପ୍ରତିନିଧି ଦଳ ମିଶନଶକ୍ତିର ସଚିବ ସୁଜାତା କାର୍ତ୍ତିକେୟନ ଓ ଅନ୍ୟ ଅଧିକାରୀଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିଥିଲେ। ଏହି ବୈଠକରେ ୬ଟି କ୍ୟାଡର୍‌ର ଭତ୍ତା ଶତପ୍ରତିଶତ ରାଜ୍ୟ ସରକାର ବହନ କରିବା ପାଇଁ ଅନୁରୋଧ କରାଯାଇଥିଲା। ଭତ୍ତା ବୃଦ୍ଧି ସମ୍ପର୍କରେ ଅନ୍ୟାନ୍ୟ ରାଜ୍ୟର ସ୍ଥିତିକୁ ଅନୁଧ୍ୟାନ କରି ନିର୍ଦ୍ଧାରଣ କରିବା ଓ ମାସିକ ଭତ୍ତା ବ୍ୟାଙ୍କ ଜରିଆରେ ପ୍ରଦାନ ପ୍ରସ୍ତାବକୁ ବିଚାର କରିବା ପାଇଁ କୁହାଯାଇଛି। ଏସ୍‌ଏଚ୍‌ଜିକୁ କ୍ଷୁଦ୍ର ଉଦ୍ୟୋଗରେ ପରିଣତ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବାରୁ ଏକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଥିବା ୬ଟି କ୍ୟାଡରଙ୍କୁ ଋଣ ଜରିଆରେ ସ୍କୁଟି ଯୋଗାଇଦେବା ପାଇଁ ସ୍ଥିର କରାଯାଇଛି। ମହିଳାଙ୍କୁ ଚିକିତ୍ସା ଓ ପ୍ରସୂତିକାଳୀନ ଛୁଟି ପ୍ରଦାନ କରିବା ପାଇଁ ନିଷ୍ପତ୍ତି ହୋଇଛି। ଗସ୍ତଖର୍ଚ୍ଚ ବୃଦ୍ଧି କରିବା ଓ ସ୍ମାର୍ଟକାର୍ଡ ଏବଂ ବୋନସ ରାଶି ପ୍ରଦାନ ନେଇ କୌଣସି ନିଷ୍କର୍ଷ ବାହାରିନାହିଁ। ସେହିପରି ବ୍ୟାଙ୍କ ମିତ୍ରଙ୍କୁ ଲାପ୍‌ଟପ୍‌, ଏଲ୍‌ଏସ୍‌ପିଙ୍କୁ ମୋବାଇଲ ସହାୟତା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୨ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୨ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ଭୋଟରଙ୍କୁ ସଚେତନ କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ, କଂସ ମହାରାଜ ହୃଷୀକେଶ ଭୋଇ

ବରଗଡ଼,୨୨ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ଅଭିନୟ ପ୍ରୟାସ...

୪୫ ଡେଇଁବ ପାରଦ! ସାରା ରାଜ୍ୟକୁ ସିଭିୟର ହିଟ୍‌ ଓ୍ବେଭ ଆଲର୍ଟ

ଭୁବନେଶ୍ୱର,୨୪।୪:ତାତିରୁ ମିଳିବନି ତ୍ରାହି । ୫ ଦିନ ଧରି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ...

ମେ’ ପ୍ରଥମ ସପ୍ତାହରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର,୨୪।୪(ଅସମାପିକା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୪ ମେ’ ୬ରୁ ଆରମ୍ଭ ହେବ। ସିବିଟି ମୋଡ୍‌ରେ ହେବାକୁ ଥିବା ଏହି ପରୀକ୍ଷା ମେ...

ଛୁଟିଦିନ ପାଇଁ ପିଲାଙ୍କୁ ମିଳିବ ଶୁଖିଲା ରାଶନ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍‌ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ। ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା...

ଚମକାଇଲା ଅନୁଭବଙ୍କ ପୋଷ୍ଟ, ନବୀନଙ୍କୁ ମାଗିଲେ ଆର୍ଶୀବାଦ…

ଭୁବନେଶ୍ୱର,୨୪।୪: ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ଗତ କିଛିଦିନ ପୂର୍ବରୁ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ହେଲେ ବୁଧବାର...

ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି…

ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri